About: http://data.cimple.eu/claim-review/68ba8c0cb249a3f8dc586d6de890de4392be147a0260768e4e87a113     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ସୋସିଆଲ ମିଡିଆ ରେ ଗୁଜବ " ଓପିଅମ ପକ୍ଷୀ ନେଉଛି ଜୀବନ " Claim :ଭାଇରାଲ ହେଉଛି ଭିଡିଓ , ଚକ୍ଷୁ ବନ୍ଧନ କରିବା ସହ ଜୀବନ ନେଉଛି ଓପିଅମ ପକ୍ଷୀ Fact :ଜଣେ ଭିଏଫଏକ୍ସ ଚିତ୍ରକାର ଙ୍କ ଦ୍ଵାରା ନିର୍ମିତ ହୋଇଛି ଏହି ଓପିଅମ ପକ୍ଷୀ ସଦୃଶ୍ୟ ପୋଷାକ ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଜଣେ ଭିଏଫଏକ୍ସ ଚିତ୍ରକାର ଙ୍କ ଦ୍ଵାରା ନିର୍ମିତ ହୋଇଛି ଏହି ଓପିଅମ ପକ୍ଷୀ ସଦୃଶ୍ୟ ପୋଷାକ ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ମାନବ ସଦୃଶ ଏକ ପକ୍ଷୀର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲମ୍ବ ଡେଣା ସାଙ୍ଗକୁ, ୨୦ ଫୁଟ ଉଚ୍ଚ ଏକ ମାନବ ସଦୃଶ ବୋଲି ସୂଚନା ଦିଆଯାଇଛି । ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିବା ବ୍ୟକ୍ତି ସୂଚନା ଦେଇଛନ୍ତି କି ପକ୍ଷୀ ଟି ଚକ୍ଷୁ ବନ୍ଧନ କରିବା ସହ ମଣିଷ ଜୀବନ ମଧ୍ୟ ନେଇପାରେ । ଭିଡିଓ ରେ ପକ୍ଷୀ ଟି ଏକ ବରଫାଞ୍ଚଳରେ ଘୁରି ବୁଲୁଥିବା ବେଳେ ଭିଡିଓ ସେୟାର କରିଥିବା ବ୍ୟକ୍ତି ଲେଖିଛନ୍ତି "ଆପଣ ଜାଣନ୍ତିକି ଏହା ହେଉଛି ଓପିଅମ ପକ୍ଷୀ ଯାହାର ପାଖକୁ ଗଲେ କ୍ଷଣିକ ମଧ୍ୟରେ ଆପଣଙ୍କ ଜୀବନ ନେଇ ପାରେ " । ସତ୍ୟାସତ୍ୟ : ଭିଡିଓ ଟିରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଓପିଅମ ପକ୍ଷୀ ବିଷୟରେ ସର୍ଚ୍ଚ କରିବାରୁ ଏନେଇ କୌଣସି ବିଜ୍ଞାନିକ ତଥ୍ୟ ମିଳିଲା ନାହିଁ । ସୂଚନା ଅନୁଯାୟୀ ଏଭଳି ପକ୍ଷୀ ଥିବାର କୌଣସି ସଠିକ ପ୍ରମାଣ ମଧ୍ୟ ମିଳିନାହିଁ । ଯେତେବେଳେ ଏହି ଭିଡିଓ କୁ ନେଇ ଅନୁସନ୍ଧାନ କରାଯାଏ, official_spiritwalker ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ତାଙ୍କ ପ୍ରୋଫାଇଲ ରେ ଏହି ପକ୍ଷୀ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି " ଜୀବନ କୁ ଆସିଲା ଓପିଅମ ପକ୍ଷୀ" । ଏହି ଭିଡିଓ ଟି ୧ ନଭେମ୍ବର ୨୦୨୩ ରେ ସିଏ ନିଜେ ତାଙ୍କ ଆକାଉଣ୍ଟ ରେ ସେୟାର କରିଛନ୍ତି । ୟୁଜର୍ସ ଜଣଙ୍କ ବ୍ରାଣ୍ଡନ ଜହନସନ ପୋଷାକ ନିର୍ମାତା, ଏବଂ ଜଣେ ଅଡିଓ ଇଞ୍ଜିନିୟର ଏବଂ ଜଣେ ବ୍ୟବସାୟୀ ବୋଲି ନିଜ ଆକାଉଣ୍ଟ ରେ ନିଜର ପରିଚୟ ପ୍ରଦାନ କରିଛନ୍ତି । ନିଜ ଆକାଉଣ୍ଟ ରେ ସିଏ ଆଉ ଗୋଟିଏ ଭିଡିଓ ଅପଲୋଡ଼ କରିଛନ୍ତି, ଯେଉଁଥିରେ ସିଏ ଓପିଅମ ପକ୍ଷୀ ନାମିତ ପକ୍ଷୀର ପୋଷାକ ନିର୍ମାଣ କରୁଛନ୍ତି । ଯାହାକି ଘରେ ତିଆରି କରାଯାଇଥିବା ବେଳେ ୭.୫ଫୁଟ ଉଚ୍ଚତା ର ବୋଲି ଦର୍ଶାଯାଇଛି । ସିଏ ନିଜର ଇନ୍ସଟାଗ୍ରାମ ଏବଂ ୟୁଟ୍ୟୁବ ପ୍ରୋଫାଇଲ ରେ ଦର୍ଶାଇଛନ୍ତି ଯେ ସିଏ ଜଣେ ହେଉଛନ୍ତି ଓପିଅମ ନିର୍ମାତା । ଏଆଇ ଏବଂ ସିଜିଆଇ ର ବ୍ୟବହାର କରି ସିଏ ଏହି ପକ୍ଷୀ ରଚନା କରିଛନ୍ତି । ୨୦୦୭ ମସିହାରୁ ଏହି ପକ୍ଷୀ ରଚନା ନେଇ ବହୁ ହାସ୍ୟସ୍ପଦ ଭିଡିଓ ନିଜ ଆକାଉଣ୍ଟ ରେ ଅପଲୋଡ଼ ମଧ୍ୟ କରିଛନ୍ତି । ତାଙ୍କର ୟୁଟ୍ୟୁବ ଆକାଉଣ୍ଟ ରେ ମଧ୍ୟ ସିଏ ଜଣେ ପୋଷାକ ନିର୍ମାତା ବୋଲି ଦର୍ଶାଇଛନ୍ତି । ଏହାକୁ ନେଇ ଅଧିକ ଅନୁସନ୍ଧାନ ରୁ ଜଣାଯାଏ ଯେ ଜଣେ ଟିକଟକ ୟୁଜର୍ସ ଡ୍ରେଭଏଫଏକ୍ସ ନିଜ ଆକାଉଣ୍ଟ ରେ ଏହି ପକ୍ଷୀ ଭିଡିଓ ସେୟାର କରିଛନ୍ତି ଯାହାକି ସର୍ବ ପୁରାତନ । ଥାର୍ଡଆଇଫ୍ୟାକ୍ଟ ରେ ପ୍ରସାରିତ ଆର୍ଟିକିଲ ଅନୁଯାୟୀ , ଭିଏଫଏକ୍ସ ଆର୍ଟିଷ୍ଟ ଜଣଙ୍କ #aiart #deepfake ହାସଟ୍ୟାଗ ସହ ଏଭଳି ଭିଡିଓ କିଛି "ଟିକଟକ" ରେ ଅପଲୋଡ଼ କରିଥିଲେ ଯାହାକୁ ବ୍ୟାନ କରିଦିଆଯାଇଛି । ମିଡିଆ ଡଟ୍ କମ୍ ରେ ପ୍ରସାରିତ ସୂଚନା ଅନୁଯାୟୀ ଏହା ସମ୍ପୂର୍ଣ୍ଣ ଏଆଇ ଜେନେରେଟେଡ଼, ତେଣୁ ଏହି ପକ୍ଷୀ ର କୌଣସି ଅସ୍ତିତ୍ବ ନାହିଁ । ଏହା ଚକ୍ଷୁବନ୍ଧନ କରିପାରେ ନାହିଁ କୌଣସି ମଣିଷକୁ ମାରିପାରେ ନାହିଁ । ଉପରୋକ୍ତ ଅନୁସନ୍ଧାନ ଏବଂ ବିଭିନ୍ନ ମିଡିଆରେ ପ୍ରସାରିତ ଖବର ରୁ ଜଣାଯାଏ ଯେ ଏହା ସମ୍ପୂର୍ଣ୍ଣ ଗୁଜବ ଏଭଳି କୌଣସି ପକ୍ଷୀ ଥିବାର କୌଣସି ପ୍ରମାଣ ହିଁ ନାହିଁ ।
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software