About: http://data.cimple.eu/claim-review/1f8dbecd5f9c71ce051bf933d01dbe2b9e4b1adc9434fd5416de1ec7     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ରାଜସ୍ଥାନ ନାଡୋର ଅଞ୍ଚଳରେ ଏଲିଅନ ଦୃଶ୍ୟମାନ ଭିଡିଓଟି ଏଆଇ ଦ୍ୱାରା ନିର୍ମିତ ରାଜସ୍ଥାନରେ ଏଲିଅନ ଓଲ୍ହାଇବା ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟା । ଏଆଇ ନିର୍ମିତ ଭିଡିଓ ଗୁଡିକୁ ଖବର ପ୍ରସାରଣ ରୂପ ଦେଇ ଭୁଲ୍ ତଥ୍ୟ ସହ ଉକ୍ତ ଭିଡିଓ ଗୁଡିକୁ ସେୟାର କରାଯାଇଛି । Claim :ରାଜସ୍ଥାନ ନାଡୋର ଅଞ୍ଚଳରେ ଚାଞ୍ଚଲ୍ୟ, ଉକ୍ତ ଅଞ୍ଚଳରେ ଏଲିଅନ ଦୃଶ୍ୟମାନ ହୋଇଥିବା ଭିଡିଓ ଭାଇରାଲ Fact :ଏଲିଅନ ଦୃଶ୍ୟମାନ ହୋଇଥିବା ଭାଇରାଲ ଭିଡିଓ ଗୁଡିକ ଏଆଇ ଦ୍ୱାରା ନିର୍ମିତ ଆସିଛି ନୂଆବର୍ଷ ସ୍ବାଗତ କରିଛନ୍ତି ବିଶ୍ୱବାସୀ । ସମସ୍ତଙ୍କ ମନରେ ଗୋଟିଏ କଥା, ନୂଆ ବର୍ଷ ଆମ ପାଇଁ କଣ ଆଣିବ । ଏଥିପାଇଁ ଯେତେବେଳେ କିଛି ଭବିଷ୍ୟବାଣୀର କଥା ଆସେ ସମସ୍ତଙ୍କ ମନରେ ନିଶ୍ଚିତ ଆସିଥାନ୍ତି ବାବା ଭେଙ୍ଗା । ୨୦୨୫ ପାଇଁ ଭବିଷ୍ୟବାଣୀ କରି ପ୍ରମୁଖ ଆଲୋଚନାର ବିଷୟ ପାଲଟିଛନ୍ତି ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା । ସେ କରିଥିବା ଭବିଷ୍ୟବାଣୀ କିଛି ଡରାଇଲା ପରି ଆଉ କିଛି ଆଶ୍ବସ୍ତିକରକ । ୨୦୨୫ରେ ୟୁରୋପକୁ ଏକ ଗମ୍ଭୀର ଜନସଖ୍ୟା ସଂକଟର ସାମ୍ନା କରିବାକୁ ପଡିବା ସହ, ସିରିଆ ଯୁଦ୍ଧରୁ ହୋଇପାରେ ତୃତୀୟ ବିଶ୍ବଯୁଦ୍ଧ । ତେବେ କେବଳ ଏତିକି ନୁହେଁ ବାବା ଭେଙ୍ଗା ଏହି ଚେତାବନୀ ବି ଦେଇଛନ୍ତି କି ଆସନ୍ତାବର୍ଷ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ଭୟାବହ ହେବ । କେବଳ ଯୁଦ୍ଧ ନୁହେଁ ବାବା ଭେଙ୍ଗା ଏହା ଦାବି କରିଛନ୍ତି ଯେ ୨୦୨୫ରେ ଏଲିଅନର ସାମ୍ନା କରିବ ମଣିଷ । ଇତିମଧ୍ୟରେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ସେୟାର କରି ୟୁଜର୍ସ ଦାବି କରିଛନ୍ତି, ରାଜସ୍ଥାନ ନାଡୋର ଅଞ୍ଚଳରେ ଏଲିଅନ ଅବତରଣ କରିଛନ୍ତି । ଭାଇରାଲ ହେଉଥିବା ପ୍ରଥମ ଭିଡିଓରେ ଜଣେ ସମ୍ବାଦ ପରିବେଷଣ କରୁଥିବା ମହିଳା ସୂଚନା ଦେଇ କହିଛନ୍ତି, ବାବା ଭେଙ୍ଗା ଏହାମଧ୍ୟ ଭବିଷ୍ୟବାଣୀ କରିଥିଲେ କି, ପୃଥିବୀ ବାସୀଙ୍କ ସାମ୍ନା ଏଲିଅନ ସହ ହେବ । ସେ ଦାବି କରି କହିଛନ୍ତି ଯେ, ପୃଥିବୀର ଏଲିଅନ ନିଶ୍ଚିତ ଆସିବେ । ଏବେ ମାନବ ଏବଂ ଏଲିଅନଙ୍କ ମଧ୍ୟରେ ବିତର୍କ ସୃଷ୍ଟି କରିଛି ।ସେହିପରି ଭିଡିଓରେ ସ୍ପେସ୍ ସିପ ଅବତରଣ କରୁଥିବା ଏବଂ କିଛି ଏଲିଅନ ସେହିପଟେ ଥିବାର ଭାଇରାଲ ଭିଡିଓରେ ଦେଖା ଯାଇଛି । ଯାହାର ଆର୍କାଇଭ ଲିଙ୍କ ଏଠାରେ ଉପଲବ୍ଧ ରହିଛି । ସେହିପରି ଆଉଜଣେ ଆଉ ଏକ ଭିଡିଓ ସେୟାର କରି ବାର୍ତ୍ତାଦେଇଛନ୍ତି ଯେ, ନାସାକୁ ମିଳିଲା ଏଲିଅନଙ୍କ ୟୁଏଫଓ । ଉକ୍ତ ଭିଡିଓରେ ୟୁଏଫଓ ଭଳି ଦିଶୁଥିବା ଏକ ଯାନ ପଡିରହିଥିବା ବେଳେ କିଛି ବ୍ୟକ୍ତି ସେହିପାଖରେ ତଦନ୍ତ କରୁଥିବାର ଦେଖିବାକୁ ମିଳିଛି । ଯାହାର ଆର୍କାଇଭ ଲିଙ୍କ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ଭାଇରାଲ ଭିଡିଓଟି ସମ୍ପୂର୍ଣ୍ଣ କାଳ୍ପନିକ । ଯାହାକି ଏଆଇ ଦ୍ୱାରା ନିର୍ମିତ, ଉକ୍ତ ଭିଡିଓସହ ବାସ୍ତବିକତା ସହ କୌଣସି ସମ୍ପର୍କ ନାହିଁ । ଆମେ ଏ ନେଇ ଅନୁସନ୍ଧାନ କରିବାରୁ କୌଣସି ପ୍ରମୁଖ ଗଣମାଧ୍ୟମରେ କୌଣସି ଖବର ପରିବେଷଣ ହୋଇଥିବାର ଦେଖିବାକୁ ପାଇନଥିଲୁ । ନାସା ଏବଂ ଭାରତୀୟ ଆକାଶ ବିଜ୍ଞାନ ଅନୁଷ୍ଠାନ ପକ୍ଷରୁ କିମ୍ବା ରାଜସ୍ଥାନ ସରକାରୀ ସୋସିଆଲ ମିଡ଼ିଆରେ କୌଣସି ସୂଚନା ଥିବାର ମଧ୍ୟ ଦେଖିବାକୁ ପାଇ ନଥିଲୁ । ତଥ୍ୟ ସଂଗ୍ରହ ପାଇଁ ରାଜସ୍ଥାନର ବରିଷ୍ଠ ସାମ୍ବାଦିକ କିରଣ ରାଜ୍ ପୁରୋହିତଙ୍କୁ ଯୋଗାଯୋଗ କରିବାରୁ ସିଏ ସୂଚନା ଦେଇ କହିଛନ୍ତି । ' ଏହି ଭାଇରାଲ ଭିଡିଓ ସମ୍ପୂର୍ଣ୍ଣ ଭାବେ ଫେକ୍ ଅଟେ । ରାଜସ୍ଥାନ ତ ଦୂରର କଥା ସାରା ଦେଶରେ ଏପରି କୌଣସି ଘଟଣା ଘଟି ନାହିଁ । ନିଜ ସୋସିଆଲ ମିଡିଆରେ ଭିୟୁ ବଢ଼ାଇବା ପାଇଁ ଏଭଳି ଫେକ୍ ଭିଡିଓର ପ୍ରସାର ଏବଂ ଭାଇରାଲ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଯାହାକି ବହୁମାତ୍ରାରେ ଘାତକ । ସାମାଜିକ ଗଣମାଧ୍ୟମରେ ସମ୍ବାଦ ନାମରେ ଏପରି ମିଥ୍ୟା ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚ୍ଚିତ । ' ପ୍ରଥମ ଭିଡିଓଟିକୁ ଯଦି ତର୍ଜମା କରି ଦେଖାଯାଏ ତେବେ ସମ୍ବାଦ ପଢ଼ୁଥିବା ସାମ୍ବାଦିକ ଏବଂ ତାଙ୍କର ବାର୍ତ୍ତାରେ କୌଣସି ତାଳମେଳ ଖାଉ ନାହିଁ । ସେହିପରି ଏନେଇ କୌଣସି ପ୍ରମୁଖ ଗଣମାଧ୍ୟମରେ କୌଣସି ଖବର ପରିବେଷଣ ମଧ୍ୟ ହୋଇ ନାହିଁ ତେଣୁ ଉକ୍ତ ଭିଡିଓ ଗୁଡିକ ଯୋଡ଼ି ଏକ କାଳ୍ପନିକ ଆକାର ଦିଆ ଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ତଦନ୍ତ କରିବାକୁ ଯାଇ ଦ୍ଵିତୀୟ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ଇନଷ୍ଟାଗ୍ରାମ ପୋଷ୍ଟ ହସ୍ତଗତ ହୋଇଥିଲା । ଯାହାକି ଭାଇରାଲ ଭିଡିଓର ଏକ ଅଂଶ ଏବଂ ସମତୁଲ୍ୟ । ଯେତେବେଳେ ଆମେ ଉକ୍ତ ପୋଷ୍ଟଟି ସେୟାର ହୋଇଥିବା ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଦେଖିଥିଲୁ ସେଥିରେ ୟୁଏଫଓ ଏବଂ ଏଲିଅନଙ୍କ ସମ୍ପର୍କିତ ବହୁ ଭିଡିଓ ଅପଲୋଡ଼ ହୋଇ ରହିଥିଲା । ଉକ୍ତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଉଲ୍ଲେଖ ରହିଛି ଯେ ଏହି ଭିଡିଓ ଗୁଡିକ ଏକ ଏଆଇ- ଭିଏଫଏକ୍ସ ଆର୍ଟିଷ୍ଟ ଉପରେ ଆଧାରିତ ଭିଡିଓ । ସେହିପରି ନିକଟେକ ନାମକ ଜଣେ ଟେକ୍ନୋ ୟୁଜର୍ସ ଉକ୍ତ ଭିଡିଓ ସେୟାର କରି ଲେଖିଛନ୍ତି, ଏହି ଭିଡିଓ AI ଦ୍ୱାରା ନିର୍ମିତ ହୋଇଥିବା ବେଳେ, ଇଣ୍ଟରନେଟ୍ରେ ଥିବା ଅସଲ ଭିଡିଓ ଏବଂ ଏଭଳି ଏଆଇ ଭିଡିଓ ମଧ୍ୟରେ ପାର୍ଥକ୍ୟ କରିବା ଅସମ୍ଭବ ହୋଇପଡିଛି । ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିରେ ନାହିଁ କୌଣସି ସତ୍ୟତା । ରାଜସ୍ଥାନରେ ଏଲିଅନ ଓଲ୍ହାଇବା ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟା । ଏଆଇ ନିର୍ମିତ ଭିଡିଓ ଗୁଡିକୁ ଖବର ପ୍ରସାରଣ ରୂପ ଦେଇ ଭୁଲ୍ ତଥ୍ୟ ସହ ଉକ୍ତ ଭିଡିଓ ଗୁଡିକୁ ସେୟାର କରାଯାଇଛି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software