About: http://data.cimple.eu/claim-review/3860a7d1d7d6b18293c3fa544feb114c4c994b861d8ea2dd3ed62b9a     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଏଡିଟ୍ ହୋଇଥିବା ଭିଡିଓ ହେଉଛି ଭାଇରାଲ, ପ୍ରକୃତରେ 'ଚମ୍ପାଇ ଜୀ' ବୋଲି ସମ୍ବୋଧିତ କରିଛନ୍ତି ଅମିତ ସାହା ଅମିତ ସାହା ଚମ୍ପାଇ ସୋରେନଙ୍କୁ ଚମ୍ପାଇ ଜୀ ବୋଲି ସମ୍ବୋଧିତ କରିଛନ୍ତି Claim :ଆଦିବାସୀ ନେତା ଚମ୍ପାଇ ସୋରେନଙ୍କୁ ଅପମାନିତ କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା Fact :ଚମ୍ପାଇ ଜୀ ବୋଲି ସମ୍ବୋଧିତ କରିଛନ୍ତି ଅମିତ ସାହା ଝାଡଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଧବାର ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ଏହି ପର୍ଯ୍ୟାୟରେ ୬୪.୮୩% ମତଦାନ ହୋଇଛି। ଏହି ମତଦାନ ସହିତ ୬୮୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ସମସ୍ତ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ତେବେ ୯୫୦ଟି ବୁଥରେ ଅପରାହ୍ନ ୪ଟାରେ ଭୋଟ ଗ୍ରହଣ ଶେଷ ହୋଇଥିଲା । ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କ ଝାଡ଼ଖଣ୍ଡ ଗସ୍ତ,ଉକ୍ତ ନିର୍ବାଚନରେ ବହୁ ପ୍ରଭାବ ପକାଇବ ବୋଲି ଝାଡ଼ଖଣ୍ଡ ବିଜେପି ନେତା ଦାବି କରି ଆସୁଛନ୍ତି । ଝାଡ଼ଖଣ୍ଡ ର ଆଦିବାସୀଙ୍କ ଜମି ବାହ୍ୟ ରାଜ୍ୟରୁ ଆସି ଲୁଣ୍ଠନ କରୁଛନ୍ତି ତେଣୁ ବାଙ୍ଗଲାଦେଶୀଙ୍କ ଅନୁପ୍ରବେଶ ଉପରେ ଅଙ୍କୁଶ ଲଗାଇବ ବୋଲି ଦୃଢ଼ ଦାବି କରିଛନ୍ତି ଅମିତ ସାହା । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ ଅମିତ ସାହା ଚମ୍ପାଇ ସୋରେନଙ୍କୁ ଅପମାନିତ କରୁଛନ୍ତି ବୋଲି ଦର୍ଶାଯାଇଛି । ଉକ୍ତ ଭିଡିଓରେ ଅମିତ ସାହା, ବାବୁଲାଲ ଆଗକୁ ଆସ ଚମ୍ପାଇ ଆଗକୁ ଆସ ଓ ଚମ୍ପାଇ ଆଗକୁ ଆସ । ବୋଲି କହୁଥିବାର ଦେଖା ଯାଇଛି, ସେହିପରି ଭିଡିଓ ଉପରେ କଣ ଅବସ୍ଥା ହେଲାଣି ଏମାନଙ୍କର ବୋଲି ହିନ୍ଦୀରେ ଲେଖା ଯାଇଛି । ଭିଡିଓ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି, ये भाषा है गृहमंत्री का, ओ चंपई आगे आओ I ଯାହାର ଓଡ଼ିଆ ଅନୁବାଦ ହେଉଛି, ଏହା ହେଉଛି ଗୃହମନ୍ତ୍ରୀଙ୍କ ଭାଷା, ଓ ଚମ୍ପାଇ ଆଗକୁ ଆସ. . . ସେହିପରି ଆଉଜଣେ ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରି ଲେଖିଛନ୍ତି , ବାଃ କି ସମ୍ମାନ ମିଳୁଛି I ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ଏଡିଟ୍ କରାଯାଇ ଭିଡିଓକୁ କରାଯାଉଛି ଭାଇରାଲ । ଭିଡିଓରେ ଚମ୍ପାଇ ଜୀ ବୋଲି ସମ୍ବୋଧିତ କରିଛନ୍ତି ଅମିତ ସାହା । ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜ ସର୍ଚ୍ଚ କରିବାରୁ Live7 Bharat ର ୟୁଟ୍ୟୁବ ଚ୍ୟାନେଲର ଏକ ଭିଡିଓ ହସ୍ତଗତ ହୋଇଥିଲା । ୩ ନଭେମ୍ବର ୨୦୨୪ରେ ଉକ୍ତ ଭିଡିଓ କୁ ଅପଲୋଡ଼ କରି Live7 Bharat ହିନ୍ଦୀରେ ଉଲ୍ଲେଖ କରିଛି, गृहमंत्री अमित शाह का बहरागोड़ा एवं घाटशिला विधानसभा में आयोजित चुनावी जनसभा में संबोधन । ଯାହାର ଓଡ଼ିଆ ହେଉଛି, ଗୃହମନ୍ତ୍ରୀ ଅମିତ ସାହାଙ୍କର ବାହାରଗୋଡା ଏବଂ ଘାଟାଶିଳା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ସଭାରେ ସମ୍ବୋଧନ । ଭିଡିଓଟିକୁ ଅନୁଧ୍ୟାନ କରିବାରୁ ୨୨.୨୦ ସମୟ ମଧ୍ୟରେ ଭାଇରାଲ ଭିଡିଓର ଅଂଶକୁ ଦେଖିବାକୁ ପାଇଥିଲୁ । ଅମିତ ସାହା କହିଛନ୍ତି, ବାବୁଲାଲ ଜୀ ଆଗକୁ ଆସନ୍ତୁ, ଦିନେସ ଆନନ୍ଦ ଆଗକୁ ଆସ, ଚମ୍ପାଇ ଜୀ ଆଗକୁ ଆସ... ଚମ୍ପାଇ ସୋରେନ ଏହାକୁ ସଠିକ ଭାବେ ଶୁଣି ପାରିନଥିବା ବେଳେ ଅମିତ ସାହା ଫୁଣି କହିଥିଲେ ଚମ୍ପାଇ ଜୀ ଆଗକୁ ଆସନ୍ତୁ, ପୁଣି କହିଥିଲେ, ଓ ଆଗକୁ ଆସ ଆଗକୁ ଆସ । Times Now ଉକ୍ତ ଭିଡିଓକୁ ସେୟାର କରିଥିବା ବେଳେ ଉକ୍ତ ଭିଡିଓରେ ମଧ୍ୟ ଚମ୍ପାଇ ଜୀ ବୋଲି ସମ୍ବୋଧିତ କରିଥିଲେ ଅମିତ ସାହା । ANI ଉକ୍ତ ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରି ଉଲ୍ଲେଖ କରିଛି, ଯେତେବେଳେ ସାହା ଚମ୍ପାଇ ଏବଂ ବାବୁଲାଲଙ୍କ ମନୋବଳ ବଢ଼ାଇଥିଲେ । ସେହିପରି ଉକ୍ତ ସମ୍ବୋଧନ ସମୟର ଭିଡିଓ Mojo Story ଅପଲୋଡ଼ କରିଥିବା ଦେଖାଯାଇଛି । ଉକ୍ତ ସଭାରେ ଯେତେବେଳେ ବି ଅମିତ ସାହା ଚମ୍ପାଇଙ୍କୁ ସମ୍ବୋଧନ କରିଛନ୍ତି ସବୁ ସମୟରେ ଚମ୍ପାଇ ଜୀ ବୋଲି ସମ୍ବୋଧିତ କରିଛନ୍ତି । ତେଣୁ ଏଥିରୁ ଜଣାଯାଏ ଯେ, ଦାବିରେ ନାହିଁ କୌଣସି ସତ୍ୟତା I ଅମିତ ସାହା ଚମ୍ପାଇ ସୋରେନଙ୍କୁ ଚମ୍ପାଇ ଜୀ ବୋଲି ସମ୍ବୋଧିତ କରିଛନ୍ତି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software