About: http://data.cimple.eu/claim-review/a847d21329a75aa40c1109743ce3476de3dcc6201838d63996def171     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଥିଲା ଡିଆରଡିଓ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରବିବାର ତଥା ୧୭ନଭେମ୍ବର ୨୦୨୪ରେ ଓଡ଼ିଶା ଉପକୂଳରୁ ଏକ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି । ଏଥିରେ କାହାର ପ୍ରାଣହାନି ଘଟିନାହିଁ କି କିଛି କ୍ଷୟକ୍ଷତି ଘଟିନାହିଁ ବରଂ ଭାରତର ସଫଳ ଯାତ୍ରାରେ ଆଉ ଏକ ପୃଷ୍ଠା ଯୋଡ଼ି ହୋଇଯାଇଛି । Claim :ଭାରତର ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା ବିଫଳ ହୋଇଥିବା ବେଳେ, ଓଡ଼ିଶାର ଏକ ସହର ନିକଟରେ ଏହି କ୍ଷେପଣାସ୍ତ୍ର ଅବତରଣ କରିବା ସହ ୧୪ ଜଣଙ୍କ ମୃତ୍ୟୁ ଏବଂ ୧୦୦ ଜଣ ଆହତ ହୋଇଛନ୍ତି Fact :ଡିଆରଡିଓ ଭାରତର ପ୍ରଥମ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ଓଡ଼ିଶା ଉପକୂଳରେ ସଫଳ ପରୀକ୍ଷଣ କରିଥିଲା ଭାରତୀୟ ନୌସେନା ଏବଂ ଡିଆରଡିଓ ପକ୍ଷରୁ ସମୁଦ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ପରୀକ୍ଷଣ କରାଯାଇଛି । ଯେଉଁଥିରେ ଭାରତୀୟ ନୌସେନା ତା’ର ନ୍ୟକ୍ଲିୟର ପାବର୍ଡ ସବମରୀନ ଆଇଏନଏସ ଅରିଘାତରୁ ସଫଳତାର ସହ K-4 SLBM ମିସାଇଲ ପରୀକ୍ଷା କରିଛି । ଏହି ପରୀକ୍ଷଣ ପରେ ଭାରତ ବର୍ତ୍ତମାନ ସମୁଦ୍ରରୁ ଆଣବିକ ଆକ୍ରମଣ କରିବାକୁ ସକ୍ଷମ ହେବ । ଏହାଦ୍ୱାରା ଭାରତର ଆଣବିକ ଶକ୍ତି ଆହୁରି ବୃଦ୍ଧି ପାଇଛି । ଏହି ପରୀକ୍ଷଣ ପରେ ଚୀନ୍ ପରେ ଭାରତ ଏସିଆର ଦ୍ୱିତୀୟ ଦେଶ ହୋଇପାରିଛି ଯେଉଁଥିରେ ବୁଡ଼ାଜାହାଜରୁ ଆଣବିକ ଆକ୍ରମଣ କରିବାର କ୍ଷମତା ରହିଛି । ଯଦି ଆମେ ଆଜି ସପଳତାର ସହ ପରୀକ୍ଷଣ ହୋଇଥିବା K-4 SLBM ର ଅଗ୍ନି ଶକ୍ତି ବିଷୟରେ ଆଲୋଚନା କରିବା, ତେବେ ସମଗ୍ର ପାକିସ୍ତାନ ଏବଂ ଚୀନ୍ର ଅଧା ଅଂଶ ଏହା ଭିତରେ ଆସିବ । ଏହି ସଫଳ ପରୀକ୍ଷଣ ପରେ ବିଶ୍ବ ସ୍ତରରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଅଧିକ ଶକ୍ତିଶାଳୀ ହେବ ବୋଲି ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଇତିମଧ୍ୟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ କ୍ଷେପଣାସ୍ତ୍ର ଉତକ୍ଷେପଣ ହେଉଥିବାବେଳେ ତାହା ପରୀକ୍ଷାରେ ବିଫଳ ହୋଇଥିବା ଦର୍ଶାଯାଇଛି । ସୋସିଆଲ ମିଡିଆରେ ଉକ୍ତ କ୍ଷେପଣାସ୍ତ୍ର ପରୀକ୍ଷଣ ବିଫଳ ହେବା ବେଳେ ଏଥିରେ ୧୪ ଜଣଙ୍କ ମୃତ୍ୟୁ ଏବଂ ୧୦୦ ଜଣ ଆହତ ହୋଇଥିବା ଉଲ୍ଲେଖ କରିଛନ୍ତି ୟୁଜର୍ସ । ଜଣେ ୟୁଜର୍ସ ନିଜ ସୋସିଆଲ ମିଡିଆରେ ଉକ୍ତ ଘଟଣାକୁ ଏକ ଖବର ପ୍ରସାରିତ ଆଧାରରେ ଉଲ୍ଲେଖ କରି ଲେଖିଛନ୍ତି, India's hypersonic missile test has failed, with the missile landing near a city in Odisha. 14 people were killed, and 100 were injured. ଯାହାର ଓଡ଼ିଆ ଅନୁବାଦ ହେଉଛି, ଭାରତର ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା ବିଫଳ ହୋଇଛି । ଓଡ଼ିଶାର ଏକ ସହର ନିକଟରେ ଏହି କ୍ଷେପଣାସ୍ତ୍ର ଅବତରଣ କରିବା ସହ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ଯାହାର ଆର୍କାଇଭ ଲିଙ୍କ ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା, ୧୭ ନଭେମ୍ବର ୨୦୨୪ରେ ଓଡ଼ିଶା ଉପକୂଳରୁ ଏକ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଡିଆରଡିଓ । ତଦନ୍ତ କରିବାକୁ ଯାଇ ଉକ୍ତ ଘଟଣା ନେଇ ଗୁଗୁଲରେ ସର୍ଚ୍ଚ କରିଥିଲୁ । ହେଲେ କୌଣସି ଗଣମାଧ୍ୟମରେ ଏନେଇ କୌଣସି ଖବର ପ୍ରସାରିତ ହୋଇଥିବାର ପାଇନଥିଲୁ । ସେହିପରି ଉକ୍ତ ଫଟୋକୁ ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାରୁ ୧୮ ନଭେମ୍ବର ୨୦୨୪ ରେ ଇଣ୍ଡିଆନ ଏକ୍ସପ୍ରେସ ଏକ ଖବର ପ୍ରସାରିତ କରିଥିଵାର ଦେଖିବାକୁ ମିଳିଛି । ଖବର ପ୍ରସାରିତ କରି ଇଣ୍ଡିଆନ ଏକ୍ସପ୍ରେସ ଉଲ୍ଲେଖ କରିଛି, ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରବିବାର ତଥା ୧୭ନଭେମ୍ବର ୨୦୨୪ରେ ଓଡ଼ିଶା ଉପକୂଳରୁ ଏକ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି । ସେହିପରି ଦ ପ୍ରିଣ୍ଟ ୧୭ ନଭେମ୍ବର ୨୦୨୪ରେ ଏକ ଭିଡିଓ ସେୟାର କରି ଉଲ୍ଲେଖ କରିଛି, India successfully test-fires maiden long range hypersonic missile. ୧୬ ନଭେମ୍ବର ୨୦୨୪ ରେ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଡିଆରଡିଓ । ଯାହାକି ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କାଲାମ ଦୀପରୁ ଉତକ୍ଷେପଣ କରାଯାଇଥିଲା । ଉକ୍ତ ଭିଡିଓକୁ ଏଏନଆଇ ମଧ୍ୟ ସେୟାର କରିଥିବା ଦେଖା ଯାଇଛି । ଏଥିରୁ ପ୍ରମାଣିତ ହେଲାଯେ ଭାଇରାଲ ଫଟୋ ଏବଂ ଦାବି ଉଭୟ ଭ୍ରମାତ୍ମକ ଅଟେ । ଉକ୍ତ ମିସାଇଲର ସଫଳ ପରୀକ୍ଷଣ ବିଷୟରେ ନିଜେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ୧୭ ନଭେମ୍ବର ୨୦୨୪ ରେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କାଲାମ ଦୀପରୁ ଉତକ୍ଷେପଣ ହୋଇଥିବା ଉକ୍ତ ମିସାଇଲର ପରୀକ୍ଷଣ ସଫଳ ହୋଇଥିବା ବେଳେ ସିଏ ଡିଆରଡିଓ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଏବଂ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସେହିପରି ପିଆଇବି ମଧ୍ୟ ଏକ ପ୍ରେସ୍ ବିବୃତି ପ୍ରଦାନ କରିଥିଵାରଦେଖିବାକୁ ମିଳିଛି । ଉକ୍ତ ମିସାଇଲର ସଫଳ ପରୀକ୍ଷଣ ନେଇ ବିଜନେସ ଷ୍ଟାଣ୍ଡାର୍ଡ, ଦ ହିନ୍ଦୁ, ଲାଇଭ ମିଣ୍ଟ, ଡିଡି ନିୟୁଜ ଭଳି ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବାର ଦେଖାଯାଇଛି । ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଦାବିଟି ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରବିବାର ତଥା ୧୭ନଭେମ୍ବର ୨୦୨୪ରେ ଓଡ଼ିଶା ଉପକୂଳରୁ ଏକ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି । ଏଥିରେ କାହାର ପ୍ରାଣହାନି ଘଟିନାହିଁ କି କିଛି କ୍ଷୟକ୍ଷତି ଘଟିନାହିଁ ବରଂ ଭାରତର ସଫଳ ଯାତ୍ରାରେ ଆଉ ଏକ ପୃଷ୍ଠା ଯୋଡ଼ି ହୋଇଯାଇଛି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 5 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software