About: http://data.cimple.eu/claim-review/95cc8c69975fb208ecc5e8647d6ae62d58ab822f60f30f35a0ef2f27     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ଫ୍ୟାକ୍ଟ ଚେକ୍: ମକ୍ ଡ୍ରିଲ ଭିଡିଓକୁ ବିଭ୍ରାନ୍ତିକରକ ଲେଖା ସହ କରାଯାଉଛି ସେୟାର ଭାଇରାଲ ହେଉଥିବା ଭିଡିଓଟି କୌଣସି ଆକ୍ରମଣ ସମୟର ନୁହେଁ ବରଂ ଏନଏସଜି ଦ୍ୱାରା ପରିଚାଳିତ ଏକ ମକ୍ ଡ୍ରିଲର, ଯାହାକି ଭେଲୋର ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜିରେ ପରିଚାଳିତ ହୋଇଥିଲା । Claim : ଭେଲୋରର ଏକ ବିଶ୍ୱବିଦ୍ୟାଳୟରେ କିଛି ବନ୍ଧୁକଧାରୀ ବ୍ୟକ୍ତି ପ୍ରବେଶ କରୁଛନ୍ତି, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଉଠିଲା ପ୍ରଶ୍ନFact : ଭାଇରାଲ ହେଉଥିବା ଭିଡିଓଟି ମକ୍ ଡ୍ରିଲର ଏକ ଅଂଶ, ଯାହାକି ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତଭାଇରାଲ ଭିଡିଓର ବାହକ ସାଜିଛି ସୋସିଆଲ ମିଡିଆ । ପ୍ରତ୍ୟେକ ଦିନ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କିଛିନାକିଛି ଭିଡିଓ ଘୁରି ବୁଲୁଥିବାର ଦେଖିବାକୁ ମିଳିଥାଏ। କେତେବେଳେ ଏହା ରାଜନୈତିକ ଦୃଷ୍ଟି କୋଣ ହୋଇଥାଏ ତ କେତେବେଳେ କାହାକୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରିକି । ଭାଇରାଲ ଭିଡିଓ ଗୁଡିକ ବହୁ ସମୟରେ ବିଭ୍ରାନ୍ତିକରକ କିମ୍ବା ଭୁଲ୍ ଲେଖା ସହ ଅପଲୋଡ଼ ହୋଇଥିବାର ଦେଖିବାକୁ ମିଳିଥାଏ । ବହୁ ସମୟରେ ୟୁଜର୍ସ ଉକ୍ତ ଭାଇରାଲ ଭିଡିଓକୁ ଅନୁଧ୍ୟାନ ନ କରି ସେୟାର କରୁଥିବାର ଦେଖିବାକୁ ମିଳିଥାଏ । ଠିକ୍ ଯେପରି କଲିକତା ଆରଜି କର ମେଡ଼ିକାଲ ଘଟଣାରେ ପିଡିତାଙ୍କ ଦୁଃଖ ଜଣାଇବା ସହ ନ୍ୟାୟ ଦାବି ନେଇ ଜଣେ ସ୍ଥାନୀୟ ଯୁବତୀ ଏକ ଭିଡିଓ ରଚନା କରିଥିବା ବେଳେ ଉକ୍ତ ଭିଡିଓକୁ କିଛି ୟୁଜର୍ସ ପିଡ଼ିତାଙ୍କ ନିଜସ୍ଵ ଭିଡିଓବୋଲି ସେୟାର କରିଥିଲେ । ପରେପରରେ ସତ୍ୟ ସାମ୍ନାକୁ ଆସିବାରୁ ବହୁ ୟୁଜର୍ସ ଉକ୍ତ ଭିଡିଓକୁ ଡିଲିଟ କରିଦେଇଥିବାର ଦେଖିବାକୁ ମିଳିଥିଲା । ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି । ଭିଡିଓରେ କିଛି ମୁଖା ପିନ୍ଧିଥିବା ବନ୍ଧୁକ ଧାରୀ ବ୍ୟକ୍ତି ଏକ ଅଟ୍ଟାଳିକା ଭିତରକୁ ଦୌଡ଼ିଦୌଡ଼ି ପ୍ରବେଶ କରୁଛନ୍ତି । ଇତିମଧ୍ୟରେ ତନ୍ମଧ୍ୟରୁ କିଛି ବ୍ୟକ୍ତି ଗୁଳିଚାଳନା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ କିଛି ୟୁଜର୍ସ ସେୟାର କରି ଏହା ଭେଲୋର ଅଞ୍ଚଳର ବୋଲି ଲେଖିଛନ୍ତି । ଉକ୍ତ ଘଟଣା କୁ କିଛି ୟୁଜର୍ସ ସାମ୍ପ୍ରଦାୟିକ ଘଟଣା ସହ ଯୋଡ଼ି କିଛି ଲେଖା ସହ ସେୟାର ହୋଇଥିବା ବେଳେ । ଆଉକିଛି ୟୁଜର୍ସ ଭେଲୋରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଲେଖିଛନ୍ତି, କଣକଣ ସବୁ ଘଟୁଛି ଭେଲୋରରେ ? ସେମାନଙ୍କ ହାତରେ ବନ୍ଧୁକ ହିଁ ଅଛି ନା ଆଉ କଣକଣ ଅଛି । ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ କିଛି ପୋଷ୍ଟର ସ୍କ୍ରିନସଟ୍ ତଳେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିଟି ବିଭ୍ରାନ୍ତିକରକ, ଭାଇରାଲ ଭିଡିଓଟି କୌଣସି ଅଘଟଣ ସମୟର ନୁହେଁ ଏହା ସମ୍ପୂର୍ଣ୍ଣ ପ୍ରାୟୋଜିତ । ଭେଲୋରର ଏକ ବିଶ୍ୱବିଦ୍ୟାଳୟରେ ଏନଏସଜି କମାଣ୍ଡୋଙ୍କ ଦ୍ଵାରା ପରିଚାଳିତ ଏକ ମକ୍ ଡ୍ରିଲର ଅଂଶ ମାତ୍ର । ସତ୍ୟତା ଜାଣିବାକୁ ଯାଇ ଯେତେବେଳେ ଆମେ ଭାଇରାଲ ଭିଡିଓର ଏକ ଅଂଶକୁ ନେଇ ରିଭର୍ସ ଇମେଜରେ ଅନୁସନ୍ଧାନ କରିଥିଲୁ ୟୁଟ୍ୟୁବରେ ଅପଲୋଡ଼ ହୋଇଥିବା କିଛି ଭିଡିଓ ହସ୍ତଗତ ହୋଇଥିଲା । ୩ ମାର୍ଚ୍ଚ ୨୦୨୫ରେ ଭିଆଓଟି - ଭ୍ଲଗ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓଟି ଅପଲୋଡ଼ ହୋଇଥିବା ବେଳେ ଭିଡିଓର ଶୀର୍ଷକ ରହିଛି, NSG Commando Drill at VIT Vellore.. ଯାହାର ଓଡ଼ିଆ ଅନୁବାଦ ହେଉଛି, ଭେଲୋର ସ୍ଥିତ ଭିଆଇଟିରେ ଏନଏସଜି କମାଣ୍ଡୋଙ୍କ ମକ୍ ଡ୍ରିଲ । ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୧୩ଭିୟୁ ମିଳିଥିବା ବେଳେ ୧୩ଟି ଲାଇକ ମିଳିଛି । ସେହିପରି ଆଉଜଣେ ୟୁଟ୍ୟୁବର ୩ମାର୍ଚ୍ଚ ୨୦୨୫ରେ ଉକ୍ତ ଭିଡିଓକୁ ସେୟାର କରି ଲେଖିଛନ୍ତି, ଭିଆଇଟିରେ କଣ ଚାଲିଛି ? ଏହା ହେଉଛି ଏନଏସଜି ଦ୍ୱାରା ପରି ଚାଳିତ ଏକ ମକ୍ ଡ୍ରିଲ । ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭୮୩ ଭିୟୁ ମିଳିଥିବାର ଦେଖିବାକୁ ମିଳିଛି । ଯେତେବେଳେ ଆମେ ଭାଇରାଲ ଭିଡିଓ ସହ ଉକ୍ତ ଭିଡିଓ ଗୁଡିକୁ ତୁଳନା କରିଥିଲୁ ଉଭୟ ଭିଡିଓ ସମାନ ଭିଡିଓ ବୋଲି ଜାଣିବାକୁ ପାଇଥିଲୁ । ସେହିପରି ଜଣେ ଏକ୍ସ ୟୁଜର୍ସ, ଯିଏକି ଜଣେ ସାମ୍ବାଦିକ ବୋଲି ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ନିଜ ସୋସିଆଲ ମିଡିଆରେ ୪ ମାର୍ଚ୍ଚ ୨୦୨୫ରେ ପୋଷ୍ଟ କରି ଲେଖିଛନ୍ତି, The video is from an anti-terrorism mock drill carried out by The National Security Guard (NSG) on the spacious campus of Vellore Institute of Technology. ଉକ୍ତ ଭିଡିଓଟି ଭେଲୋର ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜିର ବିରାଟ କ୍ୟାମ୍ପସ ଭିତରର ଦୃଶ୍ୟ, ଯେଉଁଥିରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡଙ୍କ ଦ୍ଵାରା ମକ୍ ଡ୍ରିଲ କରାଯାଉଛି । ଉକ୍ତ କିୱାର୍ଡ ଗୁଡିକ ନେଇ ଅନୁସନ୍ଧାନ କରିବାରୁ, ଦ ହିନ୍ଦୁରେ ପ୍ରସାରିତ ଏକ ଖବର ହସ୍ତଗତ ହୋଇଥିଲା । ମାର୍ଚ୍ଚ ୨୦୨୫ରେ ଏକ ବିସ୍ତୃତ ଖବର ପ୍ରସାରିତ କରି ଦ ହିନ୍ଦୁ ଉଲ୍ଲେଖ କରିଛି, ବିପଦ ସମୟରେ ଆବଶ୍ୟକ ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟର ଅଭ୍ୟାସ ନିମନ୍ତେ ଭେଲୋର ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜି (ଭିଆଇଟି)ର ପ୍ରଶସ୍ତ କ୍ୟାମ୍ପସରେ ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି) ମକ୍ ଡ୍ରିଲ୍ କରିଥିଲା । ତିନି ଘଣ୍ଟା ଧରି ଚାଲିଥିବା ଏହି ଅଭ୍ୟାସ ପାଇଁ ଜିଲ୍ଲା ପୋଲିସକୁ ଏନଏସଜି ସହିତ ସମନ୍ୱୟ କରିଥିବା ଏସପି ଏନ.ମାଥିଭାନନ୍ 'ଦି ହିନ୍ଦୁ'କୁ କହିଛନ୍ତି ଯେ, ଏନଏସଜି ଅଧିକାରୀମାନେ, ତାମିଲନାଡୁ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ପୋଲିସ ଏବଂ ଜିଲ୍ଲା ପୋଲିସର କମାଣ୍ଡୋଙ୍କ ଏକ ଦଳ ସହିତ, ଅପରାହ୍ନ ପ୍ରାୟ ୩ଟାରେ ସିଲଭର ଜୁବିଲି ଟାୱାର (SJT) କୋଠାରେ ଏକ ମକ୍ ଡ୍ରିଲ୍ କରିଥିଲେ । ଉକ୍ତ ଖବରରେ ଯେଉଁ ଫଟୋ ପ୍ରକାଶିତ ହୋଇଛି ତାହା ମଧ୍ୟ ଭାଇରାଲ ଭିଡିଓର ଏକ ଅଂଶ । ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭ୍ୟାସ ନିମନ୍ତେ ଏଭଳି ମକ୍ ଡ୍ରିଲ ବିଭିନ୍ନ କଲେଜ ଏବଂ ମଲ୍ ର କ୍ୟାମ୍ପସରେ କରାଯାଇଥାଏ । ଯାହାର କିଛି ନିୟୁଜ ଲିଙ୍କ ଏଠାରେ ଉପଲବ୍ଧ ରହିଛି ।ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଦାବିଟି ବିଭ୍ରାନ୍ତିକରକ । ଭାଇରାଲ ହେଉଥିବା ଭିଡିଓଟି କୌଣସି ଆକ୍ରମଣ ସମୟର ନୁହେଁ ବରଂ ଏନଏସଜି ଦ୍ୱାରା ପରିଚାଳିତ ଏକ ମକ୍ ଡ୍ରିଲର, ଯାହାକି ଭେଲୋର ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜିରେ ପରିଚାଳିତ ହୋଇଥିଲା ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software