About: http://data.cimple.eu/claim-review/964a1cb156785c8254eed6837751a11cfa625dcf5825b48724d6f1ca     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check : କର୍ଣ୍ଣାଟକର କ୍ରୀଷ୍ନା ନଦୀରେ ଏକ ବ୍ରିଜ୍ ନିର୍ମାଣ ସମୟରେ ମିଳିଥିଲା ଏହି ପ୍ରତିମା ତେଣୁ ଏଥିରୁ ଜଣାଯାଏଯେ ଦାବିଟି ଭ୍ରମାତ୍ମକ, କର୍ଣ୍ଣାଟକରେ କ୍ରୀଷ୍ନା ନଦୀରେ ଏକ ବ୍ରିଜ୍ ନିର୍ମାଣ ସମୟରେ ଉକ୍ତ ପ୍ରତିମା ଗୁଡିକ ମିଳିଥିଲା। ଉତ୍ତର ପ୍ରଦେଶର ସମ୍ଭଲ ଘଟଣା ସହ ନାହିଁ ଏହାର କୌଣସି ସମ୍ପର୍କ । Claim :ସମ୍ଭଲର ସର୍ଭେ ସମୟରେ ମିଳିଛି ହିନ୍ଦୁ ଦେବାଦେବୀଙ୍କ ପ୍ରତିମା Fact :କର୍ଣ୍ଣାଟକର କ୍ରୀଷ୍ନା ନଦୀରେ ଏକ ବ୍ରିଜ୍ ନିର୍ମାଣ ସମୟରେ ଉକ୍ତ ପ୍ରତିମା ଗୁଡିକ ମିଳିଥିଲା ମସଜିଦ ସର୍ଭେକୁ ନେଇ ଅଶାନ୍ତ ହୋଇପଡିଛି ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲା। ରବିବାର ଦିନ ଏଠାରେ ହିଂସା ଉଗ୍ର ରୂପ ନେଇଥିଲା। ବ୍ୟାପକ ପୋଡା ଜଳା ସାଙ୍ଗକୁ ପଥର ମାଡ ହୋଇଥିଲା। ଏହି ହିଂସାତ୍ମକ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ହିଂସାକାଣ୍ଡକୁ ନେଇ ସମାଜବାଦୀ ପାର୍ଟି ସାଂସଦ ଜିଆଉର୍ ରହମାନ ବିରୋଧରେ ସଂଘାତିକ ଅଭିଯୋଗ ହୋଇଛି । ପୁଲିସ ରୁଜୁ କରିଥିବା ଏଫଆଇଆର୍ରେ ଜିଆଉର ରହମାନଙ୍କୁ ମୁଖ୍ୟ ଅଭିଯୁକ୍ତ ରୂପେ ଦର୍ଶାଯାଇଛି । ଏପଟେ ସଂସଦରେ ନିଜର ପ୍ରଥମ ଉଦବୋଧନରେ ଖୁବ ଶାଣିତ ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଧୂଲେଇ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ।ହାଥରସରୁ ନେଇ ସମ୍ଭଲ, ଦେଶରେ ନ୍ୟିାୟିକ ବ୍ୟବସ୍ଥା ଧ୍ବସ୍ତ । ୧୦ ବର୍ଷ ହେଲା ସମ୍ବିଧାନକୁ ଭାଙ୍ଗିବାକୁ ବଦଳାଇବାକୁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର । କିନ୍ତୁ ଶାସକ ଦଳର ଚାଲକୁ ବୁଝିଗଲେ ଦେଶବାସୀ ତେଣୁ ଭୋଟରେ ଦେଲେ କଡ଼ା ଜବାବ ଏବଂ ମିଳିଲାନି ସଂଖ୍ୟା ଗରିଷ୍ଠତା । କାରଣ ଲୋକେ ସମ୍ବିଧାନ ବଦଳା ନୀତିକୁ ସହଜରେ ଗ୍ରହଣ କରିପାରିଲେନି । ତେଣୁ ଭୋଟରେ ଜବାବ ଦେଲେ ବୋଲି କହି କେନ୍ଦ୍ରକୁ ଏମିତି ଟାର୍ଗେଟ କରିଛନ୍ତି ନବନିର୍ବାଚିତ ୱାୟନାଡ଼ ସାଂସଦ ତଥା ରାଜୀବ ତନୟା ପ୍ରିୟଙ୍କା ଗାନ୍ଧୀ । ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ କିଛି ହିନ୍ଦୁ ଦେବାଦେବୀଙ୍କ ପ୍ରତିମା ଥିବା ବେଳେ ଏହାକୁ ସମ୍ଭଲର ସର୍ଭେ ସମୟରେ ମିଳିଛି ବୋଲି ଦାବି ରହିଛି । ଉକ୍ତ ଫଟୋ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, 1500 years old Vishnu statue, Sudarshana Chakra, Hindu symbols found in Sambhal Masjid survey 🙏 Every Hindu share and save Hinduism ଯାହାର ଓଡ଼ିଆ ହେଉଛି, ୧୫୦୦ ବର୍ଷର ପୁରୁଣା ପ୍ରତିମା ସମ୍ଭଲ ମସଜିଦ ସର୍ଭେ ସମୟରେ ମିଳିଛି ଯେଉଁଥିରେ ଏକ ବିଷ୍ଣୁ ପ୍ରତିମା ରହିଥିବା ବେଳେ ଏକ ସୁଦର୍ଶନ ଚକ୍ର ରହିଛି । ଯାହାର ଆର୍କାଇଭ ଲିଙ୍କ ଏଠାରେ, ଏଠାରେ ଏବଂ ସ୍କ୍ରିନସଟ ତଳେ ଉପଲବ୍ଧ ରହିଛି I ସତ୍ୟାସତ୍ୟ: ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଫେବୃଆରୀ ୨୦୨୪ରେ କର୍ଣ୍ଣାଟକରେ କ୍ରୀଷ୍ନା ନଦୀରେ ଏକ ବ୍ରିଜ୍ ନିର୍ମାଣ ସମୟରେ ଉକ୍ତ ପ୍ରତିମା ଗୁଡିକ ମିଳିଥିଲା । ଏହାର ସମ୍ଭଲ ମସଜିଦ ସର୍ଭେ ସହ ନାହିଁ କୌଣସି ସଞ୍ଜୋଗ । ତଦନ୍ତ କରିବାକୁ ଯାଇ ଉକ୍ତ ଫଟୋଗୁଡ଼ିକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ଏକ ସୋସିଆଲ ମିଡିଆ ପୋଷ୍ଟ ହସ୍ତଗତ ହୋଇଥିଲା । ୮ ଫେବ୍ରୁଆରୀ ୨୦୨୪ ରେ ଜଣେ ୟୁଜର୍ସ ଉକ୍ତ ଫଟୋ ଗୁଡିକ ସେୟାର କରି ଉଲ୍ଲେଖ କରିଛନ୍ତି, ୭. ଫେବ୍ରୁଆରୀ ୨୦୨୪ରେ ତେଲେଙ୍ଗାନା-କର୍ଣ୍ଣାଟକ ସୀମା ନିକଟସ୍ଥ କୃଷ୍ଣ ନଦୀ କୂଳରୁ ଏକ ଶତାବ୍ଦୀ ପୁରୁଣା ଠିଆହୋଇଥିବା ଅବସ୍ଥାରେ ବିଷ୍ଣୁଙ୍କର ମୁର୍ତ୍ତୀ ଏବଂ ଏକ ଶିବଲିଙ୍ଗ ମିଳିଛି । କର୍ଣ୍ଣାଟକର ରାଇଚୁରରେ ଏକ ସେତୁ ନିର୍ମାଣ ସମୟରେ ଏହାକୁ ପୁନରୁଦ୍ଧାର କରାଯାଇଛି । ବିଶ୍ୱାସ କରାଯାଏ ଯେ ମୂର୍ତ୍ତିଗୁଡ଼ିକ ୧୦୦୦ ବର୍ଷ ପୁରୁଣା ଆରମ୍ଭ ହୋଇଥାଇପାରେ । ବିଷ୍ଣୁ ଜୀଙ୍କର ପ୍ରତିମା ଏବଂ ଶିବଲିଙ୍ଗ ବର୍ତ୍ତମାନ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ରହିଛି । ଯେତେବେଳେ ଆମେ ଏହି ପୋଷ୍ଟରେ ସେୟାର ହୋଇଥିବା ଫଟୋ ସହ ଭାଇରାଲ ଫଟୋକୁ ତୁଳନା କରିଥିଲୁ ଉକ୍ତ ଫଟୋ ଗୁଡିକ ସମାନ ଥିବାର ଦେଖିବାକୁ ପାଇଥିଲୁ । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଉକ୍ତ ଫଟୋଗୁଡିକ ବହୁ ପୂର୍ବରୁ ଇଣ୍ଟରନେଟ ରେ ଉପଲବ୍ଧ ରହିଛି । ସେହିପରି ୭ ଫେବ୍ରୁଆରୀ ୨୦୨୪ ରେ ଉକ୍ତ ଫଟୋ ଗୁଡିକ ଏନଡିଟିଭି ନିଜ ସୋସିଆଲ ମିଡିଆରେ ସେୟାର କରି ଉଲ୍ଲେଖ କରିଛି, କର୍ଣ୍ଣାଟକ ନଦୀ ବନ୍ଧରେ ମିଳିଥିବା ଶତାବ୍ଦୀ-ପୁରୁଣା ବିଷ୍ଣୁ ପ୍ରତିମା ଏବଂ ଶିବଲିଙ୍ଗ । ଟାଇମ୍ସ ଅଫ ଇଣ୍ଡିଆ ୭ ଫେବୃଆରୀ ୨୦୨୪ ରେ ଏକ ବିସ୍ତୃତ ଖବର ପ୍ରକାଶ କରି ଉଲ୍ଲେଖ କରିଛି, ତେଲେଙ୍ଗାନା-କର୍ଣ୍ଣାଟକ ସୀମା ନିକଟସ୍ଥ ରାଇଚୁରରେ କ୍ରୀଷ୍ଣା ନଦୀ କୂଳରୁ ବିଷ୍ଣୁ ମୂର୍ତ୍ତି ଏବଂ ଶିବଲିଙ୍ଗ ସମେତ ପ୍ରାଚୀନ ହିନ୍ଦୁ କଳାକୃତିର ପୁନରୁଦ୍ଧାର ପାଇଁ ଅଧିକାରୀମାନେ ଘୋଷଣା କରିଛନ୍ତି । ନିକଟରେ ନଦୀ କୂଳରେ ଏକ ସେତୁ ନିର୍ମାଣ କାର୍ଯ୍ୟକଳାପ ଆବିଷ୍କାର ହୋଇଥିଲା। ଏହା ଅନୁମାନ କରାଯାଏ ଯେ ପ୍ରତିମା ଗୁଡିକ ୧୦୦୦ ବର୍ଷରୁ ଅଧିକ ହୋଇଥାଇପାରେ । ୧୧ ଫେବୃଆରୀ ୨୦୨୪ରେ ୱାଇଅନ ନାମକ ଏକ ଡିଜିଟାଲ ଗଣମାଧ୍ୟମ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ଼ କରି ଉଲ୍ଲେଖ କରିଛି, କ୍ରୀଷ୍ନା ନଦୀ କୂଳରେ ବହୁ ପୁରୁଣା ଶିବଲିଙ୍ଗ ଏବଂ ବିଷ୍ଣୁଙ୍କ ପ୍ରତିମା ମିଳିଛି । ସମାନ ସୂଚନା ସହ ନିୟୁଜ ୧୮ ଇଣ୍ଡିଆ ଉକ୍ତ ଖବରକୁ ପରିବେଷଣ କରିଥିବାର ଦେଖାଯାଇଛି । ତେଣୁ ଏଥିରୁ ଜଣାଯାଏଯେ ଦାବିଟି ଭ୍ରମାତ୍ମକ, କର୍ଣ୍ଣାଟକରେ କ୍ରୀଷ୍ନା ନଦୀରେ ଏକ ବ୍ରିଜ୍ ନିର୍ମାଣ ସମୟରେ ଉକ୍ତ ପ୍ରତିମା ଗୁଡିକ ମିଳିଥିଲା। ଉତ୍ତର ପ୍ରଦେଶର ସମ୍ଭଲ ଘଟଣା ସହ ନାହିଁ ଏହାର କୌଣସି ସମ୍ପର୍କ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 5 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software