About: http://data.cimple.eu/claim-review/87b3878bd8ee510722b6bd68b11f7ec41cef12a4b4054d15327df062     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ପ୍ରକୃତ ଭିଡ଼ିଓରେ ରାହୁଲଙ୍କ ସହ ହାତ ମିଳାଇଛନ୍ତି ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ମୁଳ ଭିଡିଓର କିଛି ଅଂଶକୁ ଏଡିଟ୍ କରି ଭୁଲ୍ ତଥ୍ୟ ସହ ସେୟାର କରାଯାଇଛି । ପ୍ରକୃତ ଭିଡିଓରେ ରାହୁଲ ଗାନ୍ଧୀଙ୍କ ସହ ହାତ ମିଳାଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । Claim :ମଞ୍ଚ ଉପରେ, ରାହୁଲ ଗାନ୍ଧୀଙ୍କ ସହ ହାତ ମିଳାଇଲେନି ଅରବିନ୍ଦ କେଜ୍ରିୱାଲ Fact :ପ୍ରକୃତରେ ରାହୁଲଙ୍କ ସହ ହାତ ମିଳାଇଛନ୍ତି ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି କାହା ସହ ମେଣ୍ଟ କରିବ ନାହିଁ ଏଭଳି ଏକ ବଡ଼ ବୟାନ ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ହରିୟାଣା ଓ ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟର ପରାଜୟ ପରେ କେଜ୍ରିୱାଲ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟିର ଅନେକ ନେତା ହରିୟାଣା ନିର୍ବାଚନ ପରେ କହିଥିଲେ ଯେ, ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି କଂଗ୍ରେସ ସହ ମେଣ୍ଟ କରିବ ନାହିଁ । ଆମ୍ ଆଦମୀ ପାର୍ଟି ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିସାରିଛି ଏବଂ ମେଣ୍ଟର କୌଣସି ଫାଇଦା ପାଇନାହିଁ । ତେବେ ଆପ୍ ଜାତୀୟ ସ୍ତରରେ ଇଣ୍ଡି ମେଣ୍ଟରେ ସାମିଲ ରହିବ ବୋଲି କେଜ୍ରିୱାଲ କହିଛନ୍ତି । ଇତିମଧ୍ୟରେ ଏକ ୨୪ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ମଞ୍ଚ ଉପରେ ସ୍ୱାଧୀନ ସାଂସଦ ପପ୍ପୁ ୟାଦବ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା ଶିବୁ ସୋରେଙ୍କ ସହ ବହୁ ବରିଷ୍ଠ ରାଜନେତା ଉପସ୍ଥିତ ଅଛନ୍ତି । ଭିଡିଓରେ ଏହା ମଧ୍ୟ ଦେଖାଯାଇଛି ଉକ୍ତ ରାଜନେତାଙ୍କୁ ଅଭିନନ୍ଦନ କରିବାକୁଯାଇ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ , ଆପ୍ ସାଂସଦ ରାଘବ ଚଡ୍ଡା ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ ହାତ ମିଳାଉଛନ୍ତି । ଭିଡିଓ ଆରମ୍ଭରୁ କେଜ୍ରିୱାଲ ରାହୁଲଙ୍କ ପୂର୍ବରୁ ଠିଆ ହୋଇଥିବା ବ୍ୟକ୍ତିଙ୍କ ସହ ହାତ ମିଳାଇଥିବା ବେଳେ ସୋସିଆଲ ମିଡିଆରେ ୟୁଜର୍ସ ଏହାକୁ ଏକ ବିଭ୍ରାନ୍ତିକରକ ମନ୍ତବ୍ୟ ଲେଖି ସେୟାର କରିଥିବା ଦେଖାଯାଇଛି । ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରି ଉଲ୍ଲେଖ କରିଛନ୍ତି, केजरीवाल जी ने राहुल गाँधी से हाथ नही मिलाया, मतलब साफ दिल्ली चुनाव मे कांग्रेस को भाव देने के मूड मे नही AAP । ଯାହାର ଓଡ଼ିଆ ଅନୁବାଦ ହେଉଛି, ରାହୁଲଙ୍କସହ ମିଳାଇଲେନି ହାତ, ଏଥିରୁ ଜଣାଯାଏଯେ ଆଗାମୀ ନିର୍ବାଚନରେ କଂଗ୍ରେସକୁ କୌଣସି ପ୍ରାଧାନ୍ୟ ଦେଉ ନାହିଁ ଆପ୍ । ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭୁଲ୍, ଭିଡିଓଟିକୁ ଏଡିଟ୍ କରାଯାଇ ସେୟାର କରାଯାଇଛି । ମୁଳ ଭିଡିଓରେ ସର୍ଵ ପ୍ରଥମେ ରାହୁଲ ଗାନ୍ଧୀଙ୍କ ସହ ହାତ ମିଳାଇଛନ୍ତି ଅରବିନ୍ଦ କେଜ୍ରିୱାଲ । ତଦନ୍ତ କରିବାକୁଯାଇ ଉକ୍ତ ଭାଇରାଲ ଭିଡ଼ିଓର କିଛି ଅଂଶକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ଉକ୍ତ ଭିଡିଓକୁ ଆପ୍ ସାଂସଦ ରାଘବ ଚଡ୍ଡା ନିଜ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଵାର ଦେଖିବାକୁ ପାଇଥିଲୁ । ଉକ୍ତ ଭିଡିଓ ଅପଲୋଡ଼ କରି ଭିଡିଓରେ ଏହା ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ସମୟର ବୋଲି ଦର୍ଶାଇଛନ୍ତି । ସେହିପରି ଉକ୍ତ ଭିଡିଓକୁ ୨୭ ନଭେମ୍ବର ୨୦୨୪ରେ ANI ଅପଲୋଡ଼ କରି ଉଲ୍ଲେଖ କରିଛି, AAP national convener Arvind Kejriwal, his wife Sunita Kejriwal, party MP Raghav Chadha and Punjab CM Bhagwant Mann arrive at the oath ceremony of Jharkhand CM-designate Hemant Soren. ଯାହାର ଓଡ଼ିଆ ଅନୁବାଦ ହେଉଛି, ଝାଡ଼ଖଣ୍ଡର ସିଏମ-ନିଯୁକ୍ତ ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହରେ AAP ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ଦଳର ସାଂସଦ ରାଘବ ଚଡ୍ଡା ଏବଂ ପଞ୍ଜାବ ସିଏମ ଭଗବତ ମାନ ପହଁଞ୍ଚିଛନ୍ତି । ଉକ୍ତ ଭିଡିଓ ଟିକୁ ୫୬ ହଜାର ୨୦୦ ଭିୟୁ ମିଳିଥିବା ବେଳେ ୩୫୧ ଲାଇକ ମଧ୍ୟ ମିଳିଛି। ଅଧିକ ଅନୁସନ୍ଧାନ କରିବାକୁ ଯାଇ ଯେତେବେଳେ ଆମେ ଗୁଗୁଲରେ ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ଉତ୍ସବନେଇ ଅନୁସନ୍ଧାନ କରିଥିଲୁ, ଝାଡ଼ଖଣ୍ଡ ସରକାରଙ୍କ YouTube ଚ୍ୟାନେଲର ଏକ ଲାଇଭ ଭିଡ଼ିଓ ହସ୍ତଗତ ହୋଇଥିଲା । ୨୮ ନଭେମ୍ବର ୨୦୨୪ରେ ଉକ୍ତ ଭିଡିଓ ଅପଲୋଡ଼ କରିଥିବା ବେଳେ ଶୀର୍ଷକରେ ହିନ୍ଦୀରେ ଶପଥ ଗ୍ରହଣ ସମାରୋହ ଲେଖା ରହିଛି । ଭିଡିଓଟିକୁ ସଠିକ ଭାବେ ଅନୁଧ୍ୟାନ କରିବାରୁ ୨ଘଣ୍ଟା ୧୫ମିନିଟ ଟାଇମଷ୍ଟାମ୍ପରେ ଅରବିନ୍ଦ କେଜ୍ରିୱାଲ ଅନ୍ୟ ନେତାଙ୍କ ସହ ମଞ୍ଚ ଉପରକୁ ଆସି ଅନ୍ୟ ମଞ୍ଚାସିନ ଅତିଥିଙ୍କୁ ଅଭିନନ୍ଦନ କରୁଥିବାର ଦେଖାଯାଇଛି । ଭିଡିଓ ଟି ଅନୁଧ୍ୟାନ କରିବାରୁ ଜଣାଯାଏଯେ ମଞ୍ଚ ଉପରେ ଅରବିନ୍ଦ କେଜ୍ରିୱାଲ ପ୍ରଥମେ ରାହୁଲ ଗାନ୍ଧୀଙ୍କ ସହ ହାତ ମିଳାଇଥିଲେ । ତାପରେ ରାହୁଲଙ୍କ ପୂର୍ବରୁ ବସିଥିବା ବ୍ୟକ୍ତିଙ୍କ ସହ ହାତ ମିଳାଇଥିଲେ । ସେହିପରି ରାହୁଲ ମଧ୍ୟ ସେହି ସମୟରେ ଚଡ୍ଡାଙ୍କ ସହ ହାତ ମିଳାଇଥିଲେ । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ମୁଳ ଭିଡିଓର କିଛି ଅଂଶକୁ ଏଡିଟ୍ କରି ଭୁଲ୍ ତଥ୍ୟ ସହ ସେୟାର କରାଯାଇଛି । ପ୍ରକୃତ ଭିଡିଓରେ ରାହୁଲ ଗାନ୍ଧୀଙ୍କ ସହ ହାତ ମିଳାଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software