About: http://data.cimple.eu/claim-review/ea06a17ffbd6ecac1cffdf9b2ac141e7f89e44151d4467f68db66ef4     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: କୌନ ବନେଗା କ୍ରୋରପତିର 7.5 କୋଟି ପ୍ରଶ୍ନର ଏହି ଭାଇରାଲ୍ ଭିଡିଓ ଏଡ଼ିଟେଡ଼ ହୋଇଛି - By: Sharad Prakash Asthana - Published: Sep 30, 2023 at 12:54 PM ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ) କୌନ ବନେଗା କ୍ରୋରପତି (କେବିସି) ର 15 ତମ ସିଜିନ ଚାଲିଛି | ଏହି ସମୟରେ ସୋ’ର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ କେବିସି ହୋଷ୍ଟ ଅମିତାଭ ବଚ୍ଚନ ପ୍ରତିଯୋଗୀଙ୍କୁ 7.5 କୋଟି ଟଙ୍କା ମୂଲ୍ୟର ପ୍ରଶ୍ନ ପଚାରିଥିବାର ନଜର ଆସିଛନ୍ତି। ପ୍ରଶ୍ନ ହେଉଛି, ‘ଉଜେନରେ ଅବସ୍ଥିତ ମହାକାଳ ଲୋକ କେଉଁ ସରକାରଙ୍କ ଉପହାର?’ ପ୍ରତିଯୋଗୀ ଉତ୍ତରରେ ଶିବରାଜ ସରକାର କୁହନ୍ତି ଏବଂ ସେ 7.5 କୋଟି ଟଙ୍କା ଜିତିବାକୁ ଅକ୍ଷମ ହୁଅନ୍ତି | ଏହି ଭିଡିଓ ସେୟାର କରି ୟୁଜରମାନେ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଛନ୍ତି ଯେ ସେ ଏକ ରାଜନୀତିକ ଦଳ ଦ୍ୱାରା ପ୍ରଭାବିତ ହୋଇଛନ୍ତି, ଯେଉଁଥିପାଇଁ ତାଙ୍କୁ 6.5 କୋଟି ଟଙ୍କା କ୍ଷତି ହୋଇଛି। ବିଶ୍ୱାସ ନ୍ୟୁଜର ଅନୁସନ୍ଧାନରୁ ଜଣାପଡିଛି ଯେ ଭାଇରାଲ୍ ଭିଡିଓ କ୍ଲିପ୍ ଏଡିଟ୍ ହୋଇଛି। କେବିସିର ଶେଷ ସିଜିନର ଏପିସୋଡରୁ 7.5 କୋଟି ଟଙ୍କାର ପ୍ରଶ୍ନକୁ ଏଡିଟ କରାଯାଇଛି ଏବଂ ଉଜେନର ମହାକାଳ ଲୋକର ପ୍ରଶ୍ନ ଏଥିରେ ଯୋଡ଼ା ହୋଇଛି, ଯେତେବେଳେ କି ଏପିସୋଡରେ ଅନ୍ୟ କିଛି ପ୍ରଶ୍ନ ପଚରାଯାଇଥିଲା। ଏହା ବ୍ୟତୀତ ସ୍ୱର ମଧ୍ୟ ପୃଥକ ଭାବରେ ଯୋଡା ଯାଇଛି | ଭାଇରାଲ୍ ପୋଷ୍ଟରେ କ’ଣ ଅଛି ଫେସବୁକ ୟୁଜର ‘ବେଦବାନ ରବିନ୍ଦ୍ର କୁମାର’ (ଆର୍କାଇଭ ଲିଙ୍କ) ସେପ୍ଟେମ୍ବର 6 ରେ ଭିଡିଓ ପୋଷ୍ଟ କରି ଲେଖିଥିଲେ, ‘’ଅନ୍ଧ ଭକ୍ତି ଯୋଗୁଁ ଭକ୍ତ 7.5 କୋଟି ଟଙ୍କା ହରାଇଛନ୍ତି ” ଭିଡିଓରେ 17 ତମ ପ୍ରଶ୍ନ ହେଉଛି, “ଉଜେନରେ ଅବସ୍ଥିତ ମହାକାଳ ଲୋକ କେଉଁ ସରକାରର ଉପହାର?” ଏହାର ବିକଳ୍ପଗୁଡ଼ିକ ଦିଆଯାଇଛି, “A. ଶିବରାଜ ସରକାର B. ଦିଗବିଜୟ ସରକାର C. କମଲନାଥ ସରକାର D. ଉମା ଭାରତୀ ସରକାର ” ଫେସବୁକରେ ଅନ୍ୟ କେତେକ ୟୁଜର ସମାନ ଦାବି ସହିତ ଏହି ଭିଡିଓ ସେୟାର କରିଛନ୍ତି | ଅନୁସନ୍ଧାନ ଭାଇରାଲ୍ ଭିଡିଓ ଅନୁସନ୍ଧାନ କରିବାକୁ ଯାଇ, ସର୍ବପ୍ରଥମେ ଆମେ ଏହାକୁ ଯତ୍ନର ସହ ଦେଖିଲୁ | ଏଥିରେ, ପ୍ରଶ୍ନ ପଚାରିବାବେଳେ ସ୍ୱର ବଦଳିଯାଏ | ଏହା ଏଡ଼ିଟେଡ଼ ହେବାର ସମ୍ଭାବନାକୁ ବଢ଼ାଇଥାଏ | ଭିଡିଓରେ ଅମିତାଭ ବଚ୍ଚନ ପ୍ରତିଯୋଗୀଙ୍କୁ ଶାଶ୍ୱତ ଗୋୟଲ ବୋଲି ସମ୍ବୋଧିତ କରିଛନ୍ତି। ଏହା ପରେ ଆମେ ଗୁଗୁଲରେ ଏହି ଶବ୍ଦ ବିଷୟରେ କୀୱାର୍ଡ ସହିତ ଖୋଜିଲୁ | ଏ ସମ୍ପର୍କରେ ଏକ ଖବର 10 ଅକ୍ଟୋବର 2022ରେ ଦୈନିକ ଜାଗରଣର ୱେବସାଇଟରେ ପ୍ରକାଶ ପାଇଛି। ଏଥିରେ ଲେଖା ଅଛି, “କେବିସି –14 ରେ ଏକ କୋଟି ଜିତିବାରେ ଦିଲ୍ଲୀର ଶାଶ୍ୱତ ଗୋୟଲ ଦ୍ୱିତୀୟ ପ୍ରତିଯୋଗୀ ହୋଇପାରନ୍ତି। ସେ 7.5 କୋଟି ପ୍ରଶ୍ନ ମଧ୍ୟ ଖେଳିବେ। ସୋସିଆଲ ମିଡିଆରେ ରିଲିଜ୍ ହୋଇଥିବା ଗେମ୍ ସୋ’ର ପ୍ରୋମୋ ଦର୍ଶାଏ ଯେ ସେ ଖେଳ ଛାଡନ୍ତି ନାହିଁ, କିନ୍ତୁ ପରବର୍ତ୍ତୀ ପ୍ରଶ୍ନ ପାଇଁ ବିକଳ୍ପ ଲକ୍ କରିବାକୁ କୁହନ୍ତି | ‘’ 12 ଅକ୍ଟୋବର 2022 ରେ ଏବିପି ଲାଇଭ ୱେବସାଇଟରେ ଏହି ବିଷୟରେ ଖବର ମଧ୍ୟ ଦେଖିବାକୁ ମିଳେ | ଏହି ଅନୁଯାୟୀ, “କୌନ ବନେଗା କ୍ରୋରପତିର 14 ତମ ସିଜିନର ଶେଷ ଏପିସୋଡର ରୋଲଓଭର ପ୍ରତିଯୋଗୀ ଶାଶ୍ୱତ ଗୋୟଲ ପୁରା ଖେଳକୁ ସଠିକ୍ ଭାବରେ ଖେଳିଥିଲେ ଏବଂ ତିନୋଟି ଲାଇଫଲାଇନକୁ ଯତ୍ନର ସହ ବ୍ୟବହାର କରିଥିଲେ | ସେ ତାଙ୍କର ଶେଷ ଲାଇଫଲାଇନକୁ 75 ଲକ୍ଷ ଟଙ୍କା ପ୍ରଶ୍ନରେ ବ୍ୟବହାର କରିଥିଲେ। ସେ 1 କୋଟି ଟଙ୍କା ଜିତିବା ପରେ 7.5 କୋଟି ଟଙ୍କାରେ ଖେଳିଥିବା ପ୍ରଥମ ପ୍ରତିଯୋଗୀ ହୋଇଥିଲେ | ଅମିତାଭ ବଚ୍ଚନ ତାଙ୍କୁ 7.5 କୋଟି ଟଙ୍କା ପାଇଁ ପ୍ରଶ୍ନ ପଚାରିଥିଲେ । ତାଙ୍କୁ ପଚରାଯାଇଥିଲା, ‘କେଉଁ ବ୍ରିଟିଶ ସାମରିକ ରେଜିମେଣ୍ଟକୁ ପ୍ରାଇମସ୍ ଇନ ଇଣ୍ଡିଜର ଆଖ୍ୟା ଦିଆଯାଇଥିଲା କାରଣ ଏହା ଭାରତରେ ନିୟୋଜିତ ହୋଇଥିବା ପ୍ରଥମ ରେଜିମେଣ୍ଟ ଥିଲା?’ ଏଥିପାଇଁ ତାଙ୍କୁ ବିକଳ୍ପ ଦିଆଯାଇଥିଲା, A- 41st (Welch) Regiment of Foot, B – 1st Coldstream guard, C- 5th Light Infantry, D- 39th regiment of foot | ସଠିକ୍ ଉତ୍ତର ହେଉଛି D- 39th regiment of foot | ଶାଶ୍ୱତ ଗୋୟଲ ଏହାର ଉତ୍ତର A ଅର୍ଥାତ୍ 41st (Welch) Regiment of Foot ଭାବରେ ଦେଇଥିଲେ, ଯାହା ଭୁଲ ହୋଇଗଲା | ସଠିକ୍ ଉତ୍ତର ଥିଲା D ଅର୍ଥାତ୍ 39th regiment of foot | ଏହି ଉତ୍ତର ଦେଇ ଶାଶ୍ୱତ ଗୋୟଲ କେବଳ 7.5 କୋଟି ଟଙ୍କା ଜିତିପାରି ନାହାଁନ୍ତି, ସେ 1 କୋଟି ଟଙ୍କା ମଧ୍ୟ ହରାଇଛନ୍ତି। ତାଙ୍କୁ ମାତ୍ର 75 ଲକ୍ଷ ଟଙ୍କା ମିଳିଛି। ” ଏହି ସମ୍ପୂର୍ଣ୍ଣ ଏପିସୋଡ୍ ସୋନି ପିକ୍ଚର୍ସ ଏଣ୍ଟରଟେନମେଣ୍ଟ ଇଣ୍ଡିଆର ୟୁଟ୍ୟୁବ୍ ଚ୍ୟାନେଲରେ 15 ଫେବୃଆରୀ 2023 ରେ ଅପଲୋଡ୍ ହୋଇଛି | ଏଥିରେ, 1:11:27 ଘଣ୍ଟା ପରେ ଅମିତାଭ ବଚ୍ଚନ 17 ତମ ପ୍ରଶ୍ନ ପଚାରିଥିବାର ଦେଖାଯାଏ | ଏଥିରେ ଦିଆଯାଇଥିବା ପ୍ରଶ୍ନ ହେଉଛି, କେଉଁ ବ୍ରିଟିଶ ସାମରିକ ରେଜିମେଣ୍ଟକୁ ପ୍ରାଇମସ୍ ଇନ ଇଣ୍ଡିଜର ଆଖ୍ୟା ଦିଆଯାଇଥିଲା କାରଣ ଏହା ଭାରତରେ ନିୟୋଜିତ ହୋଇଥିବା ପ୍ରଥମ ରେଜିମେଣ୍ଟ ଥିଲା? A. 41st (Welch) Regiment of Foot B.1st Coldstream guard C.5th Light Infantry D.39th regiment of foot ଉତ୍ତରରେ ଶାଶ୍ୱତ A କୁ ବାଛିଥିଲେ , କିନ୍ତୁ ସଠିକ ଉତ୍ତର D ଥିଲା | ଆମେ ଏ ବିଷୟରେ ମୁମ୍ବାଇର ବରିଷ୍ଠ ଏଣ୍ଟରଟେନମେଣ୍ଟ ସାମ୍ବାଦିକ ପାରାଗ ଛାପେକରଙ୍କ ସହ କଥା ହୋଇଥିଲୁ। ସେ କୁହନ୍ତି, “ଏହି ଭିଡିଓରେ ସ୍ୱର ବଦଳିଛି। ଏହା ଦର୍ଶାଏ ଯେ ଏହା ଏଡିଟ୍ ହୋଇଛି | ଏଥିରେ ପ୍ରଶ୍ନ ପରିବର୍ତ୍ତନ କରାଯାଇଛି। ” ଅନୁସନ୍ଧାନ ଶେଷରେ, ଆମେ ଫେସବୁକ୍ ୟୁଜରଙ୍କ ପ୍ରୋଫାଇଲ୍ ସ୍କାନ୍ କରିଥିଲୁ, ଯିଏ ଏଡିଟ୍ ହୋଇଥିବା ଭିଡିଓ ସେୟାର କରିଥିଲେ | ଏହି ଅନୁଯାୟୀ, ସେ ଗାଜିଆବାଦରେ ରୁହନ୍ତି ଏବଂ ତାଙ୍କର 1047 ଅନୁସରଣକାରୀ ଅଛନ୍ତି। ସିଦ୍ଧାନ୍ତ: କେବିସି -14 ର ଏଡ଼ିଟେଡ଼ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି | ଏଥିରେ ପଚରା ଯାଇଥିବା 7.5 କୋଟି ଟଙ୍କା ପ୍ରଶ୍ନକୁ ପରିବର୍ତ୍ତନ କରାଯାଇଛି। କେବିସିର ମୂଳ ଭିଡିଓର କିଛି ଅଂଶଗୁଡ଼ିକୁ ମିଶାଇ ଏହି ଭାଇରାଲ ଭିଡିଓ ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରଶ୍ନ ପଚାରିବା ସମୟରେ ସ୍ୱର ମଧ୍ୟ ପୃଥକ ଭାବରେ ଯୋଗ କରାଯାଇଛି | - Claim Review : କୌନ ବନେଗା କ୍ରୋରପତିରେ 7.5 କୋଟି ପାଇଁ ପଚରା ଯାଇଥିବା ପ୍ରଶ୍ନ - ଉଜେନରେ ଅବସ୍ଥିତ ମହାକାଳ ଲୋକ କେଉଁ ସରକାରଙ୍କ ଉପହାର? - Claimed By : FB user - ବେଦବାନ ରବିନ୍ଦ୍ର କୁମାର - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software