About: http://data.cimple.eu/claim-review/159c7dc3de718c51d1005b1dc8ad4c2f23d6aafd734780c0b2f9d733     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଏଆଇ ଦ୍ୱାରା ନିର୍ମାଣ ହୋଇଥିବା ଫଟୋ ହେଉଛି ଭାଇରାଲ, ଏଲନ ମସ୍କଙ୍କୁ ଭେଟିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବିଗତ ଦିନରେ ଭାରତ ଗସ୍ତରେ ଆସି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି ଏଲନ ମସ୍କ । ନାହିଁ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଭେଟିଛନ୍ତି । ଭାଇରାଲ ଫଟୋଟି ଏଆଇ ଦ୍ୱାରା ନିର୍ମିତ । Claim :ଏଲନ ମସ୍କଙ୍କୁ ଭେଟିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ Fact :ଏଭଳି କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନାହିଁ, ଭାଇରାଲ ଫଟୋଟି ଏଆଇ ଦ୍ୱାରା ନିର୍ମିତ ପାରମ୍ପରିକ ଆସନ ନୂଆ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ । ସେହିପରି କାଳକାଜିରୁ ନିଜର ଭାଗ୍ୟ ପରୀକ୍ଷା କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା। ଆପ୍ ରବିବାର ଜାରି କରିଥିବା ଚତୁର୍ଥ ପ୍ରାର୍ଥୀ ତାଲିକାରୁ ଏହା ଜାଣିବାକୁ ମିଳିଛି । ଆସନ୍ତା ବର୍ଷ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଏହି ପ୍ରକ୍ରିୟାରେ ସମସ୍ତ ଦଳ ଲାଗି ପଡିଥିବା ବେଳେ, କିଏ କେଉଁ ସିଟରୁ ନିର୍ବାଚନ ଲଢ଼ିବେ ସେ ନେଇ ଚାଲିଛି କଳ୍ପନା ଜଳ୍ପନା। ଏହାରି ଭିତରେ ଆପ ବିଧାନସଭା ନିର୍ବାଚନ ପାଇଁ ତା’ର ଚତୁର୍ଥ ତଥା ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୩୮ ଜଣଙ୍କ ନାମ ଘୋଷଣା କରାଯାଇଛି । ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ଆପମୂଖ୍ୟ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଠିଆ ହୋଇଥିବାର ଦେଖାଯାଇଛି । ଏଲନ ମସ୍କ ଏକ ଫୁଲ ତୋଡ଼ା ଧରିଥିବା ବେଳେ ତାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ କେଜ୍ରିୱାଲ ସ୍ୱାଗତ କରୁଥିବାର ଦାବି ହୋଇଛି । ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, Elon lands in India early this morning to meet Arvind Kejriwal.. Discussions are set on Delhi's transformative education and healthcare reforms, with plans to adapt these policies in the US and discuss them with Trump. Kejriwal personally welcomes him at the airport. ଯାହାର ଓଡ଼ିଆ ଅନୁବାଦ ହେଉଛି, ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ପାଇଁ ଆଜି ସକାଳେ ଭାରତରେ ଏଲନ ଅବତରଣ କରିଛନ୍ତି । ଦିଲ୍ଲୀର ପରିବର୍ତ୍ତନଶୀଳ ଶିକ୍ଷା ତଥା ସ୍ୱାସ୍ଥ୍ୟସେବା ସଂସ୍କାର ଉପରେ ଆଲୋଚନା ହୋଇଛି, ଆମେରିକାରେ ଏହି ନୀତିଗୁଡିକୁ ଅନୁକୂଳ କରିବା ଏବଂ ଟ୍ରମ୍ପଙ୍କ ସହ ଆଲୋଚନା କରିବା ପାଇଁ ଯୋଜନା ରହିଛି । କେଜ୍ରିୱାଲ ବ୍ୟକ୍ତିଗତ ଭାବେ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି । ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ବିଗତ ଦିନରେ ଭାରତ ଗସ୍ତରେ ଆସି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି ଏଲନ ମସ୍କ । ନାହିଁ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଭେଟିଛନ୍ତି । ଭାଇରାଲ ଫଟୋଟି ଏଆଇ ଦ୍ୱାରା ନିର୍ମିତ । ତଦନ୍ତ କରିବାକୁ ଯାଇ ଗୁଗୁଲରେ ଅନୁସନ୍ଧାନ କରିବାରୁ ଏନେଇ କୌଣସି ଗଣମାଧ୍ୟମରେ କୌଣସି ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇନଥିଲୁ । ଏଲନ ମସ୍କ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ସୋସିଆଲ ମିଡିଆରେ ମଧ୍ୟ ଏଭଳିକୌଣସି ସୂଚନା କିମ୍ବା ଫଟୋ ପୋଷ୍ଟ ହୋଇଥିବାର ଦେଖିବାକୁ ପାଇନଥିଲୁ । ଉକ୍ତ ଫଟୋକୁ ନେଇ ଇଜଇଟ ଏଆଇ ରେ ପରୀକ୍ଷା କରିବାରୁ ଏହା ୮୧% ଏଆଇ ଦ୍ୱାରା ନିର୍ମିତ ହୋଇଥାଇପାରେ ବୋଲି ରିପୋର୍ଟ ରେ ପ୍ରକାଶ ପାଇଥିଲା । ଅଧିକ ତଦନ୍ତ କରିବାକୁ ଯାଇ, ଟ୍ରୁମିଡିଆ ରେ ପରୀକ୍ଷା କରିବାରୁ ଏହା ୯୫% ଏଆଇ ଦ୍ୱାରା ନିର୍ମିତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ସେହିପରି ଓଡ଼ିଶା ଆମ୍ ଆଦ୍ମୀମୀ ପାର୍ଟିର ଜଣେ ବରିଷ୍ଠ ରାଜନେତାଙ୍କୁ ଏନେଇ ପଚାରିବାରୁ ଏଭଳି କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନାହିଁ ଉକ୍ତ ଫଟୋଟି ଫେକ୍ ହୋଇଥାଇପାରେ ବୋଲି ସୂଚନା ଦେଇଛନ୍ତି । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଦାବିରେ ନାହିଁ କୌଣସି ସତ୍ୟତା । ବିଗତ ଦିନରେ ଭାରତ ଗସ୍ତରେ ଆସି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି ଏଲନ ମସ୍କ । ନାହିଁ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଭେଟିଛନ୍ତି । ଭାଇରାଲ ଫଟୋଟି ଏଆଇ ଦ୍ୱାରା ନିର୍ମିତ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software