About: http://data.cimple.eu/claim-review/80b1e16caea115e5c7dadc08b28b4c1ea1bd910f47dcaff70a65e76d     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ମୋଦିଙ୍କ ଉପରେ ଟିପ୍ପଣୀ ଦେଇଥିବା ବାବୁଲାଲ ମାରାଣ୍ଡୀଙ୍କ ଭିଡିଓଟି ବହୁ ପୁରୁଣା ମୋଦିଙ୍କ ଉପରେ ଟିପ୍ପଣୀ ଦେଇଥିବା ବାବୁଲାଲ ମାରାଣ୍ଡିଙ୍କ ଉକ୍ତ ଭିଡିଓ ଟି ବହୁ ପୁରୁଣା । ମନ୍ତବ୍ୟ ଦେବା ସମୟରେ ସିଏ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ଅଧକ୍ଷଥିଲେ । ତେଣୁ ଚଳିତ ଝାଡ଼ଖଣ୍ଡ ନିର୍ବାଚନ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ । Claim :ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦିଙ୍କ ବିରୋଧରେ ଝାଡ଼ଖଣ୍ଡ ନେତା ବାବୁଲାଲ ମାରାଣ୍ଡୀ Fact :ଭିଡିଓଟି ବହୁ ପୁରୁଣା ସେସମୟରେ ବିଜେପିରେ ନଥିଲେ ବାବୁଲାଲ ମାରାଣ୍ଡୀ ୨୦ ନଭେମ୍ବର ୨୦୨୪ ଝାଡ଼ଖଣ୍ଡ ରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ଯର ୩୮ ଆସନ ଲାଗି ହେବ ଭୋଟ । ଗତ ୧୩ ତାରିଖରେ ୪୩ ଆସନରେ ହୋଇଥିଲା ଭୋଟ । ନିର୍ବାଚନରେ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ, ପତ୍ନୀ କଳ୍ପନା ସୋରେନ, ଭାଇ ବସନ୍ତ ସୋରେନ, ପୂର୍ବତନ ମୁଖ୍ଯମନ୍ତ୍ରୀ ବାବୁଲାଲ ମାରାଣ୍ଡୀ ପ୍ରମୁଖଙ୍କ ଭାଗ୍ଯ ନିର୍ଦ୍ଧାରଣ ହେବ । ବରହେଟରେ ହେମନ୍ତ ସୋରେନ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଗମାଲିଆଲ ହେମ୍ବ୍ରମ । ସେହିପରି ଧନବାରରେ ପ୍ରାର୍ଥୀ ଅଛନ୍ତି ବିଜେପି ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ବାବୁଲାଲ ମାରାଣ୍ଡୀ। ତାଙ୍କୁ ଟକ୍କର ଦେଉଛନ୍ତି ଜେଏମଏମର ନିଜାମୁଦ୍ଦିନ ଅନସାରୀ । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଝାଡ଼ଖଣ୍ଡ ବିଜେପି ନେତା ବାବୁଲାଲ ମାରାଣ୍ଡି କିଛି କହୁଥିବା ବେଳେ, ଭିଡିଓ ଉପରେ ଲେଖା ହୋଇଛି ' ସତକହିଲେ ବାବୁଲାଲ, ଝାଡ଼ଖଣ୍ଡ ବିଜେପି ଅଧ୍ୟକ୍ଷ ଏବଂ ପୁର୍ବତନ ମୁଖ୍ୟମନ୍ତ୍ରୀ । ଭିଡିଓରେ ବାବୁଲାଲ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି କହିଛନ୍ତି, ୨୦୧୪ ରେ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିନାହାନ୍ତି ମୋଦି । ଏବେ କେବଳ ସାମ୍ପ୍ରଦାୟିକ ଅଘଟଣ ଘଟାଉଛନ୍ତି, ହିନ୍ଦୁ ମୁସଲମାନ ନାଁରେ ତ କେତେବେଳେ ମନ୍ଦିର ଏବଂ ମସଜିଦ ନାଁରେ ତ କେତେବେଳେ ଗାଈ ନାଁରେ । ସେହିପରି କେତେବେଳେ ଧର୍ମାନ୍ତିକରଣ ଏବଂ ଲଭ୍ ଯିହାଦ ନାଁରେ । ଭାଇ ଏହି କାମ ପାଇଁ ଜନତା ସରକାରରେ ତୁମକୁ ବସାଇ ନାହାନ୍ତି, ଏଭଳି ବ୍ୟକ୍ତିଙ୍କୁ କିଏ ଭୋଟ ଦେବ ଯିଏ ଦେବ ସେହି ବ୍ୟକ୍ତି ସବୁଠାରୁ ଖରାପ ହୋଇଥିବ । ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ୟୁଜର୍ସ ସେୟାର କରିଥିଵାର ଦେଖା ଯାଇଥିବା ବେଳେ, ଜଣେ ଏକ୍ସ ୟୁଜର୍ସ ଉକ୍ତ ଭିଡିଓକୁ ୧୬ ନଭେମ୍ବର ୨୦୨୪ରେ ଅପଲୋଡ କରିଛନ୍ତି । ଉକ୍ତ ଭିଡିଓଟି ୯୫୨ ଭିୟୁ ମିଳିଥିବା ବେଳେ ବହୁମାତ୍ରାରେ ସେୟାର ମଧ୍ୟ ହୋଇଛି । ଭିଡିଓ ସେୟାର କରି ୟୁଜର୍ସ ଲେଖିଛନ୍ତି, BJP State President BABULAL MARANDI on MODI. Modi and the BJP thrive on Dividing the Nation and Fueling Hatred to Cling to Power. ଯାହାର ଓଡ଼ିଆ ଅର୍ଥ ହେଉଛି, ମୋଦିଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି | ରାଷ୍ଟ୍ରକୁ ବିଭାଜନ କରିବା ଏବଂ କ୍ଷମତାକୁ ଆସିବା ପାଇଁ ଘୃଣାକୁ ଇନ୍ଧନ ଦେବାରେ ମୋଦୀ ଏବଂ ବିଜେପି ଆଗକୁ ବଢୁଛନ୍ତି । ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଭାଇରାଲ ହେଉଥିବା ଭିଡିଓଟି ଅନ୍ୟୁନ୍ୟ ୨୦୧୮ ମସିହା ପୁରୁଣା । ସେହି ସମୟରେ ବିଜେପିରେ ନଥିଲେ ବାବୁଲାଲ ମାରାଣ୍ଡି । ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାକୁ ଯାଇ 'ହମ୍ ଝାରଖଣ୍ଡ କେ ଲୋଗ୍' ନାମକ ଏକ ଫେସବୁକ ପେଜରେ ଅପଲୋଡ଼ ହୋଇଥିବା ଏକ ଭିଡିଓ ହସ୍ତଗତ ହୋଇଥିଲା । ୧୪ ଏପ୍ରିଲ ୨୦୨୦ରେ ଭିଡିଓଟି ଅପଲୋଡ ହୋଇଥିବା ବେଳେ ଉକ୍ତ ଭିଡିଓକୁ ଅନୁଧ୍ୟାନ କରିବାରୁ ଏହା ଭାଇରାଲ ଭିଡିଓର ମୂଳ ଭିଡିଓ ବୋଲି ଜଣାଯାଏ । ଭିଡିଓ ସେୟାର କରି ହମ୍ ଝାରଖଣ୍ଡ କେ ଲୋଗ୍ ଉଲ୍ଲେଖ କରିଛି, ଯଦି ଦେଶର ପ୍ରଧାନମନ୍ତ୍ରୀ ମୋଦୀ ରହିବେ ତେବେ ଭାରତ ପାକିସ୍ତାନ ହୋଇଯିବ ଏବଂ ପ୍ରତ୍ୟେକ ଦିନ ଦଙ୍ଗା ହେବ । ତେଣୁ ଏଥିରୁ ଜଣାଯାଏ ଯେ, ଭାଇରାଲ ହେଉଥିବା ଭିଡିଓଟି ଚଳିତ ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ରହିଛି । ସେହିପରି ସ୍ଥାନୀୟ ଏକ ଡିଜିଟାଲ ମିଡିଆ Taaja Jharkhand ଉକ୍ତ ଭିଡିଓକୁ ୧୪ ଡିସେମ୍ବର ୨୦୧୮ ରେ ନିଜ ଫେସବୁକ ପେଜ୍ ରେ ଅପଲୋଡ କରିଥିଵାର ଦେଖାଯାଇଛି । ଉକ୍ତ ଭିଡିଓ ଅପଲୋଡ଼ କରି Taaja Jharkhand ଉଲ୍ଲେଖ କରିଛି, ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡୀ । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ସେସମୟରେ ବର୍ତ୍ତମାନର ଝାଡ଼ଖଣ୍ଡ ବିଜେପିର ନେତା ବାବୁଲାଲ ମାରାଣ୍ଡି ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ଅଧକ୍ଷ ଥିଲେ । ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ । ମୋଦିଙ୍କ ଉପରେ ଟିପ୍ପଣୀ ଦେଇଥିବା ବାବୁଲାଲ ମାରାଣ୍ଡିଙ୍କ ଉକ୍ତ ଭିଡିଓ ଟି ବହୁ ପୁରୁଣା । ମନ୍ତବ୍ୟ ଦେବା ସମୟରେ ସିଏ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ଅଧକ୍ଷଥିଲେ । ତେଣୁ ଚଳିତ ଝାଡ଼ଖଣ୍ଡ ନିର୍ବାଚନ ସହ ଉକ୍ତ ଭିଡିଓର ନାହିଁ କୌଣସି ସମ୍ପର୍କ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software