schema:text
| - ଫ୍ୟାକ୍ଟ ଚେକ୍: ଭାଇରାଲ୍ ଫୋଟୋରେ ଥିବା ବ୍ୟକ୍ତି ମାନେ ଆମେରିକାରୁ ଫେରୁଥିବା ଭାରତୀୟ ନୁହଁନ୍ତି
ଆମେରିକାରେ ଅବୈଧ ଭାବେ ରହୁଥିବା ଭାରତୀୟଙ୍କୁ ଆମେରିକା ନିଜ ଦେଶକୁ ପଠାଇଥିବା ଘଟଣାଟି ସତ୍ୟ ହୋଇଥିବା ବେଳେ ଏହି ଭାଇରାଲ ଫଟୋ ସହ ଉକ୍ତ ଘଟଣାର କୌଣସି ସମ୍ପର୍କ ନାହିଁ । ବିଭିନ୍ନ ଗଣମାଧ୍ୟମ ପ୍ରସାରିତ ଖବର ଅନୁଯାୟୀ, ଉକ୍ତ ଫଟୋଟି ବେଆଇନ ଭାବେ ଆମେରିକାରେ ରହୁଥିବା ମେକ୍ସିକୋ ନାଗରିକଙ୍କର ।
Claim :
ଫଟୋ ହେଲା ଭାଇରାଲ କିଛି ଏଭଳି ବେଡ଼ି ପକାଇ ଭାରତୀୟଙ୍କୁ ଫେରାଉଛି ଆମେରିକା ସରକାରFact :
ଫଟୋଟି ଆମେରିକାରେ ବେଆଇନ ଭାବେ ରହୁଥିବା ମେକ୍ସିକୋ ନାଗରିକଙ୍କରଅବୈଧ ଭାବେ କିଛି ଭାରତୀୟ ଆମେରିକାରେ ରହୁଥିବା ବେଳେ ତାଙ୍କୁ ପୁଣି ଭାରତ ପଠାଇ ଦେଇଛି ଟ୍ରମ୍ପ ସରକାର । ତେବେ ହାତରେ ଏବଂ ଗୋଡ଼ରେ ବେଡ଼ି ପକାଇ ତାଙ୍କୁ ଭାରତ ଅଣାଯିବାର ଫଟୋ ଦେଖିବାକୁ ମିଳିଥିଲା । ଏହାପରେ ସଂସଦରେ ଏନେଇ ତାତି ଦେଖିବାକୁ ମିଳିଛି । ବିରୋଧୀ ଦଳ ଏନେଇ ବୈଦେଶିକ ମନ୍ତ୍ରାଳୟକୁ ଘେରିଥିବା ବେଳେ, ଆମେରିକାରୁ ନିର୍ବାସିତ ଭାରତୀୟ ନାଗରିକଙ୍କ ଉପରେ ରାଜ୍ୟସଭାରେ ଉତ୍ତର ରଖି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଯଦି କୌଣସି ନାଗରିକ ବିଦେଶରେ ଅବୈଧ ଭାବରେ ରହୁଛନ୍ତି, ତେବେ ସେମାନଙ୍କୁ ଫେରାଇ ଆଣିବା ସମସ୍ତ ଦେଶର ଦାୟିତ୍ୱ।" ସେ କହିଛନ୍ତି ଯେ ଫେରି ଆସୁଥିବା ନିର୍ବାସିତମାନଙ୍କ ସହିତ ଯେପରି କୌଣସି ଦୁର୍ବ୍ୟବହାର ନ ହୁଏ ତାହା ନିଶ୍ଚିତ କରିବା ପାଇଁ ଆମେ ଆମେରିକୀୟ ସରକାରଙ୍କ ସହିତ ଆଲୋଚନା କରୁଛୁ ।
ଏପଟେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଫେବ୍ରୁଆରୀ ୧୨ ଓ ୧୩ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରହିଛି ଆମେରିକା ଗସ୍ତ । ଗସ୍ତର ପ୍ରଥମ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କାର୍ଯକ୍ରମ ରହିଛି । ଟ୍ରମ୍ପ ଟୁ ପଏଣ୍ଟ ଜିରୋ ଶାସନ ପରେ ମୋଦୀଙ୍କ ଏହା ପ୍ର୍ଥମ ଆମେରିକା ଗସ୍ତ ।ଯାହା ଉପରେ ସାରା ବିଶ୍ବର ନଜର ରହିଛି । ତେବେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଜାନୁଆରୀ ୨୨ରେ ଫୋନରେ ବାର୍ତ୍ତାଳପ କରିବା ଦିନକ ପରେ ମୋଦୀଙ୍କ ହ୍ବାଇଟ ହାଉସ ଯିବାକୁ ନିମନ୍ତ୍ରଣ ମିଳିଥିଲା ।
ଇତିମଧ୍ୟରେ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ କିଛି ଯୁବକ ମାସ୍କ ପିନ୍ଧିଥିବା ବେଳେ ଏକ ସରଳ ରେଖାରେ ଚାଲୁଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ପଛପଟେ ଜଣେ ବ୍ୟକ୍ତି ଠିଆ ହୋଇଛନ୍ତି ଯିଏକି ଜଣେ ସୁରକ୍ଷା କର୍ମୀ ବୋଲି ଅନୁମାନ କରାଯାଉଛି । ଉକ୍ତ ଫଟୋକୁ ଅବୈଧ ଭାବେ ଆମେରିକାରେ ରହୁଥିବା ଭାରତୀୟ ବୋଲି ଦାବି ହୋଇଛି ।
ଉକ୍ତ ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, Hands chained, @US starts deporting Indians. अगली बार ट्रंप सरकार…!
ଯାହାର ଓଡ଼ିଆ ଅନୁବାଦ ହେଉଛି, ହାତରେ ବେଡ଼ି ଆମେରିକା କିଛି ଏଭଳିଭାବେ ଭାରତୀୟଙ୍କୁ ନିଜ ଦେଶକୁ ପଠାଉଛି, ଆଇଥରେ ଟ୍ରମ୍ପ ସରକାର ।
ଯାହାର ସ୍କ୍ରୀନସଟ୍ ତଳେ ଉପଲବ୍ଧ ରହିଛି ।
ସତ୍ୟାସତ୍ୟ:
ଦାବିଟି ବିଭ୍ରାନ୍ତିକରକ, ଆମେରିକାରେ ଅବୈଧ ଭାବେ ରହୁଥିବା ଭାରତୀୟଙ୍କୁ ଆମେରିକା ନିଜ ଦେଶକୁ ପଠାଇଥିବା ଘଟଣାଟି ସତ୍ୟ ହୋଇଥିବା ବେଳେ ଏହି ଭାଇରାଲ ଫଟୋ ସହ ଉକ୍ତ ଘଟଣାର କୌଣସି ସମ୍ପର୍କ ନାହିଁ । ଉକ୍ତ ଫଟୋଟି ବେଆଇନ ଭାବେ ଆମେରିକାରେ ରହୁଥିବା ମେକ୍ସିକୋ ନାଗରିକଙ୍କର ବୋଲି ଗଣମାଧ୍ୟମ ପକ୍ଷରୁ ସୂଚନା ।
ତଦନ୍ତ କରିବାକୁ ଯାଇ, ଭାଇରାଲ ଫଟୋକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ।
ରିଭର୍ସ ଇମେଜ ସର୍ଚ୍ଚରୁ ୩୦ ଜାନୁଆରୀ ୨୦୨୫ ୱାଲ ଷ୍ଟ୍ରିଟ୍ ଆପେ ନାମକ ଏକ ଡିଜିଟାଲ ମିଡ଼ିଆ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଵାର ଦେଖିବାକୁ ମିଳିଛି ଯେଉଁଥିରେ ଉଲ୍ଲେଖ ରହିଛି, TODAY on the Hidalgo Bridge in Texas which is the international bridge crossing into Mexico. ICE and Border Patrol and deporting illegal migrants from the United States back into Mexico. You may be wondering where all the women and children are, good question…
ନିକ୍ ସ୍କୋରଟର ନାମକ ଜଣେ ସାମ୍ବାଦିକ ପ୍ରାୟ ସମାନ ଦାବି ସହ ଉକ୍ତ ଭିଡିଓ ସେୟାର କରିଥିଵାର ଦେଖିବାକୁ ମିଳିଛି ।
ରଏଟର୍ସ ଏନେଇ ଏକ ଫଟୋ ଖବର ପ୍ରସାରଣ କରିଥିବା ବେଳେ ଫଟୋରେ ଥିବା ବ୍ୟକ୍ତି ଏବଂ ଭାଇରାଲ ଫଟୋରେ ଥିବା ବ୍ୟକ୍ତି ମାନେ ପ୍ରାୟ ସମାନ ବୋଲି ଦେଖିବାକୁ ମିଳିଛି ।
ଯେତେବେଳେ ଉକ୍ତ କିୱାର୍ଡ ନେଇ ଗୁଗୁଲରେ ଅନୁସନ୍ଧାନ କରିଥିଲୁ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ମିଳିଥିଲା ।
Border Report ଉକ୍ତ ଖବରକୁ ପ୍ରକାଶ କରି ଉଲ୍ଲେଖ କରିଛି, It noted that in a straight line, children, women, and men walked into Mexico and approximately 50 individuals were transported by the US Border Patrol agents and entered Mexican territory.
ଯାହାର ଓଡ଼ିଆ ଅନୁବାଦ ହେଉଛି, ଏଥିରେ ଉଲ୍ଲେଖ କରାଯାଇଛି ଯେ ଏକ ସରଳ ରେଖାରେ, ପିଲା, ମହିଳା ଏବଂ ପୁରୁଷମାନେ ମେକ୍ସିକୋ ଭିତରକୁ ଚାଲିଯାଇଥିଲେ ଏବଂ ପ୍ରାୟ 50 ଜଣଙ୍କୁ ଆମେରିକୀୟ ସୀମା ପାଟ୍ରୋଲ୍ ଏଜେଣ୍ଟମାନେ ପରିବହନ କରି ମେକ୍ସିକୋ ଅଞ୍ଚଳରେ ପ୍ରବେଶ କରିଥିଲେ ।
ଆମେରିକାରେ ବେଆଇନ ଭାବେ ରହୁଥିବା ୮୦ ଜଣ ମେକ୍ସିକୋ ବାସୀଙ୍କୁ ନିଜ ଦେଶକୁ ପଠାଇ ଦେଇଛି ଆମେରିକା ସରକାର । ହାତରେ ଏବଂ ଗୋଡ଼ରେ ବେଡ଼ି ପକାଇ ଉକ୍ତ ନାଗରୀକଙ୍କୁ ଆମେରିକା ବାୟୁସେନାର ଏକ ବିମାନ, ଲେଖି independent ଏକ ଖବର ପ୍ରସାରଣ କରିଛି ଇ
ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ । ଆମେରିକାରେ ଅବୈଧ ଭାବେ ରହୁଥିବା ଭାରତୀୟଙ୍କୁ ଆମେରିକା ନିଜ ଦେଶକୁ ପଠାଇଥିବା ଘଟଣାଟି ସତ୍ୟ ହୋଇଥିବା ବେଳେ ଏହି ଭାଇରାଲ ଫଟୋ ସହ ଉକ୍ତ ଘଟଣାର କୌଣସି ସମ୍ପର୍କ ନାହିଁ । ବିଭିନ୍ନ ଗଣମାଧ୍ୟମ ପ୍ରସାରିତ ଖବର ଅନୁଯାୟୀ, ଉକ୍ତ ଫଟୋଟି ବେଆଇନ ଭାବେ ଆମେରିକାରେ ରହୁଥିବା ମେକ୍ସିକୋ ନାଗରିକଙ୍କର ।
|