About: http://data.cimple.eu/claim-review/8b17a21d5d792b2ca96942ff588cb3956e52728e78ca7433b340cecf     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ : ଲୋକମାନେ ନମାଜ ପଢୁଥିବାର ଏହି ଫୋଟୋ 2018 ର, ଏହାର ଲକ୍ ଡାଉନ୍ ସହ କୌଣସି ସଂଯୋଗ ନାହିଁ । ନିଷ୍କର୍ଷ : ଏହି ଅନୁସନ୍ଧାନରେ, ବିଶ୍ବାସ ନ୍ୟୁଜ୍ ଜାଣିବାକୁ ପାଇଥିଲା ଯେ ଏହି ଦାବି ମିଛ । ଫୋଟୋ ଟି ପ୍ରକୃତରେ 2018ରେ ଉଠାଯାଇଥିଲା, ଯେତେବେଳେ ଲୋକମାନେ ରମଜାନ ସମୟରେ ଆଲ୍ଲାହବାଦରେ ( ବର୍ତ୍ତମାନର ପ୍ରୟାଗରାଜ) ତାରାୱି ନମାଜ ପଢୁଥିଲେ । ଫୋଟୋଟିର କୌଣସି କ୍ରମେ ବର୍ତ୍ତମାନର ଲକ୍ ଡାଉନ୍ ସହ ସଂଯୋଗ ନାହିଁ । - By: Pallavi Mishra - Published: Jun 15, 2020 at 06:07 PM - Updated: Jun 26, 2020 at 01:35 PM ନୂଆଦିଲ୍ଲୀ (ବିଶ୍ବାସ ନ୍ୟୁଜ୍) । ସୋସିଆଲ୍ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ୍ ହେଉଛି ଯେଉଁଥିରେ ଲୋକମାନେ ନମାଜ ପଢ଼ୁଥିବା ଦେଖାଯାଇଛି । ଏହି ଫୋଟୋ ବିଷୟରେ ଗୋଟିଏ ଦାବି କରାଯାଇଛି ଯେ, ବର୍ତ୍ତମାନ ଲକଡାଉନ୍ ଚାଲିଥିବା ବେଳେ ତାମିଲନାଡୁର ଭେଲ୍ଲୋର ଜିଲ୍ଲାରେ ଏହି ଫଟୋ ନିଆଯାଇଛି , ଯେଉଁଠି 700 ଜଣ ବ୍ୟକ୍ତି ସାମାଜିକ ଦୂରତ୍ବ ନୀୟମ ନମାନି ନମାଜ ପଢିଥିଲେ । ବିଶ୍ବାସ ନ୍ୟୁଜ୍ ଦ୍ବାରା କରାଯାଇଥିବା ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଥିଲୁ ଯେ, ଏହି ଦାବିଟି ଭୁଲ୍ । ଏହି ଫଟୋ 2018ରେ ନିଆଯାଇଥିଲା , ଯେତେବେଳେ ଉତ୍ତର ପ୍ରଦେଶର ଆଲ୍ଲାହାବାଦ ( ବର୍ତ୍ତମାନର ପ୍ରୟାଗରାଜ)ରେ ରମଜାନ ସମୟରେ ତାରାୱି ନମାଜ ପଢ଼ାଯାଇଥିଲା । ଭାଇରାଲ କଣ ହେଉଛି ? ଭାଇରାଲ୍ ଫୋଟୋରେ ଦେଖାଯାଇଛି ଯେ କିଛି ଲୋକ ନମାଜ ପଢ଼ୁଛନ୍ତି । ପୋଷ୍ଟରେ ଏହା ଦାବି କରାଯାଇଛି ଯେ, “ ଭେଲ୍ଲୋକ୍ ଜିଲ୍ଲାରେ ଗତ ଦୁଇ ଦିନ ଧରି ତିରୁମାଥୁର୍ ସହରରେ 700 ଜଣ ବ୍ୟକ୍ତି ମଧ୍ୟ ରାତ୍ରିରେ ଜୁମ୍ମା ସସଜିଦ ଷ୍ଟ୍ରିଟ୍ ର ରାସ୍ତା ମଝିରେ ନମାଜ ପଢ଼ୁଛନ୍ତି । ଉନ୍ ଚାଲିଥିବା ବେଳେ ତାମିଲନାଡୁର ଭେଲ୍ଲୋର ଜିଲ୍ଲାରେ ଏହି ଫଟୋ ନିଆଯାଇଛି , ଯେଉଁଠି 700 ଜଣ ବ୍ୟକ୍ତି ସାମାଜିକ ଦୂରତ୍ବ ନୀୟମ ନମାନି ନମାଜ ପଢିଥିଲେ । ପୋଲିସ ସମ୍ଭ୍ରାନ୍ତ ଶ୍ରେଣୀୟ ବ୍ୟକ୍ତିଙ୍କ ପ୍ରଭାବରେ ରହିଛି ଏବଂ ସେମାନଙ୍କର କୌଣସି ସମସ୍ୟା ନାହିଁ !!! ରାତିରେ ଫଟୋ ନେବା କିମ୍ବା ଭିଡିଓ ରେକର୍ଡ କରିବା ପାଇଁ କୌଣସି ଗାର୍ଡଙ୍କୁ ଅନୁମତି ନାହିଁ । ନିର୍ଦ୍ଦେଶକଙ୍କ ଉଚ୍ଚ ଅଧିକାରୀ ଆଖି ବନ୍ଧ କରିଛନ୍ତି । (ତାମିଲରୁ ଅନୁବାଦିତ ହୋଇଛି) ଏହି ପୋଷ୍ଟର ଆର୍କାଇଭ୍ ଲିଙ୍କ୍ ଏଠାରେ ଦେଖାଯାଇ ପାରିବ । ଅନୁସନ୍ଧାନ ଭାଇରାଲ ଫୋଟୋର ଉପରେ “ ଆଲାମୀ ଷ୍ଟକ୍ ଇମେଜ୍ ” ମୁଦ୍ରିତ ଥିବା ଦେଖାଯାଇ ପାରିବ । ପୋଷ୍ଟରେ “’ଆଲାମୀ”ର ୱାଟର ମାର୍କ ଅଛି । ଆଲାମୀ ହେଉଛି ଏକ ଘରୋଇ ମାଲିକାନା ଥିବା ବ୍ରିଟିସ ଷ୍ଟକ୍ ଫଟୋଗ୍ରାଫୀ ଏଜେନ୍ସୀ । ଏହି ପୋଷ୍ଟକୁ ପୁଷ୍ଟି କରିବା ପାଇଁ, ଆମେ ଫୋଟୋର ଏକ ସ୍କ୍ରିନ୍ ସଟ୍ ନେଇଥିଲୁ ଏବଂ ଗୁଗଲ୍ ରିଭର୍ସ ଇମେ ବ୍ୟବହାର କରିଥିଲୁ ଓ “ଆଲାମୀ ଷ୍ଟକ୍ ଇମେଜ୍” କି ୱାର୍ଡ ବ୍ୟବହାର କରି ଖୋଜିଥିଲୁ । ଆମେ http://www.alamy.comରେ ଏହି ଫୋଟୋ ପାଇଥିଲୁ । ୱେବସାଇଟର୍ ଏହି ଫଟୋ ସହ ଥିବା ଟେକ୍ସଟ୍ ରେ ଉଲ୍ଲେଖ କରାଯାଇଥିଲା, “ ଆଲ୍ଲାହାବାଦ, ଉତ୍ତର ପ୍ରଦେଶ, ଭାରତ । 17 ମେ 2018 । ଆଲ୍ଲାହବାଦ: ରମଜାନ ମାସରେ, ଆଲ୍ଲାହବାଦରେ ମୁସଲିମ୍ ମାନେ ତାରାୱି ନମାଜ ପଢ଼ିଥାନ୍ତି । ଇସଲାମ୍ କ୍ୟାଲେଣ୍ଡରରେ ରମଜାନ ନବମ ମାସରେ ପଡ଼ିଥାଏ , ଏଭଂ ପବିତ୍ର କୋରାନ ଏହି ମାସରେ ପ୍ରକାଶିତ ହୋଇଥିଲା । ମୁସଲିମମାନେ ଏହି ମାସରେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ କରନ୍ତି । କ୍ରେଡିଟ୍ ; ପ୍ରଭାତ କୁମାର ବର୍ମା/ ଜୁମା ୱେୟାର୍/ ଆଲାମୀ ଲାଇଭ୍ ନ୍ୟୁଜ୍ – ଫୋଟୋ ଆଇଡି : MNHC6X” ଏହାକୁ ନିଶ୍ଚିତ କରିବା ପାଇଁ, ଆମେ ଟ୍ବିଟରରେ ସେହି ଫୋଟୋ କ୍ଲିକ୍ କରିଥିବା ଫଟୋ ଜର୍ଣ୍ଣାଲିଷ୍ଟ୍ ପ୍ରଭାତ କୁମାର ବର୍ମାଙଭ୍କୁ ଯୋଗାଯୋଗ କରିଥିଲୁ ।, “ ମୁଁ ଫୋଟୋ ଉଠାଇଥିଲା । ଏହା 17 ମେ 2018ରେ ଉଠାଯାଇଥିଲା । ପ୍ରୟାଗରାଜରେ କମ୍ପାନୀ ଗାର୍ଡେନ୍ / ଆଜାଦ୍ ଗାର୍ଡେନ୍ ଭିତରେ ଥିବା ଏକ ଦର୍ଘାରେ ତାରାୱି ନମାଜ ପଢ଼ିବା ବେଳେ ଏହି ଫୋଟୋ ନିଆଯାଇଥିଲା । ” ବର୍ତ୍ତମାନ ଆମକୁ ଜାଣିବାର ଥିବା ତାମିଲନାଡୁର ଭେଲ୍ଲୋରରେ ଏଭଳି କିଛି ଘଟଣା ଘଟିଛି କି ନାହିଁ । ଆମ ଅନୁସନ୍ଧାନ ବେଳେ, ଜାମିଲନାଡୁର ତିରୁପୁର ଜିଲ୍ଲାର ପୋଲିଙ୍କ ଦ୍ବାରା ପରିଚାଳିତ ଟ୍ବିଟର ରେ ଥିବା ଏକ ଟ୍ବିଟ୍ ଆମେ ପାଇଥିଲୁ । ଏହି ଟ୍ବିଟ୍ ରେ କୁହାଯାଇଥିଲା ଯେ ଏହି ଖବର ମିଛ । ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଏହି ପୋଷ୍ଟ ସେୟାର କରିଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ବିଜେପି କୋଇମ୍ବାଟୁର୍ ଥୋଣ୍ଡାମୁଥୁର୍ ଆସେମ୍ଲୀ ନାମକ ଏକ ଫେସ୍ ବୁକ୍ ପେଜ୍ । ଏହା ପେଜର 47,100 ଫଲୋୟର୍ ଅଛନ୍ତି । निष्कर्ष: ନିଷ୍କର୍ଷ : ଏହି ଅନୁସନ୍ଧାନରେ, ବିଶ୍ବାସ ନ୍ୟୁଜ୍ ଜାଣିବାକୁ ପାଇଥିଲା ଯେ ଏହି ଦାବି ମିଛ । ଫୋଟୋ ଟି ପ୍ରକୃତରେ 2018ରେ ଉଠାଯାଇଥିଲା, ଯେତେବେଳେ ଲୋକମାନେ ରମଜାନ ସମୟରେ ଆଲ୍ଲାହବାଦରେ ( ବର୍ତ୍ତମାନର ପ୍ରୟାଗରାଜ) ତାରାୱି ନମାଜ ପଢୁଥିଲେ । ଫୋଟୋଟିର କୌଣସି କ୍ରମେ ବର୍ତ୍ତମାନର ଲକ୍ ଡାଉନ୍ ସହ ସଂଯୋଗ ନାହିଁ । - Claim Review : • ଦାବି ସମୀକ୍ଷା : ମଧ୍ୟରାତ୍ରୀ 1ଟାରେ, ପ୍ରାୟ 700 ବ୍ୟକ୍ତି ଭେଲ୍ଲୋରରେ ପ୍ରାର୍ଥନା କରୁଛନ୍ତି - Claimed By : Bjp Coimbatore Thondamuthur Assembly - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software