About: http://data.cimple.eu/claim-review/2fc1e7532837d15cca79ac82f8ac815da2424070293c571a58d0a646     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ସତ୍ୟତା ଯାଞ୍ଚ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି, କାନ୍ଥରେ 3D ପେଣ୍ଟିଂର ନକଲି ଦାବି ଭାଇରାଲ ହେଇଛି - By: Sharad Prakash Asthana - Published: Mar 24, 2023 at 03:36 PM ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍) ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ମନ୍ଦିର ସମ୍ପର୍କରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। କିଛି ଚିତ୍ରକୁ ମିଶାଇ ଭିଡିଓ ପ୍ରସ୍ତୁତ କରାଯାଇଛି | ଏହାକୁ ସେୟାର କରି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି ଯେ ଏହା ଅଯୋଧ୍ୟାରେ ରାମ ମନ୍ଦିର କାନ୍ଥରେ ନିର୍ମିତ ଏକ 3D ପେଣ୍ଟିଂ | ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରୁ ଜାଣି ପାରିଛି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ମନ୍ଦିରର ଚାରି ପ୍ରାଚୀର ଏପର୍ଯ୍ୟନ୍ତ ନିର୍ମାଣ ହୋଇନାହିଁ। ଏଭଳି ପରିସ୍ଥିତିରେ କାନ୍ଥରେ କୌଣସି ଚିତ୍ର ଆଙ୍କିବାର ପ୍ରଶ୍ନ ଉଠୁ ନାହିଁ। ସୋସିଆଲ ମିଡିଆରେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ୍ ପୋଷ୍ଟ କଣ ଫେସବୁକ୍ ବ୍ୟବହାରକାରୀ Bharatsinh Jhala (ଆର୍କାଇଭ୍ ଲିଙ୍କ୍) ମାର୍ଚ୍ଚ 5 ରେ 2.20 ମିନିଟର ଭିଡିଓ ସେୟାର କରି ଲେଖିଥିଲେ, ଅଯୋଧ୍ୟାର ଶ୍ରୀ ରାମ ମନ୍ଦିରର କାନ୍ଥରେ 3D ପେଣ୍ଟିଂ ଅନୁସନ୍ଧାନ ଭାଇରାଲ୍ ଦାବିକୁ ଯାଞ୍ଚ କରିବା ପାଇଁ, ଆମେ ପ୍ରଥମେ ରାମ ମନ୍ଦିରର କାନ୍ଥରେ 3D ପେଣ୍ଟିଂ ବିଷୟରେ କୀୱାର୍ଡ ସହିତ ଖୋଜିଥିଲୁ, କିନ୍ତୁ ଏହି ଦାବିକୁ ନିଶ୍ଚିତ କରିବା ଭଳି କୌଣସି ନିର୍ଭରଯୋଗ୍ୟ ମିଡିଆ ୱେବସାଇଟରେ ଆମକୁ ସେପରି କୌଣସି ଖବର ମିଳିଲା ନାହିଁ | ଏହା ପରେ, ଆମେ କୀ ୱାର୍ଡ ସହ ରାମ ମନ୍ଦିର ନିର୍ମାଣ ବିଷୟରେ ଖୋଜିଲୁ | ଜାନୁୟାରୀ 11 ରେ ଦୈନିକ ଜାଗରଣ ରେ ପ୍ରକାଶିତ ଖବର ଅନୁଯାୟୀ, “ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ବହୁତ ଦ୍ରୁତ ଗତିରେ ଚାଲିଛି। ଦୁଇମାସ ତୁଳନାରେ, ବର୍ତ୍ତମାନ ଶ୍ରମିକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏଠାରେ ପ୍ରାୟ 1500 କର୍ମଚାରୀ କାର୍ଯ୍ୟ କରୁଛନ୍ତି। ରାଜସ୍ଥାନ ଏବଂ ଅଯୋଧ୍ୟାର କର୍ମଶାଳାରେ ଶ୍ରମିକମାନେ ପଥର ଖୋଦେଇ କରି ଶେଷ ସ୍ପର୍ଶ ଦେଉଛନ୍ତି। ଡିସେମ୍ବର 2023 ସୁଦ୍ଧା ମନ୍ଦିରର ପ୍ରଥମ ମହଲା ନିର୍ମାଣ ହେବାକୁ ଥିବାବେଳେ ଆସନ୍ତା ବର୍ଷ ଜାନୁଆରୀରେ ରାମ ଲାଲା ଭବ୍ୟ ଗର୍ଭ ଗୃହରେ ବିରାଜମାନ ହେବେ। ଆମେ ରାମ ମନ୍ଦିର ନିର୍ମାଣର ଏକ ଭିଡିଓ (ଆର୍କାଇଭ୍ ଲିଙ୍କ୍) ଶ୍ରୀ ରାମ ଜନ୍ମ ଭୂମି ତିର୍ଥ କ୍ଷେତ୍ରର ସେକ୍ରେଟାରୀ ଚମ୍ପତ ରାୟଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପାଇଲୁ। ନିର୍ମାଣ କାର୍ଯ୍ୟ ଜାନୁଆରୀ 13 ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳି ପାରିବ | ଏଥିରେ, ଆମକୁ କାନ୍ଥ କିମ୍ବା ସ୍ତମ୍ଭ ଉପରେ କୌଣସି ଚିତ୍ର ହୋଇଥିବାର ଦେଖିବାକୁ ମିଳି ନଥିଲା | ନିର୍ମାଣ କାର୍ଯ୍ୟର ଆଉ କିଛି ଭିଡିଓ ଚମ୍ପତ ରାୟଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଦେଖା ଯାଇ ପାରିବ | ଏଗୁଡ଼ିକରେ ମଧ୍ୟ ଆମକୁ କୌଣସି କାନ୍ଥ କିମ୍ବା ସ୍ତମ୍ଭରେ ପେଣ୍ଟିଂ ଦେଖିବାକୁ ମିଳି ନଥିଲା | ଆମେ ଏ ବିଷୟରେ ଚମ୍ପତ ରାୟଙ୍କ ସହ କଥା ହେଲୁ | ତାଙ୍କର କହିବା କଥା କି, “ଆମେ ଆମର ଟ୍ୱିଟର ହ୍ୟାଣ୍ଡେଲରେ ମନ୍ଦିର ନିର୍ମାଣ ବିଷୟରେ ସୂଚନା ଜାରି ରଖିଛୁ। “ ଅନ୍ୟପକ୍ଷରେ ଅଯୋଧ୍ୟାରେ ଦୈନିକ ଜାଗରଣର ବ୍ୟୁରୋ ମୁଖ୍ୟ ରାମ ଶରଣ ଆୱସ୍ତି କହିଛନ୍ତି, “ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ଏହାର ପ୍ରଥମ ମହଲାର କାମ ଚାଲିଛି | ଏଭଳି ଭାଇରାଲ ଭିଡିଓ ଆଗରୁ ମଧ୍ଯ ଭାଇରାଲ ହୋଇସାରିଛି।ରାମ ମନ୍ଦିର ସହିତ ଏହାର କୌଣସି ସମ୍ପର୍କ ନାହିଁ |’’ ଏହା ପରେ, ଆମେ ଭିଡିଓରୁ କିଛି କିଫ୍ରାମ୍ ବାହାର କରି ଗୁଗୁଲ୍ ରିଭର୍ସ ଇମେଜ୍ ସହିତ ଖୋଜିଲୁ | ଆମକୁ ଏଥିମଧ୍ୟରୁ ଗୋଟିଏ ଆମାଜନରେ ଉପଲବ୍ଧ ଥିବା ୱାଲ୍ ପେପର ସହ ମେଳ ଖାଉଥିବା ବେଳେ ଅନ୍ୟଟି ଡଲ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ମିଳିଥିଲା | ଆମାଜନରେ ଉପଲବ୍ଧ ଥିବା ୱାଲ୍ ପେପର ଏବଂ ଭାଇରାଲ୍ ଭିଡ଼ିଓର ଏକ କିଫ୍ରେମରେ କେବଳ ଶ୍ରୀକୃଷ୍ଣଙ୍କ ଚିତ୍ରରେ ଫରକ ଅଛି | ଆମେ ଭିଡିଓ ବିଶେଷଜ୍ଞ ଅରୁଣ କୁମାରଙ୍କ ସହ କଥା ହୋଇଥିଲୁ। ସେ କୁହନ୍ତି, “ଆପ୍ ମାଧ୍ୟମରେ ଏହିପରି ଭିଡିଓ ପ୍ରସ୍ତୁତ କରାଯାଏ। ଏହି ଆପଗୁଡ଼ିକ ଚିତ୍ରରେ ଗତି ପ୍ରଦାନ କରେ | ଏହିପରି ଅନେକ ଭିଡିଓ ସାମ୍ନାକୁ ଆସିଛି। ” ସେ ୟୁଟ୍ୟୁବ ଚ୍ୟାନେଲ ୱାଣ୍ଡର ୱାର୍ଲ୍ଡ ଭିଡିଓର ଏକ ଲିଙ୍କ ମଧ୍ୟ ପଠାଇଛନ୍ତି। ଏଥିରେ ଚିତ୍ରଗୁଡ଼ିକରେ ହଲଚଲ ଦେଖିବାକୁ ମିଳିପାରିବ | ଏହି ଭିଡିଓକୁ ପୂର୍ବରୁ ମଧ୍ୟ ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଦର୍ଶାଇ ଭାଇରାଲ କରାଯାଇଛି। ବିଶ୍ୱାସ ନ୍ୟୁଜ୍ ର ଅନୁସନ୍ଧାନ ଏଠାରେ ପଢ଼ା ଯାଇପାରିବ | ମିଥ୍ୟା ଦାବି ସହିତ ଭିଡିଓ ସେୟାର କରିଥିବା ଫେସବୁକ୍ ବ୍ୟବହାରକାରୀ ଭାରତ ସିଂ ଝାଲାଙ୍କ ପ୍ରୋଫାଇଲ୍ ଆମେ ସ୍କାନ୍ କରିଛୁ। ସେ ମେ 2011 ଠାରୁ ସେ ଫେସବୁକରେ ସକ୍ରିୟ ଅଛନ୍ତି। ସିଦ୍ଧାନ୍ତ: ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଭାଇରାଲ୍ ଭିଡିଓର ରାମ ମନ୍ଦିର ସହିତ କୌଣସି ସମ୍ପର୍କ ନାହିଁ | ସୋସିଆଲ ମିଡିଆରେ ଭାଇରାଲ ଦାବି ମିଥ୍ୟା ଅଟେ। - Claim Review : ଅଯୋଧ୍ୟାରେ ଥିବା ରାମ ମନ୍ଦିରର କାନ୍ଥରେ 3D ଚିତ୍ର କରାଯାଇଛି - Claimed By : FB ବ୍ୟବହାରକାରୀ- Bharatsinh Jhala - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software