About: http://data.cimple.eu/claim-review/4fce52f9a4c75d7422b8e972fc201469209d6abf052081222e641fec     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check : ହରିୟାଣା ନିର୍ବାଚନ ସହ ଭାଇରାଲ ଫଟୋର ନାହିଁ କୌଣସି ସମ୍ପର୍କ ହରିୟାଣା ନିର୍ବାଚନ ସହ ଭାଇରାଲ ଫଟୋର ନାହିଁ କୌଣସି ସମ୍ପର୍କ Claim :ହରିୟାଣା ବିଜେପି ନେତାଙ୍କ ସହ ଷ୍ଟାର ପ୍ରଚାରକ ତାଲିକାରେ ବାବା ଗୁରମିତ୍ ରାମ୍ ରହିମ Fact :ଫଟୋଟି ହେଉଛି ବହୁ ପୁରୁଣା ଫେଲ୍ ମାରିଚି ଏକଜିଟ ପୋଲ୍, ସମସ୍ତଙ୍କୁ ଚକିତ କରିଦେଇଛି ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ । କାରଣ ଏଠାରେ କଂଗ୍ରେସ ଜିତିବ ବୋଲି ବୁଥ୍ବାହୁଡ଼ା ମତଠାରୁ ଆରମ୍ଭ କରି ସମସ୍ତ ରାଜନୈତିକ ବିଶ୍ଳେଷକ ପୂର୍ବାନୁମାନ କରିଥିବା ବେଳେ ବିଜୟର ମୁକୁଟ ପିନ୍ଧିଚି ବିଜେପି । ୧୦ ବର୍ଷ ଧରି ଶାସନ କରି ଆସୁଥିବା ବିଜେପି ସରକାର ବିରୋଧୀ ଅସନ୍ତୋଷ ସତ୍ତ୍ୱେ ୯୦ ସଦସ୍ୟ ବିଶିଷ୍ଟ ଗୃହରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ୧୯୬୬ରେ ପଞ୍ଜାବରୁ ଅଲଗା ହୋଇଥିବା ହରିୟାଣାରେ କୌଣସି ଦଳ ହ୍ୟାଟ୍ରିକ୍ କରି ନ ଥିବାରୁ ଏହା ବିଜେପିର ଏକ ଐତିହାସିକ ବିଜୟ ବୋଲି କୁହାଯାଉଛି। ବିଜେପି କେବଳ ନିଜର ଆସନ ସଂଖ୍ୟା ୪୦ରୁ ୪୮କୁ ବୃଦ୍ଧି କରିନାହିଁ ବରଂ ୨୦୧୯ରେ ଏହାର ଭୋଟ ପ୍ରତିଶତ ୩୬%ରୁ ୨୦୨୪ରେ ପ୍ରାୟ ୪୦%କୁ ବୃଦ୍ଧି ପାଇଛି। । ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ବାବା ଗୁରମିତ୍ ରାମ୍ ରହିମ ଏବଂ ହରିୟାଣା ବିଜେପିର ବରିଷ୍ଠ ନେତା ମନୋହର ଲାଲ୍ ଖଟ୍ଟର ଏକ ଷ୍ଟେଜ ଉପରେ ଏକାଠି ବସିଥିବାର ଦେଖାଯାଇଛି । ଫଟୋଟିକୁ ୟୁଜର୍ସ ଚଳିତ ନିର୍ବାଚନ ସହ ଯୋଡିଥିବାର ଦେଖାଦେଇଛି । ଉକ୍ତ ଫଟୋଟିକୁ ନିଜ ସୋସିଆଲ ମିଡିଆରେ ସେୟାର କରି ଜଣେ ୟୁଜର୍ସ ଉଲ୍ଲେଖ କରିଛନ୍ତି, ବିଜେପି ଦଳର ଷ୍ଟାର ପ୍ରଚାରକ ହେଉଛନ୍ତି ବାବା ରାମରହିମ I ସେହିଭଳି ଆଉଜଣେ ୟୁଜର୍ସ ଲେଖିଛନ୍ତି, Every thing possible if we have BJ party friends ଓଡ଼ିଆରେ ଏହାର ଅର୍ଥ, ସବୁକିଛି ସମ୍ଭବ ଯଦି ଆମେ ବିଜେପି ପାର୍ଟିର ବନ୍ଧୁ ହୋଇଥିବ ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ଫଟୋଟି ବର୍ତ୍ତମାନର ନୁହେଁ । ୨୦୧୭ରେ ଅନୁଷ୍ଠିତ ହୋଇଥିବା ସ୍ୱଚ୍ଛତା ମିଶନ୍ ର । ବାବା ରାମ୍ ରହିମଙ୍କୁ ବିଜେପି ଷ୍ଟାର ପ୍ରଚାରକ ବୋଲି ଦାବି ହେଉଥିବାରୁ । ଆମେ ଏନେଇ ଅନୁସନ୍ଧାନ କରିଥିଲୁ, ୪୦ ଜଣିଆ ତାଲିକାରେ ରାମ୍ ରହିମଙ୍କ ନାମ ନଥିବା ଦେଖିବାକୁ ପାଇଥିଲୁ । ଗୁଗୁଲ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ Punjab Keshri TV ର YouTube ଚ୍ୟାନେଲରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା । ଭିଡିଓର ଶୀର୍ଷକ ରହିଛି, करनाल में डेरा प्रमुख का महासफाई अभियान, सीएम खट्टर ने भी लगाया झाडू । ଯାହାର ଓଡ଼ିଆ ଅନୁବାଦ ହେଉଛି, କର୍ଣ୍ଣାଲ ଡେରାରେ ମୁଖ୍ୟଙ୍କ ମେଗା ସଫେଇ ଅଭିଯାନ, ସିଏମ୍ ଖଟ୍ଟର ମଧ୍ୟ କରିଥିଲେ ସଫେଇ । ଉକ୍ତ ଭିଡିଓ ଟି ୬ ମଇ ୨୦୧୭ ରେ ଅପଲୋଡ଼ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୬୨ ଭିୟୁ ମିଳିଛି । ଭିଡିଓଟିକୁ ଦେଖିବାରୁ ଭିଡିଓର ୦୬.୦୦ ଟାଇମଷ୍ଟାମ୍ପରେ ଭାଇରାଲ ହେଉଥିବା ଫଟୋର ଅଂଶ ଦେଖିବାକୁ ମିଳିଛି । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଭାଇରାଲ ହେଉଥିବା ଫଟୋଟି ବିଗତ ଦିନରେ ହୋଇଥିବା ହରିୟାଣା ନିର୍ବାଚନ ପୂର୍ବର ଫଟୋ । ଯାହାକି ଅନ୍ୟୁନ୍ୟ ୨୦୧୭ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ସେହିପରି ଉକ୍ତ କିୱାର୍ଡ ଗୁଡିକ ଅନୁସନ୍ଧାନ କରିବାରୁ, Sachishiksha ନାମକ ଏକ ଡିଜିଟାଲ ମିଡିଆ ୭ଜୁନ୍୨୦୧୭ରେ ପ୍ରକାଶିତ ଏକ ପ୍ରବନ୍ଧ ହସ୍ତଗତ ହୋଇଥିଲା । Sachishiksha ପ୍ରକାଶିତ ପ୍ରବନ୍ଧରେ ହରିୟାଣାର ବରିଷ୍ଠ ବିଜେପି ନେତା ଶ୍ରୀ ମନୋହରଲାଲ ଖଟର ଏବଂ ବାବା ରାମ୍ ରହିମ ଝାଡୁ ମରୁଥିବାର ଏକ ଫଟୋ ପ୍ରକାଶ କରି ଉଲ୍ଲେଖ କରିଛି, With this cause of serving the society, the Revered Saint Dr. Gurmeet Ram Rahim Singh Ji Insan has taken a pledge to clean the earth. With the welfare oriented objective of Rev. Saint Dr. MSG, Shah Satnam Green 'S' Welfare Force Wing is running "Cleanse the Planet Earth, To Remove Disease & Curse" (Swachch Bharat Mission). ଯାହାର ଓଡ଼ିଆ ଅନୁବାଦ ହେଉଛି, ସମାଜକୁ ସେବା ପ୍ରଦାନ ଉଦେଶ୍ୟରେ ସନ୍ଥଗୁରୁ ଡ଼ଃ ଗୁରମିତ ରାମ୍ ରହିମ ସିଂ ପୃଥିବୀକୁ ସ୍ୱଚ୍ଛ ରଖିବାକୁ ପ୍ରତିଶ୍ରୁତି ନେଇଛନ୍ତି । ଏନେଇ 'Cleanse the Planet Earth' ମିଶନ ସହ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି । ସେହିପରି Derasachasauda ଯାହାକି ରାମ୍ ରହିମଙ୍କ ଅନୁଷ୍ଠାନ ଉକ୍ତ ଫଟୋ ଗୁଡିକ ସେୟାର କରି ଶୀର୍ଷକରେ ଉଲ୍ଲେଖ କରିଛି, Glimpses of 31st Mega Cleanliness Drive held in Karnal, Haryana on 6th May 2017. ଯାହାର ଓଡ଼ିଆ ଅନୁବାଦ ହେଉଛି, ୬ ମଇ ୨୦୧୭ରେ କରନଲ, ହରିୟାଣାରେ ଅନୁଷ୍ଠିତ ହୋଇଥିବା ମେଗା ସ୍ୱଚ୍ଛ କାର୍ଯ୍ୟକ୍ରମର କିଛିଟା ଦୃଶ୍ୟ । ୬ମଇ ୨୦୧୭ରେ ଏକ ଖବର ପ୍ରକାଶ କରି Hindustantimes ଉଲ୍ଲେଖ କରିଛି, Two days after the Swachh Survekshan declared Haryana chief minister Manohar Lal Khattar’s constituency of Karnal the cleanest city in the state, Sirsa dera head Gurmeet Ram Rahim Singh on Saturday launched a special cleanliness drive in the city. ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ, ସ୍ୱଚ୍ଛ ସର୍ବେକ୍ଷଣ ସର୍ଭେରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନିର୍ବାଚନ ମଣ୍ଡଳୀ କରନଲକୁ ରାଜ୍ୟର ସବୁଠାରୁ ପରିଷ୍କାର ସହର ବୋଲି ଘୋଷଣା କରିବାର ଦୁଇଦିନ ପରେ ସିର୍ସା ଡେରା ମୁଖ୍ୟ ଗୁରୁମିତ ରାମ ରହୀମ ସିଂ ସହରରେ ଏକ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି । ତେଣୁ ଆମ ଅନୁସନ୍ଧାନ ଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଭାଇରାଲ ହେଉଥିବା ଫଟୋଟି ୨୦୧୭ ମସିହାରେ ଅନୁଷ୍ଠିତ ହୋଇଥିବା ସ୍ୱଚ୍ଛତା ଅଭିଯାନର । ଉକ୍ତ ଫଟୋଟି ସହ ହରିୟାଣା ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software