About: http://data.cimple.eu/claim-review/2c9b4066c68efab0a14e953d88335286a21c35c44697e2a536aeb23b     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ନୀତିଶ କୁମାର ଇସ୍ତଫା ଦେଇଥିବା ଭାଇରାଲ ଭିଡିଓଟି ବହୁ ପୁରୁଣା ଭାଇରାଲ ହେଉଥିବା ଭିଡିଓଟି ବର୍ତ୍ତମାନର ନୁହେଁ ଜାନୁଆରୀ ୨୦୨୪ ମସିହାର, ଯେତେବେଳେ ନୀତିଶ ତାଙ୍କର ପଦବୀରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ପାର୍ଟିର ବିହାରରେ ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସ ସହିତ ମିଳିତ ଗଠବନ୍ଧନକୁ ସମାପ୍ତ କରିଥିଲେ। Claim :ନିଜ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର Fact :ନୀତିଶ କୁମାର ଇସ୍ତଫା ଦେଇଥିବା ଭାଇରାଲ ଭିଡିଓଟି ବହୁ ପୁରୁଣା ନୂଆ ବର୍ଷ ଆରମ୍ଭରୁ ଚର୍ଚ୍ଚାରେ ନୀତିଶ । ଏନଡିଏ ଛାଡ଼ି ପୁଣି ଥରେ ଇଣ୍ଡି ମେଣ୍ଟକୁ ଯାଉଥିବା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଏହାପଛରେ ଅନେକ କାରଣ ରହିଛି, ଯଦି ନୀତିଶ ଏନଡିଏ ହାତ ଛାଡନ୍ତି ତାହାଲେ କେନ୍ଦ୍ରରେ ନିଶ୍ଚିତ ହଲଚଲ ହେବ । କାରଣ ଟିଡିପି ଓ ଜେଡିୟୁ ସହାୟତାରେ ମୋଦି କେନ୍ଦ୍ରରେ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିଛନ୍ତି । ହେଲେ ନୀତିଶ ନାରାଜ ହେବା ପରେ ଏନଡିଏ ନେତାଙ୍କ ଚିନ୍ତା ବଢିଛି । ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ଶାହାଙ୍କ ବିହାର ଗସ୍ତ । କିଛି ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ଜାନୁଆରୀରେ ଶାହଙ୍କ ବିହାର ଗସ୍ତ ରହିଛି । ଏହି ସମୟରେ ସେ ନୀତିଶଙ୍କୁ ଭେଟିପାରନ୍ତି, ଉଭୟଙ୍କ ମଧ୍ୟରେ ଆଲୋଚନା ବି ହୋଇପାରେ । ଏହି ଆଲୋଚନା ପରେ ହିଁ ନୀତିଶ ପ୍ରକୃତରେ ନାରାଜ ଅଛନ୍ତି କି ନାହାଁନ୍ତି ସେନେଇ ସ୍ପଷ୍ଟ ହେବ । ଇତିମଧ୍ୟରେ ୪ ମିନିଟ ୮ ସେକେଣ୍ଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ନୀତିଶ ଏକ ଗଣମାଧ୍ୟମକୁ କହିଛନ୍ତି, ଆଜି ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଛି । ଆଉ ସରକାର ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ପତ୍ର ପ୍ରଦାନ କରିଛି । ବିଭିନ୍ନ ଦିଗରୁ ବହୁ ମତମନାନ୍ତର ଆସିବାରେ ଲାଗିଛି, କିଛି ମଧ୍ୟ ଠିକ୍ ଚାଲି ନାହିଁ । ତେଣୁ ମୁଁ ଇସ୍ତଫା ପ୍ରଦାନ କରିଛି । ଗଠବନ୍ଧନରେ ବହୁ ଅସୁବିଧା ହେଲା ନୂଆ ଗଠବନ୍ଧନ ହେବ ଏବଂ ଖୁବଶୀଘ୍ର ନୂଆ ଘୋଷଣା ହେବ । ଆଜି ଯାହା ଘଟିବ ଆପଣଙ୍କ ଉପସ୍ଥିତିରେ ଘଟିବ, ତେଣୁ ଆପଣ ମାନେ ସବୁ ଆଜି ଜାଣିଜିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ନୀତିଶ । ଉକ୍ତ ଭିଡିଓ କୁ ବର୍ତ୍ତମାନର ଭିଡିଓ ଦାବି କରି ବିହାରରେ ସରକାର ଭାଙ୍ଗିବା ଏବଂ ନୀତିଶ ଇସ୍ତଫା ପ୍ରଦାନ କରିଥିବା ଦାବି ସହ ଉକ୍ତ ଭିଡିଓ କୁ ସୋସିଆଲ ମିଡିଆରେ ୟୁଜର୍ସ ସେୟାର କରିଥିଵାର ଦେଖା ଯାଇଛି । ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତିକରକ, ନୀତିଶ କୁମାର ଇସ୍ତଫା ଦେଇଥିବା ଭାଇରାଲ ଭିଡିଓଟି ଜାନୁଆରୀ ୨୦୨୪ର । ଯାହାକୁ ବର୍ତ୍ତମାନର ଭିଡିଓ ଦାବି କରି ସେୟାର କରାଯାଇଛି । ତଦନ୍ତ କରିବାକୁ ଯାଇ ଉକ୍ତ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏଏନଆଇର ଏକ ଭିଡିଓ ହସ୍ତଗତ ହୋଇଥିଲା । ୨୮ ଜାନୁଆରୀ ୨୦୨୪ରେ ଏଏନଆଇ ଖବର ପ୍ରସାରଣ କରି ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛି, "Bihar outgoing CM and JD(U) president Nitish Kumar says, "Today, I have resigned as the Chief Minister and I have also told the Governor to dissolve the government in the state. This situation came because not everything was alright...I was getting views from everyone. I listened to all of them. Today, the Government has been dissolved..." ଯାହାର ଓଡ଼ିଆ ଅନୁବାଦ ହେଉଛି, "ବିହାରର ପଦଚ୍ୟୁତ ମୁଖ୍ୟମନ୍ତ୍ରୀ ଏବଂ ଜେଡି(ଉ) ଅଧ୍ୟକ୍ଷ ନିତୀଶ କୁମାର କହିଛନ୍ତି, "ଆଜି ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ଏବଂ ରାଜ୍ୟରେ ସରକାର ଭଙ୍ଗ କରିବାକୁ ମୁଁ ରାଜ୍ୟପାଳଙ୍କୁ କହିଛି । ଏଭଳି ପରିସ୍ଥିତି ତିଆରି ହୋଇଛି କାରଣ ସବୁକିଛି ଠିକ୍ ନଥିଲା...ମୁଁ ସମସ୍ତଙ୍କର ମତାମତ ସୁଣୁଥିଲି, ଆଜି ସରକାର ଭଙ୍ଗ ହୋଇଯାଇଛି..." ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଭିଡିଓଟି ବହୁ ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ଅଧିକ ଅନୁସନ୍ଧାନ କରିବାକୁ ଯାଇ ଯେତେବେଳେ ଆମେ ଭାଇରାଲ ଭିଡିଓ ସହ ଉକ୍ତ ଭିଡିଓକୁ ତୁଳନା କରିଥିଲୁ ଦୁଇଟିଜାଙ୍କ ଭିଡିଓରେ ବହୁ ସମାନତା ଥିବାର ଦେଖିବାକୁ ପାଇଥିଲୁ । ଯେପରିକି ନୀତିଶ ପିନ୍ଧିଥିବା ପୋଷାକର ରଙ୍ଗ ଏବଂ ପ୍ରକାର, ଏବଂ ପଛପଟେ ଠିଆ ହୋଇଥିବା ସୁରକ୍ଷା କର୍ମୀ । ୨୮ ଜାନୁଆରୀ ୨୦୨୪ରେ ବିହାର ସେହେ ନାମକ ଏକ ଏକ୍ସ ଆକାଉଣ୍ଟ ନିଜ ସୋସିଆଲ ମିଡିଆରେ ନୀତିଶ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରୁଥିବା ଫଟୋ ପୋଷ୍ଟ କରିଥିଵାର ଦେଖା ଯାଇଛି । ଯାହାକୁ ବର୍ତ୍ତମାନ ସୁଦ୍ଧା ୩୨ ହଜାରରୁ ଉର୍ଦ୍ଧ୍ବ ଭିୟୁ ମିକିଥିବାର ଦେଖିବାକୁ ମିଳିଛି । ଉକ୍ତ ଫଟୋରେ ମଧ୍ୟ ନୀତିଶ ସମାନ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି । ବ୍ୟବହୃତ ହୋଇଥିବା କିୱାର୍ଡ ଗୁଡିକୁ ବ୍ୟବହାର କରି ଅନୁସନ୍ଧାନ କରିବାରୁ । ୨୮ ଜାନୁଆରୀ ୨୦୨୪ ରେ TV9 Bharatbarsh ଏକ ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଛି ଯାହାର ଶୀର୍ଷକ ରହିଛି, ନୀତିଶ କୁମାର ଇସ୍ତଫା ପ୍ରଦାନର ଖବର । ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧.୩ ଲକ୍ଷ ଭିୟୁ ମିଳିଥିବାର ଦେଖିବାକୁ ମିଳିଛି । ଯାହାକି ଭାଇରାଲ ଭିଡିଓ ସହ ସମତୁଳ । ଅନ୍ୟପଟେ ଜାନୁଆରୀ ୨୦୨୪ରେ ବିଭିନ୍ନ ଗଣମାଧ୍ୟମ ନିଜ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଭିଡିଓକୁ ସମାନ ଶୀର୍ଷକ ସହ ସେୟାର କରିଥିବା ଦେଖିବାକୁ ମିଳିଛି । ସେହିପରି ରିପବ୍ଲିକ ଭାରତ ଜାନୁଆରୀ ୨୦୨୩ ଏବଂ ୨୦୨୪ ରେ ନୀତିଶଙ୍କ ମତାମତକୁ ନେଇ ତୁଳନା କରି ଏକ ଭିଡିଓ ଅପଲୋଡ କରିଥିବା ବେଳେ ୨୦୨୪ ଭିଡିଓରେ ଏହି ଭାଇରାଲ ଭିଡିଓଟି ସ୍ଥାନ ପାଇଛି । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତିକରକ ।ଭାଇରାଲ ହେଉଥିବା ଭିଡିଓଟି ବର୍ତ୍ତମାନର ନୁହେଁ ଜାନୁଆରୀ ୨୦୨୪ ମସିହାର, ଯେତେବେଳେ ନୀତିଶ ତାଙ୍କର ପଦବୀରୁ ଇସ୍ତଫା ଦେଇଥିଲେ ଏବଂ ତାଙ୍କ ପାର୍ଟିର ବିହାରରେ ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସ ସହିତ ମିଳିତ ଗଠବନ୍ଧନକୁ ସମାପ୍ତ କରିଥିଲେ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 5 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software