About: http://data.cimple.eu/claim-review/d854ee541dff32506ef437661148d3e89e1f776853e4f2bc55836465     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ମଲ୍ଲପୁରମ ରେ ମୃତ୍ୟୁବରଣ କରିନଥିଲା ଗର୍ଭିଣୀ ହାତୀ , ନା ହୋଇଥିଲା ଭୂସ୍ଖଳନରେ କିଛି କ୍ଷୟକ୍ଷତି Claim :ଭୂସ୍ଖଳନରେ ସଫା ହୋଇଯାଇଛି ମଲ୍ଲପୁରମ ଗ୍ରାମ, ଦିନେ ଏହି ଗ୍ରାମରେ ଫଳରେ ଖଞ୍ଜିତ ବୋମା ଖାଇ ଗର୍ଭିଣୀ ହାତୀ ଜୀବନ ହାରିଥିଲା Fact :ଭୂସ୍ଖଳନରେ ମଲ୍ଲପୁରମରେ କୌଣସି କ୍ଷତି ଘଟିନାହିଁ, ବୋମା ଖାଇ ଗର୍ଭିଣୀ ହାତୀର ମୃତ୍ୟୁ ଘଟିଥିବା ଘଟଣା ପାଲକ୍କଡ ରେ ଘଟିଥିଲା ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ ପରେ, ୱାୟନାଡ଼ରେ ଭୂସ୍ଖଳନ ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁର୍ବିପାକରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଥିବାର ଦେଖାଯାଇଛି । ଇରୁଭାଝିଞ୍ଜି ପୂଝା ଯେଉଁ ନଦୀରେ ଅତ୍ୟଧିକ ପାଣି ଆସିବାରୁ ଭୂସ୍ଖଳନ ହୋଇଥିଲା ସେହି ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ । ପରେପରେ ପୀଡ଼ିତ ଚିକିତ୍ସାପାଉଥିବା କିଛି ଚିକିତ୍ସାଳୟ ଏବଂ ରିଲିଫ କ୍ୟାମ୍ପରେ ପୀଡ଼ିତଙ୍କୁ ପିଏମ୍ ସାକ୍ଷାତ କରିଥିଲେ । ଭୂସ୍ଖଳନ କୁ ଜାତୀୟ ଦୁର୍ବିପାକ ଘୋଷଣା ନେଇ ରାଜନୀତି ଜୋର ଧରିଥିବା ବେଳେ, ପ୍ରଧାନମନ୍ତ୍ରୀ ଙ୍କ ଗସ୍ତ ପରେ କିଛି ବଡ଼ ଘୋଷଣା ହୋଇପାରେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ୱାୟନାଡ଼ ଦୁର୍ବିପାକର ସେହି ଲୋମଟାଙ୍କୁରା ଫଟୋ ଏବେ ସୋସିଆଲ ମିଡିଆରେ ଛାଇ ଯାଇଥିବା ବେଳେ, ପ୍ରକୃତିର ତାଣ୍ଡବ ନେଇ ଏକ ଖବର ମିଡିଆରେ ଜୋର ଧରିଚି । କିଛି ବର୍ଷ ପୂର୍ବେ କେରଳରେ ଫଳଭିତରେ ବୋମା ଖଞ୍ଜାଯାଇଥିବା ଫଳଟି ଖାଇ ଗୋଟିଏ ଗର୍ଭିଣୀ ହାତୀର ମୃତ୍ୟ ଘଟିଥିବା ବେଳେ, କେରଳର ଭୂସ୍ଖଳନରେ ସେହି ଅଞ୍ଚଳଟି ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଛି ବୋଲି ଦର୍ଶାଯାଇଛି । ସୋସିଆଲ ମିଡିଆରେ ନିଜ ମତ ଲେଖି ୟୁଜର୍ସ ଲେଖିଛନ୍ତି ଯେ "ଭୂସ୍ଖଳନ ଯୋଗୁଁ ପୁରା ଧ୍ୱଂସ ହେଇ ଯାଇଥିବା କେରଳର ମଲ୍ଲପୁରମ ହେଉଛି ସେଇ ଗାଁ, ଯେଉଁଠି କିଛି ବର୍ଷ ତଳେ ସପୁରୀ ଭିତରେ ବୋମା ରଖି ଗର୍ଭିଣୀ ହାତୀ କୁ ଖାଇବାକୁ ଦିଆ ଯାଇଥିଲା" । ସେହିଭଳି ଆଉଜଣେ ୟୁଜର୍ସ ଲେଖିଛନ୍ତି, ପାପ କର୍ମକୁ ଡର, ନଚେତ ସବୁ ହିସାବ ନିଶାବ ହୋଇଯିବ । ଆଉଜଣେ ୟୁଜର୍ସ ଲେଖିଛନ୍ତି, "ମଲ୍ଲପୁରମ ସେଇ ଗାଁ, ଯେଉଁଠି କିଛି ବର୍ଷ ତଳେ ସପୁରୀ ଭିତରେ ବୋମା ରଖି ଗର୍ଭିଣୀ ହାତୀ କୁ ଖାଇବାକୁ ଦିଆ ଯାଇଥିଲା, ବିଚାରି ହାତୀ ମରିଗଲା I "କର୍ମ ର ଫଳ" ସତ୍ୟାସତ୍ୟ: ଦାବିରେ କୌଣସି ସତ୍ୟତା ନଥିବା ଜାଣିବାକୁ ପାଇଥିବା ବେଳେ, ମଲ୍ଲପୁରମ ଅଞ୍ଚଳରେ ଉକ୍ତ ଘଟଣାଟି ଘଟିନଥିଲା I ଏପରିକି ଭୂସ୍ଖଳନରେ ମଲ୍ଲପୁରମ ଅଞ୍ଚଳରେ କୌଣସି କ୍ଷତି ହୋଇନଥିବା ଜଣାଯାଇଛି । ଗର୍ଭିଣୀ ହାତୀ ଘଟଣାର ଅନୁସନ୍ଧାନ କରିବାରୁ ଏ.ଏନ.ଆଇ ରେ ପ୍ରସାରିତ ଏକ ଖବର ଦେଖିବାକୁ ମିଳିଥିଲା, ଯେଉଁଥିରେ ଉଲ୍ଲେଖ ରହିଥିଲା " ଗର୍ଭିଣୀ ହାତୀ ମୃତ୍ୟୁ ଘଟଣା ରେ ଦୋଷୀକୁ କଠୋର ଦଣ୍ଡ ଦିଆଯିବ, ଏହାମଧ୍ୟ ସୂଚନା ଦିଆଯାଉଛି ଯେ ଉକ୍ତ ଘଟଣା ଟି ମଲ୍ଲପୁରମରେ ନୁହେଁ ବରଂ ପାଲକ୍କଡରେ ଘଟିଛି ବୋଲି କର୍ଣ୍ଣାଟକ ଜଙ୍ଗଲ ଓ ପରିବେଶ ସୁରକ୍ଷା ମନ୍ତ୍ରୀ କେ.ରାଜୁ ସୂଚନା ଦେଇଛନ୍ତି' । ଅଧିକ ଅନୁସନ୍ଧାନ ରୁ କେରଳ ଜଙ୍ଗଲ ବିଭାଗ ଏକ ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି ଯେ, " କିଛି ଗଣମାଧ୍ୟମ ରେ ଉକ୍ତ ଘଟଣା ଘଟିଥିବା ସ୍ଥାନଟି ନାମ ମଲ୍ଲପୁରମ ଉଲ୍ଲେଖ କରିଛନ୍ତି ହେଲେ ପ୍ରକୃତରେ ଘଟଣା ଟି ପାଲକ୍କଡ ଅଞ୍ଚଳରେ ଘଟିଛି " । ଭୂସ୍ଖଳନ ନେଇ ଆମେ ବିଭିନ୍ନ ଗଣମାଧ୍ୟମ ଅନୁସନ୍ଧାନ କରିବାରୁ ମଲ୍ଲପୁରମ କ୍ଷତିଗସ୍ତ ନେଇ କୌଣସି ଖବର ପ୍ରସାରିତ ହୋଇନଥିଵାର ଦେଖିବାକୁ ପାଇଥିଲୁ । ଏପରିକି ଏନେଇ ଆମେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଫିସ୍ ରେ ଯୋଗାଯୋଗ କରିବାରୁ ଆଲୋଚନା ସମୟରେ ମଲ୍ଲପୁରମ ଅଞ୍ଚଳଟି ଭୂସ୍ଖଳନ ସମୟରେ କୌଣସି କ୍ଷତିଗ୍ରସ୍ତ ହୋଇଥିବାର ଜଣାଇଥିଲେ । ତେଣୁ ଉପରୋକ୍ତ ଅନୁସନ୍ଧାନ ରୁ ଜଣାଯାଏ ଯେ, ଦାବିରେ କୌଣସି ସତ୍ୟତା ନାହିଁ । ଗର୍ଭିଣୀ ହାତୀର ମୃତ୍ୟୁ ଘଟଣା ଟି ମଲ୍ଲପୁରମ ଗ୍ରାମରେ ନୁହେଁ ବରଂ ପାଲକ୍କଡରେ ଘଟିଥିଲା । ଅନ୍ୟପଟେ ଭୂସ୍ଖଳନରେ ମଲ୍ଲପୁରମ ଅଞ୍ଚଳରେ କୌଣସି କ୍ଷତି ହୋଇନଥିବା ମଧ୍ୟ ଜଣାଯାଇଛି ।
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software