About: http://data.cimple.eu/claim-review/e6def3c581db6ce2e4ffeabd2227e19e17b67b4ca951ae67b930e730     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ: ଗ୍ରାଫିକ୍ସରେ ବ୍ୟବହାର କରାଯାଇଥିବା ମୁସଲମାନ ପରିବାରର ଫୋଟୋ ଭାରତର ନୁହେଁ, ଏହା ପାକିସ୍ତାନର - By: Sharad Prakash Asthana - Published: Jan 16, 2023 at 05:59 PM - Updated: Jan 31, 2023 at 12:47 PM ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ଗୋଟିଏ ଗ୍ରାଫିକ୍ସ ସେୟାର୍ କରାଯାଇ ଦାବି କରାଯାଉଛି ଯେ, ଭାରତରେ ମୁସଲମାନଙ୍କ ସଂଖ୍ୟା ଦ୍ରୃତ ଗତିରେ ବଢୁଛି । ଏଥିରେ ଏକ ଫୋଟୋରେ ଗୋଟିଏ ବଡ଼ ମୁସଲିମ ପରିବାର ଦେଖାଯାଉଛି, ତଳେ ରହିଛି ଚାରି ସଦସ୍ୟ ଥିବା ଗୋଟିଏ ଛୋଟ ପରିବାର । ବିଶ୍ବାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ପାଇଲା ଯେ, ଗ୍ରାଫିକ୍ସରେ ଦିଆଯାଇଥିବା ବଡ଼ ମୁସଲିମ ପରିବାରର ଫୋଟୋ ପାକିସ୍ତାନର ଅଟେ । ଏହାର ଭାରତ ସହ କୌଣସି ସମ୍ବନ୍ଧ ନାହିଁ । ଭାଇରାଲ୍ ପୋଷ୍ଟରେ ଅଛି କଣ ଫେସବୁକ୍ ୟୁଜର୍ Meghwal Vijay (ଆର୍କାଇଭ୍ ଲିଙ୍କ୍ ) 9 ଜାନୁୟାରୀରେ ଗ୍ରାଫିକ୍ସ ସେୟାର କରିଛନ୍ତି । ଏଥିରେ ଫୋଟୋ ସହ ସେ ଲେଖିଛନ୍ତି , ଅନୁସନ୍ଧାନ ଭାଇରାଲ୍ ଦାବିର ଅନୁସନ୍ଧାନ ପାଇଁ ଆମେ ପ୍ରଥମେ ଗ୍ରାଫିକ୍ସରେ ଦିଆଯାଇଥିବା ଫୋଟୋକୁ ଗୁଗଲ୍ ରିଭର୍ସ ଇମେଜ୍ ରେ ଖୋଜିଥିଲୁ । ଗଲ୍ଫ ନ୍ୟୁଜ୍ ରେ 17 ଜୁଲାଇ 2014ରେ ଗୋଟିଏ ଖବର ଛପାଯାଇଥିଲା । ଏଥିରେ ଭାଇରାଲ୍ ହୋଇଥିବା ଫୋଟୋ ବ୍ୟବହାର ହୋଇଥିଲା । ଏହାର ଶୀର୍ଷକ ଲେଖାଥିଲା, ଉତ୍ତର ୱଜିରିସ୍ତାନରେ ସୈନ୍ୟ ଅଭିଯାନ ପରେ ନିଜ ପରିବାର ସହ ଚାଲିଆସିଥିବା ବିସ୍ଥାପିତ ଗୁଲଜାର ଖାନ୍ ବନ୍ନୁଙ୍କ ନିଜ ପିଲାମାନଙ୍କ ସହ ଫଟୋ । ଏହାର ଅର୍ଥ, ଏହି ଫୋଟୋ ପାକିସ୍ତାନର ଅଟେ ଏବଂ ଏହା ପ୍ରାୟ ପାଞ୍ଚ ବର୍ଷ ପୁରୁଣା । ଏନଡିଟିଭି ଇଣ୍ଡିଆରେ ମଧ୍ୟ 17 ଜୁଲାଇ 2014ରେ ଏହି ଫଟୋ ବିଷୟରେ ଖବର ଛପାଯାଇଥିଲା । ଏହା ଅନୁଯାୟୀ, ଏହି ଫୋଟୋ ହାଜି ଗୁଲଜାର ଖାନଙ୍କର ଅଟେ । ସେ ଉତ୍ତର ୱଜିରିସ୍ତନରୁ ସୈନ୍ୟ ଅଭିଯାନ ପରେ ସେଠାରୁ ଖସି ଚାଲି ଆସିଥିଲେ । ଫୋଟୋ ବିଷୟରେ ଅଧିକ ସୂଚନା ପାଇଁ ଆମେ ବେଲୁଚିସ୍ତାନ ଟିଭିର ସିଇଓ ମହମ୍ମଦ ଶାହ ଦୋତାନୀଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଥିଲେ, ‘ସେହି ଫୋଟୋ ପାକିସ୍ତାନ ବେଲୁଚିସ୍ତାନର କ୍ବେଟାର ଅଟେ । ‘ ସେହିପରି ପାକିସ୍ତାନର ସ୍ବତନ୍ତ୍ର ସାମ୍ବାଦିକ ହସୀବ ଅହମ୍ମଦ ମଧ୍ୟ ଏହି ଫୋଟୋକୁ ପାକିସ୍ତାନର ବୋଲି କହିଥିଲେ । ପାକିସ୍ତାନର ଫୋଟୋକୁ ସେୟାର କରିଥିବା ଫେସବୁକ୍ ଯୁଜର୍ ‘ମେଘୱାଲ୍ ବିଜୟ ‘ଙ୍କର ଆମେ ପ୍ରୋଫାଇଲ୍ ସ୍କାନ୍ କରିଥିଲୁ । ଏହି ବ୍ୟକ୍ତି ଜଣକ ଦିଲ୍ଲୀର ବୋଲି ଉଲ୍ଲେଖ ରହିଛି ଏବଂ ତାଙ୍କ ପ୍ରୋଫାଇଲ୍ ଲକ୍ ଅଛି । ନିଷ୍କର୍ଷ: ଗ୍ରାଫିକ୍ସରେ ବ୍ୟବହାର କରାଯାଇଥିବା ମୁସଲମାନ ପରିବାରର ଫୋଟୋ ପାକିସ୍ତାନର ଅଟେ । ଏହାର ଭାରତ ସହ କୌଣସି ସମ୍ବନ୍ଧ ନାହିଁ । - Claim Review : ଭାରତରେ ମୁସଲମାନଙ୍କ ସଂଖ୍ୟା ଦ୍ରୃତ ଗତିରେ ବଢୁଛି - Claimed By : Meghwal Vijay - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software