About: http://data.cimple.eu/claim-review/801033aef86f1299a84228149c9d231506f7409c709587a42a0f5c46     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ : ପଠାନ ପୂର୍ବରୁ ମଧ୍ୟ ବୁର୍ଜ ଖଲିଫା ଉପରେ ଦେଖାଯାଇଛି ଅନେକ ସିନେମାର ଟ୍ରେଲର୍ - By: Umam Noor - Published: Jan 31, 2023 at 11:11 AM - Updated: Jul 10, 2023 at 11:49 AM ନୂଆ ଦିଲ୍ଲୀ (ବିଶ୍ବାସ ନ୍ୟୁଜ୍) । ଶାହାରୁଖ ଖାନଙ୍କ ମଲ୍ଟି ଷ୍ଟାରର୍ ସିନେମା ପଠାନର ଟ୍ରେଲର୍ ରିଲିଜ୍ ହେବା ପରେ ଏହାକୁ ବୁର୍ଜ ଖଲିଫାରେ ମଧ୍ୟ ଦେଖା ଯାଇଛି । ଏହା ପରେ ସୋସିଆଲ୍ ମିଡିଆର କିଛି ୟୁଜର୍ ଦାବି କରୁଛନ୍ତି ଯେ, ଇତିହାସରେ ପ୍ରଥମ ଥର ପାଇଁ କୌଣସି ସିନେମାର ଟ୍ରେଲ୍ ବୁର୍ଜ ଖଲିଫାରେ ଦେଖାଯାଇଛି । ବିଶ୍ବାସ ନ୍ୟୁଜ୍ ନିଜ ଅନୁସ୍ଧାନରୁ ଜାଣିବାକୁ ପାଇଲା ଯେ, ଏହି ଦାବି ନକଲି । ପଠାନ ପୂର୍ବରୁ ମଧ୍ୟ ଅନେକ ସିନେମାର ଟ୍ରେଲର୍ ବୁର୍ଜ ଖଲିଫାରେ ଦେଖାଯାଇଛି । ଭାଇରାଲ୍ ପୋଷ୍ଟରେ ଅଛି କଣ ? ଫେସବୁକ୍ ୟୁଜର୍ ଭାଇରାଲ୍ ପୋଷ୍ଟକୁ ସେୟାର୍ କରି ଲେଖିଛନ୍ତି ଯେ, ‘ ଇତିହାସରେ ପ୍ରଥମ ଥର ପାଇଁ ଦୁନିଆର ସବୁଠାରୁ ଉଚ୍ଚା ଅଟ୍ଟାଳିକା ବୁର୍ଜ ଖଲିଫାରେ କୌଣସି ସିନେମାର ଟ୍ରେଲର୍ ଦେଖାଯାଇଛି । #पठान दुबई में #जय_हिन्द କହି କରି ଆସିଛି । ଏବେ ଖୁସି ହୋଇଯାଅ । ମୋତେ ଲାଗୁଛି ପଠାନ ସୁପରହିଟ୍ ହିଁ ହେବ?’ ପୋଷ୍ଟ ର ଆର୍କାଇଭ୍ ଭର୍ସନ୍ ଏଠାରେ ଦେଖନ୍ତୁ । ଅନୁସନ୍ଧାନ ଶାହରୁଖ୍ ଖାନଙ୍କ ସିନେମା ପଠାନ୍ ର ଟ୍ରେଲର୍ ଦୁନିଆର ସବୁଠାରୁ ଉଚ୍ଚା ଅଟ୍ଟାଳିକା ବୁର୍ଜ ଖଲିଫାରେ ଦେଖା ଯାଇଛି । ଏହି ଅବସରରେ ଶାହରୁଖ ଖାନ ମଧ୍ୟ ଉପସ୍ଥିତ ଥିଲେ । ଏ ସମ୍ବନ୍ଧୀୟ ଖବର ଏଠାରେ ପଢ଼ା ଯାଇ ପାରିବ । ଅଧିକ ଅନୁସନ୍ଧାନ କରି ଆମେ ପ୍ରଥମେ ଜାଣିବାକୁ ଚେଷ୍ଟା କରିଥିଲୁ ଯେ, ପଟାନ ପୂର୍ବରୁ କୌଣସି ସିନେମାର ଟ୍ରେଲର୍ ପ୍ରକୃତରେ ବୁର୍ଜ ଖଲିଫାରେ ଦେଖା ଯାଇଛି କି ନାହିଁ । କି ୱାର୍ଡ ସହ ଆମେ ଗୁଗଲ୍ ରେ ଓପନ୍ ସର୍ଚ୍ଚ କରିଥିଲୁ । ଏଥିରେ ଆମକୁ ପ୍ରଥମେ 10 ନଭେମ୍ବର 2021ରେ ପ୍ରକାଶିତ ଏକ ଖବର ମିଳିଥିଲା । ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ‘ ବୁର୍ଜ ଖଲିଫାରେ ଦୁଲକର୍ ସଲମାନଙ୍କ ସିନେମା କୁରୁପର ଟ୍ରେଲର୍ ଦେଖାଯାଇଥିଲା ।’ ରଣବୀର ସିଂଙ୍କ ସିନେମା 83 ର ଟ୍ରେଲର୍, ଫାଷ୍ଟ ଆଣ୍ଡ୍ ଫ୍ୟୁରିଅସ୍ 9ର ଟିଜର୍ , କମଲ ହାସନଙ୍କ ବିକ୍ରମ ର ଟ୍ରେଲର୍, ବରୁଣ ଧବନଙ୍କ ଭେଡିଆ ର ଟ୍ରେଲର୍, ନେଟଫ୍ଲିକ୍ସର ସିନେମା ନୱାସାରା ର ଟ୍ରେଲର୍, ବିକ୍ରାନ୍ତ ରୋଣା ସିନେମାର ଇଭେଣ୍ଟ ମଧ୍ୟ ଏଠାରେ ଦେଖା ଯାଇଛି । ପୋଷ୍ଟ ସମ୍ବନ୍ଧୀୟ ପୁଷ୍ଟି ପାଇଁ ବଲିଉଡ୍ କଭର୍ କରୁଥିବା ସା୍ବାଦିକ ପରାଗ ଛାପେକରଙ୍କ ସହ ସମ୍ପର୍କ କରାଯାଇଥିଲା ଏବଂ ତାଙ୍କ ସହ ଭାଇରାଲ୍ ପୋଷ୍ଟ ସେୟାର୍ କରାଯାଇଥିଲା । ସେ ଆମକୁ କହିଥିଲେ ଯେ, ପଠା ପୂର୍ବରୁ ଅନେକ ସିନେମାର ଟ୍ରେଲର୍ ବୁର୍ଜ ଖଲିଫାରେ ଦେଖାଯାଇ ସାରିଛି । ନକଲି ପୋଷ୍ଟକୁ ସେୟାର କରିଥିଲା ୟୁଜରଙ୍କ ପ୍ରୋଫାଇଲ୍ ସ୍କାନିଂ କରି ଆମେ ଜାଣିଲୁ ଯେ ଯୁଜର୍ ‘ନୀସାର୍ ଅହମ୍ମଦ ରୟାଜ୍’ ଫେସବୁକରେ ବହୁତ ସକ୍ରିୟ । ନିଷ୍କର୍ଷ: ବିଶ୍ବାସ ନ୍ୟୁଜ୍ ନିଜ ଅନୁସନ୍ଧାନରେ ଜାଣିବାକୁ ପାଇଲା ଯେ, ଶାହରୁଖ ଖାନଙ୍କ ସିନେମା ପଠାନର ଟ୍ରେଲର୍ ପୂର୍ବରୁ ଅନେକ ସିନେମାର ଟ୍ରେଲର୍ ବୁର୍ଜ ଖଲିଫାରେ ଦେଖାଯାଇଛି । - Claim Review : ଇତିହାସରେ ପ୍ରଥମ ଥର ପାଇଁ ଦୁନିଆର ସବୁଠାରୁ ଉଚ୍ଚା ଅଟ୍ଟାଳିକା ବୁର୍ଜ ଖଲିଫାରେ କୌଣସି ସିନେମାର ଟ୍ରେଲର୍ ଦେଖାଯାଇଛି - Claimed By : Nesar Ahmed Rayaji - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 5 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software