About: http://data.cimple.eu/claim-review/413c745be10a7281cf93dea2896938a6b60a4bd096bc0a0d911bbb34     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଡୋନାଲ୍ଡ ଟ୍ରମ୍ଫ, ମେଲାନିଆ ଟ୍ରମ୍ଫ ଏବଂ ଏଲନ ମସ୍କ ଏକାଠି ବସି ଖାଉଥିବା ଫଟୋ ହେଉଛି ଭାଇରାଲ ହେଲାଯେ ଭାଇରାଲ ହେଉଥିବା ଫଟୋରେ ନାହିଁ କୌଣସି ସତ୍ୟତା ମୂଳ ଫଟୋରେ ଡୋନାଲ୍ଡ ଟ୍ରମ୍ଫ, ମେଲାନିଆ ଟ୍ରମ୍ଫ ଏବଂ ଏଲନ ମସ୍କ ନୁହେଁ ବରଂ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ତାଙ୍କ ପତ୍ନୀ ସଙ୍ଗୀତା ସିଂହ ଦେଓ ଏବଂ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକାଠି ବସି ଭୋଜନ କରୁଛନ୍ତି । Claim :ଓଡ଼ିଆ ପୋଷାକ ପିନ୍ଧି ତଳେ ବସି ଏକାଠି ଓଡ଼ିଆ ଖାଦ୍ୟ ଖାଉଛନ୍ତି ଡୋନାଲ୍ଡ ଟ୍ରମ୍ଫ, ମେଲାନିଆ ଟ୍ରମ୍ଫ ଏବଂ ଏଲନ ମସ୍କ Fact :ଫଟୋକୁ ଏଡିଟ୍ କରାଯାଇଛି, ପ୍ରକୃତ ଫଟୋରେ ଅଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ଏବଂ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବହୁ ପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଚାଲିଛି । ଉଭୟ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ ଏବଂ ରିପବ୍ଲିକାନ୍ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଏଥିପାଇଁ ଭୋଟରମାନଙ୍କୁ ନିବେଦନ କରି ସାରିଛନ୍ତି। ଏହି ନିର୍ବାଚନ ଜରିଆରେ ଆମେରିକା ତାହାର ୪୭ତମ ରାଷ୍ଟ୍ରପତିଙ୍କୁ ବାଛିବ। ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏକ ଜଟିଳ ପ୍ରକ୍ରିୟା। ‘ଇଲେକ୍ଟୋରାଲ କଲେଜ୍’ ପଦ୍ଧତି ଦ୍ବାରା ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି । ରାଷ୍ଟ୍ରପତି ହେବାପାଇଁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ କଲେଜ୍ ଭୋଟ୍ ଆବଶ୍ୟକ। ବିଭିନ୍ନ ଜାତୀୟ ପ୍ରସଙ୍ଗ ସହ ଅନ୍ଯାନ୍ଯ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଭୋଟରଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି ଦୁଇ ପ୍ରାର୍ଥୀ। କମଳା ହାରିସଙ୍କ ସପକ୍ଷରେ ବି କରାଯାଇଛି ବୃହତ ରାଲି। ୧୮୪୫ ମସିହାରୁ ଚାଲିଆସିଥିବା ନିୟମ ଅନୁସାରେ ନଭେମ୍ବର ପ୍ରଥମ ମଙ୍ଗଳବାର ହିଁ ହେବ ଭୋଟ। ବର୍ତ୍ତମାନ ସୁଦ୍ଧା ହୋଇଥିବା ସର୍ଭେରେ କମଳା ହାରିସଙ୍କୁ ୪୯ ପ୍ରତିଶତ ଓ ଡୋନାଲଡ ଟ୍ରମ୍ପଙ୍କୁ ୪୮ ପ୍ରତିଶତ ସମର୍ଥନ ରହିଛି। ଇଲେକ୍ଟୋରାଲ କଲେଜ ଭୋଟ ସଂଖ୍ଯା ୫୩୮ ହୋଇଥିବାବେଳେ ୨୭୦ ପାଇଥିବା ପ୍ରାର୍ଥୀ ହେବେ ବିଜୟୀ। ଯଦି ୨ ପ୍ରାର୍ଥୀ ୨୬୯ ଲେଖାଏଁ ଭୋଟ ପାଆନ୍ତି ତେବେ ରାଷ୍ଟ୍ରପତି ପଦ ଲାଗି ପ୍ରତିନିଧି ସଭାରେ ଓ ଉପରାଷ୍ଟ୍ରପତି ଲାଗି ସିନେଟରେ ଭୋଟ ହେବ। ବିଜୟ ସମ୍ଭାବନା ଅଧିକ ରହିଥିବା ବିଭିନ୍ନ ସୁଇଙ୍ଗ୍ ଷ୍ଟେଟରେ ଦୁଇ ପ୍ରାର୍ଥୀ କରୁଛନ୍ତି ପ୍ରଚାର। ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋରେ ଡୋନାଲ୍ଡ ଟ୍ରମ୍ଫ, ମେଲାନିଆ ଟ୍ରମ୍ଫ ଏବଂ ଏକ୍ସ ପ୍ରତିଷ୍ଠାତା ଏଲନ ମସ୍କ ଏକାଠି ବସି ଖାଉଛନ୍ତି । ଶୁଣିବାକୁ ଅଜବ ନ ଲାଗୁଥିଲେ ମଧ୍ୟ ଫଟୋଟି ନଦେଖିଲେ ଫଟୋଟି କାହିଁକି ଭାଇରାଲ ହେଉଛି ଏନେଇ କେହି ବୁଝିପାରିବେ ନାହିଁ । ଭାଇରାଲ ଫଟୋରେ ଡୋନାଲ୍ଡ ଟ୍ରମ୍ଫ, ମେଲାନିଆ ଟ୍ରମ୍ଫ ଏବଂ ଏଲନ ମସ୍କ ଏକାଠି ତଳେ ବସି ମସିଣା ପକେଇ ପତ୍ର ଖଲିରେ ଖାଉଛନ୍ତି । ତାହା ପୁଣି ଏକ ଚାଳଭଳି ଦେଖାଯାଉଥିବା ଘରେ । ଟ୍ରମ୍ଫ ଏକ ଭାରତୀୟ ପୋଷାକ ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ମଧ୍ୟ ଶାଢ଼ୀ ପିନ୍ଧି ଓଡ଼ିଆଣିଙ୍କ ପରି ମୁଣ୍ଡରେ ଓଢଣା ଦେଇଥିବାର ଦେଖାଯାଇଛି । ସେହିପରି ଏଲନ ମସ୍କ ମଧ୍ୟ ଭାରତୀୟ ପୋଷାକ ପିନ୍ଧି ଥିବାର ଦେଖାଯାଇଛି । ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଲେଖିଛନ୍ତି, କେବଳ କମଳା ହରିସ ଙ୍କ ଫ୍ୟାନ ଉକ୍ତ ଫଟୋକୁ ଏଡିଟ୍ ହୋଇଥିବା ଫଟୋ ବୋଲି କହିବେ । ସେହିଭଳି ଜଣେ ସାମ୍ବାଦିକ ଉକ୍ତ ଫଟୋକୁ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି, ଏହା କିଏ କଲା ? ଉକ୍ତ ଫଟୋଟିକୁ ୩୮.୯ ହଜାର ଜଣ ୟୁଜର୍ସ ଦେଖିଥିବା ବେଳେ, ୧୫୫୯ ଲାଇକ ମିଳିଛି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଫଟୋଟିର ପ୍ରକୃତ ଫଟୋରେ ଏକାଠି ଭୋଜନ କରୁଛନ୍ତି, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ଏବଂ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଅନୁସନ୍ଧାନ କରିବାକୁଯାଇ ଆମେ TrumpUpdateHQ ଆକାଉଣ୍ଟ ରେ ଭାଇରାଲ ଫଟୋ ସହ ଆଉ ଏକ ଫଟୋ ଯୋଡ଼ାଯାଇ ସେୟାର ହୋଇଥିବାର ଦେଖିବାକୁ ପାଇଥିଲୁ । ଉକ୍ତ ଫଟୋଟି ୪ ନଭେମ୍ବର ୨୦୨୪ ରେ ସେୟାର ହୋଇଥିବା ବେଳେ, ଫଟୋଟିକୁ 119K ଭିୟୁ, 3459 ଲାଇକ ଏବଂ 405 ରିଟ୍ୱିଟ ହୋଇଥିବାର ଦେଖାଯାଇଛି । ଭାଇରାଲ ଫଟୋରେ ଯୋଡ଼ିହୋଇଥିବା ଫଟୋରେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ଏବଂ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକାଠି ବସି ଭୋଜନ କରୁଥିବା ଦେଖିବାକୁ ମିଳିଛି । ଭାଇରାଲ ଫଟୋକୁ ନେଇ ଆମେ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ, ୪ ନଭେମ୍ବର ୨୦୨୪ରେ ଇଣ୍ଡିଆନ ଏକ୍ସପ୍ରେସ୍ ଉକ୍ତ ଫଟୋକୁ ନେଇ ଏକ ଖବରକୁ ପ୍ରସାରିତ କରିଥିବାର ଦେଖାଯାଇଛି । ଖବର ପ୍ରସାରଣ କରି ଦ ନିୟୁ ଇଣ୍ଡିଆନ ଏକ୍ସପ୍ରେସ ଉଲ୍ଲେଖ କରିଛି, In one particular image, Trump, Melania and Elon were seen sitting cross-legged on the floor and having a hearty full-course meal from sal leaf plates by their hand in a village household. Melania is seen wearing a saree, while Trump and Elon were wearing traditional Indian kurtas with saffron and green scarves. As they were re-imagined as typical Indian politicians on campaign trail, the real picture was from 2018 and taken when the then BJP president Amit Shah was having lunch at the house of a Dalit at Deogaon village in Balangir district. He was accompanied by KV Singh Deo, the present deputy chief minister of Odisha, the latter’s wife and now Balangir BJP MP Sangeeta Singh Deo and a host of state BJP functionaries including Union ministers Dharmendra Pradhan and Jual Oram. ଯାହାର ଓଡ଼ିଆ ଅନୁବାଦ ହେଉଛି, ଗୋଟିଏ ନିର୍ଦ୍ଦିଷ୍ଟ ପ୍ରତିଛବିରେ ଟ୍ରମ୍ପ, ମେଲାନିଆ ଏବଂ ଏଲୋନ୍ ଚଟାଣରେ ବସି ଏକ ଗାଁ ଘରେ ସାଳପତ୍ର ପ୍ଲେଟରୁ ଏକ ହୃଦୟ ପୂର୍ଣ୍ଣ ଭୋଜନ କରୁଥିବା ଦେଖାଯାଇଥିଲା । ମେଲାନିଆ ଏକ ଶାଢୀ ପିନ୍ଧିଥିବା ବେଳେ ଟ୍ରମ୍ପ ଏବଂ ଏଲୋନ୍ ସାଫ୍ରନ୍ ଏବଂ ସବୁଜ ସ୍କାର୍ଫ ସହିତ ପାରମ୍ପାରିକ ଭାରତୀୟ କୁର୍ତ୍ତା ପିନ୍ଧିଥିଲେ । ଫଟୋରେ ଭାରତୀୟ ରାଜନେତା ଭଳି ଦିଶୁଥିବା ବେଳେ, ପ୍ରକୃତ ଚିତ୍ରଟି ୨୦୧୮ର । ସେତେବେଳେ ତତ୍କାଳୀନ ବିଜେପି ସଭାପତି ଅମିତ ଶାହା ବାଲାଙ୍ଗୀର ଜିଲ୍ଲାର ଦେଓଗାଁ ଗ୍ରାମର ଏକ ଦଳିତଙ୍କ ଘରେ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ନିଆଯାଇଥିଲା । ତାଙ୍କ ସହ ଓଡିଶାର ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ, ତାଙ୍କ ପତ୍ନୀ ତଥା ବର୍ତ୍ତମାନ ବଲାଙ୍ଗିର ବିଜେପି ସାଂସଦ ସଂଗୀତା ସିଂ ଦେଓ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଆଲ ଓରାମଙ୍କ ସମେତ ବହୁ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ସେହିପରି ଖବର ପ୍ରସାରଣ କରି ହିନ୍ଦୁସ୍ଥାନ ଟାଇମ୍ସ ଉଲ୍ଲେଖ କରିଛି, These AI-generated images are part of pictures posted by an Indian artist named Shahid SK, who reimagined Trump and vice-president, Democrat Kamala Harris, as Indian politicians. ଯାହାର ଓଡ଼ିଆ ଅର୍ଥ ହେଉଛି, ଏହି ଫଟୋଟି ଏଆଇ ଦ୍ୱାରା ନିର୍ମିତ ଯାହାକୁ ତିଆରି କରିଛନ୍ତି ସହିଦ ଏସ.କେ ନାମକ ଜଣେ ଭାରତୀୟ କଳାକାର ମ ଯିଏକି ଟ୍ରମ୍ପ ଏବଂ ଉପ-ରାଷ୍ଟ୍ରପତି ଡେମୋକ୍ରାଟ କମଲା ହାରିସଙ୍କୁ ଭାରତୀୟ ରାଜନେତା ଭାବରେ ପୁନଃ ଚିତ୍ରଣ କରିଛନ୍ତି । ଯେତେବେଳେ ଆମେ ସହିଦ ଏସ.କେ ଲେଖି ସର୍ଚ୍ଚ କରିଥିଲୁ, ଉକ୍ତ ବ୍ୟକ୍ତିଙ୍କ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ପାଇଥିଲୁ । ତାଙ୍କ ଆକାଉଣ୍ଟରେ ସିଏ ଜଣେ ଏଆଇ ଆର୍ଟିସ୍ଟ ବୋଲି ଉଲ୍ଲେଖ କରିଥିବା ବେଳେ, ସିଏ ଆମେରିକା ରାଜନୀତିକୁ ନେଇ ଏକ ଏଆଇ ସିରିଜ ଅପଲୋଡ଼ କରିଥିଵାର ଦେଖିବାକୁ ପାଇଥିଲୁ । ଗୋଟିଏ ଫଟୋରେ ଟ୍ରମ୍ଫ ଏବଂ ଏଲନ ନାରଙ୍ଗି କପଡ଼ା ପିନ୍ଧି ପ୍ରଚାର କରୁଥିବା ବେଳେ, କମଳା ଏକ ଶାଢ଼ୀ ପିନ୍ଧି ପ୍ରଚାର କରୁଛନ୍ତି । ପର ଫଟୋରେ ଆମେ ଭାଇରାଲ ହେଉଥିବା ଫଟୋଟିକୁ ପାଇଥିଲୁ । ଏନେଇ ସାହିଦଙ୍କ ସହ ଯୋଗାଯୋଗ କରିବାରୁ ସିଏ ଉକ୍ତ ଫଟୋକୁ ଗୁଗୁଲ ସର୍ଚ୍ଚରୁ ଅନୁସନ୍ଧାନ କରି ଫଟୋସପ୍ ଏବଂ ଏଆଇ କୁ ବ୍ୟବହାର କରି ନିର୍ମାଣ କରିଥିଲେ ବୋଲି ଆମକୁ ଜଣାଇଥିଲେ । ଯେତେବେଳେ ଆମେ TrumpUpdateHQ ସେୟାର କରିଥିବା ଅନ୍ୟ ଫଟୋକୁ ରିଭର୍ସ ଇମେଜ ସର୍ଚ୍ଚ କରିଥିଲୁ ଉକ୍ତ ଫଟୋଟି ୫ ଅପ୍ରେଲ୨୦୧୮ ରେ ବର୍ତ୍ତମାନର ଗ୍ରୁହରାଷ୍ଟ୍ର ମନ୍ତ୍ରୀ ଅମିତ ସାହା ସେୟାର କରିଥିଵାର ଦେଖିବାକୁ ପାଇଥିଲୁ । ଫଟୋ ସେୟାର କରି ଶ୍ରୀ ସାହା ଉଲ୍ଲେଖ କରିଛନ୍ତି, Had sumptuous Odia food at Shri Maheswar Suna ji's home in Deogaon village, Bolangir (Odisha). I am grateful to Maheswar ji and his family for the amazing food and being such warm hosts. ଯାହାର ଓଡ଼ିଆ ଅନୁବାଦ ହେଉଛି, ବଲାଙ୍ଗୀର (ଓଡ଼ିଶା) ର ଦେଓଗାଓଁ ଗ୍ରାମର ବାସିନ୍ଦା ଶ୍ରୀ ମହେଶ୍ୱର ସୁନାଜୀଙ୍କ ଘରେ ଆଜି ଓଡ଼ିଆ ଖାଦ୍ୟ ଖାଇବାକୁ ସୁଯୋଗ ମିଳିଲା । ଏଭଳି ସୁସ୍ୱାଦୁ ଖାଦ୍ୟ ପାଇଁ ମୁଁ ମହେଶ୍ୱର ଜୀ ଏବଂ ତାଙ୍କ ପରିବାର ନିକଟରେ କୃତଜ୍ଞ । ସେହିପରି ୫ ଅପ୍ରେଲ ୨୦୧୮ ରେ ଉକ୍ତ ଘଟଣାର ଭିଡିଓ ସେୟାର କରି ANI ଉଲ୍ଲେଖ କରିଛି, ବଲାଙ୍ଗୀର ଜିଲ୍ଲାର ଦେଓଗାଁ ରେ ରହୁଥିବା ଜଣେ ଦଳିତ ପରିବାର ଘରେ ଭୋଜନ କଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅମିତ ସାହା । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଭାଇରାଲ ହେଉଥିବା ଫଟୋରେ ନାହିଁ କୌଣସି ସତ୍ୟତା ମୂଳ ଫଟୋରେ ଡୋନାଲ୍ଡ ଟ୍ରମ୍ଫ, ମେଲାନିଆ ଟ୍ରମ୍ଫ ଏବଂ ଏଲନ ମସ୍କ ନୁହେଁ ବରଂ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ତାଙ୍କ ପତ୍ନୀ ସଙ୍ଗୀତା ସିଂହ ଦେଓ ଏବଂ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକାଠି ବସି ଭୋଜନ କରୁଛନ୍ତି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software