About: http://data.cimple.eu/claim-review/75f26663b6cb7769b9c7bf5bafee32677324b53839b84c3a633020f6     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଉକ୍ତ ଭିନ୍ନକ୍ଷମ ଝିଅଟିଏ ନିଜ ପାଦରେ ତାଙ୍କୁ ତିଳକ ଲଗାଇ ଆଳତୀ କରିଥିଲା ଭିନ୍ନକ୍ଷମ ଝିଅଟି ନିଜ ପାଦରେ ଦେବେନ୍ଦ୍ର ଫଡନାଭିସ୍ ଙ୍କୁ ନିଜ ପାଦରେ ତିଳକ ଲଗାଇ ଆଳତୀ କରୁଥିବା ଭିଡିଓଟି ବହୁ ପୁରୁଣା । ସେସମୟରେ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଥିଲେ । Claim :ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ଭିନ୍ନକ୍ଷମ ଝିଅଟିଏ ନିଜ ପାଦରେ ତାଙ୍କୁ ତିଳକ ଲଗାଇ ଆଳତୀ କରୁଚି Fact :ଭିଡିଓଟି ବହୁ ପୁରୁଣା, ସେସମୟରେ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଥିଲେ ମେରା ପାନି ଉତରତା ଦେଖ୍, ମେରେ କିନାରେ ପର୍ ଘର୍ ମତ ବସା ଲେନା । ମେଁ ସମନ୍ଦର ହୁଁ, ଲୌଟକର ବାପସ୍ ଆଉଁଙ୍ଗା । ନିଜ ରାଜନୈତିକ ଭବିଷ୍ୟତକୁ ନେଇ ବୋଧହୁଏ ଖୁବ କମ୍ ରାଜନେତା ଏମିତି କିଛି କଥା କହିଥାନ୍ତି । ନା କେବଳ କହିଥାନ୍ତି ତାହାକୁ ସତ ବୋଲି ପ୍ରମାଣିତ ମଧ୍ୟ କରିଥାଆନ୍ତି । ୨୦୧୯ରେ ଦେଇଥିବା ଏହି କଥାକୁ ସତ ବୋଲି ପ୍ରମାଣିତ କରିଛନ୍ତି ଦେବେନ୍ଦ୍ର ଫଡନାଭିସ୍ ଏବଂ ପୁଣି ସମୁଦ୍ର ହୋଇ ଫେରିଛନ୍ତି । ମହାରାଷ୍ଟ୍ର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଦେବେନ୍ଦ୍ର ଫଡନାଭିସ୍, ଯିଏ ମେୟରରୁ ମୁଖ୍ୟମନ୍ତ୍ରୀ ଆସନ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ୨୦୨୪ର ମହାରାଷ୍ଟ୍ର ବିଧାନସଭା ଫଳାଫଳରେ ବିଜେପି ବାଜିମାତ ମାରିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍ । ଆଉ ମହାରାଷ୍ଟ୍ରରେ ଆରମ୍ଭ ହେଇଛି ଫଡନାଭିସ୍ ସରକାର । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ଭିନ୍ନକ୍ଷମ ଝିଅଟିଏ ନିଜ ପାଦରେ ଦେବେନ୍ଦ୍ର ଫଡନାଭିସ୍ ଙ୍କୁ ତିଳକ ଲଗାଇ ଆଳତୀ କରୁଥିବାର ଦେଖାଯାଇଛି । ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଭିଡିଓକୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ଫଡନାଭିସ୍ ଙ୍କୁ ଭିନ୍ନକ୍ଷମ ଝିଅଟି ତିଳକ ଲଗାଇ ଆଳତି କରୁଛି ବୋଲି ସେୟାର କରିଛନ୍ତି । ୟୁଜର୍ସ ଉକ୍ତ ଭିଡିଓ କୁ ସେୟାର କରି ଲେଖିଛନ୍ତି, A physically challenged girl performed aarti for Devendra Fadnavis, saying it was when he became Chief Minister of Maharashtra. ଯାହାର ଓଡ଼ିଆ ଅନୁବାଦ ହେଉଛି, ଜଣେ ଭିନ୍ନକ୍ଷମ ଝିଅଟିଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଦେବେନ୍ଦ୍ର ଫଡନାଭିସ୍ ଙ୍କୁ ତିଳକ ଲଗାଇ ଆଳତୀ କରୁଛି। ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଭିନ୍ନକ୍ଷମ ଝିଅଟି ନିଜ ପାଦରେ ଦେବେନ୍ଦ୍ର ଫଡନାଭିସ୍ ଙ୍କୁ ନିଜ ପାଦରେ ତିଳକ ଲଗାଇ ଆଳତୀ କରୁଥିବା ଭିଡିଓଟି ବହୁ ପୁରୁଣା । ସେସମୟରେ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଥିଲେ । ତଦନ୍ତ କରିବାକୁ ଯାଇ, ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ, ଏନଡିଟିଭିର ୱେବସାଇଟରେ ଉକ୍ତ ଫଟୋଟି ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଥିଲା । ୨୭ ଜୁନ୍ ୨୦୨୩ରେ ଉକ୍ତ ଫଟୋକୁ ପ୍ରସାରିତ କରି ଏନଡିଟିଭି ଉଲ୍ଲେଖ କରିଛି, अभी हाल ही में महाराष्ट्र के डिप्टी सीएम देवेंद्र फडणवीस ने अपने सोशल मीडिया पर एक वीडियो पोस्ट किया है, जिसमें वह एक बच्ची से टीका लगवाते हुए दिख रहे हैं. देखा जाए तो यह कोई बड़ी बात नहीं है, मगर जो वीडियो वायरल हो रहा है, उसमें देखा जा सकता है कि एक दिव्यांग बच्ची अपने पैर की मदद से डिप्टी सीएम को तिलक लगा रही है साथ ही साथ आरती भी उतार रही है. इस वीडियो को शेयर करते हुए उन्होंने लिखा है- बहुत सी माताओं और बहनों ने मेरी ओर हाथ हिलाया । ଯାହାର ଓଡ଼ିଆ ଅନୁବାଦ ହେଉଛି, ନିକଟରେ ମହାରାଷ୍ଟ୍ରର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଜଣେ ଝିଅ ତାଙ୍କୁ ତିଳକ ଲଗାଉଛି । ଯଦି ଦେଖାଯାଏ, ଏହା ଏକ ବଡ କଥା ନୁହେଁ, କିନ୍ତୁ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଭିନ୍ନକ୍ଷମ ଝିଅ ନିଜ ଗୋଡ ସାହାଯ୍ୟରେ ଡେପୁଟି ସିଏମ୍ ଙ୍କୁ ତିଲକ ଲଗାଇ ଆଳତି କରୁଛି। ଏହି ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି - ଅନେକ ମା ଏବଂ ଭଉଣୀ ମୋ ଆଡକୁ ହାତ ବଢାଇଛନ୍ତି । ସେହିପରି ବିଭିନ୍ନ ଗଣମାଧ୍ୟମ ନିଜ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓକୁ ସେୟାର କରିଥିବା ଦେଖା ଯାଇଛି । ଉପରୋକ୍ତ ଭିଡିଓ ଗୁଡିକ ସବୁ ୨୦୨୩ରେ ଅପଲୋଡ ହୋଇଥିବା ବେଳେ । ସମସ୍ତ ଭିଡିଓ ରେ ଦେବେନ୍ଦ୍ର ଫଡନାଭିସ୍ ଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧନ କରାଯାଇଛି । ଅନ୍ୟପଟେ ଖୋଦ ଦେବେନ୍ଦ୍ର ଫଡନାଭିସ୍ ଉକ୍ତ ଭିଡିଓ କୁ ନିଜ ସୋସିଆଲ ମିଡିଆରେ ୨୭ ଜୁନ୍ ୨୦୨୩ ରେ ସେୟାର କରିଛନ୍ତି । ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୬୨ ହଜାର ଭିୟୁ ମିଳିଥିବା ବେଳେ ୧୨ ହଜାର ୪ ସହ ଲାଇକ ମିଳିଛି। ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଭିନ୍ନକ୍ଷମ ଝିଅଟି ନିଜ ପାଦରେ ଦେବେନ୍ଦ୍ର ଫଡନାଭିସ୍ ଙ୍କୁ ନିଜ ପାଦରେ ତିଳକ ଲଗାଇ ଆଳତୀ କରୁଥିବା ଭିଡିଓଟି ବହୁ ପୁରୁଣା । ସେସମୟରେ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଥିଲେ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software