About: http://data.cimple.eu/claim-review/9db96d0dcfe8a7e5f980e6f43ea3bf281bd8b6fb3f42b5ff2b3f25ca     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ସୁରକ୍ଷିତ ସ୍ଥାନକୁ ହାତୀପଲ ଯାଉଥିବା ଭିଡିଓଟି ନୁହେଁ ୱାୟନାଡ଼ ଭୁସ୍ଖଳନ ସମୟର Claim :ୱାୟନାଡ଼ ଭୁସ୍ଖଳନ ର ଏକ ଘଣ୍ଟା ପୂର୍ବରୁ ହାତୀପଲ ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି, ଏହା ଦର୍ଶାଉଛିଯେ ପଶୁ ମାନେ ଏନେଇ ଆଗାମୀ ସୂଚନା ପାଇପାରନ୍ତି Fact :ଏହା ବହୁ ପୁରୁଣା ଭିଡିଓ, ୱାୟନାଡ଼ ଭୁସ୍ଖଳନ ସହ ଏହାର କୌଣସି ସାମଞ୍ଜସ୍ୟ ନାହିଁ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ଙ୍କ ସୂଚନା ଅନୁଯାୟୀ; କେରଳରେ ହୋଇଥିବା ଭୂସ୍ଖଳନକୁ ଜାତୀୟ ବିପର୍ଯ୍ୟୟ ଭାବରେ ଶ୍ରେଣୀଭୁକ୍ତ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଥିବା ବେଳେ, ୪ ଅଗଷ୍ଟ ୨୦୨୪ ରେ କେନ୍ଦ୍ର ସରକାର ଏନେଇ ବିଚାର ଆରମ୍ଭ କରିପାରନ୍ତି । ମୁଣ୍ଡାକ୍କାଇ ଏବଂ ଚୋରାଲମାଲା ଅଞ୍ଚଳରେ ଶହଶହ ଘର ନଷ୍ଟ ହୋଇଥିବା ଭୂସ୍ଖଳନକୁ ଆକଳନ କରିବା ପରେ କେନ୍ଦ୍ର ସରକାର ଏହାର ଆଇନଗତ ଦିଗ ଯାଞ୍ଚ କରିବେ। କେରଳ ରେ ପରିବେଶ ସନ୍ତୁଳନ କ୍ଷେତ୍ରରେ ହାତୀଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ତେବେ ହାତୀ ମଣିଷ ଲଢେଇ ହେତୁ ବହୁ ସମୟରେ ବହୁ ନୀରିହ ମଣିଷଙ୍କ ପ୍ରାଣହାନି ଘଟିଥିବାବେଳେ ଅନ୍ୟପକ୍ଷେ ମଣିଷ ଙ୍କ ଗୁଳିମାଡରେ ବହୁ ହାତୀଙ୍କ ପ୍ରାଣ ହରାଇଥିବା ଦେଖା ଦେଇଛି । ୱାୟନାଡ ଭୁସ୍କଳନ ସମୟରେ ହାତୀ ମଣିଷକୁ ନେଇ ଏକ ସକରାତ୍ମକ ଘଟଣା ଘଟିଥିବାର ଦେଖା ଦେଇଛି । ଭୁସ୍ଖଳନ ରେ ଜୀବନ ଫେରି ପାଇଥିବା ପରିବାରଙ୍କ ମଧ୍ୟରେ ଅଛନ୍ତି ସୁଜାତା ଅନୀନାଚିରା ଏବଂ ତାଙ୍କ ପରିବାର । ଭୁସ୍ଖଳନ ପରେ ସବୁ କିଛି ହରାଇବା ପରେ ସୁଜାତା ଚେତା ଫେରିବା ପରେ ନିଜର ନାତୁଣି ମୃଦୁଳା କାନ୍ଦଣା ସ୍ୱର ଶୁଣିଥିଲେ । ସବୁ ଆଡେ ଖାଲି ପାଣି ଏବଂ ଅନ୍ଧାର, ନିଜନାତୁଣୀ ର ଜୀବନ ବଞ୍ଚାଇବାକୁ ଯାଇ ତା କୁନି କାଣି ଆଙ୍ଗୁଠିକୁ ଧରି ଭୁସ୍ଖଳନ ଅଞ୍ଚଳରୁ ପହଁରି ଉଦ୍ଧାର ହୋଇଥିଲେ । ପରେପରେ ସୁଜାତାଙ୍କ ପୁଅ ଗିରିଷ ତାଙ୍କ ବୋହୁ ସୁଜିତା ମଧ୍ୟ ଉଦ୍ଧାର ହୋଇ ଆସିଥିଲେ । ସମସ୍ତେ ନିଜ ଜୀବନ ବଞ୍ଚାଇ ପାହାଡ଼ ଉପରକୁ ଚଢି ଯାଇଥିବାବେଳେ ଏକ ବିରାଟ ହାତୀର ସାମ୍ନାରେ ପହଞ୍ଚିଥିଲେ । ଉକ୍ତ ହାତୀ ନିକଟରେ ଆଉକିଛି ହାତୀ ମଧ୍ୟ ଉପସ୍ଥିତ ଥିଲେ । ସୁଜାତା ଭୟବିତ ହୋଇ ପଡିଥିବା ବେଳେ ଭାବବିହ୍ଵଳ ହୋଇ ନିଜ ଦୁର୍ଦ୍ଦଶା ହାତୀଙ୍କୁ ଶୁଣାଇ ଥିଲେ, ନିଜର ଏବଂ ନିଜ ପରିବାର ବର୍ଗଙ୍କୁ ଆକ୍ରମଣ ନ କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ତେବେ ହାତୀମାନେ ତାଙ୍କୁ କୌଣସି କ୍ଷତି ପହଁଚାଇନଥିଲେ ଏପରିକି ସକାଳ ହେବା ପର୍ଯ୍ୟନ୍ତ ହାତୀ ମାନେ ସେଠାରୁ ନ ଯାଇ ତାଙ୍କୁ ସୁରକ୍ଷା ଦେଉଥିଲେ । ଗୋଟିଏ ହାତୀ ଆଖିରୁ ଲୁହ ମଧ୍ୟ ବାହାରିଥିବା ବୋଲି ସୁଜାତା ସୂଚନା ଦେଇ ଭାବବିହ୍ଵଳ ହୋଇ ଉଠିଥିଲେ । ଇତିମଧ୍ୟରେ ୧୬ ସେକେଣ୍ଡ ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ସେୟାର କରୁଥିବା ୟୁଜର୍ସ ଏହା ୱାୟନାଡ଼ ଭୁସ୍ଖଳନ ସମୟର ବୋଲି ଦାବି କରିଥିବା ବେଳେ । " ଭୁସ୍ଖଳନର ପୂର୍ବ ଅନୁମାନ ପାଇ ହାତୀମାନେ ସ୍ଥାନ ପରିବର୍ତ୍ତନ କରୁଛନ୍ତି ବୋଲି ଦର୍ଶାଇଛନ୍ତି" । ସତ୍ୟାସତ୍ୟ: ଦାବିରେ କୌଣସି ସତ୍ୟତା ନଥିବାର ଜଣାଯାଇଥିବା ବେଳେ, ଏହାସହ ୱାୟନାଡ଼ ଭୁସ୍ଖଳନର କୌଣସି ସାମଞ୍ଜସ୍ୟ ନଥିବାର ଜଣାଯାଇଛି । ଭାଇରାଲ ପୋଷ୍ଟ ରେ ଥିବା କମେନ୍ଟ ଗୁଡିକ ପଢି ଜଣାପଡିଛି ଯେ ଜଣେ ଉକ୍ତ କମେନ୍ଟ ବକ୍ସ ରେ ଜଣେ ଉଲ୍ଲେଖ କରିଛନ୍ତି ଏହା ଏକ ପୁରୁଣା ଭିଡିଓ, ଏହା ସହ ଏକ ପୋଷ୍ଟ ର ଫଟୋ ମଧ୍ୟ ସେୟାର କରିଛନ୍ତି । ପୋଷ୍ଟ ରେ ଉଲ୍ଲେଖ ରହିଛିଯେ ଏହା ଜାନୁଆରୀ ମାସର ଭିଡିଓ । ଉକ୍ତ ସ୍କ୍ରିନସଟ୍ ଟିକୁ ଅନୁଧ୍ୟାନ କରିବାରୁ ଜଣାଯାଏଯେ ଜଣେ ୱାୟନାଡ଼ନ ନାମକ ଜଣେ ୟୁଜର୍ସ ଏହି ଭାଇରାଲ ଭିଡିଓ କୁ ଜାନୁଆରୀ ମାସରେ ପୋଷ୍ଟ କରିଥିବାର ଦେଖା ଯାଇଛି । ୱାୟନାଡ଼ନ ଆକାଉଣ୍ଟ କୁ ଇନଷ୍ଟାଗ୍ରାମରେ ସର୍ଚ୍ଚ କରିବାରୁ ଜଣାଯାଏଯେ ଉକ୍ତ ଭିଡିଓ ଟି ଏହି ଆକାଉଣ୍ଟରେ ୧୨ ଜାନୁଆରୀ ୨୦୨୪ରେ ଉପଲବ୍ଧ ଅଛି । ଅଧିକ ଅନୁସନ୍ଧାନ ରୁ ଜଣାଯାଏଯେ 'Travel with AJ' ନାମକ ଜଣେ ୟୁଟ୍ୟୁବର ୩ ଅପ୍ରେଲ ୨୦୨୪ରେ ଉକ୍ତ ଭିଡିଓ କୁ ନିଜ ୟୁଟ୍ୟୁବ ଚ୍ୟାନେଲ ରେ ସେୟାର କରିଛନ୍ତି । ଏଥିରୁ ପ୍ରମାଣିତ ହେଲା ଯେ ଭିଡିଓ ଟି ଭୁସ୍ଖଳନ ସମୟର ବହୁ ମାସ ପୂର୍ବରୁ ଇଣ୍ଟରନେଟରେ ଉପଲବ୍ଧ ଅଛି । ରେଡ଼୍ ଏଫଏମ ବେଙ୍ଗାଲୁରୁ ର ଏକ ପୋଷ୍ଟରେ ଉକ୍ତ ଭିଡିଓ ସେୟାର ହୋଇଥିବା ବେଳେ କମେନ୍ଟ ବକ୍ସ ରେ ୟୁଜର୍ସ ବିଭିନ୍ନ ପ୍ରକାରର ମତାମତ ଦେଇଲେଖିଛନ୍ତି, "ଏହା ଏକ ଫେକ୍ ଦାବି, ଭୁସ୍ଖଳନ ହେଲା ରାତି ପ୍ରାୟ ୧.୩୦ ସମୟରେ, ଏକ ଘଣ୍ଟା ପୂର୍ବରୁ ଅର୍ଥାତ ୧୨.୩୦ ରାତି । ଭିଡିଓ ରେ ହାତୀ ଯାଉଥିବା ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉଛି ତେଣୁ ଏହା ଦିନ ବେଳର ଭିଡିଓ" । "ଏହି ଭିଡିଓ ଟି କେରଳର କିନ୍ତୁ ଏହା ଭୁସ୍ଖଳନ ଦିନର ଭିଡିଓ ନୁହେଁ, ଏହା ସମ୍ପୂର୍ଣ୍ଣ ଦିନ ସମୟର ଭିଡିଓ "। " ଏହା ସମ୍ପୂର୍ଣ୍ଣ ପୁରୁଣା ଭିଡିଓ" ଭୁସ୍ଖଳନ ସହ କୌଣସି ସାମଞ୍ଜସ୍ୟ ନାହିଁ" । " ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ, ଭୁସ୍ଖଳନ ହେଲା ବିଳମ୍ବିତ ରାତିରେ କିନ୍ତୁ ଏହି ଭିଡିଓ ଟି ଦିନ ବେଳର ଏକ ଘଣ୍ଟା ପୂର୍ବରୁ ସୁଟ୍ ହେଲା କିପରି" । ତେଣୁ ଦାବିରେ କୌଣସି ସତ୍ୟାସତ୍ୟ ନଥିବାର ଦେଖିବାକୁ ମିଳିଛି । ଉକ୍ତ ଭାଇରାଲ ହେଉଥିବା ଭିଡିଓ ଟି ବହୁ ପୁରୁଣା ହୋଇଥିବା ବେଳେ, ବର୍ତ୍ତମାନ ଭୁସ୍ଖଳନ ସହ କୌଣସି ସାମଞ୍ଜସ୍ୟ ନାହିଁ ।
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software