Facets (new session)
Description
Metadata
Settings
owl:sameAs
Inference Rule:
asEquivalent
b3s
b3sifp
facets
http://www.w3.org/2002/07/owl#
ldp
oplweb
skos-trans
virtrdf-label
virtrdf-url
None
About:
http://data.cimple.eu/claim-review/53e6b3886671d54c520be7a4cb163dfe054e146a5f7551dd4f2df893
Goto
Sponge
NotDistinct
Permalink
An Entity of Type :
schema:ClaimReview
, within Data Space :
data.cimple.eu
associated with source
document(s)
Type:
schema:ClaimReview
New Facet based on Instances of this Class
Attributes
Values
rdf:type
schema:ClaimReview
http://data.cimple...lizedReviewRating
not credible
schema:url
http://www.telugupost.com/odia-factcheck/bjps-union-minister-pradhan-did-not-paint-logo-of-another-party-on-the-wall-1520040/
schema:text
ବିଜେପିର ଦଳୀୟ ଚିହ୍ନ ଆଙ୍କିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟ କୌଣସି ଦଳର ନୁହେଁ ଆଗାମୀ ଲୋକସଭା ଓ ବିଧାନସଭା ୨୦୨୪ ନିର୍ବାଚନ ପାଇଁ ଲୋକମାନଙ୍କର ଅଧିକ ଆସ୍ଥାଭାଜନ ହେବା ପାଇଁ ଅଭିଯାନ ଆରମ୍ଭ କରିଛି ବିଜେପି । Claim :କେନ୍ଦ୍ରମନ୍ତ୍ରୀ ଏକ କାନ୍ଥରେ ଅନ୍ୟ ଏକ ଦଳର ଚିହ୍ନ ଆଙ୍କୁଛନ୍ତି Fact :କେନ୍ଦ୍ରମନ୍ତ୍ରୀ ଆଙ୍କୁଛନ୍ତି ବିଜେପି ର ଦଳୀୟ ଚିହ୍ନ ଆଗାମୀ ଲୋକସଭା ଓ ବିଧାନସଭା ୨୦୨୪ ନିର୍ବାଚନ ପାଇଁ ଲୋକମାନଙ୍କର ଅଧିକ ଆସ୍ଥାଭାଜନ ହେବା ପାଇଁ ଅଭିଯାନ ଆରମ୍ଭ କରିଛି ବିଜେପି । ୪୪ ତମ ପ୍ରତିଷ୍ଠା ଦିବସ ଅବସରରେ ଗାଁ ଗାଁରେ ମୋଦି ଗ୍ୟାରେଣ୍ଟି ପହଞ୍ଚାଇବା ପାଇଁ ଏହି ଅଭିଯାନ ଆରମ୍ଭ ହେବା ସହ କାନ୍ଥଲିଖନ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। " ଆଉଥରେ ମୋଦି ସରକାର " , " ଆଉଥରେ ଭାଜପା ସରକାର " ଏଭଳି ନାରା ସହ ଦଳୀୟ ଚିହ୍ନ ଆଙ୍କିବେ ବିଜେପି ନେତା , ଏପରିକି ୧୦.୭୨ ଲକ୍ଷ ସ୍ଥାନ ରେ ଏଭଳି କାନ୍ଥ ଲିଖନ କାର୍ଯ୍ୟକ୍ରମ ଦେଶବ୍ୟାପୀ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ । ତେବେ ଏହା କଣ ସମ୍ଭବ କି ଜଣେ ବିଜେପି ନେତା ଅନ୍ୟ କୌଣସି ଦଳର ଚିହ୍ନ ଏକ କାନ୍ଥରେ ଆଙ୍କିଥିବେ ? ହେଲେ ଏଭଳି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଶାସକ ଦଳର ଚିହ୍ନ ଏକ କାନ୍ଥରେ ଆଙ୍କୁଛନ୍ତି । ଫଟୋ ସେୟାର କରିଥିବା ବ୍ୟକ୍ତି ' ବେଷ୍ଟ ପିକଚର ଅଫ ଦ ଡେ' ବୋଲି ମଧ୍ୟ ଲେଖିଛନ୍ତି। ସତ୍ୟାସତ୍ୟ : ଯେତେବେଳେ ଏନେଇ ଅନୁସନ୍ଧାନ କରାଯାଏ, ଗୁଗୁଲ ଇମେଜ ସର୍ଚ୍ଚ ଦ୍ୱାରା ମିଳିଥିବା ତଥ୍ୟ ଅନୁଯାୟୀ ଏହା ଏକ ଭୁଲ୍ ତଥ୍ୟ । ପ୍ରକୃତ ଫଟୋ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ କାନ୍ଥରେ ପଦ୍ମଚିହ୍ନ ଆଙ୍କୁଛନ୍ତି । ଏପରିକି ମଳିଥିବା ତଥ୍ୟ ଅନୁଯାୟୀ ଶ୍ରୀ ପ୍ରଧାନ ଭିନ୍ନଭିନ୍ନ ଅଞ୍ଚଳରେ ଥିବା କାନ୍ଥରେ ବିଜେପିର ଦଳୀୟ ଚିହ୍ନ ଆଙ୍କୁଛନ୍ତି । ମକର ସଂକ୍ରାନ୍ତି ଅବସରରେ ୧୫ ଜାନୁଆରୀ ଦିନ କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାନ୍ଥଲିଖନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରଙ୍କ କଲ୍ୟାଣକାରୀ କାର୍ଯ୍ୟକୁ ନେଇ ଆମ ଦଳ ରାଜ୍ୟରେ ଆଗାମୀ ଲୋକସଭା ଓ ବିଧାନସଭା ୨୦୨୪ ନିର୍ବାଚନ ପାଇଁ ଲୋକମାନଙ୍କର ଅଧିକ ଆସ୍ଥାଭାଜନ ହେବା ପାଇଁ ଅଭିଯାନ ଆରମ୍ଭ କରିଛି ବୋଲି ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବୁଥ ନମ୍ବର ୫୯ ହାଉସିଂ ବୋର୍ଡ କଲୋନୀରେ ବିଜେପିର ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ସାମିଲ ହେଲି । ଏଭଳି ପୋଷ୍ଟ ସହ କେନ୍ଦ୍ରମନ୍ତ୍ରୀ ଉକ୍ତ ଫଟୋଟିକୁ ନିଜ ସୋସିଆଲ ମିଡିଆ ଏକ୍ସ ରେ ଜାନୁଆରୀ ୨୮ ତାରିଖ ଦିନ ପୋଷ୍ଟ କରିଛନ୍ତି । ଏପରିକି ଭାଇରାଲ ହେଉଥିବା ଫଟୋ ସହ ପ୍ରକୃତ ଫଟୋଟିକୁ ସେୟାର କରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ତେବେ ଏକ ଦଳର ଆଇଟିସେଲ ଏଭଳି ଫଟୋ ଏଡିଟ କରି ଓଡ଼ିଶା ବାସୀଙ୍କ ଭ୍ରମିତ କରୁଛି ବୋଲି ମଧ୍ୟ ଫଟୋରେ ଲେଖିଛନ୍ତି । ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ସାମଲ ତାଙ୍କ ଏକ୍ସ ର ପୋଷ୍ଟରେ ଲେଖିଛନ୍ତି " ଏତେ ଡର କାହିଁକି ? ପଦ୍ମ ଏକ ବିକାଶର ଚିହ୍ନ ଯାହାକି ଆଗାମୀ ଦିନରେ ଅଧିକରୁ ଅଧିକ ବ୍ୟାପିବ, ଏଭଳି ଫେକ୍ ଫଟୋ ସେୟାର କରିବା ଏକ ଘୃଣ୍ୟ କାମ । ସେହିପରି ଢେଙ୍କାନାଳର ବିଜେପି ଯୁବମୋର୍ଚ୍ଚା ର ଅଧ୍ୟକ୍ଷ ଶ୍ରୀ ଏମ.ଜେ ମହିମା ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି " କେନ୍ଦ୍ରରେ ନରେନ୍ଦ୍ର ଓଡ଼ିଶାରେ ଧର୍ମେନ୍ଦ୍ର ନାରାରେ ଭୟବିତ ହୋଇ ଏକ ନିର୍ଦ୍ଦିଷ୍ଟ ଦଳର ଆଇଟିସେଲ ଆକାଉଣ୍ଟ ରେ ଏଭଳି ଫେକ୍ ଫଟୋ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରାଉଛନ୍ତି । ଅନ୍ୟପଟେ ଢେଙ୍କାନାଳ ଜିଲ୍ଲାର ଆଇଟିସେଲ୍ ମୁଖ୍ୟ ରମ୍ୟ ମହାପାତ୍ର ନିଜ ଏକ୍ସ ପୋଷ୍ଟ ରେ ଲେଖିଛନ୍ତି " ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଢୁଥିବା ଲୋକପ୍ରିୟତା ଦେଖି ବିଚଳିତ ହୋଇଉଠିଛନ୍ତି କିଛି ଦଳର କର୍ମୀ, ଏପରିକି ଏଭଳି ନକଲି ଫଟୋ ର ସହାୟତା ନବାକୁ ମଧ୍ୟ ପଛାଉ ନାହାନ୍ତି , ୟେ ଡର ହମେ ଅଚ୍ଛା ଲଗା" । ନିୟୁଜ ଇନସାଇଟ ରେ ପ୍ରସାରିତ ହୋଇଥିବା ଖବର ଅନୁଯାୟୀ "ସୋସିଆଲ ମିଡିଆରେ ଟାର୍ଗେଟ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ " । ଉପୋରକ୍ତ ଅନୁସନ୍ଧାନ ରୁ ଜଣାଯାଏ ଯେ ଭାଇରାଲ ହେଉଥିବା ଫଟୋ ଟି ପ୍ରକୃତ ଫଟୋ ନୁହେଁ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟ କୌଣସି ଦଳର ନୁହେଁ ବରଂ ଭାରତୀୟ ଜନତା ପାର୍ଟିର ଚିହ୍ନ କୁ ଏକ କାନ୍ଥରେ ଆଙ୍କୁଛନ୍ତି ।
schema:reviewRating
False
schema:author
telugupostcom
schema:datePublished
2024-02-11
(
xsd:date
)
schema:inLanguage
Telugu
schema:itemReviewed
http://data.cimple.eu/claim/e7b0418d0a2cfca313793ec2d8eafcab4a7af5b9ffb9c6b4074b76f2
Faceted Search & Find service v1.16.115 as of Oct 09 2023
Alternative Linked Data Documents:
ODE
Content Formats:
RDF
ODATA
Microdata
About
OpenLink Virtuoso
version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software