About: http://data.cimple.eu/claim-review/0d05d6dc619865d658ec481b4da724930e294333f00aecfaf9eec336     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ବୁଲଡୋଜର ଉପରେ ନିର୍ବାଚନ ପ୍ରଚାର କରୁଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଲଡୋଜର ଉପରେ ଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ବିଜେପି କର୍ମୀ ଜିଏକ ଯୋଗୀଙ୍କ ଭଳି ବେଶ ଧାରଣ କରି ଅନ୍ୟ କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି । Claim :ମହାରାଷ୍ଟ୍ର ନିର୍ବାଚନ ପାଇଁ ବୁଲଡୋଜର ଉପରେ ନିର୍ବାଚନ ପ୍ରଚାର କରୁଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ Fact :ବୁଲଡୋଜର ଉପରେ ଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ଯୋଗୀ ଆଦିତ୍ୟ ନାଥ ମହାରାଷ୍ଟ୍ର ନିର୍ବାଚନକୁ ଆଉ ମାତ୍ର କିଛିଦିନ । ଏହାରି ଭିତରେ ଏମଭିଏ ଜାରି କରିଛି ନିଜର ୫ ନିର୍ବାଚନୀ ଗାରେଣ୍ଟି । ମହିଳା ମାନଙ୍କ ପାଇଁ ଘୋଷଣା ହୋଇଛି ମହାଲକ୍ଷ୍ମୀ ଯୋଜନା ଅଧିନରେ ସହାୟତା । ସରକାରକୁ ଆସିଲେ ଦଳ ପକ୍ଷରୁ ଯୋଜନା ଅଧିନରେ ମାସକୁ ମହିଳାଙ୍କୁ ୩ ହଜାର ଟଙ୍କା ପ୍ରଦାନ କରାଯିବ । ଏହା ସହ ରାଜ୍ୟବାସୀଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ଲୋକଙ୍କ ପାଇଁ ମାଗଣା ଔଷଧ, ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଓ କୃଷକଙ୍କ ଋଣ କ୍ଷମା କରାଯିବ ବୋଲି ଘୋଷଣା କରିଛି ଏମଭିଏ ମେଣ୍ଟ । ଅନ୍ୟପଟେ ନିର୍ବାଚନ ପାଇଁ ଆକ୍ସନ ମୋଡ଼ରେ ଭାରତୀୟ ଜନତା ପାର୍ଟି । ଟିକଟ ନ ମିଳିଥିବା ବେଳେ ରାଜନୀତିକୁ ଗୋଳିଆଘଣ୍ଟିଆ କରିବା କିମ୍ବା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବା ଅନୁମାନ କରି ପ୍ରାୟ ୪୦ ଜଣଙ୍କୁ ଦଳରୁ ବହିଷ୍କାର କରାଯାଇଛି । ନିର୍ବାଚନ ପାଇଁ ପ୍ରତ୍ୟେକ ଦଳ ପକ୍ଷରୁ ମାରାଥନ ପ୍ରଚାର ଆରମ୍ଭ ହୋଇଥିବା ବେଳେ, ଏକ ଭିଡିଓ ବହୁମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁଇଜଣ ବ୍ୟକ୍ତି ବୁଲଡୋଜର ଉପରେ ଚଢ଼ି ଉପରୁ ସମସ୍ତଙ୍କୁ ଉତ୍ସାହିତ କରୁଥିବାର ଦେଖାଯାଇଛି । ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କେଶରୀ ରଙ୍ଗର ବସ୍ତ୍ର ପରିଧାନ କରିଥିବା ବେଳେ, ଉକ୍ତ ବ୍ୟକ୍ତି ଜଣଙ୍କ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରି ଦିଶୁଥିବାର ଦେଖାଯାଇଛି । ବିଭିନ୍ନ ମତାମତ ସହ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖାଯାଇଛି । ଜଣେ ୟୁଜର୍ସ ଉକ୍ତ ଭାଇରାଲ ଭିଡିଓ କୁ ସେୟାର କରି ଲେଖିଛନ୍ତି, बुलडोजर और बाबा #ଯୋଗିଆଦିତ୍ୟନାଥ ଆଉଜଣେ YouTube ୟୁଜର୍ସ ଲେଖିଛନ୍ତି, बुलडोजर पर योगी ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ମହାରାଷ୍ଟ୍ର ନିର୍ବାଚନ ପାଇଁ ବୁଲଡୋଜର ଉପରେ ଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ଯୋଗୀ ଆଦିତ୍ୟ ନାଥ । ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ବିଜେପି କର୍ମୀ ଜିଏକ ଯୋଗୀଙ୍କ ଭଳି ବେଶ ଧାରଣ କରି ଅନ୍ୟ କର୍ମୀଙ୍କଉତ୍ସାହିତ କରୁଛନ୍ତି । ତଦନ୍ତ କରିବାକୁ ଯାଇ ଉକ୍ତ ଭିଡିଓକୁ ୟୌତୁବେ ରେ ଅପଲୋଡ଼ କରିଥିବାର ଦେଖାଯାଇଛି । ଭିଡିଓ ଅପଲୋଡ଼ କରି ୟୁଜର୍ସ ଲେଖିଛନ୍ତି, जब बुलडोज़र से निकले डुप्लीकेट योगी बाबा । ଯାହାର ଓଡ଼ିଆ ଅର୍ଥ ହେଉଛି, ଯେତେବେଳେ ବୁଲଡୋଜର ରେ ବୁଲିଲେ ନକଲି ଯୋଗୀ ବାବା I ଉକ୍ତ ଭାଇରାଲ ଭିଡିଓକୁ ୬ ନଭେମ୍ବର ୨୦୨୪ରେ ନିଜ YouTube ଚ୍ୟାନେଲ ରେ ଅପଲୋଡ଼ କରି ABP Majha ଶୀର୍ଷକରେ ଉଲ୍ଲେଖ କରିଛି, Duplicate Yogi Adityanath. ଭିଡିଓ ଟିକୁ ବର୍ତ୍ତମାନ ସୁଦ୍ଧା ୧୧୬୬୫ ଭିୟୁ ମିଳିଥିବା ଦେଖା ଦେଇଛି । ତେଣୁ ଏଥିରୁ ଜଣାଯାଏ ଯେ, ଉକ୍ତ ବ୍ୟକ୍ତି ଜଣଙ୍କ ନୁହଁନ୍ତି ଯୋଗୀ ଆଦିତ୍ୟ ନାଥ । ଅଧିକ ଅନୁସନ୍ଧାନରୁ କରିବାକୁ ଯାଇ ମହାରାଷ୍ଟ୍ରର ଜଣେ ବାସିନ୍ଦାଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଘଟଣାଟି ମୂର୍ତ୍ତିରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତର ବୋଲି ଜଣାଇଥିଲେ । ଯୋଗୀ ବେସରେ ଥିବା ବ୍ୟକ୍ତି ଜଣଙ୍କ ଜଣେ ବିଜେପି କର୍ମୀ ବୋଲି କହିଥିବାବେଳେ ତାଙ୍କ ପାଖରେ ଠିଆ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିଜେପି ନେତା ହରିସ ମାରୋଟିଆପା ପିମ୍ପଲ । ଉକ୍ତ କିୱାର୍ଡ ଗୁଡିକ ନେଇ ଅନୁସନ୍ଧାନ କରିବାରୁ UCN Newsରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ଖବର ପ୍ରସାରଣ କରି UCN News ଉଲ୍ଲେଖ କରିଛି, पिंपल जैसे जेसीबी पर चढ़कर मानो विपक्ष चुनौती दे रहे हों. उनके इस स्टंट को देखने के लिए भारी भीड़ उमड़ी थी. इसी दौरान पिंपल के साथ योगी का भेष धारण किए हुए एक व्यक्ति भी था. ଯାହାର ଓଡ଼ିଆ ଅର୍ଥ ହେଉଛି, ପିମ୍ପଲ ଜେସିବି ଉପରେ ଚଢ଼ି ବିରୋଧିଙ୍କୁ ଚ୍ୟାଲେଞ୍ଜ କରୁଥିବାର ଦେଖାଯାଇଛି । ଏଭଳି ଷ୍ଟଣ୍ଟ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଜମିଥିଲା । ଏଭଳି ସମୟରେ ଯୋଗୀଙ୍କ ବେସରେ ଥିବା ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ତେଣୁ ଏଥିରୁ ଜଣାଯାଏ ଯେ, ଦାବିରେ ନାହିଁ କୌଣସି ସତ୍ୟତା । ମହାରାଷ୍ଟ୍ର ନିର୍ବାଚନ ପାଇଁ ବୁଲଡୋଜର ଉପରେ ପ୍ରଚାର କରୁଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ବିଜେପି କର୍ମୀ, ଜିଏକ ଯୋଗୀଙ୍କ ଭଳି ବେଶ ଧାରଣ କରି ଅନ୍ୟ କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software