About: http://data.cimple.eu/claim-review/7d4a924f0f86bf5d9c72c7e81431e3aac9509a251a8c29284fb769af     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check : ଜେଏମଏମ ନେତା ହେମନ୍ତ ସୋରେନଙ୍କୁ ଝାଡ଼ଖଣ୍ଡ ବିଜେପି ନେତା ଚମ୍ପାଇ ସୋରେନ ପ୍ରଶଂସା କରୁଥିବା ଭିଡିଓଟି ବହୁ ପୁରୁଣା ହେମନ୍ତଙ୍କୁ ପ୍ରଶଂସା କରିଥିବା ଚମ୍ପାଇଙ୍କ ଭିଡିଓଟି ବହୁ ପୁରୁଣା । ସେସମୟରେ ଅର୍ଥ ହେରଫେର ମାମଲାରେ ହେମନ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଚମ୍ପାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ହେମନ୍ତଙ୍କୁ ପ୍ରସଂସା କରିଥିଲେ । Claim :ଜେଏମଏମ ନେତା ହେମନ୍ତ ସୋରେନଙ୍କୁ ପ୍ରଶଂସା କରୁଛନ୍ତି ବିଜେପି ନେତା ଚମ୍ପାଇ ସୋରେନ Fact :ଚମ୍ପାଇ ସୋରେନ ପ୍ରଶଂସା କରୁଥିବା ଭିଡିଓଟି ବହୁ ପୁରୁଣା ଝାଡ଼ଖଣ୍ଡ ନିର୍ବାଚନରେ ବିଜୟର ମୁକୁଟ ପିନ୍ଧିଚି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ଅନ୍ୟପଟେ ଜେଏମଏମ ଛାଡ଼ି ବିଜେପିରେ ମିଶିଥିବା ଚମ୍ପାଇ ସୋରେନ ବିଧାନସଭା ନିର୍ବାଚନରେ ପୁଣି ବିଜୟୀ ହୋଇଛନ୍ତି। ନିଜ ଗଡ଼ ସଢ଼େଇକଳାରେ ପ୍ରଥମଥର ପାଇଁ ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଥିବା ଚମ୍ପାଇ ୨୦ ହଜାରରୁ ଅଧିକ ଭୋଟରେ ବାଜିମାତ କରିଛନ୍ତି । ସେ କ୍ଷମତାସୀନ ଜେଏମଏମର ଗଣେଶ ମାହାଲିଙ୍କୁ ହରାଇଛନ୍ତି । ଏହି ବିଜୟ ସହ ଚମ୍ପାଇ ସୋରେନ ୭ମ ଥର ପାଇଁ ଏଠାରେ ଜିତିଛନ୍ତି। ୧୯୯୧ରୁ ସେ ସଢ଼େଇକଳାରୁ ଜିତି ଆସୁଥିବା ବେଳେ ପ୍ରଥମଥର ପାଇଁ ବିଜେପିରୁ ଜିତିଛନ୍ତି । ଇତିମଧ୍ୟରେ ଚମ୍ପାଇ ସୋରେନଙ୍କ ଏକ ମିନିଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଚମ୍ପାଇ ଏକ କୋଟ୍ ପିନ୍ଧିକିଛି କହୁଥିବା ବେଳେ ଭିଡିଓର ଏକ କୋଣରେ ଖବର ସଂଗ୍ରହକାରୀ ସଂସ୍ଥା ଏଏନଆଇ ର ଏକ ଲୋଗୋ ଥିବାର ଦେଖାଯାଇଛି । ଭିଡିଓରେ ଚମ୍ପାଇ କହିଛନ୍ତି, 'ଆମେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାରେ ସାମିଲ ହେବୁ ଏବଂ ଝାଡ଼ଖଣ୍ଡ ଦିବସରେ ମଧ୍ୟ ଯୋଗଦେବୁ । ହେମନ୍ତ ସୋରେନଙ୍କୁ ମିଶିବା ନେଇ ଜଣେ ସାମ୍ବାଦିକ ପ୍ରଶ୍ନ ପଚାରିବାରୁ ସିଏ ଉତ୍ତର ଦେଇଛନ୍ତି, ମୁ ଯିବି ତାଙ୍କୁ ଦେଖା କରିବାକୁ ସିଏ ଆମ ଦଳର ନେତା ଅଟନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସିଏ ବହୁ ଉନ୍ନତମୁଳକ କାର୍ଯ୍ୟ କରିଛନ୍ତି । ବହୁ ବିକାଶ ମୁଳକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯୁବନେତା କର୍ମବୀର ହେମନ୍ତ ନ୍ୟାୟ ପାଇଁ ଲଢ଼ୁଛନ୍ତି ଏବଂ ନିଶ୍ଚୟ ସଫଳ ହାସଲ କରିବେ' । ଭିଡିଓ ସେୟାର କରି ୟୁଜର୍ସ ଲେଖିଛନ୍ତି, ଯେଏମଏମ ନେତା ହେମନ୍ତ ସୋରେନଙ୍କୁ ପ୍ରସଂସା କଲେ ଚମ୍ପାଇ ସୋରେନ । ପୁଣି ଯେଏମଏମକୁ ହୋଇପାରେ ଘର ବାହୁଡ଼ା । ଉକ୍ତ ଦାବି ସହ ଭିଡିଓଟି ବିଭିନ୍ନ ସୋସିଆଲ ମିଡିଆରେ ୟୁଜର୍ସ ସେୟାର କରିଥିବା ବେଳେ ତାହାର କିଛି ଆର୍କାଆଇଭ ଲିଙ୍କ ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଯେଏମଏମ ନେତା ହେମନ୍ତ ସୋରେନଙ୍କୁ ଚମ୍ପାଇ ପ୍ରସଂସା କରିଥିବା ଭିଡିଓଟି ନିର୍ବାଚନ ପୂର୍ବର ଭିଡିଓ । ଏପରିକି ସେସମୟରେ ଯେଏମଏମର ସଦସ୍ୟ ଥିଲେ । ତଦନ୍ତ କରିବାକୁଯାଇ ଆମେ ଭାଇରାଲ ଭିଡିଓର କିଛି ଫ୍ରେମକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ଼ ହୋଇଥିବାର ଏକ ଲିଙ୍କ ହସ୍ତଗତ ହୋଇଥିଲା । ୨ ଫେବୃଆରୀ୨୦୨୪ ରେ ଉକ୍ତ ଭିଡିଓକୁ ଏଏନଆଇ ସେୟାର କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଭିଡ଼ିଓକୁ ୯୭୯୮ ଭିୟୁ ଏବଂ ୧୭୩ ଲାଇକ ମିଳିଥିବାର ଦେଖା ଯାଇଛି । ଉକ୍ତ ଭିଡିଓକୁ ଅପଲୋଡ଼ କରି ଏଏନଆଇ ହିନ୍ଦୀରେ ଉଲ୍ଲେଖ କରିଛି, रांची: झारखंड के मुख्यमंत्री चंपई सोरेन ने कहा, "हम राहुल गांधी की 'भारत जोड़ो न्याय यात्रा' में भाग लेंगे...वे (हेमंत सोरेन) हमारी पार्टी के नेता हैं, उन्होंने राज्य के विकास के लिए कई योजनाएं शुरू कीं और वह न्याय के लिए अपनी लड़ाई में सफल होंगे।" I ଯାହାର ଓଡ଼ିଆ ଅନୁବାଦ ହେଉଛି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ କହିଛନ୍ତି ଯେ ଆମେ ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ ନ୍ୟାୟ ଯାତ୍ରା'ରେ ଭାଗ ନେବୁ ... ସେ (ହେମନ୍ତ ସୋରେନ୍) ଆମ ଦଳର ନେତା, ସେ ରାଜ୍ୟର ବିକାଶ ପାଇଁ ଅନେକ ଯୋଜନା ଆରମ୍ଭ କରିଥିଲେ ଏବଂ ସେ ନ୍ୟାୟ ପାଇଁ ଯେଉଁ ସଂଗ୍ରାମ କରୁଛନ୍ତି ସେଥିରେ ନିଶ୍ଚିତ ସଫଳ ହେବେ । ଏଥିରୁ ପ୍ରମାଣିତଯେ ଭିଡିଓଟି ବର୍ତ୍ତମାନ ସମୟର ନୁହେଁ । ସେହିପରି ୨ ଫେବୃଆରୀ ୨୦୨୪ ରେ Republic World ଉକ୍ତ ଭିଡିଓ କୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରି ଉଲ୍ଲେଖ କରିଛି, ଶପଥ ଗ୍ରହଣ ଉତ୍ସବ ପରେ ଚମ୍ପାଇଙ୍କ ବାର୍ତ୍ତା, ହେମନ୍ତ ଆରମ୍ଭ କରିଥିବା କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବୁ । Republic World ଏହା ମଧ୍ୟ ଉଲ୍ଲେଖ କରିଛି, Veteran leader of the Jharkhand Mukti Morcha, took oath today as Jharkhand Chief Minister. The 67-year-old was invited by the Governor to take oath on Thursday evening-- a day after the arrest of his predecessor Hemant Soren in a money laundering case. ଯାହାର ଓଡ଼ିଆ ଅନୁବାଦ ହେଉଛି, ଆଜି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ଶପଥ ଗ୍ରହଣ କରିଛନ୍ତି । ୬୭ବର୍ଷ ବୟସ ହୋଇଥିବା ବେଳେ, ଗୁରୁବାର ସନ୍ଧ୍ୟାରେ ଶପଥ ଗ୍ରହଣ କରିବାକୁ ରାଜ୍ୟପାଳ ନିମନ୍ତ୍ରଣ କରିଥିଲେ । ଉକ୍ତ ଘଟଣାର ଗୋଟିଏ ଦିନ ପୂର୍ବରୁ ଅର୍ଥ ହେରଫେର ମାମଲାରେ ହେମନ୍ତ ସୋରେନ ଗିରଫ ହୋଇଛନ୍ତି । ଏଥିରୁ ଜଣାଯାଏଯେ ଉକ୍ତ ଭିଡିଓଟି ଚମ୍ପାଇ ଯେଏମଏମର ସଦସ୍ୟ ଥିବା ସମୟର ଭିଡିଓ । ୨ ଫେବୃଆରୀ୨୦୨୪ରେ ଏକ ବିଶୃତ ଖବର ପ୍ରସାରଣ କରି NDTV ଉଲ୍ଲେଖ କରିଛି, Champai Soren took oath as Chief Minister of Jharkhand Friday afternoon, two days after Hemant Soren's dramatic, and controversial, arrest by the Enforcement Directorate in a money laundering case. He will be required to prove his majority in a floor test to be scheduled in the next 10 days. ଯାହାର ଓଡ଼ିଆ ଅନୁବାଦ ହେଉଛି, ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପକ୍ଷରୁ ହେମନ୍ତ ସୋରେନ ଗିରଫ ହେବାର ଦୁଇ ଦିନ ପରେ ଚମ୍ପାଇ ସୋରେନ ଶୁକ୍ରବାର ଅପରାହ୍ନରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଆସନ୍ତା ୧୦ ଦିନରେ ଧାର୍ଯ୍ୟ ହେବାକୁ ଥିବା ଫ୍ଲୋର୍ ଟେଷ୍ଟରେ ତାଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ । ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ । ହେମନ୍ତଙ୍କୁ ପ୍ରଶଂସା କରିଥିବା ଚମ୍ପାଇଙ୍କ ଭିଡିଓଟି ବହୁ ପୁରୁଣା । ସେସମୟରେ ଅର୍ଥ ହେରଫେର ମାମଲାରେ ହେମନ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଚମ୍ପାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ହେମନ୍ତଙ୍କୁ ପ୍ରଶଂସା କରିଥିଲେ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software