schema:text
| - Fact Check: ମିଶରରେ 2013ରେ ହୋଇଥିବା ବିରୋଧର ଭିଡିଓକୁ ବର୍ତ୍ତମାନର ହମାସ ବିବାଦ ଦର୍ଶାଇ କରାଯାଉଛି ଭାଇରାଲ
- By: Jyoti Kumari
- Published: Nov 13, 2023 at 03:51 PM
ବିଶ୍ୱାସ ନ୍ୟୁଜ୍ (ନୂଆଦିଲ୍ଲୀ) ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା ସହିତ ସୋସିଆଲ ମିଡିଆରେ ଅନେକ ନକଲି ଚିତ୍ର ଏବଂ ଭିଡିଓ ଭାଇରାଲ କରାଯାଉଛି | ଏହିପରି ଗୋଟିଏ ଭିଡିଓ ଶୀଘ୍ର ଭାଇରାଲ ହେଉଛି | ଭିଡିଓରେ ଅନେକ ବ୍ୟକ୍ତି ଶବ ପରି ପଡି ରହିଥିବାର ନଜର ଆସିଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ଥରୁଥିବାର ନଜର ଆସିଥିବାବେଳେ ଅନ୍ୟ ଜଣେ ହସୁଥିବାର ଦେଖିବାକୁ ମିଳିଛି | ବର୍ତ୍ତମାନ ଏହି ଭିଡିଓ ସେୟାର କରାଯାଉଛି ଏବଂ ଦାବି ହେଉଛି ଯେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ପରେ ହମାସ ଜୀବନ୍ତ ଲୋକଙ୍କୁ ଶବ ପରି ଦେଖାଇ ଯୁଦ୍ଧରେ ନିହତ ହୋଇଥିବା ଦର୍ଶାଇଛନ୍ତି।
ବିଶ୍ୱାସ ନ୍ୟୁଜର ଅନୁସନ୍ଧାନରୁ ଜଣାପଡିଛି ଯେ ଇସ୍ରାଏଲ-ହାମାସ ଯୁଦ୍ଧ ସହିତ ଭାଇରାଲ ଭିଡିଓର କୌଣସି ସମ୍ପର୍କ ନାହିଁ। ଏହି ଭିଡିଓ 2013 ରେ ମିଶର କାହିରାର ଅଲ-ଅଜହର ବିଶ୍ୱବିଦ୍ୟାଳୟରେ ଘଟିଥିବା ଏକ ବିରୋଧର ଭିଡିଓ ଅଟେ, ଯାହାକୁ ବର୍ତ୍ତମାନ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ସହ ଯୋଡି ସେୟାର କରାଯାଉଛି ।
ଭାଇରାଲ୍ କଣ ହେଉଛି?
ଫେସବୁକ ୟୁଜର ‘ଜିତୁ ବଜରଙ୍ଗୀ ଜିତୁ ବଜରଙ୍ଗୀ’ ଅକ୍ଟୋବର 29, 2023 ରେ ଭାଇରାଲ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ଅଲଜାଜିରା ଚମତ୍କାର ସୁଟିଂ କରିଛି, କ୍ୟାମେରାର ଉତ୍ତାପ ହେତୁ ହମାସର ଜିହାଦି ମୁର୍ଦା ମାନେ ମଧ୍ୟ କୁଣ୍ଡେଇ ହୋଉଛନ୍ତି ..! “
ପୋଷ୍ଟର ଆର୍କାଇଭ୍ ଲିଙ୍କ୍ ଏଠାରେ ଦେଖନ୍ତୁ |
ଅନୁସନ୍ଧାନ
ଭାଇରାଲ୍ ଭିଡିଓ ଅନୁସନ୍ଧାନ କରିବାକୁ ଯାଇ, ଆମେ ଗୁଗୁଲ୍ ଇମେଜ୍ ମାଧ୍ୟମରେ ଭିଡିଓର ସ୍କ୍ରିନସଟ୍ ଖୋଜିଲୁ | ଆମେ ଅନେକ ସ୍ଥାନରେ ଅପଲୋଡ୍ ହୋଇଥିବା ଭିଡିଓ ପାଇଲୁ | ଭାଇରାଲ ଭିଡିଓ ସହ ଜଡିତ ଏକ ଭିଡିଓ ରିପୋର୍ଟ 28 ଅକ୍ଟୋବର 2013 ରେ ‘elbadil’ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ଭିଡିଓ ସହିତ ଥିବା ସୂଚନା ଅନୁଯାୟୀ, “ଅଲ-ଅଜହର ବିଶ୍ୱବିଦ୍ୟାଳୟର ବହୁ ମୁସଲିମ ଭାଇଚାରା ଛାତ୍ରମାନେ କଲେଜର ପ୍ରଶାସନ ଭବନ ସାମ୍ନାରେ ଏକ ବିଶାଳ ପ୍ରଦର୍ଶନ କରିଥିଲେ।‘’
ଅନୁସନ୍ଧାନ ସମୟରେ ଆମେ ‘Akhbar El yom TV ’ ନାମକ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଭାଇରାଲ୍ ଭିଡିଓ ସହ ମେଳ ଖାଉଥିବା ଏକ ଭିଡିଓ ମଧ୍ୟ ପାଇଲୁ। ଅକ୍ଟୋବର 28, 2013 ରେ ଅପଲୋଡ୍ ହୋଇଥିବା ଏକ ଭିଡିଓର ବର୍ଣ୍ଣନା ଅନୁଯାୟୀ “ଅଲ-ଅଜହର ଛାତ୍ରମାନେ ନସ୍ତ୍ର ସହରରେ ଥିବା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନରେ ଆକ୍ରମଣ କରିଥିଲେ।‘’
2013 ରେ ଅନେକ ଫେସବୁକ୍ ୟୁଜର୍ସ ମଧ୍ୟ ଏହି ଭିଡିଓ ସେୟାର କରିଥିଲେ | ଅକ୍ଟୋବର 29, 2013 ରେ‘ايجيبشيان ستايل Egyptian STYLE’ ନାମକ ଏକ ଫେସବୁକ୍ ପେଜ୍ ଏହି ଭିଡିଓ ସେୟାର କରିଛି। ଅନ୍ୟ ଏକ ସମାନ ଫେସବୁକ୍ ପେଜ୍ ‘شـکرا شفيگ (thanks Ahmed Shafik)’ ମଧ୍ୟ ଏହି ଭିଡିଓକୁ 29 ଅକ୍ଟୋବର 2013 ରେ ସେୟାର କରି କ୍ୟାପସନ୍ ରେ ଲେଖିଛନ୍ତି (ଅନୁବାଦିତ) ‘’ ଅଲ-ଅଜହର ବିଶ୍ୱବିଦ୍ୟାଳୟ ଭିତରେ ମୃତ ଦେହ ସହିତ ଏକ ନାଟକୀୟ ପ୍ରଦର୍ଶନ। ସୁରକ୍ଷା କେଉଁଠାରେ ଅଛି?
ଭାଇରାଲ ଭିଡିଓ ବିଷୟରେ ଆମେ ମେଲ ମାଧ୍ୟମରେ ଅଲ ବାଦିଲ ନ୍ୟୁଜ ସହିତ ଯୋଗାଯୋଗ କରିଥିଲୁ | ଉତ୍ତରରେ କୁହାଯାଇଛି, “ଭିଡିଓଟି ପ୍ରାୟ ଦଶ ବର୍ଷ ପୁରୁଣା। ସମ୍ପ୍ରତି ଇସ୍ରାଏଲ-ହାମାସ ବିବାଦ ସହିତ ଏହାର କୌଣସି ସମ୍ପର୍କ ନାହିଁ। ”
ଅତୀତରେ ମଧ୍ୟ ଇସ୍ରାଏଲ ଏବଂ ହାମାସ ବିବାଦ ସହ ଜଡିତ ଅନେକ ମିଥ୍ୟା ଏବଂ ଭ୍ରାମକ ଦାବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକି ବିଶ୍ୱାସ ନ୍ୟୁଜ୍ ଦ୍ୱାରା ଅନୁସନ୍ଧାନ କରାଯାଇଛି |
ଆପଣ ବିଶ୍ୱାସ ନ୍ୟୁଜର ଫ୍ୟାକ୍ଟ ଚେକ ରିପୋର୍ଟ ଏଠାରେ ପଢି ପାରିବେ |
ଶେଷରେ, ଆମେ ୟୁଜରଙ୍କର ପ୍ରୋଫାଇଲ୍ ସ୍କାନ୍ କରିଥିଲୁ ଯିଏ ପ୍ରାୟ ଦଶ ବର୍ଷର ପୁରୁଣା ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରିଥିଲେ | ଏହା ଦେଖାଗଲା ଯେ ୟୁଜର ଡେରାଡୁନର ବାସିନ୍ଦା | ଫେସବୁକରେ 1,976 ଲୋକ ୟୁଜରଙ୍କୁ ଅନୁସରଣ କରୁଛନ୍ତି | ୟୁଜର ଏକ ଆଦର୍ଶ ଦ୍ୱାରା ପ୍ରଭାବିତ ଅଟନ୍ତି |
ସିଦ୍ଧାନ୍ତ: ବିଶ୍ୱାସ ନ୍ୟୁଜର ଅନୁସନ୍ଧାନରୁ ଜଣାପଡିଛି ଯେ ଇସ୍ରାଏଲ୍-ହାମାସ୍ ଯୁଦ୍ଧ ସହିତ ଭାଇରାଲ୍ ଭିଡିଓର କୌଣସି ସମ୍ପର୍କ ନାହିଁ। ବାସ୍ତବରେ, ଏହି ଭିଡିଓ 2013 ମସିହାରେ ମିଶର କାହିରାରେ ଥିବା ଅଲ-ଅଜହର ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ପ୍ରଦର୍ଶନ, ଯାହାକୁ ବର୍ତ୍ତମାନ ଇସ୍ରାଏଲ ଏବଂ ହାମାସ ଯୁଦ୍ଧ ସହିତ ଯୋଡି ସେୟାର କରାଯାଉଛି |
- Claim Review : ଅଲଜାଜିରା ଚମତ୍କାର ସୁଟିଂ କରିଛି, କ୍ୟାମେରାର ଉତ୍ତାପ ହେତୁ ହମାସର ଜିହାଦି ମୁର୍ଦା ମାନେ ମଧ୍ୟ କୁଣ୍ଡେଇ ହୋଉଛନ୍ତି
- Claimed By : ଫେସବୁକ୍ ୟୁଜର - ଜିତୁ ବଜରଙ୍ଗୀ ଜିତୁ ବଜରଙ୍ଗୀ
- Fact Check : Misleading
Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
|