About: http://data.cimple.eu/claim-review/cd4fefe98ec2f785c1223312addac92cb762e3b85cc0f08c64a08a99     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଏମଆଇଏମ କୁ ସମର୍ଥନ ଜଣାଇନାହାନ୍ତି ମୋଦି, ଅଡିଓ ଏଡିଟ କରାଯାଇ ଭିଡିଓଟିକୁ କରାଯାଉଛି ଭାଇରାଲ Claim :ହାଇଦ୍ରାବାଦରେ ଆୟୋଜିତ ଏକ ସଭାରେ ଅଭିଭାଷଣ ଦେଉଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ଏମଆଇଏମ କୁ ସମର୍ଥନ ଜଣାଇଛନ୍ତି Fact :ପ୍ରକୃତ ମୂଳ ଭିଡିଓ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ ସାଧାରଣଙ୍କୁ ବିଜେପିକୁ ଭୋଟ୍ ଦେବାକୁ ଉତ୍ସାହିତ କରୁଥିଲେ ସୋସିଆଲ ମିଡିଆରେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଏଆଇଏମଏମ କୁ ସମର୍ଥନ କରୁଛନ୍ତି ବୋଲି ଦାବି କରି ଏକ ୨୬ ସେକେଣ୍ଡର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ମୋଦି କହୁଛନ୍ତି - “ତେଲେଙ୍ଗାନା କହୁଛି କଂଗ୍ରେସ ନାକ୍କୋ, ବିଆରଏସ ନାକ୍କୋ, ବିଜେପି ନାକ୍କୋ I ଏମଆଇଏମ କୋଇଚ ଭୋଟ୍ ଦେଙ୍ଗେ , ଏମଆଇଏମ କୋ ହି ଜିତାଏଙ୍ଗେ ଧନ୍ୟବାଦ" । ଯାହାର ଓଡ଼ିଆ ଅର୍ଥ ହେଉଛି ,"ତେଲେଙ୍ଗାନା କହୁଛି କଂଗ୍ରେସ ନୁହେଁ, ବିଜେପି (ଭାରତୀୟ ଜନତା ପାର୍ଟି) ନୁହେଁ, ବିଆରଏସ ନୁହେଁ, ଏମଆଇଏମ କୁ ଭୋଟ୍ ଦେବା , ଏବଂ ଆମେ ଏମଆଇଏମ କୁ ହିଁ ଜିତାଇବା । ଏକ ଗ୍ରାଫିକ୍ସ ନିର୍ମାଣ କରି ଭିଡିଓ ଉପରେ ଲେଖା ହୋଇଛି : “Modi Ne Hyderabad Me AIMIM ko Kiya Support”, ଓଡ଼ିଆରେ ଏହାର ଅର୍ଥ ହେଉଛି “ମୋଦି ହାଇଦ୍ରାବାଦରେ ଏଆଇଏମଆଇଏମ କୁ ସମର୍ଥନ ଜଣାଇଛନ୍ତି" । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ହାଇଦ୍ରାବାଦରେ ମୋଦି ଏଆଇଏମଆଇଏମ କୁ ସମର୍ଥନ କରିଛନ୍ତି ବୋଲି ଉଲ୍ଲେଖ କରି ଭିଡିଓ ସେୟାର ହୋଇଥିବାର ଦେଖା ଦେଇଛି ସତ୍ୟାସତ୍ୟ : ଉପରୋକ୍ତ ଦାବିରେ କୌଣସି ସତ୍ୟତା ନଥିବା ଜାଣିବାକୁ ପାଇଥିଲୁ । ଭିଡିଓଟି ଏଡିଟ୍ ହୋଇ ସୋସିଆଲ ମିଡିଆରେ ସେୟାର କରାଯାଇଛି, ମୂଳ ଭିଡିଓରେ ନରେନ୍ଦ୍ର ମୋଦିଙ୍କୁ ବିଜେପି ସମର୍ଥନରେ ବାର୍ତା ରଖୁଥିବାର ଦେଖିବାକୁ ମିଳିଛି । ଯେତେବେଳେ ଆମେ ହାଇଦ୍ରାବାଦରେ ପିଏମ ମୋଦିଙ୍କ ସାଧାରଣ ସଭା ନେଇ ଅନୁସନ୍ଧାନ କରିଥିଲୁ, ସେତେବେଳେ ନରେନ୍ଦ୍ର ମୋଦି ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏକ ଲାଇଭ ଷ୍ଟ୍ରିମ ପାଇଥିଲୁ । ଆମେ କ୍ଲିପ୍ ର ମୂଳ ସଂସ୍କରଣ ୩.୨୬ ଟାଇମ୍ ଷ୍ଟାମ୍ପରେ ଜାଣିବାକୁ ପାଇଲୁ , ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ - “କଂଗ୍ରେସ ନାକ୍କୋ, ବିଆରଏସ ନାକ୍କୋ, ଏମଆଇଏମ ନାକ୍କୋ, ବିଜେପି କୋ ଭୋଟ୍ ଦେଙ୍ଗେ । '' ଓଡ଼ିଆରେ ଏହାକୁ ଅନୁବାଦ କରିବାରୁ ଜଣାଯାଏ ଯେ “ତେଲେଙ୍ଗାନା କହୁଛି କଂଗ୍ରେସ ନୁହେଁ, ବିଆରଏସ ନୁହେଁ, ଏମଆଇଏମ ନୁହେଁ, ଆମେ କେବଳ ବିଜେପିକୁ ହିଁ ଭୋଟ୍ ଦେବୁ । ଅନୁସନ୍ଧାନ ସମୟରେ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ର ଏକ ଲେଖନୀ ମଧ୍ୟ ପାଇଥିଲୁ ଏପରିକି ୨୦୨୪ ମସିହା ୧୦ ମଈରେ ଦ ଷ୍ଟେଟ୍ସମ୍ୟାନ ଏନେଇ ଏକ ଖବର ପ୍ରସାରଣ କରିଥିଲା । ଯେଉଁଥିରେ ଶୀର୍ଷକ ଥିଲା, Congress agenda anti-development and anti-national: PM in Telangana" ୯ ନମ୍ବର ପାରା ରେ ମୂଳ ଭିଡିଓ ର ସଠିକ୍ ଲେଖନୀ ପ୍ରକାଶିତ ହୋଇଥିଲା । ତେଣୁ, ଏହା ସ୍ପଷ୍ଟ ଯେ ଭିଡିଓଟି ଏଡିଟ୍ ହୋଇଛି ଏବଂ ଦର୍ଶକଙ୍କୁ ଭୁଲ ସୂଚନା ଦେବା ପାଇଁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ମୂଳ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରକୃତରେ ଲୋକଙ୍କୁ ବିଜେପିକୁ ଭୋଟ୍ ଦେବାକୁ ଉତ୍ସାହିତ କରୁଥିଲେ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software