About: http://data.cimple.eu/claim-review/7d7987ff92801d75af96cf07b4572fa2eb2e6941d278471f63794179     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଭାଇରାଲ ହେଉଥିବା ଭିଡିଓଟି ଓଡ଼ିଶାରେ ହୋଇଥିବା ବାତ୍ୟା ଦାନାର ନୁହେଁ ଭାଇରାଲ ହେଉଥିବା ଭିଡିଓଟି ବିଗତ ଦିନରେ ଓଡ଼ିଶାରେ ହୋଇଥିବା ବାତ୍ୟା ଦାନା ସହ କୌଣସି ସମ୍ପର୍କ ନାହିଁ । କାରଣ ଉକ୍ତ ଭିଡିଓ ଟି ଦାନା ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ଅଛି । Claim :ଭିଡିଓ ଟି ବିଗତ ଦିନରେ ଓଡ଼ିଶାରେ ହୋଇଥିବା ଦାନାର ଦୃଶ୍ୟ Fact :ଓଡ଼ିଶାରେ ହୋଇଥିବା ବାତ୍ୟା ଦାନା ସହ ଉକ୍ତ ଭିଡିଓର ନାହିଁ କୌଣସି ସାମଞ୍ଜସ୍ୟ ଉଗ୍ରରୂପ ଧାରଣ କରି ୨୪ ସେପ୍ଟେମ୍ବର ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା 'ଦାନା' । ଭିତରକନିକାର ହାବେଳିଖାଟି ନେଚର କ୍ୟାମ୍ପରେ ସ୍ଥଳଭାଗ ଛୁଇଁଥିବା ବେଳେ ଏବେବି ଲ୍ୟାଣ୍ଡଫଲ ପକ୍ରିୟା ଜାରି ରହିଥିଲା । ସ୍ଥଳଭାଗକୁ ପ୍ରବେଶ କରିବା ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିଥିବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତୁହାକୁ କୁହା ବର୍ଷା ଜାରି ରହିଥିବା ବେଳେ ସମୁଦ୍ରରେ ୧୦ ଫୁଟ ଉପରକୁ ଜୁଆର ଉଠିଥିବା ଜଣାଯାଇଛି । କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଓ ବାଲେଶ୍ବରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ୟୁଜର୍ସ ବାତ୍ୟା ଦାନାର ଭିଡିଓ ବୋଲି ଦାବି କରିଛନ୍ତି । ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରି ଉଲ୍ଲେଖ କରିଛନ୍ତି, ଏହା ହେଉଛି ଓଡ଼ିଶାରେ ହୋଇଥିବା ବାତ୍ୟା ଦାନାର ଦୃଶ୍ୟ । ସେହିଭଳି ଆଉଜଣେ ୟୁଜର୍ସ ଇଂରାଜୀରେ ଲେଖିଛନ୍ତି, Cyclone Dana unleashes its fury on Odisha's coastal regions, bringing: - Turbulent waves- Heavy rainfall - Strong gusty winds STAY SAFE, STAY INDOORS! ଯାହାର ଓଡ଼ିଆ ଅନୁବାଦ ହେଉଛି, ଦାନା ଓଡ଼ିଶାର ଉପକୂଳ ଅଞ୍ଚଳରେ ନିଜର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ଯାହା ଫଳରେ ଅଧିକ ପବନ ବୋହିବା ସହ ସମୁଦ୍ରରେ ଲହଡ଼ି ଉଗ୍ରରୂପ ନେବାରେ ଲାଗିଛି । ତେଣୁ ଘରେ ଭିତରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ABP Live ମଧ୍ୟ ଉକ୍ତ ଭିଡିଓର ଏକ ଫଟୋକୁ ସେୟାର କରି ଫଟୋ ସୌଜନ୍ୟ: X/@Weathermonitors ଲେଖି ବାତ୍ୟା ଦାନା ବୋଲି ଦର୍ଶାଇଛି । ସତ୍ୟାସତ୍ୟ: ଭାଇରାଲ ହେଉଥିବା ଭିଡିଓଟି ବିଗତ ଦିନରେ ଓଡ଼ିଶାରେ ହୋଇଥିବା ବାତ୍ୟା ଦାନାର ନୁହେଁ, କାରଣ ଏହି ଭିଡିଓଟି ବହୁବର୍ଷ ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ଗୁଗୁଲ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ Indian Expressର ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓ ଅପଲୋଡ ହୋଇଥିବା ଦେଖିବାକୁ ପାଇଥିଲୁ । ଉକ୍ତ ଭିଡିଓଟିକୁ Indian Express ୨୬ ମଇ ୨୦୨୧ରେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରି ଉଲ୍ଲେଖ କରିଛି, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ମାଡ଼ ହେଲା ବାତ୍ୟା ୟାସ୍ ସେହିପରି ୨୫ ମଇ ୨୦୨୧ରେ ସମ୍ବାଦ ଉକ୍ତ ଭିଡିଓଟିକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରି ଶୀର୍ଷକରେ ଉଲ୍ଲେଖ କରିଛି, ବାତ୍ୟା ୟାସ୍ ର ପ୍ରଭାବ ଦୀଘାରେ । ଉକ୍ତ ଫଟୋଟିକୁ ନିଜ ୱେବସାଇଟରେ ସ୍ଥାନ ଦେଇ ୬ ଜୁନ୍ ୨୦୨୧ ରେ The State's Man ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, ବାତ୍ୟାର କ୍ଷୟକ୍ଷତି ଆକଳନ କରିବା ନିମନ୍ତେ ଏକ କେନ୍ଦ୍ରସ୍ତରୀୟ ଟିମ୍ ଖୁବଶୀଘ୍ର ଆସିବାକୁ ଯାଉଛି । ୨୬ ମଇ ୨୦୨୧ରେ କଳିଙ୍ଗ ଟିଭି ଉକ୍ତ ଖବର ଟିକୁ ନିଜ ୱେବସାଇଟ୍ ରେ ପ୍ରସାରିତ କରି ଉଲ୍ଲେଖ କରିଛି, ବାତ୍ୟା ୟାସ୍ ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ୧୪୦ ରୁ ୧୪୫ କିମି ଥିଲା ପବନର ବେଗ । ୨୫ ମଇ ୨୦୨୧ରେ AsiaNet ଉକ୍ତ ଫଟୋକୁ ପ୍ରସାରିତ କରି ଉଲ୍ଲେଖ କରିଛି, ଦୀଘାରେ ବାତ୍ୟା ୟାସ୍ ର ପ୍ରଭାବ । ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଉକ୍ତ ଭିଡିଓଟି ଦାନା ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି ତେଣୁ, ଦାନା ସହ ଉକ୍ତ ଭିଡିଓ ର କୌଣସି ସାମଞ୍ଜସ୍ୟ ନାହିଁ । ଅନ୍ୟପଟେ କିଛି ୟୁଟ୍ୟୁବ ଚ୍ୟାନେଲ ଏହାକୁ ୨୦୨୧ରେ ହୋଇଥିବା ବାତ୍ୟା ତାଉକତେ ବୋଲି ଦର୍ଶାଇଛି । ଯାହା ଗୁଜୁରାଟ ଏବଂ ମହାରାଷ୍ଟ୍ରର କିଛି ଅଂଶରେ ପ୍ରଭାବିତ ହୋଇଥିଲା । News 9 Live ଉକ୍ତ ଭିଡିଓକୁ ବାତ୍ୟା ତାଉକତେ ଦର୍ଶାଇ ୧୬ମଇ ୨୦୨୧ରେ ଏକ ଭିଡିଓ ଅପଲୋଡ କରିଥିଵାର ଦେଖା ଦେଇଛି । ସେହିଭଳି HW News English ଉକ୍ତ ଭିଡିଓ ଟିକୁ ସେୟାର କରି ଏହା ତାଉକତେ ବୋଲି ଦର୍ଶାଇଛି । ଯେହେତୁ ଭିଡିଓଟି ଏକ ଉପକୂଳ ଅଞ୍ଚଳର ବୋଲି ଦୃଶ୍ୟମାନ ହେଉଛି ଏବଂ ଏହା କୌଣସି ଗଣମାଧ୍ୟମ ଦ୍ୱାରା ରେକର୍ଡ କରାଯାଇ ନଥାଏ ବୋଲି ଅନୁମାନ କରାଯାଉଛି । ତେଣୁ ପ୍ରାୟ କୌଣସି ସ୍ଥାନିୟ ବ୍ୟକ୍ତି ନିଜ ମୋବାଇଲରେ ଉତ୍ତୋଳନ କରି ପରେପରେ ଭାଇରାଲ କରିଥିବା ମଧ୍ୟ ଅନୁମାନ କରାଯାଏ । ହେଲେ ଭିଡିଓଟି କେଉଁ ଅଞ୍ଚଳର ଏବଂ କେଉଁ ବାତ୍ୟା ସମୟର ବୋଲି ଅନୁସନ୍ଧାନରୁ ଜଣାଯାଇପାରୁ ନାହିଁ । ତେଣୁ ଭାଇରାଲ ହେଉଥିବା ଭିଡିଓଟି ବିଗତ ଦିନରେ ଓଡ଼ିଶାରେ ହୋଇଥିବା ବାତ୍ୟା ଦାନା ସହ କୌଣସି ସମ୍ପର୍କ ନାହିଁ । କାରଣ ଉକ୍ତ ଭିଡିଓ ଟି ଦାନା ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ଅଛି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software