About: http://data.cimple.eu/claim-review/66346e5dea5fd38857f75fd4c0bc025f6e1c2b90a90cb8db406dea94     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • FactCheck : ଏଡିଟ୍ କରାଯାଇଥିବା ଫଟୋ ହେଉଛି ଭାଇରାଲ, ଭାଇରାଲ ଫଟୋରେ ଅଛନ୍ତି ଦୀପିକାଙ୍କ ଶିଶୁ କନ୍ୟା Claim :ଦୀପିକା ଏବଂ ରଣଭିରଙ୍କ ଶିଶୁକନ୍ୟା ଫଟୋ ଭାଇରାଲ Fact :ଫଟୋଗୁଡିକୁ ଏଡିଟ୍ କରି, ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ମା ହେଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଶିଶୁକନ୍ୟାକୁ ଜନ୍ମ ଦେଲେ ଦୀପିକା । ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦୀପିକା ପାଦୁକୋନଙ୍କୁ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ଶିଶୁକନ୍ୟା ଜନ୍ମ ଦେଇଛନ୍ତି ଦୀପିକା । ଏହାପୂର୍ବରୁ ସୂଚନା ମିଳିଥିଲା ଯେ ଦୀପିକା ପାଦୁକୋନ ତାଙ୍କର ପ୍ରଥମ ସନ୍ତାନକୁ ସେପ୍ଟେମ୍ବର ୨୮ରେ ସ୍ୱାଗତ କରିବେ। କିନ୍ତୁ ନିର୍ଦ୍ଧାରିତ ତାରିଖର ୨୦ଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । କୁହାଯାଉଛି ଯେ, ଅପରେସନ କରାଯାଇ ଦୀପିକାଙ୍କ ପ୍ରସବ କରାଯାଇଛି, ହେଲେ ଏନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ବୋଲି News 18 ଏକ ଖବର ପ୍ରସାରିତ କରିଛି । ଇତିମଧ୍ୟରେ ସୋସିଆଲ ମିଡିଆରେ ଦୀପିକାଙ୍କ ସହ ତାଙ୍କର ନବ ଜନ୍ମିତ ଶିଶୁ କନ୍ୟାର ଫଟୋ ହେଉଛି ଭାଇରାଲ । ସୋସିଆଲ ମିଡିଆରେ ୟୁଜର୍ସ ବିଭିନ୍ନ ଦାବି ସହ ଏହି ସବୁ ଫଟୋ ପୋଷ୍ଟ କରିବଥିବାର ଦେଖାଦେଇଛି । ଦାବି ୧ ଏକ ପୋଷ୍ଟରେ ଦୀପିକା ଏକ କଳାଡ୍ରେସ ପିନ୍ଧି ଶିଶୁକନ୍ୟାକୁ ଧରି ଫଟୋପାଇଁ ପୋଜ୍ ଦେଉଥିବାର ଦେଖା ଦେଇଛି । ସୋସିଆଲ ମିଡିଆରେ ୟୁଜର୍ସ " Good news! Deepika Padukone and Ranveer Singh are blessed with their first child after 7 months of pregnancy". ଲେଖି ଫଟୋଟିକୁ ପୋଷ୍ଟ କରିଛନ୍ତି । ଯାହାର ଓଡ଼ିଆ ଅନୁବାଦ ହେଉଛି " ଭଲ ଖବର ! ଗର୍ଭଧାରଣର ୭ମାସ ପରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ପ୍ରଥମ ସନ୍ତାନ ପ୍ରାପ୍ତ କରିଛନ୍ତି" । ଦାବି ୨ ସେହିପରି ଆଉ ଗୋଟିଏ ଫଟୋରେ ଦୀପିକା ଏକ ହସ୍ପିଟାଲ ବେଡ୍ ରେ ସୋଇଥିବା ବେଳେ, ନିଜ ଛାତିରେ ଶିଶୁ କନ୍ୟାଟିକୁ କୁଣ୍ଢେଇକି ଧରିଥିବାର ଦେଖାଦେଇଛି । ଉଭୟେ ଫଟୋରେ ଖୁବ ହସୁଥିବାର ଦେଖାଯାଉଛି । ସୋସିଆଲ ମିଡିଆରେ ୟୁଜର୍ସ "Deepika Padukone and Ranveer Singh have welcomed their first child, a beautiful baby girl, Shared the joyous news with fans today, marking a new heartwarming chapter in their lives". ଲେଖା ସହ ଉକ୍ତ ଫଟୋଟିକୁ ସେୟାର କରିଥିଵାର ଦେଖା ଦେଇଛି । ଯାହାର ଓଡ଼ିଆ ଅନୁବାଦ ହେଉଛି " ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି । ଆଜି ସେମାନଙ୍କ ଜୀବନରେ ଏକ ନୂତନ ହୃଦୟସ୍ପର୍ଶୀ ଅଧ୍ୟାୟ ଆରମ୍ଭ ହେବା ସହ, ତାଙ୍କ ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି " । ଦାବି ୩ ସେହିଭଳି ଆଉଜଣେ ୟୁଜର୍ସ "Deepika Padukone finally announce good News after blessed with a Baby with Ranveer Singh". ଲେଖି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏଯେ, " ଶିଶୁକନ୍ୟା କୁ ଜନ୍ମଦେଇ, ଖୁସି ଖବର ବାଣ୍ଟିଛନ୍ତି ଦୀପିକା ପାଦୁକୋନ୍ ଏବଂ ରଣଭିର ସିଂ " । ଉକ୍ତ ପୋଷ୍ଟରେ ଗୋଟିଏ ଫଟୋରେ ଦୀପିକା, ରଣଭିର ସହ ଶିଶୁକନ୍ୟା ଥିବାର ଦେଖାଦେଇଚି । ସତ୍ୟାସତ୍ୟ: କୌଣସି ଦାବିରେ ନାହିଁ ସତ୍ୟତା, ସମସ୍ତ ଫଟୋ ଏଡିଟ୍ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ଅନୁସନ୍ଧାନ କରିବାକୁଯାଇ ଉଭୟ ରଣଭିର ଏବଂ ଦୀପିକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସର୍ଚ୍ଚ କରିଥିଲୁ । ହେଲେ ଉଭୟଙ୍କ ଆକାଉଣ୍ଟରେ ଶିଶୁକନ୍ୟା ର କୌଣସି ଫଟୋ ପାଇନଥିଲୁ। ଦାବି ୧ ରିଭର୍ସ ଇମେଜ ସର୍ଚ୍ଚ କରିବାରୁ lmtonline.com ନାମକ ଏକ ୱେବସାଇଟ ୨ ଜାନୁଆରୀ ୨୦୨୨ରେ ଏକ ଖବର ପ୍ରସାରିତ ହେବାର ଦେଖିବାକୁ ମିଳିଛି । ଖବରରେ ଉକ୍ତ ମହିଳା ଜଣଙ୍କ ନବ ବର୍ଷରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଖବର ପ୍ରସାରିତ ହୋଇଛି । ଯେତେବେଳେ ଆମେ ଉଭୟ ଫଟୋକୁ ଏକାଠି କରି ତୁଳନା କଲୁ, ପ୍ରକାଶିତ ଖବରରେ ଥିବା ଫଟୋରେ କେବଳ ଦୀପିକାଙ୍କ ମୁହଁ ଛାଡିଲେ ବାକି ସବୁ ସମାନତା ରହିଛି । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଉକ୍ତ ଫଟୋରେ ଦୀପିକାଙ୍କ ମୁହଁ ଲଗାଇ ଫଟୋଟିକୁ ଭାଇରାଲ କରାଯାଇଛି । ଦାବି ୨ ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ, ୧୦ ମାର୍ଚ୍ଚ ୨୦୨୧ରେ ସିଏନଏନ ଇଣ୍ଡୋନେସିଆ ଏକ ଖବର ପ୍ରସାରଣ କରିଥିବାର ଦେଖାଦେଇଛି । ଉକ୍ତ ଖବରେ ଏକ ଫଟୋ ରହିଛି ଯାହାକି ଦୀପିକା ଏବଂ ତାଙ୍କ ଶିଶୁ ର ଫଟୋର ଅବିକଳ ପରି ଦିଶୁଛି । ଯେତେବେଳେ ଆମେ ଉଭୟ ଫଟୋକୁ ଏକାଠି କରି ତୁଳନା କଲୁ, ସିଏନଏନ ପ୍ରକାଶିତ ଖବରରେ ଥିବା ଫଟୋରେ କେବଳ ଦୀପିକାଙ୍କ ମୁହଁ ଛାଡିଲେ ବାକି ସବୁ ସମାନତା ରହିଛି । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଉକ୍ତ ଫଟୋରେ ଦୀପିକାଙ୍କ ମୁହଁ ଲଗାଇ ଫଟୋଟିକୁ ଭାଇରାଲ କରାଯାଇଛି । ଦାବି ୩ ଭାଇରାଲ ଫଟୋଟିକୁ ଯେତେବେଳେ ଆମେ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିଥିଲୁ, ଏକ ଇନଷ୍ଟାଗ୍ରାମ ପୋଷ୍ଟ ହସ୍ତଗତ ହୋଇଥିଲା । ଉକ୍ତ ପୋଷ୍ଟରେ ଭାଇରାଲ ଫଟୋ ସହ ମେଳ ଖାଉଥିବା ଫଟୋଟିଏ ୬ଜାନୁଆରୀ ୨୦୨୨ରେ ଅପଲୋଡ ହୋଇଥିବାର ଦେଖାଦେଇଛି । ଯେତେବେଳେ ଆମେ ଉଭୟ ଫଟୋକୁ ଏକାଠି କରି ତୁଳନା କଲୁ, ଇନଷ୍ଟା ପୋଷ୍ଟରେ ଥିବା ଫଟୋରେ କେବଳ ଦୀପିକା ଏବଂ ରଣଭିରଙ୍କ ମୁହଁ ଛାଡିଲେ ବାକି ସବୁ ସମାନତା ରହିଥୁବାର ଦେଖିବାକୁ ମିଳିଥିଲା । ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଉକ୍ତ ଫଟୋ ଗୁଡିକରେ ଦୀପିକା ଏବଂ ରଣଭିରଙ୍କ ମୁହଁ ଲଗାଇ ଫଟୋଟିକୁ ଭାଇରାଲ କରାଯାଇଛି । ତେଣୁ ଉପରୋକ୍ତ ଅନୁସନ୍ଧାନରୁ ପ୍ରମାଣିତ ହେଲାଯେ, ବର୍ତ୍ତମାନ ସୁଦ୍ଧା ରଣଭିର କିମ୍ବା ଦୀପିକା ତାଙ୍କ ଶିଶୁକନ୍ୟାର କୌଣସି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ନାହାଁନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଗୁଡିକ ଏଡିଟ୍ କରାଯାଇ ଭାଇରାଲ କରାଯାଇଥିବାର ଜଣାଯାଇଛି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software