About: http://data.cimple.eu/claim-review/9d987d615bee54bc9e716707afc8f8069aa098d53f982f36c78cecf3     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଅଟୋରିକ୍ସା ପଛପଟେ କେଜ୍ରିୱାଲଙ୍କୁ ନେଇ ରାଜନୈତିକ ମନ୍ତବ୍ୟ ଏଡିଟ୍ କରାଯାଇ ହେଉଛି ଭାଇରାଲ ଅଟୋ ରିକ୍ସା ପଛପଟେ କେଜ୍ରିୱାଲଙ୍କୁ ନେଇ ଲେଖା ହୋଇଥିବା ଫଟୋଟି କୁ ଏଡିଟ୍ କରାଯାଇ ସେୟାର କରାଯାଇଛି । Claim :ଅଟୋ ପଛପଟେ କେଜ୍ରିୱାଲ ହଟାଇବା ନାରା Fact :ଫଟୋଟି ଏଡିଟ୍ ହୋଇ କରାଯାଉଛି ଭାଇରାଲ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଏକ ବଡ ଧକ୍କା ଲାଗିଛି। ବିଜେପି ନେତା ବ୍ରହ୍ମା ସିଂ ତନୱର ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଆପ୍ ରେ ଯୋଗ ଦେଇଛନ୍ତି। ଦୀପାବଳି ଦିନ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ବିଜେପି ବିଧାୟକ ବ୍ରହ୍ମା ସିଂ ତନୱରଙ୍କ ଦକ୍ଷିଣ ଦିଲ୍ଲୀ ଏବଂ ଦିଲ୍ଲୀ ଦେହାତରେ ସ୍ୱତନ୍ତ୍ର ପରିଚୟ ରହିଛି। ତନୱର ତିନିଥର ବିଧାୟକ ହୋଇଛନ୍ତି ଏବଂ ତିନିଥର କାଉନସିଲର ମଧ୍ୟ ରହିଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟ ଶୈଳୀ ମୋତେ ପ୍ରଭାବିତ କରିଛି ବୋଲି ଆପ୍ ରେ ଯୋଗଦେବେ ପରେ କହିଛନ୍ତି ତନୱର । ତନୱର ଏହା ମଧ୍ୟ କହିଛନ୍ତି, ଆଜି ମୁଁ ଭାରତୀୟ ଜନତା ପାର୍ଟି ସହିତ ମୋର ସମ୍ପର୍କ ଭାଙ୍ଗି ଆମ୍ ଆଦମୀ ପାର୍ଟିରେ ଅରବିନ୍ଦ କେଜ୍ରିୱାଲଙ୍କ ସହ କାମ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଇଛି । ଉକ୍ତ ଫଟୋରେ କିଛି ଅଟୋ ଠିଆ ହୋଇଥିବା ବେଳେ ଏକ ଅଟୋରେ ହିନ୍ଦୀରେ, 'केजरीवाल को दिल्ली से भगायेंगे' ଲେଖା ହୋଇଛି । ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏଯେ , କେଜ୍ରିୱାଲଙ୍କୁ ଦିଲ୍ଲୀରୁ ଭାଗାଇବାର ଅଛି । ଉକ୍ତ ଫଟୋକୁ ବିଜେପି ଦିଲ୍ଲୀ ସୋସିଆଲ ମିଡିଆ ସେଲ୍ ଏବଂ କିଛି ଦଳୀୟ ନେତା ମଧ୍ୟ ସେୟାର କରିଥିଵାର ଦେଖା ଦେଇଛି । ବିଜେପି ଦିଲ୍ଲୀ ସୋସିଆଲ ମିଡିଆ ସେଲ୍ ଉକ୍ତ ଭିଡିଓକୁ ସେୟାର କରି ଉଲ୍ଲେଖ କରିଛି, दिल्लीवालों ने ठाना है : केजरीवाल को भगाना है ! #AAP_हटाओ_दिल्ली_बचाओ ଯାହାର ଓଡ଼ିଆ ଅନୁବାଦ ହେଉଛି, ଦିଲ୍ଲୀବାସୀ ନିର୍ଣ୍ଣୟ ନେଇ ସାରିଛନ୍ତି, କେଜ୍ରିବାଲ୍ ଙ୍କୁ ହଟାଇବାର ଅଛି । ଆପ୍ ହଟାଓ ଓଡ଼ିଶା ବଞ୍ଚାଅ । ଉକ୍ତ ଫଟୋଟି ୨୮ ଅକ୍ଟୋବର ୨୦୨୪ରେ ସେୟାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଫଟୋଟିକୁ ୫୦.୩ ହଜାର ଜଣ ୟୁଜର୍ସ ଦେଖି ସାରିଥିବା ବେଳେ ଫଟୋଟିକୁ ୨୭୭୨ ଲାଇକ ମିଳିଛି । ସେହିପରି କିଛି ବିଜେପି ରାଜନେତା ମଧ୍ୟ ଉକ୍ତ ଫଟୋକୁ ସମାନ ଲେଖା ସହ ସେୟାର କରିଥିବାର ଦେଖା ଦେଇଛି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ଫଟୋଟିକୁ ଏଡିଟ୍ କରାଯାଇ ସେୟାର କରାଯାଇଛି । ତଦନ୍ତ କରିବାକୁ ଯାଇ, ଉକ୍ତ ଫଟୋଟିକୁ ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚରେ ଅନୁଧ୍ୟାନ କରିବାରୁ ୱେବସାଇଟ Wikimediaରେ ଉକ୍ତ ଫଟୋଟି ଅପଲୋଡ଼ ହୋଇଥିବାର ଦେଖାଯାଇଛି । ଫଟୋ ସାରାନ୍ସରେ ଫଟୋଟି ୯ ଅପ୍ରେଲ ୨୦୧୩ରେ ଉଠାଯାଇଥିବାର ଲେଖା ହୋଇଥିବା ବେଳେ, ଉକ୍ରଳ ଫଟୋଟି ଦିଲ୍ଲୀର ହଉଜଖାସ ଅଞ୍ଚଳର ବୋଲି ମଧ୍ୟ ଦର୍ଶାଯାଇଛି । ହେଲେ ଯେଉଁଠି କେଜ୍ରିୱାଲଙ୍କ ବିଷୟରେ ଲେଖା ରହିଛି ସେଇଠି, ହିନ୍ଦୀରେ ଆୟୁଷ୍ ଗୁପ୍ତା, ଆକାଂକ୍ଷା ଲେଖା ହୋଇଛି । ଏବଂ ତଳେ ଘରକୁ କେବେ ଆସିବ ବୋଲି ହିନ୍ଦୀରେ ଲେଖା ହୋଇଛି । ସେହିପରି ଉକ୍ତ ଫଟୋ ଏବଂ ଭାଇରାଲ ହେଉଥିବା ଫଟୋକୁ ତୁଳନା କରିବାରୁ ଉଭୟ ଫଟୋରେ ଲେଖାକୁ ଛାଡିଦେଲେ ବାକି ସମସ୍ତ ସମାନ ଥିବାର ଦେଖା ଯାଇଛି । ଉକ୍ତ ଫଟୋଟିକୁ ବ୍ୟବହାର କରି The Secretariat ନାମକ ଏକ ୱେବସାଇଟ ଏକ ଖବର ପ୍ରକାଶିତ କରିଥିଵାର ଦେଖାଯାଇଛି । ଉକ୍ତ ଖବରରେ ଅଟୋରିକ୍ସା ଚାଳକଙ୍କ ଜୀବନୀ ଉପରେ ଲେଖା ଥିବାର ଜଣାଯାଇଛି । ଅନ୍ୟପଟେ, ଅଠା ନିର୍ମାଣ କରୁଥିବା ସଂସ୍ଥା ଫେଭିକଲ ନିଜ ଫେସବୁକ ପେଜ୍ ରେ ୬ ଫେବୃଆରୀ ୨୦୧୮ରେ ସେୟାର କରିଛି । ଫଟୋ ସେୟାର କରି ଫେଭିକଲ ଉଲ୍ଲେଖ କରିଛି, ସୁରକ୍ଷା ପାଇଁ ଦୂରତା ରକ୍ଷା କରନ୍ତୁ । ତେବେ ଯେତେବେଳେ ଆମେ ଉଭୟ ଫଟୋକୁ ତୁଳନା କରିଥିଲୁ ଭାଇରାଲ ଫଟୋ ଏବଂ ଫେଭିକଲ ଅପଲୋଡ଼ କରିଥିବା ଫଟୋରେ ବହୁ ସମାନତା ଦେଖା ଦେଇଥିଲା । ଯେପରିକି ଅଟୋର ବାମ ପାର୍ଶ୍ଵରେ ଥିବା ଆଉ ଏକ ଅଟୋ, ସାମ୍ନାରେ ଥିବା ଏକ ସବୁଜ ରଙ୍ଗର ବସ୍ ଏବଂ କଡରେ ଥିବା ଏକ ସିମେଣ୍ଟ ରଙ୍ଗର କାର୍ । ହେଲେ ଯେଉଁଠି କେଜ୍ରିୱାଲଙ୍କ ବିଷୟରେ ଲେଖା ରହିଛି ସେଇଠି, FEVICOL ଲେଖା ହୋଇଥିବା କମ୍ପାନୀର ଲୋଗୋ ରହିଛି । ଭାଇରାଲ ଫଟୋରେ ଅଟୋର ମଧ୍ୟ ସ୍ଥଳରେ କିଛି ଲେଖା ହୋଇନଥିବା ବେଳେ ଉକ୍ତ ଫଟୋରେ ପାଖକୁ ଆସନ୍ତୁ ନାହିଁ ନଚେତ ଲାଖି ଯିବେ ବୋଲି ହିନ୍ଦୀରେ ଲେଖା ହୋଇଛି । ତେଣୁ ଏଥିରୁ ଜଣାଯାଏଯେ ଉକ୍ତ ଫଟୋ ଏବଂ ଭାଇରାଲ ହେଉଥିବା ଫଟୋ ଗୋଟିଏ ଫଟୋ । Aajtak ଉକ୍ତ ଘଟଣାକୁ ତଦନ୍ତକରି ଏକ ଖବର ପ୍ରସାରଣ କରି ଉଲ୍ଲେଖ କରିଛି, दिल्ली के ऑटो रिक्शा की फर्जी फोटो वायरल, असली फोटो में केजरीवाल के खिलाफ कुछ नहीं लिखा । ଯାହାର ଓଡ଼ିଆ ଅନୁବାଦ ହେଉଛି ଦିଲ୍ଲୀ ର ଏକ ଅଟୋ ର ଫଟୋକୁ ଏଡିଟ୍ କରାଯାଇ ହେଉଛି ଭାଇରାଲ, ପ୍ରକୃତ ଫଟୋରେ କେଜ୍ରିୱାଲଙ୍କ ବିଷୟରେ କିଛି ଲେଖା ହୋଇନାହିଁ । ଏଥିରୁ ଜଣାଯାଏଯେ ବିଜେପି ସେୟାର କରିଥିବା ଫଟୋ ର ବହୁ ପୂର୍ବରୁ ଏହି ଫଟୋ ଇଣ୍ଟରନେଟରେ ଉପଲବ୍ଧ ରହିଛି । ତେଣୁ ଏଥିରୁ ପ୍ରମାଣିତ ହେଲା ଯେ, ଅଟୋ ରିକ୍ସା ପଛପଟେ କେଜ୍ରିୱାଲଙ୍କୁ ନେଇ ଲେଖା ହୋଇଥିବା ଫଟୋଟି କୁ ଏଡିଟ୍ କରାଯାଇ ସେୟାର କରାଯାଇଛି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software