About: http://data.cimple.eu/claim-review/83845aaddaee7b0a285638f330604cca2d229c088c5d3e1225d77acc     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check : ଭାଇରାଲ ଭିଡିଓଟି ଦିଲ୍ଲୀର ଅଟେ, ସମ୍ଭଲ ସହ ନାହିଁ କୌଣସି ସମ୍ପର୍କ ସଡ଼କରୁ ସଂସଦ ସବୁଠି ସମ୍ଭଲ ତାତି, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ସମ୍ଭଲ ଯିବା ପାଇଁ ବାହାରିଥିବା ବେଳେ ସେମାନଙ୍କୁ ୟୁପି ଗାଜିପୁର ସୀମାରେ ହିଁ ରୋକାଯାଇଥିଲା Claim :ସମ୍ଭଲ ଦଙ୍ଗା ସମୟରେ ଘରେ ଲାଗିଥିବା ସିସିଟିଭି ଗୁଡିକ ଭାଙ୍ଗୁଛି ପୋଲିସ୍ Fact :ଦିଲ୍ଲୀରେ ୨୦୨୦ ମସିହାରେ ସିଏଏ ବିରୋଧରେ ଆୟୋଜିତ ଏକ ବିରୋଧ ପ୍ରଦର୍ଶନ ସମୟର ଏହି ଭିଡିଓ ସଡ଼କରୁ ସଂସଦ ସବୁଠି ସମ୍ଭଲ ତାତି, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ସମ୍ଭଲ ଯିବା ପାଇଁ ବାହାରିଥିବା ବେଳେ ସେମାନଙ୍କୁ ୟୁପି ଗାଜିପୁର ସୀମାରେ ହିଁ ରୋକାଯାଇଥିଲା । ପୋଲିସ ପ୍ରଶାସନ ସେମାନଙ୍କୁ ସମ୍ଭଲ ଯିବାକୁ ଅନୁମତି ଦେଇନଥିଲା । ଫଳରେ ରାହୁଲ, ପ୍ରିୟଙ୍କା, ଅନ୍ୟ କଂଗ୍ରେସ ନେତା ଓ କର୍ମୀ ଦିଲ୍ଲୀ ଫେରି ଆସିଥିଲେ । ଅନ୍ୟପଟେ ସମ୍ଭଲ ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ସଂସଦ । ରାହୁଲ ପ୍ରିୟଙ୍କାଙ୍କୁ ରୋକିବା ଘଟଣାକୁ ବିରୋଧ କରି ଲୋକସଭାରୁ ଓ୍ବାକ୍ ଆଉଟ୍ କରିଥିଲେ ବିରୋଧୀ । ଏପଟେ ସମ୍ଭଲ ହିଂସାକୁ ନେଇ ଲଗାତାର ବିଜେପିକୁ ଘେରୁଛି ସମାଜବାଦୀ ପାର୍ଟି । ସେପଟେ ମୁସଲିମ ଭୋଟ୍ ପାଇଁ ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ରାଜନୀତି କରୁଥିବା ବିଜେପି କହିଛି । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପୋଲିସ୍ କର୍ମଚାରୀ ଏକ ବାଡ଼ି ଯୋଗେ କିଛି ଭାଙ୍ଗୁଥିବାର ଦେଖା ଯାଇଛି । ଉକ୍ତ ଭିଡିଓ କୁ ଉତ୍ତର ପ୍ରଦେଶର ସମ୍ଭଲ ଅଞ୍ଚଳର ଘଟଣା ବୋଲି ଦାବି ହୋଇଥିବା ବେଳେ । ଉକ୍ତ ଭିଡିଓ କୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି । हमने कश्मीर फाइल्स तो नहीं देखी लेकिन संभल फाइल्स लाइव दिख रहा है पुलिस अधिकारियों को साफ देखा जा सकता है किस तरह वे घरों पर लगे कैमरे को तोड़ रहे हैं । इन पुलिस वालों का मोबाइल चेक होना चाहिए तब पता चल जाएगा #दंगा किसने और क्यों करवाया । ଯାହାର ଓଡ଼ିଆ ଅନୁବାଦ ହେଉଛି, ଆମେ କାଶ୍ମୀର ଫାଇଲ ଦେଖିନାହୁଁ କିନ୍ତୁ ସମ୍ଭଲ ଫାଇଲ୍ସ ଲାଇଭରେ ଦୃଶ୍ୟମାନ ହେଉଛି । ପୋଲିସ କର୍ମଚାରୀମାନେ ଘରେ ଲଗାଯାଇଥିବା କ୍ୟାମେରା ଭାଙ୍ଗିଥିବାର ସ୍ପଷ୍ଟ ଦେଖାଯାଉଛି । ଏହି ପୋଲିସ କର୍ମଚାରୀଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରାଯିବା ଉଚିତ୍, ତେବେ ଆମେ ଜାଣିବା ଦଙ୍ଗା କିଏ ଏବଂ କାହିଁକି କରାଇଲା ? ସେହିପରି ଆଉକିଛି ୟୁଜର୍ସ ୟୁଟ୍ୟୁବରେ ଉକ୍ତ ଭିଡିଓ ଅପଲୋଡ଼ କରି ଏହା ସମ୍ଭଲ ଅଞ୍ଚଳର ଘଟଣା ବୋଲି ଉଲ୍ଲେଖ କରିଛନ୍ତି । ଯାହାର ଆର୍କାଇଭ ଲିଙ୍କ ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ଉକ୍ତ ଭିଡିଓଟି ଦିଲ୍ଲୀରେ ୨୦୨୦ ମସିହାରେ ସିଏଏ ବିରୋଧରେ ଆୟୋଜିତ ଏକ ବିରୋଧ ପ୍ରଦର୍ଶନ ସମୟର । ଉତ୍ତରପ୍ରଦେଶ ସମ୍ଭଲରେ ଘଟିଥିବା ଘଟଣା ସହ ଏହାର କୌଣସି ସମ୍ପର୍କ ନାହିଁ । ତଦନ୍ତ କରିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ, ସୋସିଆଲ ମିଡିଆରେ ସେୟାର ହୋଇଥିବା କିଛି ପୋଷ୍ଟ ହସ୍ତଗତ ହୋଇଥିଲା । ୨୬ ଫେବୃଆରୀ ୨୦୨୦ ରେ ଜଣେ ୟୁଜର୍ସ ଏକ ଭିଡିଓ ସେୟାର କରି ଉଲ୍ଲେଖ କରିଛନ୍ତି, ଦିଲ୍ଲୀ ପୋଲିସ୍ କର୍ମଚାରୀ ମାନେ କାହିଁକି ସିସିଟିଭି କ୍ୟାମେରା ଭାଙ୍ଗୁଛନ୍ତି ? ସେମାନେ କଣ ଲୁଚାଇବାକୁ ଚାହୁଁଛନ୍ତି । ଉକ୍ତ ପୋଷ୍ଟକୁ ବର୍ତ୍ତମାନ ସୁଦ୍ଧା ୧୬.୫୦୦ ୟୁଜର୍ସ ଲାଇକ ଦେଇଥିବାର ଦେଖିବାକୁ ମିଳିଛି । ସମାନ ଲେଖା ସହ ଆଉଜଣେ ୟୁଜର୍ସ ମଧ୍ୟ ଉକ୍ତ ଭିଡିଓକୁ ସେୟାର କରିଥିଵାର ଦେଖିବାକୁ ମିଳିଛି । ଯେତେବେଳେ ଆମେ ଉକ୍ତ ଭିଡିଓକୁ ଭାଇରାଲ ଭିଡିଓ ସହ ତୁଳନା କଲୁ ଉକ୍ତ ଭିଡିଓ ଟି ଭାଇରାଲ ଭିଡିଓ ସହ ସମାନତା ଥିବାର ଦେଖିବାକୁ ପାଇଥିଲୁ । ଏଥିରୁ ଜଣାଯାଏଯେ ଉକ୍ତ ଭିଡିଓଟି ଅନ୍ୟୁନ୍ୟ ୨୦୨୦ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ଅଧିକ ଅନୁସନ୍ଧାନ କରିବାରୁ ଦ କୁଇଣ୍ଟରେ ପ୍ରକାଶିତ ଏକ ଖବର ଦେଖିବାକୁ ମିଳିଥିଲା । ୨୬ ଫେବୃଆରୀ ୨୦୨୦ ରେ ଖବର ପ୍ରକାଶ କରି କୁଇଣ୍ଟ ଉଲ୍ଲେଖ କରିଛି, A video clip purportedly shows Delhi Police personnel allegedly breaking a CCTV camera near the Khureji protest. ଯାହାର ଓଡ଼ିଆ ଅନୁବାଦ ହେଉଛି, ଖୁରେଜି ଅଞ୍ଚଳରେ ହୋଇଥିବା ବିରୋଧ ପ୍ରଦର୍ଶନ ଅଞ୍ଚଳରେ ଥିବା କିଛି ସିସିଟିଭି କ୍ୟାମେରାକୁ ଦିଲ୍ଲୀ ପୋଲିସର କର୍ମଚାରୀମାନେ ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଉକ୍ତ ପ୍ରସାରିତ ଖବରରେ ଯେଉଁ ଫଟୋ ସ୍ଥାନ ପାଇଛି ତାହା ଭାଇରାଲ ଭିଡିଓର ଏକ ଅଂଶ ବୋଲି ଦେଖିବାକୁ ମିଳିଛି । ସେହିପରି ଏଡିଟରଜି ମଧ୍ୟ ଉକ୍ତ ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରି ଉଲ୍ଲେଖ କରିଛି ଖୁରେଜି ଅଞ୍ଚଳର ବିରୋଧ ପ୍ରଦର୍ଶନ ଅଞ୍ଚଳରେ ସିସିଟିଭି କ୍ୟାମେରା ଭାଙ୍ଗୁଛି ପୋଲିସ୍। ଯେତେବେଳେ ଆମେ ଉକ୍ତ କିୱାର୍ଡ ଗୁଡିକ ବ୍ୟବହାର କରି ସର୍ଚ୍ଚ କରିଥିଲୁ ନିୟୁଜ ଲଣ୍ଡ୍ରୀ ଏନେଇ ଏକ ବିଶୃତ ଖବର ପ୍ରକାଶିତ କରିଥିଵାର ଦେଖିବାକୁ ପାଇଥିଲୁ । ୨୦୨୦ ଜାନୁଆରୀ ୧୩ରେ ସିଏଏ ବିରୋଧ ପ୍ରଦର୍ଶନ ସମୟର ଘଟଣା, ଦିଲ୍ଲୀର ଖୁରେଜି ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଚାଲିଥାଏ । ହିନ୍ଦୁସ୍ତାନ ପେଟ୍ରୋଲିୟମର ଏକ ତେଲ ଟାଙ୍କିର ଅପରପାର୍ଶ୍ୱରେ ଚାଲିଥାଏ ପ୍ରଦର୍ଶନ । ଫେବୃଆରୀ ୨୬ ରେ ବିରୋଧ ପ୍ରଦର୍ଶନକୁ ପୋଲିସ୍ ବନ୍ଦ୍ କରିଦେଇଥିଲା । ଉକ୍ତ ଘଟଣାର ଜଣେ ମୂକସାକ୍ଷୀ ସାଜିଥିବା ନଜମା ନିୟୁଜ ଲଣ୍ଡ୍ରୀ କୁ କହିଛନ୍ତି, ମୁଁ ନିଜେ ମୋ ଆଖିରେ ଦେଖିଛି ପୋଲିସ୍ କର୍ମଚାରୀ ମାନେ ଖୁରେଜି ର ଧାରଣା ପ୍ରଦର୍ଶନ ଅଞ୍ଚଳକୁ ଆସି ପ୍ରଥମେ ସେ ଅଞ୍ଚଳରେ ଲାଗିଥିବା ପ୍ରାୟ ସମସ୍ତ ସିସିଟିଭି ଭାଙ୍ଗିଦେଇଥିଲେ । ସେଅଞ୍ଚଳରେ ଲାଗିଥିବା ଆଉକିଛି ସିସିଟିଭି କ୍ୟାମେରାକୁ ପୋଲିସ୍ ଜବତ ମଧ୍ୟ କରିଛି । ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଭାଇରାଲ ହେଉଥିବା ଭିଡିଓଟି ୨୦୨୦ ମସିହାରେ ଦିଲ୍ଲୀର ଖୁରେଜି ଅଞ୍ଚଳରେ ସିଏଏ ବିରୋଧରେ ଆୟୋଜିତ ଏକ ବିରୋଧ ପ୍ରଦର୍ଶନ ସମୟର ଭିଡିଓ । ଉତ୍ତରପ୍ରଦେଶ ସମ୍ଭଲରେ ଘଟିଥିବା ଘଟଣା ସହ ଏହାର କୌଣସି ସଞ୍ଜୋଗ ନାହିଁ । ఇప్పుడు Desh Telugu Keyboard యాప్ సహాయంతో మీ ప్రియమైన వారికి తెలుగులో సులభంగా మెసేజ్ చెయ్యండి. Download The App Now
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software