About: http://data.cimple.eu/claim-review/c6912a02404d819d2f2dc16cdac78b9a4d8a882e94470507e8d4a11c     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ସମ୍ବଲପୁରରେ ଘଟିଥିବା ଘଟଣାକୁ ପଶ୍ଚିମବଙ୍ଗ ସହ ଯୋଡି କରାଯାଉଛି ଭାଇରାଲ ଭାଇରାଲ ଭିଡିଓଟି ସମ୍ବଲପୁରରେ ରାମ ନବମୀ ଉପଲକ୍ଷେ ଆୟୋଜିତ ବାଇକ ଶୋଭାଯାତ୍ରା ଉପରକୁ ହୋଇଥିବା ପଥର ମାଡ଼ ଘଟଣାର । ଏହା ସହ ପଶ୍ଚିମବଙ୍ଗର କୌଣସି ସଂଯୋଗ ନାହିଁ । Claim :ଦିଦିଙ୍କ ଶାସନରେ ଘଟୁଛି ଏଭଳି ଘଟଣା, ପଶ୍ଚିମବଙ୍ଗ ର ଦୃଶ୍ୟ Fact :ଘଟଣାଟି ୨୦୨୩ ମସିହା ସମ୍ବଲପୁରର ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭାଇରାଲ ଭିଡିଓ ଦେଖିବାକୁ ମିଳିଥାଏ । ଲାଇକ ଫଲୋ ଏବଂ ଭିୟୁ ବଢ଼ାଇବା ପାଇଁ ବର୍ତ୍ତମାନ ଡିଜିଟାଲ କ୍ରିଏଟର ମାନେ ବିଭିନ୍ନ ପ୍ରକାରର ଭିଡିଓ ସେୟାର କରୁଥିବାର ଦେଖାଯାଏ । କେଉଁଥିରେ ଶିକ୍ଷା ଜନିତ ଭିଡିଓ ଥାଏ ତ କେଉଁଥିରେ ସ୍ୱାସ୍ଥ୍ୟ ସୁଧାରିବାର ଭିଡିଓ । ଏଭଳି ଭିଡିଓ ମୋବାଇଲ ଖୋଲିବା କ୍ଷଣୀ ଦେଖିବାକୁ ମିଳିଥାଏ । ଅନ୍ୟପଟେ କିଛି ୟୁଜର୍ସ ମନ୍ଦ ଉଦେଶ୍ୟ ନେଇ ବହୁ ଫଟୋ ଭିଡିଓ ସେୟାର କରିଥାନ୍ତି । କେତେବେଳେ କାହା ଶରୀରରେ ଅନ୍ୟ କାହା ମୁହଁ ଯୋଡ଼ାଯାଉଛି ତ କେତେବେଳେ କେଉଁ ଘଟଣାକୁ ଆଉ କେଉଁ ଘଟଣା ଲେଖି ସେୟାର କରାଯାଉଛି । ବିଗତ ଦିନରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଇଛି । ଭିଡିଓରେ କିଛି ବାଇକ ପଡିରହିଥିବା ବେଳେ କିଛି ବ୍ୟକ୍ତି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବାର ଶୁଣିବାକୁ ମିଳୁଛି। ଉକ୍ତ ଭିଡିଓକୁ ପଶ୍ଚିମବଙ୍ଗର ଘଟଣା ଲେଖି ସୋସିଆଲ ମିଡିଆରେ ୟୁଜର୍ସ ସେୟାର କରୁଥିବାର ଜଣାଯାଇଛି । ସୋସିଆଲ ମିଡିଆରେ ଉକ୍ତ ଭିଡିଓକୁ ସେୟାର କରି ୟୁଜର୍ସ ଲେଖିଛନ୍ତି, 'खुब खेला होबे' । देखिए दीदी के राज में भगवा बाइक रैली के साथ ऐसा सलूक किया जाता है.. ଯାହାର ଓଡ଼ିଆ ଅନୁବାଦ ହେଉଛି, ଖୁବ ଖେଳ ହେବ, ଦେଖନ୍ତୁ ଦିଦିଙ୍କ ରାଜ୍ୟରେ ଭଗବା ବାଇକ ରାଲି ସହ କିଭଳି ବ୍ୟବହାର କରାଯାଉଛି । ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଉକ୍ତ ଭିଡିଓଟି ୨୦୨୩ ମସିହାରେ ସମ୍ବଲପୁରରେ ଘଟିଥିବା ଘଟଣାର, ଉକ୍ତ ଘଟଣାର ପଶ୍ଚିମବଙ୍ଗ ସହ ନାହିଁ କୌଣସି ସମ୍ପର୍କ । ତଦନ୍ତ କରିବାକୁଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ସୋସିଆଲ ମିଡିଆର ଏକ ପୋଷ୍ଟ ହସ୍ତଗତ ହୋଇଥିଲା । ୧୩ ଅପ୍ରେଲ ୨୦୨୩ରେ ଉକ୍ତ ପୋଷ୍ଟଟି ସେୟାର ହୋଇଥିବା ବେଳେ ସେଥିରେ କିଛି ଭିଡିଓ ପୋଷ୍ଟ ହୋଇଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ପୋଷ୍ଟରେ ଥିବା ଭିଡିଓ କୁ ୨୧ ହଜାର ଭିୟୁ ମିଳିଥିବା ବେଳେ ୧୮୭ ଲାଇକ ଏବଂ ୧୪୪ଟି ସେୟାର ହୋଇଚି । ଉକ୍ତ ଭିଡିଓରେ ଭାଇରାଲ ଭିଡିଓ ପରି ବହୁ ଭିଡିଓ ଦେଖିବାକୁ ମିଳିଛି । ଭିଡିଓ ଗୁଡିକୁ ସେୟାର କରି ପୋଷ୍ଟରେ ଉଲ୍ଲେଖ ହୋଇଛି, Violence during Hanuman Jayanti rally in Sambalpur. Peaceful are sperading faster than Covid virus. 10 police personnel including the Additional Superintendent of Police (ASP) of Sambalpur and the IIC of Dhanupali Police Station were injured . All school and colleges closed. ଯାହାର ଓଡ଼ିଆଅନୁବାଦ ହେଉଛି, ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ଘଟିଥିବା ଘଟଣାର ଭିଡିଓ । ଯାହାକି କୋଭିଡ ଭାଇରସ ଭଳି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୧୦ ଜଣ ପୋଲିସ୍ କର୍ମଚାରୀଙ୍କ ସମେତ ଜଣେ ଏଏସପି ଏବଂ ଧନୁପାଲି ପୋଲିସ୍ ଷ୍ଟେସନର ଥାନା ଅଧିକାରୀ ଆହତ ହୋଇଛନ୍ତି । ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିଛି । ସେହିପରି ଆଉଜଣେ ୟୁଜର୍ସ ସମାନ ଭିଡିଓ ସେୟାର କରି ଲେଖିଛନ୍ତି, ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ଉତ୍ସବ ସମୟର ଭିଡିଓ । ୧୦ ରୁ ଉର୍ଦ୍ଧ୍ବ ପୋଲିସ୍ ଆହତ ୪୦ ଅଟକ ୨୦୨୩ ମସିହାର ଭିଡିଓ । ଏଥିରୁ ପ୍ରମାଣିତ ହେଲାଯେ ଭିଡିଓ ଗୁଡିକ ୨୦୨୩ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ଯେତେବେଳେ ଆମେ ଉକ୍ତ କିୱାର୍ଡ ନେଇ ଅନୁସନ୍ଧାନ କରିଥିଲୁ, ଜାଗରଣ ରେ ପ୍ରସାରିତ ଏକ ଖବର ପାଇଥିଲୁ । ଖବର ପ୍ରକାଶିତ କରି ଜାଗରଣ ଉଲ୍ଲେଖ କରିଛି, ସମ୍ବଲପୁରରେ ହନୁମାନ ଜୟନ୍ତୀ ସମୟରେ ବାଇକ ରାଲିଉପରେ ହୋଇଥିବା ପଥର ମାଡ଼ । ଜଣେ ଏଏସପି ଏବଂ ଜଣେ ଥାନା ଅଧିକାରୀ ଆହତ, ୫ ପ୍ଲାଟନ ପୋଲିସ୍ ମୁତୟନ । ଉକ୍ତ ଖବରରେ ଭାଇରାଲ ଭିଡିଓର କିଛି ଅଂଶ ଦେଖିବାକୁ ମିଳିଛି । କନକ ଟିଭି ଖବର ପ୍ରସାରିତ କରି ଉଲ୍ଲେଖ କରିଛି, ସମ୍ବଲପୁର ହନୁମାନ ଜୟନ୍ତୀରେ ଆୟୋଜିତ ବାଇକ ରାଲି ଉପରକୁ ପଥର ମାଡ଼ । ପୂର୍ବରୁ ସତର୍କ କରାଇଥିଲା ଗୁଇନ୍ଦା ବିଭାଗ । ସେହିପରି କଲିକତା ସାଇବର କ୍ରାଇମ ଡିସିପି ଉକ୍ତ ଘଟଣା କୁ ସେୟାର କରି ଏହା ଏକବିଭ୍ରାନ୍ତିକରକ ବୋଲି ଲେଖିଛନ୍ତି । ଏହା କଲିକତା ନୁହେଁ ସମ୍ବଲପୁରର ଘଟଣା ବୋଲି ଏକ ପୋଷ୍ଟ ଯୋଗେ ଉଲ୍ଲେଖ କରିଛନ୍ତି । ସମ୍ବଲପୁରର ଜଣେ ସାମ୍ବାଦିକଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଭିଡିଓଟି ସମ୍ବଲପୁରରେ ଘଟିଥିବା ପଥର ମାଡ଼ ଘଟଣାର ବୋଲି ସୂଚନା ଦେଇଥିଲେ । ତେଣୁ ଏଥିରୁ ଜଣାଯାଏଯେ ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତିକରକ । ଭାଇରାଲ ଭିଡିଓଟି ସମ୍ବଲପୁରରେ ରାମ ନବମୀ ଉପଲକ୍ଷେ ଆୟୋଜିତ ବାଇକ ଶୋଭାଯାତ୍ରା ଉପରକୁ ହୋଇଥିବା ପଥର ମାଡ଼ ଘଟଣାର । ଏହା ସହ ପଶ୍ଚିମବଙ୍ଗର କୌଣସି ସଂଯୋଗ ନାହିଁ । ఇప్పుడు Desh Telugu Keyboard యాప్ సహాయంతో మీ ప్రియమైన వారికి తెలుగులో సులభంగా మెసేజ్ చెయ్యండి. Download The App Now
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software