About: http://data.cimple.eu/claim-review/588374b4574fa03f429ef95e416f12c292f96caa148731be69161bac     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଯମୁନା ସଫେଇକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ମତାମତ, ଏଡିଟ୍ ହୋଇଥିବା ଭିଡିଓ ହେଉଛି ଭାଇରାଲ ମୂଳ ଭିଡିଓରୁ କିଛି ଅଂଶ ଏଡିଟ୍ କରାଯାଇ ବିଭ୍ରାନ୍ତିକରକ ଲେଖା ସହ ଭାଇରାଲ କରାଯାଇଥିଲା । ମୂଳ ଭିଡିଓରେ କେଜ୍ରିୱାଲ କହିଛନ୍ତି, ଏତିକିତ ରାଜନୀତି ଶିଖି ଯାଇଛି, ଯେ ଯମୁନାକୁ ନେଇ ଭୋଟ୍ ମିଳିବ ନାହିଁ । କିନ୍ତୁ ହେଲେବି ମୁଁ ଯମୁନା ସଫା କରିବି କାରଣ ମୁଁ ଏଠାକୁ ଭୋଟ୍ ର ରାଜନୀତି କରିବାକୁ ଆସିନାହିଁ । Claim :କେଜ୍ରିୱାଲ ଦେଲେ ମତ: ଯମୁନା ସଫେଇ କରିବା ଆବଶ୍ୟକ ନୁହେଁ, କାରଣ ଯମୁନା ଦେବ ନାହିଁ ଭୋଟ୍ Fact :ମୂଳ ଭିଡିଓର କିଛି ଅଂଶକୁ ଏଡିଟ୍ କାରାଯାଇ ଭାଇରାଲ କରାଯାଇଛି ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ସହ ବିଷାକ୍ତ ହେବାରେ ଲାଗିଛି ଯମୁନା ନଦୀର ପାଣି । ବହୁ ସମୟରେ ଯମୁନା ନଦୀର ପାଣିରେ ପ୍ରବଳ ବିଷାକ୍ତ ଫେଣ ଦେଖିବାକୁ ମିଳିଥାଏ । ଦିଲ୍ଲୀର କାଳିନ୍ଦୀ କୁଞ୍ଜରେ ବର୍ଜ୍ୟବସ୍ତୁଗୁଡ଼ିକ ପାଣିକୁ ବିଷାକ୍ତମୟ କରିଦେଇଛି ବୋଲି ବାରମ୍ବାର ଅଭିଯୋଗ ଆଣିଥାନ୍ତି ସ୍ଥାନୀୟ ପରିବେଶବିତ୍ । ପ୍ରତି ବର୍ଷ ଭଳି ଏଥର ମଧ୍ୟ ଫେଣର ମୋଟା ପରସ୍ତ ଦେଖାଯାଇଥିଲା । ଯମୁନାରେ ପ୍ରଦୂଷଣ ସ୍ତର ଅତି ବିପଜ୍ଜନକ ସ୍ଥିତିରେ ପହଞ୍ଚିଥିବା ବେଳେ । କାଳିନ୍ଦୀ କୁଞ୍ଜ ଘାଟରେ ପାଣି ଉପରେ ଏକ ମୋଟା ପରସ୍ତର ଫେଣ ଜମିଥିବା ଦେଖିବାକୁ ମିଳିଥିଲା । ଯମୁନାରେ ପଡୁଥିବା ସ୍ୱେରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟର ବର୍ଜ୍ୟବସ୍ତୁରୁ ଏହା ସୃଷ୍ଟି ହୋଇଥିବା କୁହାଯାଉଛି । ତେବେ ଅନ୍ୟ ଦାବି ସହ ଯମୁନା ସଫେଇ ଦିଲ୍ଲୀ ରାଜନୀତି ବହିର ଏକ ଫର୍ଦ ପାଲଟିଛି । ଅନ୍ୟପଟେ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି । ନିର୍ବାଚନ ତାରିଖ ଘୋଷଣାକୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୧୦ରେ ପ୍ରକାଶ ପାଇବ ବିଜ୍ଞପ୍ତି, ଜାନୁଆରୀ ୧୭ରେ ନାମାଙ୍କନର ଶେଷ ତାରିଖ, ଜାନୁଆରୀ ୧୮ରେ ନାମାଙ୍କନପତ୍ର ଯାଞ୍ଚ, ଜାନୁଆରୀ ୨୦ରେ ନାମାଙ୍କନପତ୍ର ପ୍ରତ୍ୟାହାର, ଫେବୃଆରୀ ୫ରେ ମତଦାନ ଏବଂ ଫେବୃଆରୀ ୮ରେ ହେବ ଗଣତି । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପୁର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖିଆ ଅରବିନ୍ଦ କେଜ୍ରିୱାଲ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିବାର ଦେଖା ଯାଇଛି । ସାକ୍ଷାତକାର ସମୟରେ କେଜ୍ରିୱାଲ କହିଛନ୍ତି, ଏତିକିତ ରାଜନୀତି ଶିଖି ଯାଇଛି, ଯେ ଯମୁନାକୁ ନେଇ ଭୋଟ୍ ମିଳିବ ନାହିଁ । ଉକ୍ତ ଭିଡିଓକୁ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଦିଲ୍ଲୀ ବିଜେପି ଉଲ୍ଲେଖ କରିଚି, केजरीवाल अब थोड़ी बहुत पॉलिटिक्स समझने लगे हैं और अब इन्हें यह भी समझ आ गया कि हिंदुओं की आस्था और श्रद्धा की प्रतीक यमुना जी को साफ करने से AAP को वोट नहीं मिलेगा । गजब धूर्त आदमी है! ଯାହାକୁ ଓଡ଼ିଆ ଅନୁବାଦ କରିବାରୁ ଜଣାଯାଏଯେ, କେଜ୍ରିୱାଲ ଏବେ ଅଳ୍ପ ବହୁତ ରାଜନୀତି ବୁଝିବାକୁ ବସିଲେଣି । ଆଉ ସିଏ ଏହା ମଧ୍ୟ ବୁଝିଗଲେଣି ଯେ ଯମୁନା ନଦୀ ଯାହାକି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ବାସର ପ୍ରତିକ ତାହାକୁ ସଫା କଲେ ଆପ୍ କୁ ଭୋଟ୍ ମିଳିବ ନାହିଁ । ଅଜବ ଧୃତ ଲୋକଟିଏ ୟେ । ସେହିପରି ଆଉଜଣେ ବିଜେପି ନେତା ମଧ୍ୟ ଉକ୍ତ ଭିଡିଓକୁ ସେୟାର କରିଥିବାର ଦେଖା ଯାଇଛି । ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତିକରକ, ଭିଡିଓକୁ ଏଡିଟ୍ କରାଯାଇ ସେୟାର କରାଯାଇଥିବାର ଦେଖାଯାଇଛି । ମୁଳ ଭିଡିଓରେ କେଜ୍ରିୱାଲ କହିଛନ୍ତି, ଯମୁନା କୁ ସଫା କଲେ ଭୋଟ୍ ମିଳିବନାହିଁ, କିନ୍ତୁ ମୁଁ ଯମୁନାକୁ ସଫା କରିବି । କାରଣ ମୁଁ ଏଠାକୁ ଭୋଟରଙ୍କ ସହ ରାଜନୀତି କରିବାକୁ ଆସିନାହିଁ । ତଦନ୍ତ କରିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ Pravakar Ke Prabachan ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ହସ୍ତଗତ ହୋଇଥିଲା । ଉକ୍ତ ଚ୍ୟାନେଲଟି ଏକ ପୋଡ଼କାଷ୍ଟ ଚ୍ୟାନେଲ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉକ୍ତ ଚ୍ୟାନେଲରେ ୯୫୭ ଟି ଭିଡିଓ ଅପଲୋଡ଼ ହୋଇଥିବା ବେଳେ ୧୫ଲକ୍ଷ ସବସ୍କାଇବର ଅଛନ୍ତି । ଚ୍ୟାନେଲ ଟିକୁ ଅନୁଧ୍ୟାନ କରୁକରୁ ଏକ ଭିଡିଓ ଦେଖିବାକୁ ମିଳିଥିଲା ଯାହାଳି ଭାଇରାଲ ଭିଡିଓ ସଦୃଶ । ଭିଡିଓ ଲିଙ୍କ ଟିକୁ କ୍ଲିକ କରିବାରୁ, ଅରବିନ୍ଦ କେଜ୍ରିୱାଲଙ୍କ ପ୍ରଥମ ପୋଡ଼କାଷ୍ଟ ଶୀର୍ଷକ ସହ ଉକ୍ତ ଭିଡିଓଟି ୨୭ ଡିସେମ୍ବର ୨୦୨୪ରେ ଅପଲୋଡ଼ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୩୫ ହଜାର ୫୧ ଭିୟୁ ମିଳିଥିବା ବେଳେ ୮୦ ହଜାରରୁ ଉର୍ଦ୍ଧ ଲାଇକ ମିଳିଛି । ସମ୍ପୂର୍ଣ୍ଣ ଭିଡିଓଟି ୧ ଘଣ୍ଟା ୩୫ ମିନିଟ ୫୫ ସେକେଣ୍ଡ ର ହୋଇଥିବା ବେଳେ, ଏଥିରେ ଆମ ଆଦମୀ ପାର୍ଟିର ଭବିଷ୍ୟତ, ଇଣ୍ଡିଆ ମେଣ୍ଟ, ମୁଖ୍ୟମନ୍ତ୍ରୀ ପଦବୀ, କେଜ୍ରିୱାଲଙ୍କ ରାଜନୀତି ଏବଂ ଦିଲ୍ଲୀ ପ୍ରଦୂଷଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିବାର ଦେଖିବାକୁ ମିଳିଛି । ଭିଡିଓ ଚାପ୍ଟରରେ ୩୪ମି. ୫୫ସେ. ରେ ଯମୁନା ନଦୀ ଉପରେ ଆଲୋଚନା ହୋଇଛି ବୋଲି ଉଲ୍ଲେଖ ରହିଥିବାରୁ ଉକ୍ତ ଚାପ୍ଟରଟିକୁ ଦେଖିଥିଲୁ । ଚାପ୍ଟରର ସହ ଶୀର୍ଷକ ରହିଛି, Will Kejriwal Fulfill His Promises to Clean the Yamuna ? ଉକ୍ତ ଚାପ୍ଟରର ଭିଡିଓକୁ ଦେଖିବାରୁ ୪୩ ମିନିଟ ୫୮ ସେକେଣ୍ଡରେ ଭାଇରାଲ ହେଉଥିବା ଭିଡିଓଟିକୁ ଦେଖିବାକୁ ମିଳିଥିଲା ଯେଉଁଥିରେ କେଜ୍ରିୱାଲ କହିଛନ୍ତି, ଏତିକିତ ରାଜନୀତି ଶିଖି ଯାଇଛି, ଯେ ଯମୁନାକୁ ନେଇ ଭୋଟ୍ ମିଳିବ ନାହିଁ । ଯେତେବେଳେ ଉପସ୍ଥାପକ ୪୩ ମିନିଟ ୩୫ ସେକେଣ୍ଡରେ କେଜ୍ରିୱାଲଙ୍କୁ କହିଛନ୍ତି ଯେ, ଯମୁନା ସଫା ହେବା ଏକ ଭାବନା ସହ ଜଡିତ । ତେଣୁ ଯଦି ଯମୁନା ଆପଣ ମାନେ ସଫା କରିଦେଲେ ଏବଂ ରାସ୍ତା ଗୁଡିକ ଠିକ୍ କରିଦେଲେ ଯାହାକି ଗୋଟିଏ ସାଧାରଣ ଲୋକଙ୍କୁ ସବୁ ବେଳେ ଦେଖିବାକୁ ମିଳିଥାଏ । ତେଣୁ ଯଦି ଆପଣ ଯମୁନା ସଫା କରି ଦେଉଛନ୍ତି ତେବେ ଆପଣ ଜଣେ ଦିଲ୍ଲୀରେ ଅପ୍ରତିଦ୍ବନ୍ଦୀ ହୋଇଯିବେ । କାରଣ ଲୋକେ ଦେଖିଲେ ଏବଂ ଜାଣିଲେ ଦେଖ ସିଏ ଯାହା କହିଥିଲା ତାହା କରିକି ଦେଖାଇଲା । ତାହାର ପ୍ରତି ଉତ୍ତର ଦେବାକୁ ଯାଇ ୪୩ ମିନିଟ ୫୮ ସେକେଣ୍ଡରେ କେଜ୍ରିୱାଲ କହିଛନ୍ତି, ଏତିକିତ ରାଜନୀତି ଶିଖି ଯାଇଛି, ଯେ ଯମୁନାକୁ ନେଇ ଭୋଟ୍ ମିଳିବ ନାହିଁ । ଏହାପରେ ପରେ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି କିନ୍ତୁ ହେଲେବି ମୁଁ ଯମୁନା ସଫା କରିବି କାରଣ ମୁଁ ଏଠାକୁ ଭୋଟ୍ ର ରାଜନୀତି କରିବାକୁ ଆସିନାହିଁ । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଦାବିଟି ସମ୍ପୂର୍ଣ୍ଣ ବିଭ୍ରାନ୍ତିକରକ ଥିଲା । ମୂଳ ଭିଡିଓରୁ କିଛି ଅଂଶ ଏଡିଟ୍ କରାଯାଇ ବିଭ୍ରାନ୍ତିକରକ ଲେଖା ସହ ଭାଇରାଲ କରାଯାଇଥିଲା । ମୂଳ ଭିଡିଓରେ କେଜ୍ରିୱାଲ କହିଛନ୍ତି, ଏତିକିତ ରାଜନୀତି ଶିଖି ଯାଇଛି, ଯେ ଯମୁନାକୁ ନେଇ ଭୋଟ୍ ମିଳିବ ନାହିଁ । କିନ୍ତୁ ହେଲେବି ମୁଁ ଯମୁନା ସଫା କରିବି କାରଣ ମୁଁ ଏଠାକୁ ଭୋଟ୍ ର ରାଜନୀତି କରିବାକୁ ଆସିନାହିଁ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software