About: http://data.cimple.eu/claim-review/49056f5bb8ec575cf3ae197c4cac6c382101486cd973e017b4926c14     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ପ୍ରତ୍ୟେକ ଦିନ ଜିଲାପି ସହ କ୍ଷୀର ଖାଇଲେ ରୋଗରୁ ମିଳିନଥାଏ ମୁକ୍ତି ତେଣୁ ପ୍ରତ୍ୟେକ ଦିନ ଜିଲାପି ସହ ଖୀର ଖାଇଲେ ମାଇଗ୍ରେନ ସହ ବିଭିନ୍ନ ରୋଗରୁ ମିଳିଥିବା ଦାବିଟି ମିଥ୍ୟା । ଏଭଳି ସଂଯୋଗ କୁ ଡାକ୍ତରି ବିଜ୍ଞାନ କିମ୍ବା ଆୟୁର୍ବେଦ ବିଜ୍ଞାନ ପକ୍ଷରୁ କୌଣସି ସ୍ୱୀକୃତି ମିଳିନଥିବା ଜଣାଯାଇଛି । ଏପରିକି କୌଣସି ରୋଗର ଲକ୍ଷଣ ଦେଖାଗଲେ ଜୀବନଶୈଳୀ ରେ ପରିବର୍ତ୍ତନ ଏବଂ ଚିକିତ୍ସା ପାଇଁ ସୁପାରିଶ କରିଛନ୍ତି ଅଭିଜ୍ଞ ଡାକ୍ତର Claim :ପ୍ରତ୍ୟେକ ଦିନ ଜିଲାପି ସହ ଖୀର ଖାଇଲେ ମାଇଗ୍ରେନ ସହ ବିଭିନ୍ନ ରୋଗରୁ ମିଳିଥାଏ ମୁକ୍ତି Fact :କୌଣସି ବିଜ୍ଞାନ କିମ୍ବା ଅନୁଷ୍ଠାନ ଏହାକୁ ସମର୍ଥନ ଜଣାଇ ନାହାନ୍ତି, ଜୀବନଶୈଳୀ ରେ ପରିବର୍ତ୍ତନ ଏବଂ ଚିକିତ୍ସା ପାଇଁ ସୁପାରିଶ କରିଛନ୍ତି ଅଭିଜ୍ଞ ଡାକ୍ତର ପର୍ଵ ପର୍ବାଣୀ ହେଉ କିମ୍ବା କୌଣସି ଉତ୍ସବ ଜଲେବି ବା ଜିଲାପିର ସମସ୍ତ ସ୍ଥାନରେ ଏକ ସ୍ୱତନ୍ତ୍ର ସ୍ଥାନ ଥାଏ । ଏହାର ଆକାର ପରି ଏହା ସମସ୍ତଙ୍କୁ ନିଜ ସ୍ୱାଦରେ ବାନ୍ଧି ରଖିଥାଏ । ଜିଲାପିକୁ ନେଇ ବହୁ କଥା ରହିଥିବା ବେଳେ ଭାରତରେ ଏହା ୫୦୦ ରୁ ଉର୍ଦ୍ଧ୍ବ ବର୍ଷ ଥିବାର ବିଭିନ୍ନ ଇତିହାସରୁ ଜଣାଯାଏ । Kitab Al Tabeekh ଯାହାର ଓଡ଼ିଆ ଅର୍ଥ ହେଉଛି ବ୍ୟଞ୍ଜନର ବହି ଯାହାକୁ ରଚନା କରିଛନ୍ତି ତୁର୍କୀର ଜଣେ ଲେଖକ ମହମ୍ମଦ ବିନ ହାସନ ଅଲବଗଦାଦି । ଉକ୍ତ ବହିରେ ଜଲାବିୟା ବା ଜିଲାପି ବିଷୟରେ ରଚନା କରାଯାଇଛି । ଭାରତୀୟ ଉପ ମହାଦୀପରୁ ଆସୁଥିବା ମୁସଲମାନ ବ୍ୟାପାରୀଙ୍କ ସହ ଜିଲାପି ଭାରତକୁ ପ୍ରବେଶ କରିଥିଵାର ଉକ୍ତ ବହିରେ ରଚନା କରାଯାଇଛି । ଭାରତରେ ଵିଶେଷକରି ରାଜସ୍ଥାନ, ୟୁପି ଭଳି ରାଜ୍ୟରେ ଜିଲାପି ସହିତ ଗରମ କ୍ଷୀର କିମ୍ବା ରାବିଡ଼ି ଖାଇବାର ଚାହିଦା ଦେଖାଯାଇଥାଏ । ତେବେ ଏହାକୁ ନେଇ ବିଭିନ୍ନ କାଳ୍ପନିକ କାହାଣୀ ଥିବା ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ଼ ହୋଇଥିବାର ଦେଖାଯାଇଛି । ଭିଡିଓରେ ପ୍ରତ୍ୟେକ ଦିନ ସକାଳୁ ସାକାଳୁ ଜିଲାପି ସହ ରାବିଡ଼ି କିମ୍ବା ଗରମ କ୍ଷୀର ସେବନ କଲେ ମାଇଗ୍ରେନ ଏବଂ ଅଣ୍ଟାରୋଗ ଭଳି ଅନେକ ରୋଗରୁ ମୁକ୍ତି ମିଳିଥାଏ ବୋଲି ଶୁଣିବାକୁ ମିଳିଛି । କିଛି ୟୁଟ୍ୟୁବ ୟୁଜର୍ସ ଉକ୍ତ ଭିଡିଓ କୁ, जलेबी खाओ माइग्रेन से छुटकारा पाओ ଲେଖି ଅପଲୋଡ଼ କରିଛନ୍ତି । ଯାହାର ଓଡ଼ିଆ ଅର୍ଥ ହେଉଛି, ଜିଲାପି ଖାନ୍ତୁ ଏବଂ ମୁଣ୍ଡବିନ୍ଧାରୁ ମୁକ୍ତି ପାଆନ୍ତୁ । ଯଦି ଆପଣଙ୍କ ମାଇଗ୍ରେନ ସମସ୍ୟା ରହିଛି ତେବେ ଆପଣ ପ୍ରତ୍ୟେକ ଦିନ ୫୦୦ ମିଲି ଦୁଗ୍ଧ ସହ ଦୁଇଟି ଜିଲାପି ଖାଇବା ଉଚ୍ଚିତ ଯାହାଦ୍ୱାରା ଆପଣ ମାଇଗ୍ରେନ ରୁ ଉପଶମ ପାଇପାରିବେ । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ଏନେଇ କୌଣସି ବିଜ୍ଞାନରେ ପ୍ରମାଣପତ୍ର ଦେଇ ନାହାନ୍ତି କି ଏହାକୁ ସମର୍ଥନ ଜଣାଇ ନାହାନ୍ତି । ଜୀବନଶୈଳୀ ରେ ପରିବର୍ତ୍ତନ ଏବଂ ଚିକିତ୍ସା ପାଇଁ ସୁପାରିଶ କରିଛନ୍ତି ଅଭିଜ୍ଞ ଡାକ୍ତର । ଏନେଇ ଆମେ ଅକୁପେସନାଲ ଥେରାପିଷ୍ଟ ଡାକ୍ତର ଅନୀଲ କବି ଶତପଥୀଙ୍କ ସହ ଯୋଗାଯୋଗ କରିଥିଲୁ। ଡାକ୍ତର କବି ଶତପଥୀ ଦେଇଥିବା ସୁଚନା ଅନୁଯାୟୀ, ଜିଲାପି ସହ କ୍ଷୀର ପ୍ରତ୍ୟେକ ଦିନ ସେବନ କଲେ ରୋଗରୁ ମୁକ୍ତି ମିଳେ ଏନେଇ ଆୟୁର୍ବେଦ ବିଜ୍ଞାନରେ କୌଣସି ଲିଖିତ ପ୍ରମାଣ ଥିବାର ଜଣାଯାଇନାହିଁ । ତେଣୁ ଏହାଏକ ବିଭ୍ରାନ୍ତି କରକ ଦାବି ହୋଇଥାଇ ପାରେ। ଗଠନ ପ୍ରକ୍ରିୟା ଦ୍ବାରା ତିଆରି ହୋଇଥିବା ସମସ୍ତ ଖାଦ୍ୟ ପଦାର୍ଥ ଶରୀର ପାଇଁ ଖୁବ ଲାଭଦାୟକ ଯେପରିକି, ଦହି, ଖୀର ଭଳି ଖାଦ୍ୟ ସାମଗ୍ରୀ । ସେହିପରି ଜିଲାପି ମଧ୍ୟ କୌଣସି କ୍ଷତିକାରକ ନୁହେଁ କିନ୍ତୁ ବର୍ତ୍ତମାନ ଯୁଗରେ ଜିଲାପି କୁ ଆକର୍ଷଣିୟ କରିବାକୁ ଯାଇ ବିଭିନ୍ନ କେମିକାଲ ମିସାଯାଉଛି ଯାହା ଶରୀର ପାଇଁ ନିଶ୍ଚିତ କ୍ଷତି କାରକ । ସେହିପରି ପୂର୍ବରୁ ଜିଲାପି ଗୁଡ଼ରେ ଟିଆରି ହେଉଥିଲା କିନ୍ତୁ ଏବେ ଚିନି ଏବଂ ବିଭିନ୍ନ ସ୍ଥାନରେ ସାକାରିନ ମିସା ଯାଉଥିବାର ଦେଖାଯାଇଛି । ଉକ୍ତ କେମିକାଲ ଯେତେବେଳେ କ୍ଷୀରରେ ମିଶିଵ ନିଶ୍ଚିତ କୌଣସି ନା କୌଣସି କ୍ଷତିକାରକ କେମିକାଲର ସୃଷ୍ଟି ହେବ ତେଣୁ ଏହା ଶରୀର ପାଇଁ ନିଶ୍ଚିତ କ୍ଷତିକାରକ । ଅନ୍ୟପଟେ ବର୍ତ୍ତମାନ ସମୟରେ କ୍ଷୀରରେ ମଧ୍ୟ ବିଭିନ୍ନ କେମିକାଲ ଏବଂ ପାଉଡରର ବହୁଳ ବ୍ୟବହାର ହେଉଛି ତାହା ମଧ୍ୟ ଶରୀର ପାଇଁ କ୍ଷତିକାରକ । ଜିଲାପି ଗଠନ ପ୍ରକ୍ରିୟା ମଧ୍ୟ ପୂର୍ବରୁ ମାଟିପାତ୍ରରେ ହୋଇଥାଏ ଯାହା ଫଳରେ ବିଷାକ୍ତ କଣିକାକୁ ମାଟି ନଷ୍ଟ କରିଦେଇଥାଏ । ହେଲେ ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ କିମ୍ବା ଷ୍ଟିଲ , ସିଲିଭରରେ ବ୍ୟବହାର କରାଯାଉଛି । ତେଣୁ ଏହାର କୌଣସି ପ୍ରମାଣ ନଥିବା ବେଳେ କେବଳ କିଛି ଲୋକ ବିଶ୍ୱାସକରି ଏଭଳିସେବନ କରି ଚାଲିଛନ୍ତି । ସୂଚନା ଦେବାକୁ ଯାଇ ଡାଏଟିସିଆନ ବିଷ୍ଣୁପ୍ରିୟା ଗଡ଼ନାୟକ କହିଛନ୍ତି, ବବର୍ତ୍ତମାନ ଜିଲାପି ତିଆରି ସମୟରେ ମାତ୍ରାଧିକଚିନି ବ୍ୟବହାର ହେଉଛି ଯାହାକୁ ପ୍ରତ୍ୟେକ ଦିନ ସେବନ କରିବା ଅନୁଚିତ । ଯଦି ଏହାକୁ ପ୍ରତ୍ୟେକ ଦିନ ସେବନ କରାଯାଏ ତେବେ ମଧୁମେୟ ରୋଗ ହେବା ସୁନିଶ୍ଚିତ । ସେହିଭଳି ଖୀରଜାତୀୟ ଖାଦ୍ୟ ସାମଗ୍ରୀରେ ଲାକଟୋସ ରହିଥାଏ ଯାହାକି ହଜମ ପ୍ରକ୍ରିୟାରେ ବାଧାସୃଷ୍ଟି କରିଥାଏ । ତେଣୁ କ୍ଷୀର ସହ ଜିଲାପି କେବଳ ସମାରୋହ ଏବଂ ପର୍ଵ ପର୍ବାଣୀର ଅଂଶ ଭିତରେ ସିମିତ ରଖିବା ଠିକ୍ ଡାକ୍ତରୀ ବିଜ୍ଞାନରେ ଏହାର କୌଣସି ସ୍ଥାନ ନାହିଁ । ଅନ୍ୟପଟେ Indian Express ଏନେଇ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, Dr Sudhir Kumar, neurologist, Apollo Hospitals, Hyderabad told indianexpress.com that there is no rationale in recommending sweets such as rabri or jalebi in mornings (on waking up) to patients suffering from migraine. In fact, it is most often the other way round – there are many who report that their migraine attacks get triggered after eating sweets. There is a connection between timely meals and migraine though. Among people with migraine, the headaches tend to get triggered while fasting or if the meals are skipped or delayed. So, people with migraine are advised to always have meals on time,” said Dr Kumar. ଯାହାର ଓଡ଼ିଆ ଅର୍ଥ ହେଉଛି, ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ୍, ସ୍ନାୟୁବିଜ୍ଞାନ ବିଭାଗର ଡାକ୍ତର ସୁଧୀର କୁମାର Indianexpress କୁ କହିଛନ୍ତି ଯେ, ମାଇଗ୍ରେନ୍ ପୀଡିତ ରୋଗୀଙ୍କୁ ସକାଳେ ରାବିଡ଼ି କିମ୍ବା ଜଲେବି ଭଳି ମିଠା ସୁପାରିଶ କରିବାର କୌଣସି ଯୁକ୍ତି ନାହିଁ । ବାସ୍ତବରେ, ଏହାକୁ ନେଇ ଅନ୍ୟ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି, ଅନେକ ଅଛନ୍ତି ଯେଉଁମାନେ ମିଠା ଖାଇବା ପରେ ସେମାନଙ୍କର ମାଇଗ୍ରେନ୍ ଆକ୍ରମଣ ଆରମ୍ଭ ହୋଇଥିବାର ମଧ୍ୟ ରିପୋର୍ଟ ରହିଛି । ଯଦିଓ ଠିକ୍ ସମୟରେ ଖାଇବା ଏବଂ ମାଇଗ୍ରେନ୍ ମଧ୍ୟରେ ଏକ ସଂଯୋଗ ରହିଥାଇପାରେ । ମାଇଗ୍ରେନ୍ ଥିବା ଲୋକଙ୍କ ମଧ୍ୟରେ ଉପବାସ ସମୟରେ କିମ୍ବା ଖାଦ୍ୟ ଖାଇବା କିମ୍ବା ବିଳମ୍ବ ହେଲେ ମୁଣ୍ଡବିନ୍ଧା ହୁଏ । ତେଣୁ ମାଇଗ୍ରେନ ଥିବା ଲୋକଙ୍କୁ ସବୁବେଳେ ଠିକ୍ ସମୟରେ ଭୋଜନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଡାକ୍ତର କୁମାର କହିଛନ୍ତି । ତେଣୁ ପ୍ରତ୍ୟେକ ଦିନ ଜିଲାପି ସହ ଖୀର ଖାଇଲେ ମାଇଗ୍ରେନ ସହ ବିଭିନ୍ନ ରୋଗରୁ ମିଳିଥିବା ଦାବିଟି ମିଥ୍ୟା । ଏଭଳି ସଂଯୋଗ କୁ ଡାକ୍ତରି ବିଜ୍ଞାନ କିମ୍ବା ଆୟୁର୍ବେଦ ବିଜ୍ଞାନ ପକ୍ଷରୁ କୌଣସି ସ୍ୱୀକୃତି ମିଳିନଥିବା ଜଣାଯାଇଛି । ଏପରିକି କୌଣସି ରୋଗର ଲକ୍ଷଣ ଦେଖାଗଲେ ଜୀବନଶୈଳୀ ରେ ପରିବର୍ତ୍ତନ ଏବଂ ଚିକିତ୍ସା ପାଇଁ ସୁପାରିଶ କରିଛନ୍ତି ଅଭିଜ୍ଞ ଡାକ୍ତର ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software