About: http://data.cimple.eu/claim-review/392c4eb7594d60d906eb0a7b842ef43b95d736536bfa1ee9ecf58cee     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ସତ୍ୟତା ଯାଞ୍ଚ : କୁସ୍ତିଯୋଦ୍ଧା ସଂଗୀତା ଫୋଗତ ଏବଂ ବିନେଶ ଫୋଗତଙ୍କ ପୋଲିସ୍ ବସ୍ ରେ ମୁରୁକି ହସୁଥିବାର ଭାଇରାଲ୍ ଚିତ୍ର ଏଡିଟେଡ ଅଟେ - By: Jyoti Kumari - Published: Jun 12, 2023 at 07:21 PM - Updated: Jul 10, 2023 at 11:47 AM ନୂଆଦିଲ୍ଲୀ (ବିଶ୍ଵାସ ନ୍ଯୁଜ) 28 ମଇ 2023 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ନୂତନ ସଂସଦ ଗୃହର ଉଦଘାଟନ କରିଥିଲେ। ନୂତନ ସଂସଦ ଗୃହର ଉଦଘାଟନ ଦିନ, ଏକ ମାସରୁ ଅଧିକ ସମୟ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାମାନେ ‘ମହିଲା ମହାପଞ୍ଚାଯତ’ ଆୟୋଜନ କରିବାକୁ ଘୋଷଣା କରିଥିଲେ। ଏହି ସମୟରେ ଜନ୍ତର ମନ୍ତରରୁ ମହିଲା ମହାପଞ୍ଚାଯତ ପାଇଁ ନୂତନ ସଂସଦ ଗୃହକୁ ଯାଉଥିବା କୁସ୍ତିଯୋଦ୍ଧା ତଥା ବିକ୍ଷୋଭକାରୀଙ୍କୁ ପୋଲିସ ଅଟକାଇ ଥିଲା ଏବଂ ସେମାନଙ୍କୁ ହେପାଜତରେ ନେଇଥିଲା। ଏହା ସହିତ ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିନେଶ ଫୋଗତ ଏବଂ ସଂଗୀତା ଫୋଗତଙ୍କୁ ପୋଲିସ ବସ୍ ରେ ମୁରୁକି ହସୁଥିବାର ଦେଖିବାକୁ ମିଳିଛି। ବିଶ୍ଵାସ ନ୍ୟୁଜ୍ ଅନୁସନ୍ଧାନ କରି ଜାଣିବାକୁ ପାଇଲା ଯେ ପୋଲିସ ଦ୍ଵାରା ହେପାଜତରେ ନିଆଯାଇଥିବା ମହିଳା ରେସଲରଙ୍କ ଚିତ୍ର ଏଡିଟ୍ ହୋଇଛି। ଫେସ୍ ଆପ୍ (Face App)ମାଧ୍ୟମରେ ଏଡିଟ୍ କରି ଭାଇରାଲ୍ ଚିତ୍ର ସୃଷ୍ଟି କରାଯାଇଛି | ଭାଇରାଲ୍ ପୋଷ୍ଟରେ କଣ ଅଛି? ଫେସବୁକ୍ ୟୁଜର ‘ଅର୍ଜୁନ ପଣ୍ଡିତ ଶେରଡା’ ମେ 28 ରେ ସେୟାର କରିଥିଲେ (ଆର୍କାଇଭ୍ ଲିଙ୍କ୍) ଏବଂ ଲେଖିଥିଲେ, “ଆଜି ସଡକ ଉପରେ ଡ୍ରାମା ପରେ ଏହା ହେଉଛି ତାଙ୍କର ପ୍ରକୃତ ଚେହେରା | ଏମାନେ ଟୁଲ୍ କିଟ୍ ର ଏକ ଅଂଶ ହୋଇ ଯାଇଛନ୍ତି , ଏବଂ ଆମ ଦେଶକୁ ଭାଙ୍ଗିବା ପାଇଁ କାମ କରୁଛନ୍ତି |” ସେହିଭଳି ଅନ୍ୟ ଜଣେ ୟୁଜର ଗଣେଶ ସୂତାର ‘Ganesh Suthar‘ ମଧ୍ୟ ଚିତ୍ର ସେୟାର କରି କ୍ୟାପସନରେ ଲେଖିଛନ୍ତି, “ଆଜି ସଡକ ଉପରେ ଡ୍ରାମା ପରେ ଏହା ହେଉଛି ତାଙ୍କର ପ୍ରକୃତ ଚେହେରା | ଏମାନେ ଟୁଲ୍ କିଟ୍ ର ଏକ ଅଂଶ ହୋଇ ଯାଇଛନ୍ତି , ଏବଂ ଆମ ଦେଶକୁ ଭାଙ୍ଗିବା ପାଇଁ କାମ କରୁଛନ୍ତି । ଦେଶର ଗୌରବ ଏମାନଙ୍କ ପାଇଁ କ୍ଷ୍ଯୁର୍ଣ ହେଉଛି |” ଅନୁସନ୍ଧାନ ଏହି ଭାଇରାଲ ଚିତ୍ରକୁ ବରିଷ୍ଠ ସାମ୍ବାଦିକ ହର୍ଷବର୍ଦ୍ଧନ ତ୍ରିପାଠୀ ତାଙ୍କ ଭେରୀଫାଏଡ ହୋଇଥିବା ଟ୍ୱିଟର ହ୍ୟାଣ୍ଡେଲରେ ମେ 28 ରେ ସେୟାର କରିଥିଲେ। ତେବେ ପରେ ତାଙ୍କ ଭୁଲକୁ ସ୍ୱୀକାର କରି ସେ ମୂଳ ଚିତ୍ର ମଧ୍ୟ ସେୟାର କରିଥିଲେ। ମେ 28 ରେ ଅନ୍ୟ ଏକ ଟ୍ୱିଟରେ ସେ ମୂଳ ଏବଂ ଭାଇରାଲ ଚିତ୍ରର ଏକ କୋଲାଜ ସେୟାର କରି ଲେଖିଥିଲେ ଯେ “ମୁଁ କୁସ୍ତିଯୋଦ୍ଧାମାନଙ୍କ ଚିତ୍ର ଟ୍ୱିଟ କରିଥିଲି। ତା’ପରେ ଜାଣିବାକୁ ପାଇଲି ଯେ ଏହା #AI ସାହାଯ୍ୟରେ ମୁରୁକି ହସୁଥିବାର ଦେଖା ଯାଇଛି | ତୁରନ୍ତ ମୂଳ ଚିତ୍ରକୁ ମଧ୍ୟ ଟ୍ୱିଟ୍ କଲି | ଯଦି ମୋତେ ମିଥ୍ୟା ପ୍ରଚାର କରି ପଳାଇବାକୁ ହୋଇଥାନ୍ତା , ମୁଁ ଏହାକୁ ଡିଲିଟ କରି ପଳାଇ ଯାଇଥା’ନ୍ତି, କିନ୍ତୁ ସେବେଠାରୁ ଏହି ଗ୍ୟାଙ୍ଗ ମୋ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛି। ଏହାକୁ ଅଂଶୀଦାର କରି ମୁଁ ଅଶ୍ଳୀଳତା ବିସ୍ତାର କରିବାକୁ ଚାହୁଁ ନାହିଁ |” ଭାଇରାଲ୍ ଚିତ୍ର ଅନୁସନ୍ଧାନ କରିବାକୁ ଯାଇ, ଆମେ ଗୁଗୁଲ୍ ରେ ଏହା ସମ୍ବନ୍ଧୀୟ କୀ ୱାର୍ଡ ସହିତ ଖୋଜିଲୁ | ଏହି ସମୟରେ ଆମେ ‘ସାକ୍ଷୀ ପୋଷ୍ଟ’ର ୱେବସାଇଟରେ ମୂଳ ଚିତ୍ର ପାଇଲୁ | ଏହି ଚିତ୍ରଟି 28 ମଇ 2023 ରେ ପ୍ରକାଶିତ ଏକ ସମ୍ବାଦ କାହାଣୀରେ ବ୍ୟବହୃତ ହୋଇଥିଲା | ଦିଆଯାଇଥିବା ସୂଚନା ଅନୁଯାୟୀ, “ଭାରତୀୟ କୁସ୍ତିଯୋଦ୍ଧା – ସାକ୍ଷୀ ମଲିକ, ବିନେଶ ଫୋଗତ ଏବଂ ସଂଗୀତା ଫୋଗତଙ୍କୁ ରବିବାର ଏଠାରେ ଜନ୍ତର ମନ୍ତ୍ରରୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ବିକ୍ଷୋଭକାରୀ କୁସ୍ତିଯୋଦ୍ଧାମାନେ ସେମାନଙ୍କ ସମର୍ଥକଙ୍କ ସହ ପୋଲିସର ବ୍ୟାରିକେଡ୍ ଭାଙ୍ଗି ନବନିର୍ମିତ ସଂସଦ ଭବନ ଅଭିମୁଖେ ଯାତ୍ରା କରିବାକୁ ଚେଷ୍ଟା କରିଥିଲେ। ” ସନ୍ଧାନ ସମୟରେ, ଆମେ ଭାରତୀୟ ରେସଲର ବଜରଙ୍ଗ ପୁନିଆଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଭାଇରାଲ ଚିତ୍ର ମଧ୍ୟ ପାଇଲୁ। ମେ 28, 2023 ତାରିଖର ଏକ ଟୁଇଟ୍ ରେ, ମୂଳ ଏବଂ ସଂପାଦିତ ଛବିଗୁଡ଼ିକୁ ସେୟାର୍ କରି ଲେଖିଛନ୍ତି, “ଆଇଟି ସେଲ୍ ଲୋକମାନେ ଏହି ମିଥ୍ୟା ଛବି ପ୍ରଚାର କରୁଛନ୍ତି | ଆମେ ସ୍ପଷ୍ଟ କରିଛୁ ଯେ ଏହି ନକଲି ଚିତ୍ର ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରାଯିବ। ” ମୂଳ ଏବଂ ସଂପାଦିତ ପ୍ରତିଛବିଗୁଡିକର ଏକ କୋଲାଜ ମଧ୍ୟ ‘ଡ଼ିୟୁ ଜାଟ ଛାତ୍ର ସଂଗଠନ ‘ ନାମକ ଏକ ଭେରୀଫାଏଡ ହୋଇଥିବା ଟୁଇଟର ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଛି | ଛବି ସହିତ ଥିବା କ୍ୟାପସନରେ ଲେଖା ଅଛି, “AI ସଫ୍ଟୱେର୍ ବ୍ୟବହାର କରିବା ଆରମ୍ଭ ହୋଇ ଯାଇଛି | ଅଲିମ୍ପିକ୍ ଚାମ୍ପିଅନ୍ଙ୍କୁ ବଦନାମ କରିବାକୁ ତାଙ୍କର ଖଳ କୌଶଳକୁ ଦେଖନ୍ତୁ | ପ୍ରଥମ ଫଟୋ ବାସ୍ତବ ଅଟେ ! ଅନ୍ୟଟି ଏଡିଟେଡ ହୋଇଛି। “ ଏହି ଟ୍ୱିଟର ହ୍ୟାଣ୍ଡେଲରେ ଆମେ ମେ 29 ତାରିଖର ଅନ୍ୟ ଏକ ପୋଷ୍ଟ ପାଇଲୁ, ଯେଉଁଥିରେ କୁହାଯାଇଥିଲା ଯେ AI APPS ସାହାଯ୍ୟରେ ଭାଇରାଲ୍ ଚିତ୍ର ସୃଷ୍ଟି କରାଯାଇଛି | ଅନୁସନ୍ଧାନକୁ ଆଗକୁ ନେଇ ଆମେ ବିନେଶ ଫୋଗତ ଏବଂ ସଂଗୀତା ଫୋଗତଙ୍କ ମୁରୁକି ହସୁଥିବାର ଭାଇରାଲ ଚିତ୍ରକୁ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଉପଲବ୍ଧ ଚିତ୍ର ସହିତ ତୁଳନା କରିଥିଲୁ। ଏଥିରୁ ଜଣାପଡିଥିଲା ଯେ ଉଭୟ ବିନେଶ ଏବଂ ସଂଗୀତା ଫୋଗତଙ୍କ ଭାଇରାଲ ଫଟୋରେ ଦେଖା ଯାଇଥିବା ଭଳି ମୁହଁରେ ଡିମ୍ପଲ ନାହିଁ। ଏହା ସ୍ପଷ୍ଟ କରୁଛି ଯେ ଏହି ଚିତ୍ର ଏଡିଟ୍ ହୋଇଛି | ଅଧିକ ବିବରଣୀ ପାଇଁ ଆମେ ପ୍ରଦର୍ଶନକୁ କଭର କରୁଥିବା ଦିଲ୍ଲୀର ଦୈନିକ ଜାଗରଣର ଡେପୁଟି ମୁଖ୍ୟ ଖବରଦାତା ଶନି ଶର୍ମାଙ୍କ ସହ ଯୋଗାଯୋଗ କରିଥିଲୁ। ସେ ଆମକୁ କହିଛନ୍ତି, “ଭାଇରାଲ୍ ଛବି ଏଡିଟ୍ ହୋଇଛି ଏବଂ ଦାବି ମିଥ୍ୟା ଅଟେ।“ ଏହା ପ୍ରଥମ ଘଟଣା ନୁହେଁ ଯେ ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧା ଆନ୍ଦୋଳନକୁ ନେଇ ଏକ ଭୁଲ ପୋଷ୍ଟ ଭାଇରାଲ ହୋଇଛି। ଏହାପୂର୍ବରୁ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଚିତ୍ର ଭାଇରାଲ ହୋଇଛି। ଯାହାର ସତ୍ୟତା ବିଶ୍ୱାସ ନ୍ଯୁଜ ଦ୍ୱାରା ସାମ୍ନାକୁ ଆସିଛି | ଆପଣ ଆମର ଅନୁସନ୍ଧାନକୁ ଏଠାରେ ପାଢି ପାରିବେ | ଅନୁସନ୍ଧାନ ଶେଷରେ, ଆମେ ମିଥ୍ୟା ଦାବି ସହିତ ସଂପାଦିତ ଚିତ୍ର ସେୟାର କରୁଥିବା ପେଜ୍ କୁ ସ୍କାନ୍ କରିଥିଲୁ | ଆମେ ଜାଣିଲୁ ଯେ ଫେସବୁକରେ 114 ଲୋକ ଏହି ପେଜ୍ କୁ ଅନୁସରଣ କରନ୍ତି | 20 ଅକ୍ଟୋବର 2022 ରେ ଏହି ଫେସବୁକ୍ ପେଜ୍ ତିଆରି କରାଯାଇଛି | ସିଦ୍ଧାନ୍ତ: ବିଶ୍ଵାସ ନ୍ଯୁଜ ଏହାର ଅନୁସନ୍ଧାନରୁ ଜାଣି ପାରିଛି ଯେ ରେସଲର ବିନେଶ ଫୋଗତ ଏବଂ ସଂଗୀତା ଫୋଗତଙ୍କ ପୋଲିସ୍ ହେପାଜତରେ ମୁରୁକି ହସୁଥିବାର ଭାଇରାଲ୍ ଫଟୋ ଏଡିଟ୍ ହୋଇଛି। ଛବିଟିକୁ ଏଡିଟ କରାଯାଇ ଏକ ମିଥ୍ୟା ଦାବି ସହିତ ଅଂଶୀଦାର କରାଯାଉଛି | - Claim Review : କୁସ୍ତିଯୋଦ୍ଧା ବିନେଶ ଫୋଗତ ଏବଂ ସଂଗୀତା ଫୋଗତଙ୍କ ହସୁଥିବାର ଚିତ୍ର ଭାଇରାଲ ହେଇଛି - Claimed By : ଅର୍ଜୁନ ପଣ୍ଡିତ ଶେରଡା - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 5 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software