About: http://data.cimple.eu/claim-review/1fc8d956ef9cc7b0a5af148cea65988e679e4b57afbd22b7f28c2588     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ସେପ୍ଟେମ୍ବର ୨୦୨୨ରେ ବିଧୁରୀ ଦେଇଥିଲେ ଏଭଳି ମନ୍ତବ୍ୟ, ଆଗାମୀ ଦିନରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ ଦିଲ୍ଲୀ ବିଜେପି ନେତା ରମେଶ ବିଧୁରୀ ଦେଇଥିବା ବିବାଦୀୟ ମନ୍ତବ୍ୟଟି ଅନ୍ୟୁନ୍ୟ ୨୦୨୨ ମସିହାର। ଆଗାମୀ ଦିଲ୍ଲୀ ନିର୍ବାଚନ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ । Claim :ବିବାଦିଅ ମନ୍ତବ୍ୟ ଦେଉଛନ୍ତି, ଦିଲ୍ଲୀ ବିଜେପି ନେତା । ପଢ଼ାଇପାରିବ ନାହିଁ ଯଦି ପିଲା ଜନ୍ମ କାହିଁକି କରୁଛ ବୋଲି କହିଛନ୍ତି । Fact :ବିବାଦିଅ ମନ୍ତବ୍ୟ ଦେଉଥିବା ଭାଇରାଲ ଭିଡିଓଟି ବହୁ ପୁରୁଣା, ଆଗାମୀ ଦିଲ୍ଲୀ ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ ବୋଲ ମାନୁନି ବିଜେପି ନେତା ରମେଶ ବିଧୁରୀଙ୍କ ତୁଣ୍ଡ । କେବେ ପ୍ରିୟଙ୍କାଙ୍କ ଗାଲ ପରି ରାସ୍ତା ବନାଇବା କଥା କହୁଛନ୍ତି ଆଉ କେବେ ମୁଖ୍ୟମନ୍ତ୍ରୀ ଆତୀଶି ତାଙ୍କ ବାପା ପରିବର୍ତ୍ତନ କରିଦବା କଥା କହୁଛନ୍ତି । ଏଭଳି ଆପତ୍ତିଜନକ ଟିପ୍ପଣୀ ଦେଇ ବାରମ୍ବାର ବିବାଦ ଆଡ଼କୁ ଟାଣି ହୋଇଯାଇଛନ୍ତି ବିଜେପି ନେତା ରମେଶ ବିଧୁରୀ । ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ମାମଲା ଥମି ନଥିବାବେଳ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତୀଶିଙ୍କୁ ଆପତ୍ତିଜନକ ବୟାନ ଦେଇଛନ୍ତି ବିଧୁରୀ । ପ୍ରିୟଙ୍କାଙ୍କ ପରେ ମୁଖ୍ୟମନ୍ତ୍ରୀ ଆତୀଶିଙ୍କୁ ଟାର୍ଗେଟ କରିଛନ୍ତି କାଲକାଜି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ହୋଇଥିବା ବିଜେପି ନେତା ରମେଶ ବିଧୁରୀ । ଆତୀଶିଙ୍କୁ ଟାର୍ଗେଟ କରି କହିଲେ ସେ ତାଙ୍କ ବାପା ପରିବର୍ତ୍ତନ କରିସାରିଛନ୍ତି । ରୋହିଣିରେ ବିଜେପିର ପରିବର୍ତ୍ତନ ରାଲିକୁ ସମ୍ବୋଧିତ କରିବା ସମୟରେ ବିଧୁରୀ କହିଥିଲେ ‘ଆତୀଶି ତାଙ୍କ ସାଙ୍ଗିଆ ମାର୍ଲେନାକୁ ବଦଳାଇ ସିଂ କରିଦେଲେ। ଏବେ ଆତିଶୀ ମାର୍ଲେନାରୁ ସିଂ ହୋଇଯାଇଛନ୍ତି। ସାଙ୍ଗିଆ ପରିବର୍ତ୍ତନ କରି ନିଜର ବାପା ପରିବର୍ତ୍ତନ କରିଦେଇଛନ୍ତି ଆତୀଶ । ଖୋଲା ମଞ୍ଚରେ ବିଧୁରୀ ଏପରି ଆପତ୍ତିଜନକ ମନ୍ତବ୍ୟ ଆତିଶୀଙ୍କୁ ନେଇ କହିଥିଲେ। ଇତିମଧ୍ୟରେ ଏକ ଭିଡିଓ ୫୮ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଜେପି ନେତା ଭିଡିଓରେ ରମେଶ ବିଧୁରୀଙ୍କ ଭଳି ଦିଶୁଥିବା ଜଣେ ବ୍ୟକ୍ତି କିଛି ବିବାଦୀୟ ଟିପ୍ପଣୀ ଦେଉଥିବା ଦେଖିବାକୁ ମିଳିଛି । ଭିଡିଓର ଉପର ଅଂଶରେ ଡିଜିଟାଲ ମିଡିଆ ମୋଜୋ ଷ୍ଟୋରୀର ଲୋଗୋ ଲାଗିଥିବାର ଦେଖିବାକୁ ମିଳିଛି । ଭିଡିଓରେ ବିଧୁରୀଙ୍କୁ କେହିଜଣେ ବ୍ୟକ୍ତି କିଛି ଅଭିଯୋଗ ଜଣାଉଥିବାର ଜଣାଯାଏ ଇଛି । ଭିଡିଓରେ ଥିବା ଅଡିଓ ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ଛୁଆର ଭବିଷ୍ୟତ କଥା କହୁଥିବା ବେଳେ ପ୍ରତି ଉତ୍ତରରେ ବିଧୁରୀ ତାହେଲେ ଛୁଆ କାହିଁକି ଜନ୍ମ କରିବା ବୋଲି ପ୍ରତି ଉତ୍ତର ରଖିଛନ୍ତି । ପରେପରେ ଜଣେ ବ୍ୟକ୍ତି କ୍ୟାମେରା ଆଗରେ କହିଛନ୍ତି ନିର୍ବାଚନ ପୂର୍ବରୁ ନେତାଙ୍କ ଏଭଳିଭାଷା ଶୁଣିବାକୁ ମିଳେନି, ନିବେଦନ କରି କୁହନ୍ତି କେତେ ସଦସ୍ୟ ଅଛନ୍ତି ଭୋଟ୍ ଆମକୁ ହିଁ ଦେବ। ସେହିପରି ଆଉ କିଛି ବ୍ୟକ୍ତି ମଧ୍ୟ ଅସନ୍ତୋଷ ଝାଡ଼ିଛନ୍ତି, ଜଣେ ବ୍ୟକ୍ତି କହିଛନ୍ତି, କଣ ଆପଣଙ୍କୁ ପଚାରିକି ଛୁଆ ଜନ୍ମ କରିବୁ ? ଆଉଜଣେ ବ୍ୟକ୍ତି କହିଛନ୍ତି, ସାଂସଦ ମହୋଦୟ ହାତ ଯୋଡି ନିବେଦନ କରୁଛୁ ଉକ୍ତ ସ୍କୁଲଟିକୁ ସୁଚାରୁ ରୂପେ ଚଳାନ୍ତୁ । ଏବଂ ସ୍କୁଲରେ ଯାହା ଅସୁବିଧା ଅଛି ଦୟାକରି ସମାଧାନ କରନ୍ତୁ । ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, People : there are multiple issues with the school, pls help, our children's future is getting spoiled. Ramesh Bidhuri : why u gave birth to child, did u asked me before giving birth? Bidhuri may be the CM of Delhi, if BJP win #DelhiElection2025 💀 ଯାହାର ଓଡ଼ିଆ ହେଉଛି, ବିଦ୍ୟାଳୟରେ ଥିବା ବିଭିନ୍ନ ଅସୁବିଧା ଗୁଡିକ ସମାଧାନ ପାଇଁ ଅଭିଭାବକ ମାନେ ଅଭିଯୋଗ କରିବାରୁ, ବିଧୁରୀ ତାଙ୍କୁ ମତେ ପଚାରିକି ପିଲା ଜନ୍ମ କରିଥିଲକି ବୋଲି ପାଲଟା ପ୍ରତିପ୍ରଶ୍ନ ପଚାରିଛନ୍ତି । ବିଧୁରୀ ବୋଧ ହୁଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଯଦି ବିଜେପି ନିର୍ବାଚନ ଜିତେ । ଯାହାର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦିଲ୍ଲୀ ବିଜେପି ନେତା ରମେଶ ବିଧୁରୀ ହେଲେ ଉକ୍ତ ଭିଡିଓଟି ଅନ୍ୟୁନ୍ୟ ୨୦୨୨ ମସିହାର ତେଣୁ ଆଗାମୀ ନିର୍ବାଚନ ସହ ନାହିଁ କୌଣସି ସମ୍ପର୍କ। ଭିଡିଓରେ ଅଭିଯୋଗ କରୁଥିବା ବ୍ୟକ୍ତି ମାନେ ବାରମ୍ବାର ସଂସଦ ଶବ୍ଦ ବ୍ୟବହାର କରି ବିଧୁରୀଙ୍କୁ ସମ୍ବୋଧିତ କରିଛନ୍ତି । ସୂଚନା ଅନୁଯାୟୀ ବିଧୁରୀ ବର୍ତ୍ତମାନ ସାଂସଦ ପଦବୀରେ ନାହାଁନ୍ତି । ୨୦୧୯ ମସିହାରୁ ଆପ୍ ନେତା ରାଘବ ଚଡ୍ଡା ଦକ୍ଷିଣ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ତାଙ୍କୁ ହରାଇଛନ୍ତି । ତେଣୁ ଭିଡିଓଟି ୨୦୧୯ ମସିହାର ପୂର୍ବ ଭିଡିଓ ଭଳି ଅନୁମାନ କରାଯାଉଛି । ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ୯ ସେପ୍ଟେମ୍ବର ୨୦୨୨ରେ ମୋଜୋ ଷ୍ଟୋରି ଉକ୍ତ ଭିଡିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥିଵାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓକୁ ସେୟାର କରି ମୋଜୋ ଷ୍ଟୋରି ଉଲ୍ଲେଖ କରିଛି । “बच्चे पैदा क्यों करे फिर…"बदरपुर के NTPC प्लांट के 2018 में बंद होने के बाद अभिभावकों को अब डर है कि यहाँ का #KendriyaVidyalaya भी बंद ना हो जाए। इस मुद्दे को लेकर जब अभिभावक Delhi BJP MP #RameshBidhuri से मिले तो सुनिए सांसद ने उनसे क्या कहाः ଯାହାର ଓଡ଼ିଆ ଅନୁବାଦ ହେଉଛି, ଛୁଆ କାହିଁକି ଜନ୍ମ କରୁଛ, ବରଦପୁର ଏନଟିପିସି ପ୍ଲାଣ୍ଟ ବନ୍ଦ୍ ହୋଇଯିବା ପରେ ସ୍ଥାନୀୟ ଅଭିଭାବକଙ୍କୁ ଡର ରହିଛିଯେ ସେଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ବନ୍ଦ ହୋଇଯିବ। ଏହି ଅଭିଯୋଗ ନେଇ ସ୍ଥାନୀୟ ଅଭିଭାବକ ସାଂସଦ ରମେଶ ବିଧୁରୀଙ୍କୁ ଭେଟିଥିଲେ, ଶୁଣନ୍ତୁ ସାଂସଦ କଣ କହିଛନ୍ତି । ଯେତେବେଳେ ଉକ୍ତ ଭିଡିଓକୁ ଆମେ ଭାଇରାଲ ଭିଡିଓ ସହ ତୁଳନା କାରିଥିଲୁ ଉଭୟ ଭିଡିଓ ସମାନ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ । ସେହିପରି ୨୯ ସେପ୍ଟେମ୍ବର ୨୦୨୨ରେ ମୋଜୋ ଷ୍ଟୋରି ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ବର୍ଖା ଦତ୍ତ ମୋଜୋ ଷ୍ଟୋରି ସେୟାର କରିଥିବା ଭିଡିଓକୁ ସେୟାର କରି ଲେଖିଛନ୍ତି, And here in Delhi BJP MP Ramesh Bidhuri says to parents pleading about a problem at the local school … “Bachche Paida Kyon Kiye Phir ” - why did you have children if you can’t afford to look after their schooling. ଯାହାର ଓଡ଼ିଆ ଅନୁବାଦ ହେଉଛି, ନିଜର ଅସୁବିଧା ଜଣାଇବାକୁ ସାଂସଦଙ୍କ ପାଖକୁ ଅଭିଯୋଗ ନେଇ ଯାଇଥିବା ବେଳେ, ସାଂସଦ କହିଛନ୍ତି ଯଦି ପଢାଇପାରିବ ନାହିଁ ତେବେ ପିଲା କାହିଁକି ଜନ୍ମ କରୁଛ ? ଉକ୍ତ ପୋଷ୍ଟରେ ଏକ ୟୁଟ୍ୟୁବ ଲିଙ୍କ ଥିବାର ଦେଖିବାକୁ ପାଇଥିଲୁ ଯାହାକୁ କ୍ଲିକ କରିବାରୁ, ୭ ସେପ୍ଟେମ୍ବର ୨୦୨୨ରେ ପ୍ରସାରିତ ହୋଇଥିବା ମୋଜୋ ଷ୍ଟୋରୀର ଏକ ୟୁଟ୍ୟୁବ ଚ୍ୟାନେଲର ଏକ ଭିଡିଓ ମିଳିଥିଲା । ଯାହାକି ଭାଇରାଲ ଭିଡିଓ ସମ୍ପର୍କରେ ଏକ ବିଶୃତ ଖବର ଥିଲା । ଭିଡିଓ ଟିକୁ ବର୍ତ୍ତମାନ ସୁଦ୍ଧା ୧୩ ହଜାର ଲାଇକ ମିଳିଥିବା ବେଳେ ୧.୩୩.୦୬୬ ଭିୟୁ ମିଳିଥିବାର ଦେଖିବାକୁ ମିଳିଛି । ୨୦୧୮ ରେ ବଦରପୁରର ଏନଟିପିସି ପ୍ଲାଣ୍ଟ ବନ୍ଦ ହେବା ପରେ ବର୍ତ୍ତମାନ ଏଠାରେ ଥିବା କେନ୍ଦ୍ରିୟ ବିଦ୍ୟାଲୟ ମଧ୍ୟ ବନ୍ଦ ହେବାକୁ ଯାଉଛି। ବିଦ୍ୟାଳୟ ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ଆଡମିଶନ ନେଉନାହିଁ ଏବଂ ଅବଶିଷ୍ଟ ଶ୍ରେଣୀର ପିଲାମାନଙ୍କୁ ବିଦ୍ୟାଳୟରୁ ସ୍ଥାନାନ୍ତର କରିବାକୁ କୁହାଯାଉଛି। ଏହି କାରଣରୁ, ପିତାମାତା ଭୟ କରନ୍ତି ଯେ ଏହି କେନ୍ଦ୍ର ବିଦ୍ୟା ବନ୍ଦ ହୋଇପାରେ | ଅଭିଭାବକମାନେ କ୍ରମାଗତ ଭାବରେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି ଏବଂ ସେମାନଙ୍କର ଦାବି ହେଉଛି ଶୀଘ୍ର ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବା ଉଚିତ ଏବଂ ପ୍ରକଳ୍ପକୁ ସିଭିଲ ସେକ୍ଟରକୁ ସ୍ଥାନାନ୍ତର କରାଯିବା ଉଚିତ। ସେମାନେ ଚାହୁଁଛନ୍ତି ଯେକୌଣସି ପରିସ୍ଥିତିରେ ଏହି ବିଦ୍ୟାଳୟ ବନ୍ଦ ନ ହେଉ । ଏହି ପ୍ରସଙ୍ଗରେ ସେ ସ୍ଥାନୀୟ ସାଂସଦଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଯେଉଁଥିରେ ସାଂସଦ ତାଙ୍କୁ କହିଥିଲେ ଯେ ଯେତେବେଳେ ତୁମେ ଶିକ୍ଷା ଦେଇ ପାରିବ ନାହିଁ ତୁମେ କାହିଁକି ସନ୍ତାନ ଜନ୍ମ ଦେଉଛ ? ଭିଡିଓର ବର୍ଣ୍ଣନାରେ ଉଲ୍ଲେଖ ରହିଛି, ୨୦୧୮ରେ ବଦରପୁରର ଏନଟିପିସି ପ୍ଲାଣ୍ଟ ବନ୍ଦ ହେବା ପରେ ବର୍ତ୍ତମାନ ଏଠାରେ ଥିବା କେନ୍ଦ୍ରିୟ ବିଦ୍ୟାଲୟ ମଧ୍ୟ ବନ୍ଦ ହେବାକୁ ଯାଉଛି । ବିଦ୍ୟାଳୟ ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ନାମଲେଖା ନେଉନାହିଁ ଏବଂ ଅବଶିଷ୍ଟ ଶ୍ରେଣୀର ପିଲାମାନଙ୍କୁ ବିଦ୍ୟାଳୟରୁ ସ୍ଥାନାନ୍ତର କରିବାକୁ କୁହାଯାଉଛି। ଏହି କାରଣରୁ, ଅଭିଭାବକ ଭୟକରିଛନ୍ତି ଯେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ବନ୍ଦ ହୋଇପାରେ । ଅଭିଭାବକ ମାନେ କ୍ରମାଗତ ଭାବରେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି ଏବଂ ସେମାନଙ୍କର ଦାବି ହେଉଛି ଶୀଘ୍ର ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା ଉଚ୍ଚିତ ଏବଂ ପ୍ରକଳ୍ପକୁ ସିଭିଲ ସେକ୍ଟରକୁ ସ୍ଥାନାନ୍ତର କରାଯିବା ଉଚିତ । ସେମାନେ ଚାହୁଁଛନ୍ତି ଯେ ବିଦ୍ୟାଳୟଟିକୁ କୌଣସି ପରିସ୍ଥିତିରେ ବନ୍ଦ କରାନଯାଉ । ଏହି ପ୍ରସଙ୍ଗରେ ସେ ସ୍ଥାନୀୟ ସାଂସଦଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଯେଉଁଥିରେ ସାଂସଦ ତାଙ୍କୁ କହିଥିଲେ ଯେ ଯେତେବେଳେ ତୁମେ ଶିକ୍ଷା ଦେଇ ପାରିବ ନାହିଁ ତୁମେ କାହିଁକି ସନ୍ତାନ ଜନ୍ମ ଦେଉଛ ? ସେହିପରି ଆଜତକ୍, ଟିଭି୯ ଭାରତବର୍ଷ, ଦୈନିକ ଭାସ୍କର ଭଳି କିଛି ପ୍ରମୁଖ ଗଣମାଧ୍ୟମରେ ଉକ୍ତ ଖବରଟି ୨୦୨୨ ମସିହାରେ ସେୟାର ହୋଇଥିବାର ଦେଖା ଯାଇଛି । ତେଣୁ ଏଥିରୁ ଜଣାଯାଏଯେ ଦାବିଟି ବିଭ୍ରାନ୍ତିକରକ, ଦିଲ୍ଲୀ ବିଜେପି ନେତା ରମେଶ ବିଧୁରୀ ଦେଇଥିବା ବିବାଦୀୟ ମନ୍ତବ୍ୟଟି ଅନ୍ୟୁନ୍ୟ ୨୦୨୨ ମସିହାର। ଆଗାମୀ ଦିଲ୍ଲୀ ନିର୍ବାଚନ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 5 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software