About: http://data.cimple.eu/claim-review/729ecf979bba65a267bf32c5962c6ae418dd9d153073214f2c7113a3     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପଛରେ ଏହା ରହିଛି ସତ୍ୟତା ଦାବିଟି ସମ୍ପୁର୍ଣ୍ଣ ଭ୍ରମାତ୍ମକ, ଉକ୍ତ ପ୍ରତିମୂର୍ତ୍ତିଟି ଜଣେ ଶିଳ୍ପୀ ଉପହାର ସ୍ବରୂପ ପଶ୍ଚିମବଙ୍ଗ ମହାମହିମ ରାଜ୍ୟପାଳଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଛି । Claim :ନିଜେ ନିଜର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ Fact :ଉକ୍ତ ପ୍ରତିମୂର୍ତ୍ତିଟି ଜଣେ ଶିଳ୍ପୀ ଉପହାର ସ୍ବରୂପ ପ୍ରଦାନ କରିଛି ଜଷ୍ଟିସ ସୁର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ମନମୋହନ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଅନୁରୋଧକୁ ଅନୁମୋଦନ କରିଛନ୍ତି । ୧୧ଟି ବିଶ୍ୱ ବିଦ୍ୟାଳୟରେ ଭିସି ଚୟନ ପ୍ରକ୍ରିୟା ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ଅନୁରୋଧ କରିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଡ଼ଃ ସି.ଭି ଆନନ୍ଦ ବୋଷ୍ । ଭାରତର ଆଟର୍ଣ୍ଣି ଜେନେରାଲ୍ ୧୧ଟି ବିଶ୍ୱବିଦ୍ୟାଳୟର ଏକ ତାଲିକା ଦେଇଛନ୍ତି, ଯେଉଁଠାରେ ନିଯୁକ୍ତିକୁ କୁଳପତିଙ୍କ ଦ୍ୱାରା ଅନୁମୋଦନ କରାଯାଇଛି। ସେ କହିଛନ୍ତି ଯେ ତିନି ସପ୍ତାହ ଅଧିକ ସମୟ ଦିଆଯିବା ପରେ ସମଗ୍ର ତାଲିକା ଯାଞ୍ଚ କରାଯିବ ଏବଂ ଅନୁମୋଦିତ ନାମଗୁଡିକ ତୁରନ୍ତ ରାଜ୍ୟ ସରକାରଙ୍କୁ ସେମାନଙ୍କ ଆନୁଷ୍ଠାନିକ ନିଯୁକ୍ତି ପାଇଁ ପଠାଯିବ ବୋଲି କୋର୍ଟ କହିଛନ୍ତି । ଇତିମଧ୍ୟରେ ପଶ୍ଚିମବଙ୍ଗର ମହାମହିମ ରାଜ୍ୟପାଳ ଡ଼ଃ ସି.ଭି. ଆନନ୍ଦଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋରେ ରାଜ୍ୟପାଳ ଠିଆ ହୋଇଥିବା ବେଳେ ତାଙ୍କ ପାର୍ଶ୍ଵରେ ତାଙ୍କର ଏକ ପ୍ରତିମୂର୍ତ୍ତି ଥିବାର ଦେଖାଯାଇଛି । ନିଜ ପ୍ରତିମୂର୍ତ୍ତି କୁ ନିଜେ ଉନ୍ମୋଚନ କରିଛନ୍ତି ଲେଖି ସୋସିଆଲ ମିଡିଆରେ ସେୟାର କରିଛନ୍ତି ୟୁଜର୍ସ । ସେହିପରି ଜଣେ ୟୁଜର୍ସ ଲେଖିଛନ୍ତି #WestBengal Governor Dr. CV Ananda Bose unveiled his own statue at the Rajbhavan, #Kolkata ଯାହାର ଓଡ଼ିଆ ଅନୁବାଦ ହେଉଛି, ପଶ୍ଚିମବଙ୍ଗ ରାଜ୍ୟପାଳ, ଡ଼ଃ ସିଭି ଆନ୍ଦନ ବୋଷ୍ ନିଜର ପ୍ରତିମୂର୍ତ୍ତିକୁ ନିଜେ ଉନ୍ମୋଚନ କରିଛନ୍ତି । ଯାହାର ଆର୍କାଇଭ ଲିଙ୍କ ଏଠାରେ ଉପଲବ୍ଧ ରହିଛି । ସେହିପରି ଆଉଜଣେ ୟୁଜର୍ସ ତାତ୍ସଲ୍ୟ କରି ଲେଖିଛନ୍ତି ବୋଷ୍ ହେଉଛନ୍ତି ନିଜର ବସ୍ ଉକ୍ତ ପୋଷ୍ଟର ଆର୍କାଇଭ ଲିଙ୍କ ଏଠାରେ ଉଲ୍ଲେଖ ରହିଛି । ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଉକ୍ତ ମୂର୍ତ୍ତିଟି ରାଜ୍ୟପାଳ ଉନ୍ମୋଚନ କରିନଥିଲେ। ତାଙ୍କୁ ଏହା ଉପହାର ସ୍ୱରୂପ ଜଣେ ଶିଳ୍ପୀ ପ୍ରଦାନ କରିଥିଲେ । ତଦନ୍ତ କରିବାକୁ ଯାଇ ଭାଇରାଲ ଫଟୋକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ, କୋବ୍ରାପୋଷ୍ଟ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଥିବା ଏକ ଭିଡ଼ିଓ ହସ୍ତଗତ ହୋଇଥିଲା । ୨୫ ନଭେମ୍ବର ୨୦୨୪ରେ ଉକ୍ତ ଭିଡିଓ ଟି ଅପଲୋଡ଼ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉକ୍ତ ଭିଡିଓ କୁ ୬୨୬ ଭିୟୁ ଏବଂ ୧୧ ଲାଇକ ମିଳିଛି । ଉକ୍ତ ଭିଡିଓରେ କୋବ୍ରାପୋଷ୍ଟ ଉଲ୍ଲେଖ କରିଛି, ନିଜ ପ୍ରତିମୂର୍ତ୍ତି ଉନ୍ମୋଚନ କରି ବିବାଦ ଭିତରକୁ ଆଇସିଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ । ୨୩ ନଭେମ୍ବର ରେ ଉକ୍ତ ଘଟଣାଟି ଘଟିଥିବା ବେଳେ ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରେପରେ ଉକ୍ତ ଘଟଣା ସମ୍ପର୍କରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଯେତେବେଳେ ଆମେ ଅନୁସନ୍ଧାନ କରିବାକୁ ଯାଇ ରାଜ୍ୟପାଳଙ୍କ ସୋସିଆଲ ମିଡିଆ ଦେଖିଥିଲୁ, ୨୪ ନଭେମ୍ବରରେ ଏକ ଲେଖା ପୋଷ୍ଟ ହୋଇଥିବାର ଦେଖିବାକୁ ପାଇଥିଲୁ । ଯେଉଁଥିରେ ଉଲ୍ଲେଖ ଥିଲା, In some media reports it has come out that HG has ‘unveiled his own statue’ at Raj Bhavan on 23.11.2024. The fact is as follows: Many artists submit their artistic creations to HG. Many painters made HG’s portraits and presented to him. Similarly a creative sculptor had created a sculpture of HG and presented to HG. This has unfortunately been described as 'unveiling his own statue.' Officer on Special Duty ଯାହାର ଓଡ଼ିଆ ଅନୁବାଦ ହେଉଛି, କେତେକ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଛିଯେ ୨୩.୧୧.୨୦୨୪ରେ ମହାମହିମ ରାଜ ଭବନରେ ନିଜର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ସତ୍ୟଟି ହେଉଛି: ଅନେକ କଳାକାର ସେମାନଙ୍କର କଳାତ୍ମକ ସୃଜନକୁ ମହାମହିମଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଅନେକ ଚିତ୍ରକାର ମହାମହିମଙ୍କ ଚିତ୍ର ତିଆରି କରି ତାଙ୍କୁ ଉପସ୍ଥାପନ କରିଥିଲେ । ସେହିଭଳି ଜଣେ ସୃଜନଶୀଳ ଶିଳ୍ପୀ ମହାମହିମଙ୍କ ଏକ ମୂର୍ତ୍ତି ତିଆରି କରି ଉପସ୍ଥାପନ କରିଥିଲେ । ଭୁଲ୍ ବଶତଃ ଉକ୍ତ ଘଟଣାକୁ 'ନିଜର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି' ବୋଲି ବର୍ଣ୍ଣନା କରାଯାଇଛି । ସ୍ୱତନ୍ତ୍ର ଡ୍ୟୁଟିରେ ଥିବା ଅଧିକାରୀ ସେହିପରି ଦ ହିନ୍ଦୁ ଏନେଇ ଏକ ଖବର ପ୍ରକାଶିତ କରିଥିବାର ଦେଖିବାକୁ ପାଇଥିଲୁ । ଉକ୍ତ ପ୍ରକାଶିତ ଖବରରେ ଭାଇରାଲ ଫଟୋଟି ମଧ୍ୟ ସ୍ଥାନ ପାଇଛି । ୨୪ ନଭେମ୍ବର ୨୦୨୪ରେ ଉକ୍ତ ଖବର ପ୍ରସାରଣ କରି ଶୀର୍ଷକରେ ଉଲ୍ଲେଖ ରହିଛି, Bengal Governor Ananda Bose draws flak for ‘unveiling’ own statue. ଯାହାର ଓଡ଼ିଆ ଅନୁବାଦ ହେଉଛି, ରାଜ୍ୟପାଳ ଆନନ୍ଦ ବୋଷ୍ ନିଜ ପ୍ରତିମୂର୍ତ୍ତି ଉନ୍ମୋଚନ କରି ବିବାଦରେ ରହିଛନ୍ତି । ପ୍ରକାଶିତ ଖବରରେ ଏହା ମଧ୍ୟ ଉଲ୍ଲେଖ ରହିଛିଯେ, ଉକ୍ତ ମୂର୍ତ୍ତିଟି ଜଣେ ଶିଳ୍ପୀ ମହାମହିମଙ୍କୁ ଉପହାର ସ୍ବରୂପ ଦେଇଥିଲେ । ହେଲେ ସୋସିଆଲ ମିଡିଆରେ ଭୁଲ୍ ବଶତଃ ଉକ୍ତ ଘଟଣାକୁ 'ନିଜର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି' ବୋଲି ବର୍ଣ୍ଣନା କରାଯାଇଛି । ତେଣୁ ଏଥିରୁ ଜଣାଯାଏଜେ ଦାବିଟି ସମ୍ପୁର୍ଣ୍ଣ ଭ୍ରମାତ୍ମକ, ଉକ୍ତ ପ୍ରତିମୂର୍ତ୍ତିଟି ଜଣେ ଶିଳ୍ପୀ ଉପହାର ସ୍ବରୂପ ପଶ୍ଚିମବଙ୍ଗ ମହାମହିମ ରାଜ୍ୟପାଳଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଛି । ఇప్పుడు Desh Telugu Keyboard యాప్ సహాయంతో మీ ప్రియమైన వారికి తెలుగులో సులభంగా మెసేజ్ చెయ్యండి. Download The App Now
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software