About: http://data.cimple.eu/claim-review/4597069fe64bb2fb02e861b3fe8d8e5966b520f72477f81fbf8f4454     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ବାଣ ଦୋକାନରେ ଅଗ୍ନିକାଣ୍ଡ ଭାଇରାଲ ଭିଡିଓଟି ହାଇଦ୍ରାବାଦର ଭାଇରାଲ ହେଉଥିବା ଅଗ୍ନିକାଣ୍ଡ ଭିଡିଓଟି ଦିଲ୍ଲୀର ସରଦାର ବଜାରର ନୁହେଁ ହାଇଦ୍ରାବାଦର ହନୁମାନ ତେକଡ଼ି ଅଞ୍ଚଳର Claim :ଦିଲ୍ଲୀ ସରଦାର ବଜାରରେ ଥିବା ଏକ ବାଣ ଦୋକାନରେ ଅଗ୍ନିକାଣ୍ଡ Fact :ଭାଇରାଲ ଭିଡିଓଟି ହାଇଦ୍ରାବାଦର ଆଲୋକର ପର୍ବ ଦୀପାବଳି ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍ ଧୁମ୍ଧାମରେ ପାଳନ କରାଯାଇଥାଏ । ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ । ଅନ୍ୟପଟେ ଅସାବଧାନତା ହେତୁ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବାର ଦେଖା ଦେଇଥାଏ । କେଉଁଠି କିଏ ଆହତ ହୋଇଥାଏ ତ କେଉଁଠି ମୃତ୍ୟୁ ଘଟିଥାଏ, ତ କେତେବେଳେ ବାଣ ତିଆରି ଏବଂ ବିକ୍ରି ହେଉଥିବା ସ୍ଥାନରେ ଅଗ୍ନିକାଣ୍ଡ ଘଟି ବହୁ ଆହତ ଏବଂ ମୃତାହତ ହୋଇଥିବା ମଧ୍ୟ ପ୍ରାୟ ପତିବର୍ଷ ଘଟିଥାଏ । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଇଛି । ଭିଡିଓରେ ଏକ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବାର ଦେଖାଯାଇଛି । ଦୋକାନ ରେ ବହୁ ଭିଡ ହୋଇଥିବାରୁ ସହଜରେ କେହି ବାହାରି ପାରୁନଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଉକ୍ରଳ ଭିଡିଓଟି ବହୁମାତ୍ରାରେ ଭାଇରାଲ ହେଉଥିବା ବେଳେ କିଛି ୟୁଟ୍ୟୁବ ୟୁଜର୍ସ ଏହାକୁ ଦିଲ୍ଲୀର ଘଟଣା ଲେଖି ସେୟାର କରିଛନ୍ତି । ୟୁଜର୍ସ ଭିଡିଓକୁ , ଦିଲ୍ଲୀ ସରଦାର ବଜାରରେ ଥିବା ଏକ ବାଣ ଦୋକାନରେ ଅଗ୍ନିକାଣ୍ଡ ଲେଖି ସେୟାର କରିଛନ୍ତି । ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଅଗ୍ନିକାଣ୍ଡ ଘଟିଥିବା ଭାଇରାଲ ଭିଡିଓଟି ଦିଲ୍ଲୀର ନୁହେଁ ବରଂ ହାଇଦ୍ରାବାଦର ହନୁମାନ ତେକଡ଼ି ଅଞ୍ଚଳର । ତଦନ୍ତ କରିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ବିବିସି ହିନ୍ଦୀରେ ପ୍ରସାରିତ ଏକ ଖବର ଦେଖିବାକୁ ପାଇଥିଲୁ । ୨୯ ଅକ୍ଟୋବର ୨୦୨୪ରେ ଉକ୍ତ ଭିଡିଓ କୁ ବିବିସି ହିନ୍ଦୀ, ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରି ଶୀର୍ଷକରେ ଉଲ୍ଲେଖ କରିଛି, Hyderabad Cracker Shop Fire : हैदराबाद में पटाखों की दुकान में आग लगी, एक मिनट में सब कुछ तबाह । ଯାହାର ଓଡ଼ିଆ ଅନୁବାଦ ହେଉଛି, ହାଇଦ୍ରାବାଦ ସ୍ଥିତ ଏକ ବାଣ ଦୋକାନରେ ଅଗ୍ନିକାଣ୍ଡ, କ୍ଷଣିକ ମଧ୍ୟରେ ସବୁ ହୋଇଗଲା ଧୂଳିସାତ । ଉକ୍ତ ଖବରକୁ ବର୍ଣ୍ଣନା କରି ବିବିସି ହିନ୍ଦୀ ଉଲ୍ଲେଖ କରିଛି, एक मिनट में सब कुछ बदल गया... लोग दिवाली के पटाखे खरीद रहे थे, लेकिन पल भर में ऐसे हालात बन गए कि उन्हें अपनी जान बचाकर भागना पड़ा. हैदराबाद में पटाखे की एक दुकान पर ऐसी भीषण आग लगी कि सब कुछ जलकर खाक हो गया. रविवार, 27 अक्टूबर की शाम को पारस फायर शॉप में ग्राहक पटाखे खरीद रहे थे. अचानक दुकान में आग लग गई और सभी ग्राहक एक साथ बाहर निकलने की कोशिश करने लगे. दुकान का प्रवेश द्वार बहुत पतला और छोटा था, ऐसे में वो लोग एकसाथ बाहर नहीं निकल पा रहे थे. वहां भगदड़ जैसे हालात बन गए थे. इसी दौरान पटाखों में लगी आग तेज़ी से विकराल रूप लेती जा रही थी । ଯାହାର ଓଡ଼ିଆ ଅନୁବାଦ ହେଉଛି, ଏକ ମିନିଟରେ ସବୁକିଛି ବଦଳିଗଲା ... ଲୋକମାନେ ଦୀପାବଳି ପାଇଁ ବାଣ କିଣୁଥିଲେ, କିନ୍ତୁ କିଛି କ୍ଷଣ ମଧ୍ୟରେ ପରିସ୍ଥିତି ଏପରି ହୋଇଗଲା ଯେ ସେମାନଙ୍କ ଜୀବନ ବଞ୍ଚାଇବାକୁ ପଳାଇବାକୁ ପଡିଲା । ହାଇଦ୍ରାବାଦର ଏକ ବାଣ ଦୋକାନରେ ଏତେ ବଡ଼ ନିଆଁ ଲାଗିଯାଇଥିଲା ଯେ କ୍ଷଣିକ ଭିତରେ ସବୁକିଛି ପାଉଁଶ ହୋଇଯାଇଥିଲା । ୨୭ ଅକ୍ଟୋବର, ରବିବାର ସନ୍ଧ୍ୟାରେ ଗ୍ରାହକମାନେ ପାରସ ବାଣ ଦୋକାନରେ ବାଣ କିଣୁଥିବାବେଳେ ହଠାତ୍ ଦୋକାନରେ ନିଆଁ ଲାଗିଗଲା । ସମସ୍ତ ଗ୍ରାହକ ଏକାଠି ବାହାରକୁ ଯିବାକୁ ଚେଷ୍ଟା କରିଥିଲେହେ ଦୋକାନର ପ୍ରବେଶ ଦ୍ୱାର ବହୁତ ପତଳା ଥିବାରୁ ଏବଂ ସେମାନେ ଏକାଠି ବାହାରକୁ ଯାଇପାରିଲେ ନାହିଁ । ଏହି ସମୟରେ ବାଣରେ ନିଆଁ ଲାଗିବାରୁ ଏହା ଭୟଙ୍କର ରୁପ ନେଇଥିଲା । ଉକ୍ତ ଭିଡିଓ କୁ India Today ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରି ଉଲ୍ଲେଖ କରିଛି, ହାଇଦ୍ରାବାଦ ସ୍ଥିତ ବାଣ ଦୋକାନରେ ଅଗ୍ନିକାଣ୍ଡ । ABP Majha ଭିଡିଓ ସେୟାର କରି ଉଲ୍ଲେଖ କରିଛି, ହାଇଦ୍ରାବାଦ ବାଣ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ । ସେହିପରି News9 Live, ୨୮ ଅକ୍ଟୋବର ୨୦୨୪ ରେ ଏକ ଭିଡିଓ ଅପଲୋଡ଼ କରି ଉଲ୍ଲେଖ କରିଛି, ହାଇଦ୍ରାବାଦ ସ୍ଥିତ ସୁଲତାନ ବଜାରରେ ଭୟାବହ ଅଗ୍ନିକାଣ୍ଡ । ଭିଡିଓ ର ୦.୩୦ ସେକେଣ୍ଡ ଟାଇମଷ୍ଟାମ୍ପରେ ଉକ୍ତ ଅଞ୍ଚଳର ଏସିପି, କେ. ସଙ୍କର ଉକ୍ତ ଘଟଣା କୁ ନେଇ କିଛି ସୂଚନା ଦେଉଥିବାର ଦେଖା ଦେଇଛି । ସୂଚନା ଦେଇ ଏସିପି କହିଛନ୍ତି, ରାତି ପ୍ରାୟ ୯.୩୦ରେ ପାରସ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଅଞ୍ଚଳର ସମସ୍ତ ବାଣ ଦୋକାନୀଙ୍କ ସହ ଡିସିପିଙ୍କ ସହ ଆଲୋଚନା ହୋଇଥିଲା । ଦୋକାନ ଏକ ଖୋଲାସ୍ଥାନରେ ଖୋଲିବା, ଅଗ୍ନୀନିରାପତ୍ତା ବ୍ୟବସ୍ଥା କରିବା ସହ ପାଣି ଏବଂ ବାଲି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ। ହେଲେ ବିନା ଅନୁମତିରେ ଏହି ବାଣ ଦୋକାନ ଏଠାରେ ଚାଲିଥିଲା, ତେଣୁ ଏହା ଏବେ ତଦନ୍ତ ପରିସର ଭୁକ୍ତ । ତେଣୁ ଏହା ପ୍ରମାଣିତ ହେଲାଯେ ଉକ୍ତ ଅଘଟଣଟି ଦିଲ୍ଲୀର ନୁହେଁ ବରଂ ହାଇଦ୍ରାବାଦର । ଅଧିକ ତଦନ୍ତ କରିବାକୁ ଯାଇ, ଉକ୍ତ କିୱାର୍ଡ ଗୁଡିକୁ ବ୍ୟବହାର କରି ଅନୁସନ୍ଧାନ କରିବାରୁ, Zee News ରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ଖବର ପ୍ରସାରଣ କରି Zee News ଶୀର୍ଷକରେ ଉଲ୍ଲେଖ କରିଛି, ଦୀପାବଳି ପୂର୍ବରୁ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ । ଉକ୍ତ ଖବରରେ ଏହା ମଧ୍ୟ ଉଲ୍ଲେଖ ରହିଛି, ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ସହରର ଆବିଦ ନଗର ଅଞ୍ଚଳରେ ଥିବା ଗୋଟିଏ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳା ଆହତ ହୋଇଥିବା ବେଳେ ୮ଟି କାର ଜଳିଯାଇଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲାଯେ, ବାଣ ଦୋକାନର ନିଆଁ ନିକଟରେ ଥିବା ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ୩ଟି ଗାଡି ଦ୍ୱାରା ନିଆକୁ ଆୟତ୍ତ କରିଥିଲେ କିନ୍ତୁ ଜାଗାଟି ଅତି ସଂକୀର୍ଣ୍ଣ ଥିବାରୁ ସେମାନଙ୍କୁ ନିଆଁକୁ ଆୟତ୍ତ କରିବା ପାଇ ନାକେଦମ ହେବାକୁ ପଡିଥିଲା। ଏହି ଅଗ୍ନିକାଣ୍ଡରେ ଜଣେ ମହିଳା ଆହତ ହୋଇଥିବା ବେଳେ ୮ଟି କାର ପୋଡ଼ିଯାଇ ସମ୍ପୂର୍ଣ ନଷ୍ଟ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ କରୁଛି । ସେହିପରି ୨୯ ଅକ୍ଟୋବରରେ The New Indian Express ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ହାଇଦ୍ରାବାଦ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟଣା । ବିନା ଅନୁମତିରେ ବାଣ ବିକ୍ରି କରୁଥିବାରୁ ଦୋକାନ ମାଲିକଙ୍କ ବିରୋଧରେ ମାମଲା ରୁଜୁ । ଅନ୍ୟପଟେ ପାରସ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟି ୩୫ ଜଣଙ୍କ ମୃତ୍ୟୁ ଖବର ଭାଇରାଲ ହେଉଥିବା ବେଳେ ଉକ୍ତ ଖବରକୁ ତଦନ୍ତ କରି ଏହା ଭୁଲ୍ ବୋଲି ପ୍ରମାଣିତ କରିଛି Telugupost । ଉକ୍ତ ଅଘଟଣରେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇନଥିବା ଅନୁସନ୍ଧାନ କରି ଖବର ପ୍ରସାରଣ କରିଛି Telugupost । ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଭାଇରାଲ ହେଉଥିବା ଅଗ୍ନିକାଣ୍ଡ ଭିଡିଓଟି ଦିଲ୍ଲୀର ସରଦାର ବଜାରର ନୁହେଁ ହାଇଦ୍ରାବାଦର ହନୁମାନ ତେକଡ଼ି ଅଞ୍ଚଳର ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software