About: http://data.cimple.eu/claim-review/90682d9ac4a1b0fc73e8f5ab0b94e8847967bc8e837b70c04bf9bbc0     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check : ନିକଟରେ ଭାରତୀୟ ସେନାକୁ ୨୫୦୦ ବୁଲେଟ ପ୍ରୁଫ୍ ଗାଡି ପାଇଁ ଅର୍ଥରାଶି ଦେଇ ନାହାନ୍ତି ରତନ ଟାଟା Claim :ସେନାକୁ ସୁଦୃଢ କରିବା ପାଇଁ ଜମ୍ମୁ କଶ୍ମୀରରେ ୨୫୦୦ ବୁଲେଟ ପ୍ରୁଫ୍ ଗାଡି କିଣା ହୋଇଛି, ଯାହାର ଅର୍ଥରାଶି ଦାନ କରିଛନ୍ତି ରତନ ଟାଟା Fact :ନିକଟରେ ଏଭଳି କୌଣସି ଅର୍ଥରାଶି ଦାନ କରି ନାହାଁନ୍ତି, ରତନ ଟାଟା ଟାଟା ଗୃପ ବିଶ୍ୱର ଧନିଶାଳୀ ଏବଂ ସେବା ଯୋଗାଇବା କ୍ଷେତ୍ରରେ ମଧ୍ୟ ୧ ନମ୍ବର କହିଲେ ଅତ୍ୟୁକ୍ତି ହେବ ନାହିଁ । ଟାଟା ଗୃପକୁ ଏହି ସ୍ଥରରେ ପହଁଞ୍ଚିବା ପାଇଁ ରତନ ଟାଟା ଙ୍କ ରହିଛି ଅହେତୁକ ଅବଦାନ । ତେବେ କେବଳ ଲାଭ କ୍ଷେତ୍ରରେ ନୁହେଁ ସେବା କ୍ଷେତ୍ରରେ ମଧ୍ୟ, ଟାଟା ଗ୍ରୁପର ଅବଦାନ ରହିଆସିଛି । ସ୍କୁଲ ରେ ଏଲସିଡ଼ି ଲଗାଇବା, ବିଭିନ୍ନ ସ୍ଥାନରେ ବନାନୀ ସୃଷ୍ଟି କରିବା ନେଇ ଛାତ୍ରଛାତ୍ରୀ ଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ମଧ୍ୟ ଟାଟା ଗୃପର ଅହେତୁକ ଅବଦାନ ରହିଛି । ଇତିମଧ୍ୟରେ ଇଣ୍ଡିଆନ ଆର୍ମୀର ଗାଡି ଭଳିଆ ଦିଶୁଥିବା ଫଟୋ ସହ ଏକ ଲେଖା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ସୋସିଆଲ ମିଡିଆରେ ଉକ୍ତ ଫଟୋଟିକୁ ସେୟାର କରି ଉଲ୍ଲେଖ କରିଛନ୍ତି " Indian Army in Jammu and Kashmir got 2500 bulletproof Scorpio jeeps from the donation received from the country's biggest industrialist Mr. Ratan Tata. Many congratulations to the country's army. Who thought so much about these beloved sons of Mother India". ଯାହାର ଓଡ଼ିଆ ଅନୁବାଦ ହେଉଛି "ଜାମ୍ମୁ କାଶ୍ମୀରରେ ଥିବା ଭାରତୀୟ ସେନା ଦେଶର ବୃହତ୍ତମ ଶିଳ୍ପପତି ଶ୍ରୀ ରତନ ଟାଟାଙ୍କ ଠାରୁ ମିଳିଥିବା ଦାନରୁ ୨୫୦୦ ବୁଲେଟପ୍ରୁଫ୍ ସ୍କର୍ପିଓ ଜିପ୍ ପାଇଛି। ଦେଶର ସେନାକୁ ଅନେକ ଅନେକ ଅଭିନନ୍ଦନ" । ସତ୍ୟାସତ୍ୟ : ଦାବିରେ ନାହିଁ କୌଣସି ସତ୍ୟତା, ନିକଟରେ ଏଭଳି କୌଣସି ଦାନରାଶି ପ୍ରଦାନ କରି ନାହାଁନ୍ତି ରତନ ଟାଟା । ଅନୁସନ୍ଧାନ କରିବାକୁ ଯାଇ ଆମେ ରତନ ଟାଟାଙ୍କ ସୋସିଆଲ ମିଡିଆ ରେ ଏଭଳି କୌଣସି ପୋଷ୍ଟ ଥିବାର ଦେଖିବାକୁ ପାଇନଥିଲୁ । ଇଣ୍ଡିଆନ ଆର୍ମୀ ୱେବସାଇଟରେ ମଧ୍ୟ ଏନେଇ କୌଣସି ସୂଚନା ଦେଖିବାକୁ ମିଳିନାହିଁ । ସେହିପରି ଉକ୍ତ କି ୱାର୍ଡ ନେଇ ଗୁଗୁଲ ରେ ଅନୁସନ୍ଧାନ କରିଥିଲୁ, ହେଲେ ଏନେଇ କୌଣସି ଖବର କୌଣସି ମଧ୍ୟ ଖବର କାଗଜ କିମ୍ବା ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହୋଇଥିବାର ପାଇନଥିଲୁ । ପରେପରେ ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିବାରୁ ଇଣ୍ଡିଆନ ଅଟୋ ବ୍ଲଗ ନାମକ ଏକ ୱେବସାଇଟରେ ଉକ୍ତ ଫଟୋ ଗୁଡିକ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଛି । " ଡିଫେନ୍ସ ଏକ୍ସପୋ ୨୦୧୨ରେ ଦେଖିବାକୁ ମିଳିଛି ମହିନ୍ଦ୍ରା ରକ୍ଷକ" ଶୀର୍ଷକ ସହ ଏକ ଲେଖା ୧.ଅପ୍ରେଲ ୨୦୧୨ରେ ପ୍ରସାରିତ ହୋଇଚି । ଉକ୍ତ ଲେଖାରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, "ଏହି ଗାଡ଼ିଟି ସମ୍ପୂର୍ଣ୍ଣ ଭିନ୍ନ ଉଦ୍ଦେଶ୍ୟ ପାଇଁ ନିର୍ମିତ । ଏହାର ଇଞ୍ଜିନିୟରିଙ୍ଗ କୌଶଳ ଆତଙ୍କବାଦୀ ଆକ୍ରମଣରେ ଏହା କବଚ ଭଳି କାମ କରିବ, ତେଣୁ ଏହି ଗାଡି କେବଳ ପ୍ରତିରକ୍ଷା ବାହିନୀ ପାଇଁ ଉପଲବ୍ଧ ହେବ । ୨୬.୧୧ ଆତଙ୍କବାଦୀ ଆକ୍ରମଣ ପରେ ମୁମ୍ବାଇ ପୋଲିସ ମଧ୍ୟ ଏହି ଗାଡିକୁ ଆତଙ୍କବାଦୀ ବିରୋଧୀ ସେଲରେ ଅନ୍ତର୍ଭୁକ୍ତ କରିସାରିଛି । ମହିନ୍ଦ୍ରା ରକ୍ଷକ ପ୍ଲସ୍ ୬୦୦ କିଲୋଗ୍ରାମର ପେଲୋଡ୍ କ୍ଷମତା ଧାରଣ କରିଥାଏ । ଏଠାରେ ଲାଗିଥିବା ୩୬୦ ଡିଗ୍ରୀ କ୍ୟାମେରା ସେନାକୁ ଚତୁର୍ଦିଗ ଦୃଶ୍ୟ କଏଦ କରିବାରେ ସହାୟକ ହୋଇଥାଏ" । ସେହିପରି ମୋଟୋରାଇଡ ଉକ୍ତ ଫଟୋକୁ ସ୍ଥାନ ଦେଇ ନିଜ ୱେବସାଇଟରେ ପ୍ରସାରିତ କରି ଲେଖିଛି " ମହିନ୍ଦ୍ରା ରକ୍ଷକ ପ୍ଲସ, ଡିଫେ ଏକ୍ସପୋରେ ପ୍ରଦର୍ଶିତ ହୋଇଛି, କିଛିଦିନ ପୂର୍ବରୁ ଟାଟା ସଫାରି ଷ୍ଟ୍ରୋମ୍ ଉପରେ ଆମେ ଖବର ପ୍ରସାରଣ କରିଥିଲୁ" । armyrecognition.com ନାମକ ଏକ ୱେବସାଇଟ ରେ ଉଲ୍ଲେଖ ରହିଛି "ମହିନ୍ଦ୍ରା ଅଟୋମୋବାଇଲ୍ ଡିଭିଜନର ସିଇଓ ପ୍ରବୀଣ ଶାହା କହିଛନ୍ତି ଯେ, ସେନା ପାଇଁ ଗାଡ଼ି ସପ୍ଲାଇ ମହିନ୍ଦ୍ରା ପାଇଁ ନୂଆଁ କଥା ନୁହେଁ । ସ୍କର୍ପିଓ ବର୍ତ୍ତମାନ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ କମ୍ପାନୀ ନୂଆ ଅର୍ଡର ପାଇବାକୁ ଆଶା କରୁଛି । ଅନ୍ୟପଟେ ନିଜ ସୋସିଆଲ ମିଡିଆରେ ମହିନ୍ଦ୍ରା ୧୧ ଜାନୁଆରୀ ୨୦୨୩ରେ ପୋଷ୍ଟ କରି ଉଲ୍ଲେଖ କରିଛି ଯେ, " ଭାରତୀୟ ସେନାର ସର୍ଵ ଭାରତୀୟ ସ୍ତରରେ ୧୨ଟି ୟୁନିଟ ପାଇଁ ୧୪୭୦ଟି ସ୍କର୍ପିଓ କ୍ଲାସିକ୍ ର ଅର୍ଡର ପାଇ ଆମେ ଗର୍ବିତ । ଆମ ଉପରେ ବିଶ୍ୱାସ କରିଥିବାରୁ ଇଣ୍ଡିଆନ୍ ଆର୍ମିଙ୍କୁ ଆମେ ଧନ୍ୟବାଦ ଜଣାଉଛୁ " । ୧୩ ଜୁଲାଇ ୨୦୨୩ରେ ଜି-ବିଜନେସ ଏକ ଖବର ପ୍ରସାରଣ କରି ଶୀର୍ଷକରେ ଉଲ୍ଲେଖ କରିଚି " Mahindra Scorpio Classic बनेगी सेना के काफिले की शान, 1850 यूनिट्स का किया ऑर्डर" । କିଛି ମାସ ପୂର୍ବରୁ ଏଭଳି ଆଉ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ଯେଉଁଥିରେ ଉଲ୍ଲେଖଥିଲା "ଯେ ସେନାକୁ ବୁଲେଟ ପ୍ରୁଫ ବସ୍ ପ୍ରଦାନ କରିଛନ୍ତି ରତନ ଟାଟା', ଯାହାକୁ ପୂର୍ବରୁ ଫ୍ୟାକ୍ଟଚେକ କରିଛି 'ତେଲୁଗୁ ପୋଷ୍ଟ' I ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଦାବିରେ ନାହିଁ କୌଣସି ସତ୍ୟତା । ନିକଟରେ ରତନ ଟାଟା ସେନା ବାହିନୀକୁ ଏଭଳି କୌଣସି ଡୋନେସନ ପ୍ରଦାନ କରି ନାହାଁନ୍ତି । ଉକ୍ତ ଫଟୋ ଗୁଡିକ ଡିଫେନ୍ସଏକ୍ସପୋ ର ଫଟୋ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software