Facets (new session)
Description
Metadata
Settings
owl:sameAs
Inference Rule:
asEquivalent
b3s
b3sifp
facets
http://www.w3.org/2002/07/owl#
ldp
oplweb
skos-trans
virtrdf-label
virtrdf-url
None
About:
http://data.cimple.eu/claim-review/795f1f79ab69b70e43be395d59a9a8acc8afd1261c5b3381fcd3171d
Goto
Sponge
NotDistinct
Permalink
An Entity of Type :
schema:ClaimReview
, within Data Space :
data.cimple.eu
associated with source
document(s)
Type:
schema:ClaimReview
New Facet based on Instances of this Class
Attributes
Values
rdf:type
schema:ClaimReview
http://data.cimple...lizedReviewRating
not credible
schema:url
http://www.telugupost.com/odia-factcheck/video-showing-donation-box-overflowing-with-funds-is-not-from-ayodhya-it-is-from-sanwaliya-seth-temple-in-rajasthan-1518337/
schema:text
ଭକ୍ତଙ୍କ ଦାନରେ ଭରପୁର ହୋଇ ଉଛୁଳି ପଡୁଛି ଦାନ ହୁଣ୍ଡି, ଅଯୋଧ୍ୟା ସ୍ଥିତ ରାମମନ୍ଦିର ର ହୁଣ୍ଡି ନୁହେଁ ବରଂ ରାଜସ୍ଥାନ ରେ ପୂଜା ପାଉଥିବା ସାନୱଲିଆ ସେଠ୍ ମନ୍ଦିରର ଭାରତୀୟ ସରକାରଙ୍କ ଦ୍ଵାରା ସ୍ଥାପିତ ହୋଇଛି " ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ " । Claim :ପ୍ରଥମ ଦିନରେ ହିଁ ଭକ୍ତ ଦାନରେ ଭରପୁର ହୋଇ ଉଠିଛି ଅଯୋଧ୍ୟା ଶ୍ରୀରାମ ମନ୍ଦିରର ହୁଣ୍ଡି Fact :ଭିଡିଓ ଅଯୋଧ୍ୟାର ନୁହେଁ ବରଂ ରାଜସ୍ଥାନ ରେ ପୂଜା ପାଉଥିବା ସାନୱଲିଆ ସେଠ୍ ମନ୍ଦିରର ଭାରତୀୟ ସରକାରଙ୍କ ଦ୍ଵାରା ସ୍ଥାପିତ ହୋଇଛି " ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ " । ରାମ ମନ୍ଦିର ନିର୍ମାଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ରେ ଭକ୍ତ ଏହି ଟ୍ରଷ୍ଟ ରେ ଦାନ କରିଥିବା ଦାନରାଶରୁ ହିଁ ଖର୍ଚ୍ଚ ହୋଇଥାଏ । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଭାରତ ଏବଂ ଭାରତ ବାହାରୁ ଭକ୍ତଙ୍କ ଦାନର ସୁଅ ଛୁଟିଥିଲା । ଦାନ ସ୍ୱରୂପ କେବଳ ମୁଦ୍ରା ନୁହେଁ ଭଗବାନ ଙ୍କୁ ଅର୍ପଣ ନିମନ୍ତେ ସୁନା , ରୁପା ମଧ୍ୟ ଭେଟି ରେ ଦେଇଥିଲେ ଭକ୍ତ । ମନ୍ଦିର ନିର୍ମାଣ ପାଇଁ ଅନଲାଇନ ରେ ମଧ୍ୟ ଦାନ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯାଇଥିଲା । 80G କର ନିୟମ ଅନୁଯାୟୀ ଦାତା ଏନେଇ ପୈଠ କରି କର ରିହାତି ଜନିତ ସୁବିଧା ପାଇପାରିବେ ବୋଲି ମଧ୍ୟ ସୂଚନା ରହିଛି । ତେବେ ପ୍ରାଣପ୍ରତିଷ୍ଠା ର ପ୍ରଥମ ଦିନରେ ହିଁ ଅନ୍ୟୁନ୍ୟ ୩ କୋଟି ଟଙ୍କା ଦାନରାଶି ରେ ଆସିଥିବାର ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଭିୟୁରସିପ୍ ପାଇବା ଆଶା ନେଇ ଏହି ଖବରକୁ ବ୍ୟବହାର କରି କିଛି ଡିଜିଟାଲ କ୍ରିଏଟର ଏବଂ ୟୁଜର୍ସ ସୋସିଆଲ ମିଡ଼ିଆରେ କିଛି ଭିଡିଓ ଭାଇରାଲ କରିବାରେ ଲାଗିପଡିଛନ୍ତି । ଶ୍ରୀରାମ ଙ୍କ ମନ୍ଦିର ହୁଣ୍ଡି ରେ ଅପାର୍ଯ୍ୟତ ଦକ୍ଷିଣା ଆସି ହୁଣ୍ଡି ବାହାରକୁ ମଧ୍ୟ ଦକ୍ଷିଣା ଆସିଯାଉଛି ବୋଲି ଭିଡିଓରେ ଉଲ୍ଲେଖ କରିଛନ୍ତି । ସତ୍ୟାସତ୍ୟ : ବିଭିନ୍ନ ସୋସିଆଲ ମିଡିଆ ପୋଷ୍ଟ କୁ ନିରୀକ୍ଷି ଦେଖିବା ପରେ ଜଣାଯାଏଜେ ଭିଡିଓ ଟି ଅଯୋଧ୍ୟା ଅଞ୍ଚଳର ନୁହେଁ ବରଂ ରାଜସ୍ଥାନ ର ଚିତ୍ରଗଡ଼ ରେ ପୂଜା ପାଉଥିବା ସାନୱଲିଆ ସେଠ୍ ଙ୍କ ମନ୍ଦିରର । ସାନୱଲିଆ ସେଠ୍ ଜୀଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଏହି ପୋଷ୍ଟ ୧୬ ଡିସେମ୍ବର ୨୦୨୩ ରେ ଅପଲୋଡ଼ ହୋଇଛି । ଦାନ ସ୍ୱରୂପ ୧୭ କୋଟି ୧୯ ଲକ୍ଷ ୮୦୦ ଟଙ୍କା ଅର୍ଥରାଶି ଗ୍ରହଣ କରାଯାଇଥିବା ବେଳେ ୫୫୨ଗ୍ରାମ ସୁନାଗହଣା, ୧୬ କେଜି ୬୭୦ ଗ୍ରାମ ସୁନା ଭଣ୍ଡାର ଏବଂ ମନ୍ଦିର ଟ୍ରଷ୍ଟ ରେ ଥିବା କାର୍ଯ୍ୟାଳୟରେ ଥିବା ହୁଣ୍ଡିରୁ ୧୦୭ ଗ୍ରାମ ସୁନା ଏବଂ ବ୪୦ କେଜି ୪୨୫ ଗ୍ରାମ ୯୦୦ ମିଗ୍ରା ରୁପା ଗ୍ରହଣ କରାଯାଇଛି । ନିତିନ ବୈଷ୍ଣବ ଯିଏକି ମନ୍ଦିରର ମୁଖ୍ୟ ପୂଜାରୀ ବୋଲି ନିଜ ଇନ୍ସଟା ଆକାଉଣ୍ଟ ରେ ନିଜର ପରିଚୟ ପ୍ରଦାନ କରିଛନ୍ତି, ନିଜ ଆକାଉଣ୍ଟ ରେ ଏହି ଭିଡିଓ ଟିକୁ ୧୬ ଜାନୁଆରୀ ୨୦୨୪ ରେ ପୋଷ୍ଟ କରିଛନ୍ତି । ଅନ୍ୟପଟେ ଲାଇଟହାଉସ ଜର୍ନାଲିଜିମ ପକ୍ଷରୁ ଏହି ଖବରକୁ ପ୍ରସାରିତ କରାଯାଇଛି । ଏବଂ ପ୍ରସାରିତ ଖବର ରେ ଉଲ୍ଲେଖ ରହିଛି ଏହା ରାମ ମନ୍ଦିର ନୁହେଁ ସାନୱଲିଆ ସେଠ୍ ଙ୍କ ମନ୍ଦିର । ଉପୋରକ୍ତ ତଦନ୍ତ ଏବଂ ବିଭିନ୍ନ ପୋଷ୍ଟ କୁ ଆଧାର କରି ଜଣାଯାଏଜେ ଏହି ଭିଡିଓ ଟି ଅଯୋଧ୍ୟା ରାମ ମନ୍ଦିରର ନୁହେଁ ବରଂ ରାଜସ୍ଥାନ ରେ ପୂଜା ପାଉଥିବା ସାନୱଲିଆ ସେଠ୍ ଙ୍କ ମନ୍ଦିର ।
schema:reviewRating
False
schema:author
telugupostcom
schema:datePublished
2024-02-01
(
xsd:date
)
schema:inLanguage
Telugu
schema:itemReviewed
http://data.cimple.eu/claim/a81e09922e2eb5f5dc2277a9113116fe60fc62a142ff375f48bb0507
Faceted Search & Find service v1.16.115 as of Oct 09 2023
Alternative Linked Data Documents:
ODE
Content Formats:
RDF
ODATA
Microdata
About
OpenLink Virtuoso
version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software