About: http://data.cimple.eu/claim-review/27b39ce69d36f39be2bec0371681d47a723aa20bd463c8008d1c7df0     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ : ଟାଇମ୍ସ ମାଗାଜିନ୍ ହିଟଲରଙ୍କ ସହ ଭ୍ଲାଦିମିର୍ ପୁଟିନ୍ ଙ୍କ ତୁଳନା କରି ନାହିଁ, ସୋସିଆଲ୍ ମିଡିଆରେ ଭୁଲ୍ ଦାବି ହେଉଛି ଭାଇରାଲ୍ ବିଶ୍ବାସ ନ୍ୟୁଜ୍ ଟାଇମ୍ସ ମାଗାଜିନର ଭାଇରାଲ୍ ଫଟୋର ଯାଞ୍ଚ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଫଟୋକୁ ନେଇ କରାଯାଉଥିବା ଦାବି ଭୁଲ୍ ଅଟେ । ଏହି ଫଟୋ ଗ୍ରାଫିକ୍ସ ଡିଜାଇନର୍ ପୈଟ୍ରିକ୍ ମୁଲ୍ଡର୍ ବନେଇଥିବା ଏକ କଳାକୃତି ଅଟେ । - By: Pragya Shukla - Published: Mar 6, 2022 at 11:35 PM ବିଶ୍ବାସ ନ୍ୟୁଜ୍ ( ନୂଆ ଦିଲ୍ଲୀ) ରୁଷ୍- ୟୁକ୍ରେନ୍ ବିବାଦ ମଧ୍ୟରେ, ଟାଇମ୍ସ ମାଗାଜିନର ଦୁଇଟି ଫଟୋ ଭାଇରାଲ୍ ହେବାରେ ଲାଗିଛି । ଫଟୋରେ ଭ୍ଲାଦିମିର୍ ପୁଟିନଙ୍କୁ ‘ହିଟଲରଙ୍କ ନିଶ ଏବଂ ଆଖି’ ସହ ଚିତ୍ରିତ କରାଯାଇଛି । ଭାଇରାଲ୍ ହେଉଥିବା ଫଟୋ ଉପରେ ଲେଖାଯାଇଛି, ଇତିହାସ ଦୋହରିଛି । ଏହି ଫଟୋକୁ ସେୟାର୍ କରି ଦାବି କରାଯାଇଛି ଯେ, ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଏବଂ ଯୁଦ୍ଧ ଆରମ୍ଭ କରିବାରୁ ଟାଇମ୍ସ ମାଗାଜିନ୍ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ହିଟଲରଙ୍କ ସହ ତୁଳନା କରିଛି । ବିଶ୍ବାସ ନ୍ୟୁଜ୍ ଭାଇରାଲ୍ ହେଉଥିବା ଏହି ଫଟୋର ଯାଞ୍ଚ କରିଥିଲା ଏବଂ ଜାଣିବାକୁ ପାଇଥିବା ଫଟୋକୁ ନେଇ କରାଯାଉଥିବା ଦାବି ଭୁଲ୍ । ଏହି ଫଟୋ ଗ୍ରାଫିକ୍ ଡିଜାଇନର୍ ପୈଟ୍ରିକ୍ ମୁଲ୍ଡର୍ ତିଆରି ଏକ କଳାକୃତି ଅଟେ । ଭାଇରାଲ୍ ପୋଷ୍ଟରେ ଅଛି କଣ ? ଫେସବୁକ୍ ୟୁଜର୍ Yogendra Tnb (डॉ योगेन्द्र) ଏହି ଭାଇରାଲ୍ ଫଟୋକୁ ସେୟାର୍ କରି ଲେଖଛନ୍ତି, “ହିଟଲର୍ ବନାମ ପୁଟିନ୍ ।” ୟୁଜରଙ୍କ ଦ୍ବାରା ସେୟାର୍ କରାଯାଇଥିବା କଣ୍ଟେଣ୍ଟରେ ଏହିଭଳି ଲେଖାଯାଇଛି । ପୋଷ୍ଟର ଆର୍କାଇଭ ଭର୍ସନ୍ ଏଠାରେ ଦେଖାଯାଇ ପାରିବ । ଅନ୍ୟ ଜଣେ ୟୁଜର୍ Harbans Wasson ମଧ୍ୟ ଏହିଭଳି ସମାନ ଦାବି ସହ ନିଜ ଏକାଉଣ୍ଟରେ ପୋଷ୍ଟ ସେୟାର୍ କରିଛନ୍ତି । ଅନୁସନ୍ଧାନ – ଭାଇରାଲ୍ ଦାବିର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ କିଛି କି ୱାର୍ଡ ମାଧ୍ୟମରେ ସର୍ଚ୍ଚ କରିଥିଲୁ । ଏହି ସମୟରେ ଆମକୁ ଟାଇମ୍ସ ମାଗାଜିନ୍ ଦ୍ବାରା ପ୍ରକାଶିତ ଅସଲି ଫଟୋ ଟାଇମ୍ସର ଔପଚାରିକ ଟ୍ବିଟର୍ ଏକାଉଣ୍ଟରେ 25 ଫେବୃୟାରୀ 2022 ରେ ଅପଲୋଡ୍ ହୋଇଥିବା ମିଳିଥିଲା । ଅସଲି ଫଟୋରେ ଟ୍ୟାଙ୍କ୍ ସହ ସେନା କର୍ମଚାରୀଙ୍କୁ ଦେଖାଯାଇଛି । ଏହାର ଶୀର୍ଷକ ରହିଛି ଇତିହାସର ପ୍ରତ୍ୟାବର୍ତ୍ତନ ଏବଂ ଉପଶୀର୍ଷକରେ ଲେଖା ହୋଇଛି ଏହି ପ୍ରକାରେ ପୁଟିନ୍ ୟୁରୋପୀୟଙ୍କ ସ୍ବପ୍ନ ଭାଙ୍ଗିଲେ । ଅଧିକ ଅନୁସନ୍ଧାନ କରି ଆମେ ଟାଇମ୍ସ ମାଗାଜିନ୍ ର ଔପଚାରିକ ୱେବସାଇଟ୍ ଘାଣ୍ଟିବା ଆରମ୍ଭ କରିଥିଲୁ । ଆମକୁ ସେଠାରେ ଭାଇରାଲ୍ ହେଉଥିବା ଫଟୋ ମିଳି ନଥିଲା । ମିଳିଥିବା ସୂଚନା ଆଧାରରେ ଆମେ ଗୁଗୁଲରେ କିଛି କି ୱାର୍ଡ ଦେଇ ସର୍ଚ୍ଚ କରିଥିଲୁ । ଏହି ସମୟରେ ଆମକୁ दौरान हमें ପୈଟ୍ରିକ୍ ମୁଲ୍ଡର୍ ନାମକ ଜଣେ ଟ୍ପିଟର୍ ୟୁଜରଙ୍କ ଆକାଉଣ୍ଟରେ ଭାଇରାଲ୍ ଫଟୋ ମିଳିଥିଲା । ଏହି ୟୁଜର୍ ଟ୍ବିଟ୍ କରି ଲେଖିଥିଲେ ଭାଇରାଲ୍ ଫଟୋଟି ସେ ତିଆରି କରିଛନ୍ତି । ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ଆମେ ଟ୍ବିଟର୍ ମାଧ୍ୟମରେ ପୈଟ୍ରିକ୍ ମୁଲ୍ଡରଙ୍କ ସହ ସଂପର୍କ କରିଥିଲୁ । ,ସେ କହିଥିଲେ ଯେ ଭାଇରାଲ୍ ହେଉଥିବା ଦାବି ଭୁଲ୍ ଅଟେ । ଏହି ଫଟୋକୁ ଟାଇମ୍ସ ମାଗାଜିନ୍ ଛାପି ନାହିଁ । ଏହି ଫଟୋ ମୁଁ ତିଆରି କରିଛି । ମୁଁ ଜଣେ ଗ୍ରାଫିକ୍ସ ଡିଜାଇନର୍ । ମୋର ଉଦ୍ଦେଶ୍ୟ ଟାଇମ୍ସ କଭର୍ ରେ କଳାକୃତି ତିଆରି କରିବାର ନଥିଲା । ମୁଁ କିଛି ଏପରି ତିଆରି କରିବାକୁ ଚାହୁଁଥିଲି, ଯାହା ୟୁକ୍ରେନ ଉପରେ ଆକ୍ରମଣର ଆଖପାଖରେ ସମ୍ବନ୍ଧିତ ରହିବ ଏବଂ ଜନତାଙ୍କ ମୁଡ୍ ଉଲ୍ଲେଖ କରିପାରୁଥିବ । ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନର ଚୁଡ଼ାନ୍ତ ପର୍ଯ୍ୟାୟରେ ସେହି ପ୍ରୋଫାଇଲର ପୃଷ୍ଠଭୂମୀର ମଧ୍ୟ ଯାଞ୍ଚ କରିଥିଲା, ଯେଉଁଥିରେ ଭାଇରାଲ୍ ପୋଷ୍ଟ ସେୟାର୍ କରାଯାଇଥିଲା । ଆମେ ଜାଣିବାକୁ ପାଇଥିଲୁ ଯେ, ୟୁଜରଙ୍କ ଫେସବୁକ୍ ରେ 4300ରୁ ଅଧିକ ଫ୍ରେଣ୍ଡ୍ ଅଛନ୍ତି । Yogendra Tnb (ଡଃ ଯୋଗେନ୍ଦ୍ର) ଫେସବୁକରେ ସେପ୍ଟେମ୍ବର 2017ରୁ ସକ୍ରିୟ ଅଛନ୍ତି । निष्कर्ष: ବିଶ୍ବାସ ନ୍ୟୁଜ୍ ଟାଇମ୍ସ ମାଗାଜିନର ଭାଇରାଲ୍ ଫଟୋର ଯାଞ୍ଚ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଫଟୋକୁ ନେଇ କରାଯାଉଥିବା ଦାବି ଭୁଲ୍ ଅଟେ । ଏହି ଫଟୋ ଗ୍ରାଫିକ୍ସ ଡିଜାଇନର୍ ପୈଟ୍ରିକ୍ ମୁଲ୍ଡର୍ ବନେଇଥିବା ଏକ କଳାକୃତି ଅଟେ । - Claim Review : ହିଟଲର୍ ବନାମ ପୁଟିନ୍ - Claimed By : Yogendra Tnb - Fact Check : Misleading Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software