About: http://data.cimple.eu/claim-review/7c12bbacb5abaec867a4a87763d2ed5a1547d61e814acde57af4d8e5     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ : ଡେରାଡୁନ୍ ର ପୁରୁଣା ଭିଡିଓକୁ ଦିଲ୍ଲୀର ଶହର କାଜିଙ୍କର କହି ଭ୍ରମାତ୍ମକ ଦାବି କରାଯାଉଛି ଜୁନ୍ 2019ର ଡେରାଡୁନ୍ ର ଭିଡିଓକୁ ଦିଲ୍ଲୀର ଶହର କାଜୀଙ୍କର କହି ଭାଇରାଲ୍ କରାଯାଉଛି । ଭିଡିଓରେ ଦେଖାଯାଉଥିବା ବ୍ୟକ୍ତିଙ୍କ ନାମ ମୁଫତି ରଇସ୍ ଅହମ୍ମଦ ଅଟେ ଏବଂ ସେ ଡେରାଡୁନ୍ ନିବାସୀ । ଏଥିସହ ଏହାର ଦିଲ୍ଲୀରେ ହୋଇଥିବା ହିଂସା ସହ କୌଣସି ସଂପର୍କ ନାହିଁ । - By: Sharad Prakash Asthana - Published: Apr 30, 2022 at 05:41 PM - Updated: Apr 30, 2022 at 06:04 PM ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ଦିଲ୍ଲୀରେ ହୋଇଥିବା ହିଂସା ପରେ ସୋସିଆଲ୍ ମିଡିଆରେ 2.03 ମିନିଟର ଏକ ଭିଡିଓ ଭାଇରାଲ୍ ହେଉଛି । ଏଥିରେ ଜଣେ ମୁସଲିମ ବ୍ୟକ୍ତି କୌଣସି ଘଟଣାକୁ ହିନ୍ଦୁମାନଙ୍କ ଷଡ଼ଯନ୍ତ୍ର କହି ହିନ୍ଦୁମାନଙ୍କୁ ଧମକ ଦେଉଛନ୍ତି । ୟୁଜର୍ସ ଏହି ଭିଡିଓକୁ ସେୟାର୍ କରି ଦାବି କରୁଛନ୍ତି ଯେ, ଭିଡିଓରେ କହୁଥିବା ବ୍ୟକ୍ତି ଦିଲ୍ଲୀର ଶହର କାଜୀ । ବିଶ୍ବାସ ନ୍ୟୁଜ୍ ନିଜର ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା ଯେ, ଏହି ଭାଇରାଲ୍ ଭିଡିଓ 2019ର ଅଟେ । ଏହାର ଦିଲ୍ଲୀରେ ହୋଇଥିବା ହିଂସା ସହ କୌଣସି ସମ୍ବନ୍ଧ ନାହିଁ । ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଦିଲ୍ଲୀର ଶହର କାଜୀ ନୁହଁନ୍ତି, ସେ ହେଉଛନ୍ତି ଡେରାଜୁନରେ ରହୁଥିବା ମୁଫତି ରଇସ୍ । ଭାଇରାଲ୍ ପୋଷ୍ଟରେ କଣ ଅଛି ଫେସବୁକ୍ ପେଜ୍ ‘राष्ट्रदेव’ ରେ 19 ଏପ୍ରିଲରେ ଭିଡିଓ ପୋଷ୍ଟ କରି ଲେଖାଯାଇଥିଲା ଟ୍ବିଟର୍ ୟୁଜର୍ Kajal Hindustani (ଆର୍କାଇବ୍) ମଧ୍ୟ ଏହି ଭିଡିଓକୁ ପୋଷ୍ଟ କରି ସମାନ ଭଳି ଦାବି କରିଥିଲେ । ଅନୁସନ୍ଧାନ ଭାଇରାଲ୍ ଭିଡିଓର ଅନୁସନ୍ଧାନ ପାଇଁ ଆମେ କିୱାର୍ଡ ମାଧ୍ୟମରେ ସର୍ଚ୍ଚ କରିଥିଲୁ । ଆମକୁ Sudarshan News ର ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଏହାର ଭିଡିଓ ନ୍ୟୁଜ୍ ମିଳିଥିଲା । 3 ଜୁଲାଇ 2019ରେ ଏହା ଅପଲୋଡ୍ ହୋଇଥିଲା । ଏଥିରେ ଭାଇରାଲ୍ ଭିଡିଓ କ୍ଲିପ୍ କୁ ମଧ୍ୟ ବ୍ୟବହାର କରାଯାଇଥିଲା । ଭିଡିଓରେ ଥିବା ଏହି ବ୍ୟକ୍ତିଙ୍କୁ ଡେରାଡୁନ୍ର ମୁଫତି ରଇସ୍ ବୋଲି କୁହାଯାଇଛି । କିଛି ଅନ୍ୟ କି ୱାର୍ଡ ସର୍ଚ୍ଚ କରିବାରୁ ଆମକୁ Muslim Sewa sangathan Dehradun ୟୁଟ୍ୟୁବ୍ ଚ୍ୟାନେଲ୍ ରେ ମଧ୍ୟ ଏହି ଭିଡିଓ ମିଳିଥିଲା । ଏହାକୁ 4 ଜୁଲାଇ 2019ରେ ଅପଲୋଡ୍ କରଯାଇଥିଲା । ଏହାର ଶୀର୍ଷକ ହେଉଛି, Mufti Raees Bayan Muslim seva Sangathan । ବ୍ୟାଖ୍ୟାରେ ଲେଖାଯାଇଛି, DELETED (ତବରେଜ୍ ଅଂସାରୀଙ୍କୁ ନ୍ୟାୟ ଦେବା ପାଇଁ ମୁସଲିମ ସେବା ସଂଗଠନର ରାଲି) 27 ଜୁନ୍ ରେ jagran ରେ ଛପାଯାଇଥିବା ଖବର ଅନୁଯାୟୀ, ଝାଡ଼ଖଣ୍ଡରେ ଜଣେ ମୁସଲମାନଙ୍କ ହତ୍ୟାର ବିରୋଧରେ, ଡେରାଡୁନରେ ମୁସଲିମ୍ ସେବା ସଂଗଠନ ରାଲି ବାହାର କରିଥିଲା । ଶହର କାଜୀ ମୋ. ଅହମଦ କାସମୀଙ୍କ ନେତୃତ୍ବରେ ଏହି ପ୍ରଦର୍ଶନ କରାଯାଇଥିଲା । ଏଥିରେ ମୁଫତି ରଇସ୍ ମଧ୍ୟ ଉପସ୍ଥିତ ଥିଲେ । ଖବରରେ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତିଙ୍କର ଫଟୋ ମଧ୍ୟ ଦେଖାଯାଇ ପାରିବ । 1 ଜୁଲାଇ 2019ରେ timesofindia ରେ ଛପାଯାଇଥିବା ଖବର ଅନୁଯାୟୀ, ଜମିଅତ୍ ଉଲେମା- ଏ- ହିନ୍ଦ୍ ର ଜିଲ୍ଲା ଅଧ୍ୟକ୍ଷ ମୁଫତି ରଇସ୍ ଅହମ୍ମଦଙ୍କ ଉପରେ ଆପତ୍ତିଜନକ ବୟାନ ଦେବା ମାମଲାରେ କେଶ ଦାୟର କରାଯାଇଥିଲା । ତବରେଜ ଅଂସାରୀଙ୍କ ହତ୍ୟାର ବିରୋଧରେ କରାଯାଇଥିବା ପ୍ରଦର୍ଶନ ବେଳେ ସେ ଏହି ଆପତ୍ତିଜନକ ବୟାନ ଦେଇଥିଲେ । ଡେରାଡୁନ୍ ର ଦୈନିକ ଜାଗରଣର କ୍ରାଇମ୍ ରିପୋର୍ଟର୍ ସୋଭନ ସିଂହହ ଗୁସାଂଇଁଙ୍କ କହିବା କଥା, ଭାଇରାଲ୍ ଭିଡିଓ 2019ର ଡେରାଡୁନ୍ ର ଅଟେ । ବିରୋଧ ପ୍ରଦର୍ଶନ ସମୟରେ ଏହି ଆପତ୍ତିଜନକ ବୟାନ ଦିଆଯାଇଥିଲା । ଏହା ପରେ ପୋଲି କେଶ୍ ମଧ୍ୟ ଦାୟର କରିଥିଲା । ଆଗରୁ ମଧ୍ୟ ଏହି ଭିଡିଓ ଏହିଭଳି ଦାବି ସହ ଭାଇରାଲ୍ ହୋଇସାରିଛି । ବିଶ୍ବାସ ନ୍ୟୁଜ୍ ସେବେ ମଧ୍ୟ ଏହାର ଅନୁସନ୍ଧାନ କରିଥିଲା । ସମ୍ପୂର୍ଣ୍ଣ ରିପୋର୍ଟ ଏଠାରେ ପଢ଼ାଯାଇ ପାରିବ । ପୁରୁଣା ଭିଡିଓକୁ ଭ୍ରମାତ୍ମକ ଦାବି ସହ ଭାଇରାଲ୍ କରିଥିବା ଫେସବୁକ୍ ପେଜ୍ ‘राष्ट्रदेव’ ର ଆମେ ସ୍କାନ୍ କରିଥିଲୁ । 29 ଏପ୍ରିଲ୍ 2016ରେ ତିଆରି ଏହି ପେଜ୍ କୁ 3 ଲକ୍ଷ 89 ହଜାରରୁ ଅଧିକ ବ୍ୟକ୍ତି ଫଲୋ କରୁଛନ୍ତି । निष्कर्ष: ଜୁନ୍ 2019ର ଡେରାଡୁନ୍ ର ଭିଡିଓକୁ ଦିଲ୍ଲୀର ଶହର କାଜୀଙ୍କର କହି ଭାଇରାଲ୍ କରାଯାଉଛି । ଭିଡିଓରେ ଦେଖାଯାଉଥିବା ବ୍ୟକ୍ତିଙ୍କ ନାମ ମୁଫତି ରଇସ୍ ଅହମ୍ମଦ ଅଟେ ଏବଂ ସେ ଡେରାଡୁନ୍ ନିବାସୀ । ଏଥିସହ ଏହାର ଦିଲ୍ଲୀରେ ହୋଇଥିବା ହିଂସା ସହ କୌଣସି ସଂପର୍କ ନାହିଁ । - Claim Review : ଆମେ ହିନ୍ଦୁମାନଙ୍କ ବଞ୍ଚିବା କଷ୍ଟକର କରିଦେବୁ - Claimed By : ଭ୍ରମାତ୍ମକ - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 5 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software