About: http://data.cimple.eu/claim-review/aa2e4acb13512cf47fdc9c3d58ced8054d0f80555e16c7b08ff1e307     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଏଡିଟ୍ ହୋଇଥିବା ଶେଖ ହସିନାଙ୍କ ଫଟୋ ହେଉଛି ଭାଇରାଲ, ପ୍ରକୃତ ଫଟୋରେ ଅଛନ୍ତି ରାହୁଲ ଗାନ୍ଧୀ ପ୍ରକୃତ ଫଟୋରେ ଶେଖ ହସିନାଙ୍କ ସ୍ଥାନରେ ଅଛନ୍ତି ରାହୁଲ ଗାନ୍ଧୀ । ୨୦୨୨ ମସିହାରେ ସିଭାଗୀରି ମଠ ପରିଦର୍ଶନ ସମୟରେ ରାହୁଲ ଯାଇଥିବା ବେଳେ ଏହି ଫଟୋଟି ଉଠା ଯାଇଥିଲା । Claim :ଭାରତରେ ଶରଣାର୍ଥୀ ହେବାପରେ ହିନ୍ଦୁ ଧର୍ମକୁ ମାନୁଛନ୍ତି ବାଂଲାଦେଶର ପୁର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା Fact :ଫଟୋଟିକୁ ଏଡିଟ୍ କରାଯାଇଛି, ମୁଳ ଫଟୋରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ସେମାନଙ୍କର ଗଣହତ୍ୟା ବିରୋଧରେ ମୁହଁ ଖୋଲିଛନ୍ତି ଶେଖ ହସିନା । ବାଂଲାଦେଶରେ ହେଉଥିବା ହତ୍ୟାକାଣ୍ଡ ଏବଂ ସଖ୍ୟାଲଘୁଙ୍କୁ କରାଯାଉଥିବା ଟାର୍ଗେଟ ପଛରେ ମହମ୍ମଦ ୟୁନୁସଙ୍କୁ ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ନ୍ୟୁୟର୍କରେ ଆୱାମି ଲିଗର ଏକ ଇଭେଣ୍ଟକୁ ସମ୍ବୋଧିତ କରି ହସିନା ମନ୍ଦିର, ଚର୍ଚ୍ଚ ଏବଂ ଧାର୍ମିକସ୍ଥଳ ଇସ୍କନ ଉପରେ ହେଉଥିବା ଆକ୍ରମଣ ପାଇଁ ୟୁନୁସଙ୍କୁ ସମାଲୋଚନା କରିଛନ୍ତି । ବର୍ତ୍ତମାନ ଶିକ୍ଷକ, ପୁଲିସ ସମସ୍ତଙ୍କୁ ଆକ୍ରମଣ କରି ହତ୍ୟା କରାଯାଉଛି । ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନଙ୍କୁ ଟାର୍ଗେଟ କରାଯାଉଛି । ଚର୍ଚ୍ଚ ଏବଂ ଅନେକ ମନ୍ଦିର ଉପରେ ଆକ୍ରମଣ କରାଯାଇଛି । କାହିଁକି ସଂଖ୍ୟାଲଘୁଙ୍କୁ ବାଂଲାଦେଶରେ ଟାର୍ଗେଟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ହସିନା । ହସିନା ଆହୁରି ମଧ୍ୟ କହିଛ ଯେ, ସେ ଅଗଷ୍ଟରେ ଇସ୍ତଫା ଦେବା ପରେ ଦେଶ ଛାଡ଼ି ଚାଲିଆସିଥିଲେ। କାରଣ ତାଙ୍କୁ ଏବଂ ତାଙ୍କ ଭଉଣୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ୧୯୭୫ରେ ତାଙ୍କ ବାପା ଶେଖ ମୁଜିବ-ଉର- ରହମନଙ୍କୁ ଯେପରି ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିଲା ତାଙ୍କୁ ସେପରି ହତ୍ୟା କରିବାକୁ ଯୋଜନା ହୋଇଥିଲା। ଇତିମଧ୍ୟରେ ଶେଖ ହସିନାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖା ଯାଇଛି । ଫଟୋରେ କିଛି ହିନ୍ଦୁ ଧର୍ମୀୟ ସାଧୁ ବ୍ୟକ୍ତି ଥିବା ବେଳେ ହସିନା ମଧ୍ୟ ତାଙ୍କ ସହ ଅଛନ୍ତି । ଉକ୍ତ ଫଟୋରେ ଜଣେ ସାଧୁ ଶେଖ ହସିନାଙ୍କୁ ଏକ ତିଳକ ଲଗାଉଥିବାର ଦେଖା ଯାଇଛି । ଶେଖ ହସିନା ଜଣେ ମୁସଲମାନ ସମ୍ପ୍ରଦାୟର ମହିଳା, ପ୍ରାୟତଃ ମୁସଲମାନ ମହିଳା ମାନେ ମଥାରେ ତିଳକ କିମ୍ବା ସିନ୍ଦୂର ଲଗାଇବାର ପରମ୍ପରା ମଧ୍ୟ ନଥାଏ । ତେଣୁ ଉକ୍ତ ଫଟୋକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିବାର ଦେଖାଦେଇଛି । ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ୟୁଜର୍ସ ସେୟାର କରି ଉଲ୍ଲେଖ କରିଛନ୍ତି, হায়রে বুবু যখন বাংলায় মুসলমান - হিন্দুতে হিন্দুস্তান-জয়রাম শ্রীকৃষ্ণ। ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ, ଆଲ୍ହା ଯେତେବେଳେ ମୁସଲମାନ ବେଙ୍ଗଲରେ ଏବଂ ହିନ୍ଦୁ ହିନ୍ଦୁସ୍ତାନରେ । ଜୟ ରାମ ଶ୍ରୀ କୃଷ୍ଣ । ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପସ୍ଥିତ ରହିଛି । ସତ୍ୟାସତ୍ୟ : ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଫଟୋଟିକୁ ଏଡିଟ୍ କରାଯାଇଥିବା ବେଳେ, ପ୍ରକୃତ ଫଟୋରେ ଶେଖ ହସିନାଙ୍କ ସ୍ଥାନରେ ଅଛନ୍ତି ରାହୁଲ ଗାନ୍ଧୀ । ତଦନ୍ତ କରିବାକୁଯାଇ ଉକ୍ତ ଫଟୋକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଭାରତୀୟ କଂଗ୍ରେସର ଏକ ପୋଷ୍ଟ ହସ୍ତଗତ ହୋଇଥିଲା । ୧୪ ସେପ୍ଟେମ୍ବର ୨୦୨୨ ରେ କଂଗ୍ରେସ ଏକ ଫଟୋ ସେୟାର କରି ଉଲ୍ଲେଖ କରିଛି, Sree Narayana Guru dedicated his life to reject casteism, promote social equality & spiritual enlightenment. The revered Sivagiri mutt has been visited by Jawaharlal Nehru, Indira Ji & Rajeev Gandhi in the past. His teachings will always inspire the humankind. ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ, ଜାତିବାଦକୁ ପ୍ରତ୍ୟାଖ୍ୟାନ କରିବା, ସାମାଜିକ ସମାନତା ଏବଂ ଆଧ୍ୟାତ୍ମିକ ଜ୍ଞାନକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ନାରାୟଣ ଗୁରୁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ। ଅତୀତରେ ଜବାହରଲାଲ ନେହେରୁ, ଇନ୍ଦିରା ଜୀ ଏବଂ ରାଜୀବ ଗାନ୍ଧୀ ସମ୍ମାନିତ ସିଭାଗିରି ମଠ ପରିଦର୍ଶନ କରିଛନ୍ତି। ତାଙ୍କର ଶିକ୍ଷା ସବୁବେଳେ ମାନବଜାତିଙ୍କୁ ପ୍ରେରଣା ଯୋଗାଇବ I ଉକ୍ତ ପୋଷ୍ଟରେ ୪ଟି ଫଟୋ ପୋଷ୍ଟ ହୋଇଥିବା ବେଳେ, ଫଟୋରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କିଛି ସାଧୁ ଆଳତୀ ପ୍ରଦାନ କରିବା ସହ ତିଳକ ଲଗାଇ ବନ୍ଦାପନା କରୁଥିବାର ଦେଖାଯାଇଛି । ଯେତେବେଳେ ଉକ୍ତ ଫଟୋକୁ ଭାଇରାଲ ହେଉଥିବା ଫଟୋ ସହ ତୁଳନାକଲୁ ଫଟୋଟି ପ୍ରାୟତଃ ସମାନ ଥିବାର ଦେଖିବାକୁ ପାଇଥିଲୁ । ଫଟୋରେ ତିଳକ ଲଗାଉଥିବା ସାଧୁ ତାଙ୍କ ପାଖରେ ଠିଆ ହୋଇଥିବା ଆଉ ଦୁଇଜଣ ସାଧୁଙ୍କ ମୁହଁ ଦୁଇଟି ଫଟୋରେ ସମାନ ରହିଛି । ସେହିପରି ସାଧୁଙ୍କ ପଛପଟେ ଠିଆ ହୋଇଥିବା ଧଳା ସାର୍ଟ ପିନ୍ଧି ଚଷମା ପିନ୍ଧିଥିବା ବ୍ୟକ୍ତି ମଧ୍ୟ ସମାନ ଅଟନ୍ତି । ଏପରିକି ଶେଖ ହସିନାଙ୍କ ପଛପଟେ ଯେଉଁ ଅଙ୍ଗରକ୍ଷୀ ଅଛନ୍ତି ରାହୁଲଙ୍କ ପଛରେ ମଧ୍ୟ ସେହି ଅଙ୍ଗରକ୍ଷୀ ଅଛନ୍ତି । ତେଣୁ ଉଭୟ ଫଟୋଟି ସମାନ ବୋଲି ପ୍ରମାଣିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମର ଭିଡିଓ ରାହୁଲ ଗାନ୍ଧୀଙ୍କ YouTube ଚ୍ୟାନେଲରେ ଅପଲୋଡ଼ ହୋଇଥିବାର ମଧ୍ୟ ଦେଖାଯାଇଛି । ଭିଡିଓକୁ ଅନୁଧ୍ୟାନ କରିବାରୁ ୨୭ ସେକେଣ୍ଡ ସମୟ ଟାଇମଷ୍ଟାମ୍ପରେ ଉକ୍ତ ଫଟୋଟିକୁ ଦେଖିବାକୁ ପାଇଥିଲୁ । ଯାହାର ସ୍କ୍ରିନସଟ୍ ଆପଣ ତଳେ ଦେଖିବାକୁ ପାଇବେ । ସେହିପରି ଏକ ଘଟଣାକୁ ନେଇ Times of India, The Hindu, Outlook India ଏବଂ India Today ଭଳି କିଛି ପ୍ରମୁଖ ଗଣମାଧ୍ୟମ ଖବର ପ୍ରକାଶ କରିଥିଵାର ଦେଖିବାକୁ ମିଳିଛି । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଦାବିରେ ନାହିଁ କୌଣସି ସତ୍ୟତା, ପ୍ରକୃତ ଫଟୋରେ ଶେଖ ହସିନାଙ୍କ ସ୍ଥାନରେ ଅଛନ୍ତି ରାହୁଲ ଗାନ୍ଧୀ । ୨୦୨୨ ମସିହାରେ ସିଭାଗୀରି ମଠ ପରିଦର୍ଶନ ସମୟରେ ରାହୁଲ ଯାଇଥିବା ବେଳେ ଏହି ଫଟୋଟି ଉଠା ଯାଇଥିଲା ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software