About: http://data.cimple.eu/claim-review/18ee8f50b113954aef74a5e4835d35003a5428bf32e5906197d3ce0d     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ମାଗଣା କଫନ ଯୋଗାଇଦେବାର ହେମନ୍ତ ସୋରେନଙ୍କ ଭିଡିଓ ବର୍ତ୍ତମାନର ନୁହେଁ ପୁରୁଣା ମାଗଣା କଫନ ବାଣ୍ଟିବା ଘୋଷଣାଟି ଏବେର ନୁହେଁ କୋଭିଡ ସମୟର ତେଣୁ, ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଝାଡ଼ଖଣ୍ଡ ନିର୍ବାଚନ ସହ ନାହିଁ କୌଣସି ସଂଯୋଗ Claim :ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ହେମନ୍ତ ସୋରେନଙ୍କ ପ୍ରତିଶ୍ରୁତି, ମାଗଣାରେ ମିଳିବ କଫନ Fact :ଭାଇରାଲ ଭିଡିଓଟି ବର୍ତ୍ତମାନ ଦିନର ନୁହେଁ ଅନ୍ୟୁନ୍ୟ ୨୦୨୧ ମସିହାର ଝାଡ଼ଖଣ୍ଡରେ ୨ଟି ପର୍ଯ୍ୟାୟରେ ହେଉଛି ବିଧାନସଭା ନିର୍ବାଚନ । ୧୩ ତାରିଖରେ ହେଉଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ସରିଛି ପ୍ରଚାର। ୨୪ ନିର୍ବାଚନରେ ଓଡ଼ିଶାରେ ବାଜିମାତ୍ ପରେ ପ୍ରାୟ ୨୦ ଲକ୍ଷ ଓଡ଼ିଆ ଭାଷାଭାଷୀ ରହୁଥିବା ପଡ଼ୋଶୀ ଝାଡ଼ଖଣ୍ଡ ଏବେ ବିଜେପିର ଫୋକସରେ। ଶେଷଦିନରେ ପ୍ରଚାର କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମ ପର୍ଯ୍ୟାୟ ଭୋଟ୍ ପ୍ରଚାରର ଶେଷ ଦିନରେ ମୈଦାନକୁ ଓହ୍ଲାଇ ସୋରେନ୍ ସରକାରକୁ ହଟାଇବାକୁ ଆହ୍ବାନ ଦେଇଛନ୍ତି ମୋହନ ଚରଣ ମାଝୀ। ବହୁ ସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ରହୁଥିବା ଷଢ଼େଇକଳାରେ ମୋହନ, ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ପାଇଁ ପ୍ରଚାର କରି ଝାଡ଼ଖଣ୍ଡରେ ବି ଡବଲ୍ ଇଞ୍ଜିନ ସରକାର ଆଣିବାକୁ ଅପିଲ୍ କରିଛନ୍ତି। ସେପଟେ ଝାଡ଼ଖଣ୍ଡରେ ପଦ୍ମ ପୁଟାଇବାକୁ ଡେରା ପକାଇଛନ୍ତି ରାଜ୍ୟ ବିଜେପିର ବହୁ ପ୍ରମୁଖ ନେତା । ଇତିମଧ୍ୟରେ ସୋସିଆଲ ମିଡିଆରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକି ଝାଡ଼ଖଣ୍ଡ ରାଜନୀତିର ହୋମକୁଣ୍ଡରେ ଘିଅ ସଦୃଶ । ଉକ୍ତ ଭିଡିଓରେ ଝାଡ଼ଖଣ୍ଡର ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ଘୋଷଣା କରୁଥିବାର ଦେଖା ଯାଇଛି । ଘୋଷଣା କରି ହେମନ୍ତ କହୁଛନ୍ତି ରାଜ୍ୟରେ କାହାକୁ ମଧ୍ୟ କଫନ କିଣିବାକୁ ପଡିବ ନାହିଁ, ସମସ୍ତଙ୍କୁ ମାଗଣାରେ କଫନ ପ୍ରଦାନ କରାଯିବ । ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଲେଖିଛନ୍ତି, राज्य में को कफन खरीदने की जरूरत नहीं पड़ेगी, सभी कफ़न मुफ्त दिया जाएगा : हेमंत सोरेन । जब किसी युवा को नौकरी ना दे सको, घुसपैठियों से अपने लोगों को बचा ना सको, सारे वादे धरे के धरे राह जाएं , तो ये घोषणा करनी ही पड़ेगी ना! ଯାହାର ଓଡ଼ିଆ ଅର୍ଥ ହେଉଛି, ରାଜ୍ୟରେ କାହାକୁ ମଧ୍ୟ କଫନ କିଣିବାକୁ ପଡିବ ନାହିଁ, ସମସ୍ତଙ୍କୁ ମାଗଣାରେ କଫନ ପ୍ରଦାନ କରାଯିବ । ଯେତେବେଳେ କୌଣସି ଯୁବକଙ୍କୁ ଚାକିରୀ ଯୋଗେଇ ପାରିଲ ନାହିଁ, ବେଆଇନ ପ୍ରବେଶକାରୀଙ୍କୁ ଅଟକାଇ ପାରିଲନାହିଁ । ସେସମୟର ଏଭଳିଘୋଷଣା କରିବାକୁ ହିଁ ପଡିବ । ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ମାଗଣାରେ କଫନ ଯୋଗାଇ ଦେବାର ହେମନ୍ତ ସୋରେଙ୍କ ଘୋଷଣା ଭିଡିଓ ଟି ଚଳିତ ନିର୍ବାଚନ ସମୟର ନୁହେଁ ଏହା ଅନ୍ୟୁନ୍ୟ ୨୦୨୧ ମସିହାର ଭିଡିଓ । ତେଣୁ ଚଳିତ ନିର୍ବାଚନ ସହ ଏହାର କୌଣସି ସଂଯୋଗ । ଅନୁସନ୍ଧାନ କରିବାରୁ ୨୪ ମଇ ୨୦୨୧ରେ ଝାଡ଼ଖଣ୍ଡର ବିଜେପି ନେତା ଦୀପକ ପ୍ରକାଶ ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି, ଯେଉଁଠି କେନ୍ଦ୍ର ସରକାର ଦେଶବାସୀଙ୍କ ଜୀବନ ବଞ୍ଚାଇବାକୁ ତୃଣମୁଳ ସ୍ଥରରେ କାମ କରୁଛି ସେଇଠି ଝାଡ଼ଖଣ୍ଡର ରାଜ୍ୟ ସରକାର ଲୋକଙ୍କୁ କଫନ ବାଣ୍ଟୁଛନ୍ତି । ତେଣୁ ଉକ୍ତ ଘୋଷଣାଟି ବର୍ତ୍ତମାନ ସମୟର ନୁହେଁ, ଅନ୍ୟୁନ୍ୟ ୨୦୨୧ର । ଉକ୍ତ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ Navbharat Times ରେ ପ୍ରସାରିତ ଏକ ଭିଡିଓ ହସ୍ତଗତ ହୋଇଥିଲା । ଉକ୍ତ ଭିଡିଓକୁ ୧୩୧୬ ଭିୟୁ ମିଳିଥିବା ବେଳେ, ୨୫ ମଇ ୨୦୨୧ରେ ଉକ୍ତ ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରି Navbharat Times ଉଲ୍ଲେଖ କରିଛି, Jharkhand में 'फ्री कफन योजना' पर पॉलिटिक्स, BJP ने कहा- जीने के लिए तरस रही जानता, न की कफन के लिए । ଯାହାର ଓଡ଼ିଆ ଅର୍ଥ ହେଉଛି, ଝାଡ଼ଖଣ୍ଡରେ ମାଗଣା କଫନ ଯୋଜନାକୁ ନେଇ ରାଜନୀତି । ବିଜେପି କହିଲା ବଞ୍ଚିବାକୁ ସଂଗ୍ରାମ କରୁଛନ୍ତି ଜନତା କଫନ ପାଇଁ ନୁହେଁ । ଏଥିରୁ ପ୍ରମାଣିତ ହେଲା ଯେ ଉକ୍ତ ଭାଇରାଲ ଭିଡିଓଟି ୨୦୨୪ ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ଇଣ୍ଟରନେଟ ରେ ଉପଲବ୍ଧ ରହିଛି । ସେହିପରି ଉକ୍ତ କିୱାର୍ଡ ଗୁଡିକ ସର୍ଚ୍ଚ କରିବାରୁ New Indian Express ରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା ଯାହାର ଶୀର୍ଷକ ରହିଛି, Jharkhand: CM Hemant Soren announces ‘free shroud’ for everyone; BJP calls it height of immaturity. ଯାହାର ଓଡ଼ିଆ ଅନୁବାଦ ହେଉଛି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା 'ମାଗଣାରେ ମିଳିବ କଫନ' । ବିଜେପି କହିଲା ଅପରିପକ୍ୱତା । ଖବର ଟି ୨୫ ମଇ ୨୦୨୧ରେ ପ୍ରସାରିତ କରି New Indian Express ଏହା ମଧ୍ୟ ଉଲ୍ଲେଖ କରିଛି, ଭାର୍ଚୁଆଲ ମିଟିଙ୍ଗ ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘୋଷଣା । କାହାକୁ କିଣିବାକୁ ପଡିବନି କଫନ, ରାଜ୍ୟବାସୀଙ୍କୁ ମାଗଣାରେ କଫନ ଯୋଗାଇବ ଝାଡ଼ଖଣ୍ଡ ସରକାର । ଯାହାକୁ ନେଇ ଜୋର ଧରିଛି ରାଜନୀତି ବିଜେପି କହିଛି ମାଗଣାରେ ରାସନ କିମ୍ବା ମେଡ଼ିସିନ ଯୋଗାଇବା ପରିବର୍ତ୍ତେ ସରକାର ମାଗଣା କଫନ ଯୋଗାଉଛନ୍ତି । ଏଭଳି ପାଣ୍ଡେମିକ ସମୟରେ ରାଜ୍ୟ ସରକାର କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଉ ନାହାନ୍ତି । ତେଣୁ ପ୍ରମାଣିତ ହେଲାଯେ ଉକ୍ତ ଘୋଷଣାଟି କୋଭିଡ ସମୟର । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଉକ୍ତ ଭାଇରାଲ ଭିଡିଓ ଟି ଅନ୍ୟୁନ୍ୟ ୨୦୨୧ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ଅଛି ତେଣୁ । ଏବଂ ମାଗଣା କଫନ ବାଣ୍ଟିବା ଘୋଷଣାଟି ଏବେର ନୁହେଁ କୋଭିଡ ସମୟର ତେଣୁ, ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଝାଡ଼ଖଣ୍ଡ ନିର୍ବାଚନ ସହ ନାହିଁ କୌଣସି ସଂଯୋଗ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software