About: http://data.cimple.eu/claim-review/96b3b4cd218c9fa777430f8910a5c5525ae771e93b0f9381cb3a5118     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ: ନାଁ, ଏହି କରୋନା ଭାଇରସ୍ ଟୀକା ନୁହେଁ, ଏହା ଗୋଟିଏ କୋଭିଡ୍ -19 ପରୀକ୍ଷା କିଟ୍ କରୋନା ଭାଇରସ୍ ବିଷୟରେ ଭୁଲ୍ ସୂଚନା ପ୍ରସାର କରୁଥିବା ସେହିଭଳି ଭାଇରାଲ୍ ପୋଷ୍ଟକୁ ବିଶ୍ବାସ ନ୍ୟୁଜ୍ ଖଣ୍ଡନ କରିଛି । ଏହି ପୋଷ୍ଟ ଗୁଡ଼ିକୁ ହେଲଥ୍ ଫ୍ୟାକ୍ଟ ଚେକ୍ ପେଜ୍ ରେ ଯାଞ୍ଚ କରାଯାଇ ପାରିବ । - By: Pallavi Mishra - Published: Apr 21, 2020 at 01:45 PM ସୋସିଆଲ୍ ମିଡିଆରେ ଗୋଟିଏ ଭାଇରାଲ୍ ପୋଷ୍ଟ ଦାବି କରେ ଯେ ଆମେରିକାର ବୈଜ୍ଞାନିକଙ୍କ ଦ୍ବାରା କରୋନା ଭାଇରସ୍ ଚିକିତ୍ସା କରିବା ପାଇଁ ଏକ ନୂଆ ଟୀକା ବାହାରିଛି । ଏହି ପୋଷ୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ରୋଚ୍ ମେଡିକାଲ୍ କମ୍ପାନୀ ଏହି ରବିବାର ଦିନ ଏହି ଟୀକା ଲଞ୍ଚ୍ କରିବ । ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଏହି ଭାଇରାଲ୍ ପୋଷ୍ଟ ମିଥ୍ୟା । ଏହି ଭାଇରାଲ୍ ଚିତ୍ରଟି କରୋନା ଭାଇରସ୍ ଟୀକାର ନୁହେଁ, ଏହା ପ୍ରକୃତରେ ଗୋଟିଏ କୋଭିଡ୍ -19 ପରୀକ୍ଷା କିଟ୍ । ଦାବି ବଚ୍ଛାବାବୁ ଯାଦବ ନାମକ ୟୁଜର୍ ଙ୍କ ଦ୍ବାରା ଫେସବୁକ୍ ରେ ସେୟାର ହୋଇଥିବା ଗୋଟିଏ ଭାଇରାଲ୍ ପୋଷ୍ଟ ଅନୁଯାୟୀ : ଆମେରିକାର ବୈଜ୍ଞାନିକଙ୍କ ଦ୍ବାରା କରୋନା ଭାଇରସ୍ ଚିକିତ୍ସା କରିବା ପାଇଁ ଏକ ନୂଆ ଟୀକା ବାହାରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ରୋଚ୍ ମେଡିକାଲ୍ କମ୍ପାନୀ ଏହି ରବିବାର ଦିନ ଏହି ଟୀକା ଲଞ୍ଚ୍ କରିବ । ଏହି ପୋଷ୍ଟର ଆର୍କାଇଭ୍ ସଂସ୍କରଣ ଏଠାରେ ଯାଞ୍ଚ କରାଯାଇ ପାରିବ । ଅନୁସନ୍ଧାନ ଚିତ୍ରର ଗୁଗଲ୍ ରିଭର୍ସ ଇମେଜ୍ ସର୍ଚ୍ଚ କରି ବିଶ୍ବାସ ନ୍ୟୁଜ୍ ତାହାର ଅନୁସନ୍ଧାନ ଆରମ୍ଭ କରିଥିଲା । ଏହି ସର୍ଚ୍ଚ ରୁ ଜଣା ପଡ଼ିଥିଲା ଯେ ପ୍ରଦର୍ଶିତ ଚିତ୍ର ଗୋଟିଏ ଟୀକାର ନୁହେଁ , ଏହା ନୋଭେଲ୍ କରୋନା ଭାଇରସ୍ ପାଇଁ ଏକ ପରୀକ୍ଷା କିଟ୍ । ଆମେ ସୁଗେନଟେକ୍ ୱେବସାଇଟ୍ କୁ ଯାଇଥିଲୁ ଯାହା ହେଉଛି ଭାଇରାଲ୍ ଚିତ୍ରରେ ଥିବା ଉତ୍ପାଦର ନିର୍ମାତା । ପ୍ରଡକ୍ଟର ବର୍ଣ୍ଣନା ଦର୍ଶାଉଛି ଯେ, “ଏସ୍ ଜି ଟାଇ–ଫ୍ଲେକ୍ସ କୋଭିଡ୍-19 IgM/IgG ” ହେଉଛି ଗୋଟିଏ ଗୋଲ୍ଡ ନାନୋପାର୍ଟିକାଲ୍ ଆଧାରିତ ଇମ୍ୟୁନୋକ୍ରୋମାଟୋଗ୍ରାଫିକ୍ ଟେଷ୍ଟ କିଟ୍ ବା ପରୀକ୍ଷା କିଟ୍ । ଏହା ମଣିଷର ସମ୍ପୂର୍ଣ୍ଣ ରକ୍ତ ( ଫିଙ୍ଗର ପ୍ରିକ୍ କିମ୍ବା ଭେନସ୍), ସିରମ କିମ୍ବା ପ୍ଲାଜମାରେ କୋଭିଡ୍ 19 IgM ଓ IgG ଆଣ୍ଟିବଡ଼ିର ଗୁଣାତ୍ମକ ନିର୍ଣ୍ଣୟ ପାଇଁ ଉଦ୍ଧିଷ୍ଟ । କିଟ୍ ଗୁଡ଼ିକ ସଠିକ ଏବଂ ବ୍ୟବହାର କରିବା ସହଜ ଓ ଏହାର ପରିଣାମ ମାତ୍ର 10 ମିନିଟ ମଧ୍ୟରେ ଖୋଲା ଅଖିରେ ଦେଖିହେବ । “ ଆମେ ଯେତେବେଳେ “ସୁଗେନଟେକ୍” ପେଜ୍ ର ‘ଆମ ବିଷୟରେ‘ ବିଭାଗ ଯାଞ୍ଚ କରିଲୁ, ଆମେ ଜାଣିବାକୁ ପାଇଲୁ ଯେ ସୁଗେନଟେକ୍ ଆଇଏନ୍ ସି ହେଉଛି କୋରିଆ ଆଧାରିତ ନିର୍ମାତା ଯାହା ବିଭିନ୍ନ ଇନ୍-ଭିଟ୍ରୋ ଡାଇଗ୍ନୋଷ୍ଟିକ୍ ଉତ୍ପାଦଗୁଡିକର ବ୍ୟବସାୟିକୀକରଣର ବିକାଶ କରେ | ବିଶ୍ବାସ ନ୍ୟୁଜ୍ ଡାକ୍ତର ନିଖିଲ ମୋଦିଙ୍କ ସହ କଥା ହୋଇଥିଲେ, ଯିଏ ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ପୁଲମୋନୋଲୋଜିଷ୍ଟ ଅଛନ୍ତି । ଆମେ ତାଙ୍କୁ ଭାଇରାଲ୍ ଚିତ୍ର ଦେଖାଇଥିଲୁ । ସେ କହିଥିଲେ, କରୋନା ଭାଇରାସ୍ ପରୀକ୍ଷା କରିବା ପାଇଁ କୋରିଆ କମ୍ପାନୀ ଦ୍ବାରା ବିକଶିତ ଏହା ହେଉଛି ଏକ ଟେଷ୍ଟ କିଟ୍ । ଏହା ଏକ ଟୀକା ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍ ପାଇଁ କୌଣସି ଟୀକା ନାହିଁ ।“ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ( ଆଇସିଏମ୍ ଆର୍) ମଧ୍ୟ ଟେଷ୍ଟ କିଟ୍ କୁ ବ୍ୟବସାୟୀକ ବ୍ୟବହାର ପାଇଁ ସୁପାରିଶ କରିଛି । ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଅନୁଯାୟୀ, 2019-nCoV ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ବାହାରି ନାହିଁ । ତେବେ, ଏହି ଶ୍ବାସକ୍ରିୟା ସମ୍ବନ୍ଧୀୟ ଭାଇରସ୍ ବ୍ୟାପିବା ରୋକିବାରେ ସାହାଯ୍ୟ କରିବା ପାଇଁ ନିବାରଣାତ୍ମକ କାର୍ଯ୍ୟ ଗ୍ରହଣ କରାଯାଇପାରେ । निष्कर्ष: କରୋନା ଭାଇରସ୍ ବିଷୟରେ ଭୁଲ୍ ସୂଚନା ପ୍ରସାର କରୁଥିବା ସେହିଭଳି ଭାଇରାଲ୍ ପୋଷ୍ଟକୁ ବିଶ୍ବାସ ନ୍ୟୁଜ୍ ଖଣ୍ଡନ କରିଛି । ଏହି ପୋଷ୍ଟ ଗୁଡ଼ିକୁ ହେଲଥ୍ ଫ୍ୟାକ୍ଟ ଚେକ୍ ପେଜ୍ ରେ ଯାଞ୍ଚ କରାଯାଇ ପାରିବ । - Claim Review : ଆମେରିକୀୟ ବୈଜ୍ଞାନିକ ଦ୍ବାରା କରୋନା ଭାଇରସ୍ ର ନୂଆ ଟୀକା ବିକଶିତ ହୋଇଛି - Claimed By : Abhinav Saini - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 5 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software