About: http://data.cimple.eu/claim-review/a9d545e48e799d5082c9449f62ac7457d1e5926f9ffadd73cd4ba7eb     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ସତ୍ୟତା ଯାଞ୍ଚ : ଧୋନିଙ୍କ ଗିରଫ ହେବା ବିଷୟରେ ଭାଇରାଲ୍ ହେଉଥିବା ଦାବି ମିଥ୍ୟା ଅଟେ - By: Jyoti Kumari - Published: May 29, 2023 at 06:53 PM - Updated: Jul 10, 2023 at 11:47 AM ନୂଆଦିଲ୍ଲୀ (ବିଶ୍ଵାସ ନ୍ୟୁଜ୍) ମହେନ୍ଦ୍ର ସିଂ ଧୋନିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ନେଇ ଦାବି କରାଯାଉଛି ଯେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକଙ୍କୁ ଚେପକ୍ ଷ୍ଟାଡିୟମରୁ ଫିକ୍ସିଂ ଏବଂ ଅମ୍ରାପାଲି ସ୍କାମ ଅଭିଯୋଗରେ ଗିରଫ କରାଯାଇଛି। ବିଶ୍ଵାସ ନ୍ୟୁଜ୍ ଅନୁସନ୍ଧାନ କରି ଭାଇରାଲ୍ ଦାବି ମିଥ୍ୟା ବୋଲି ଜାଣିବାକୁ ପାଇଛି । ମୂଳ ଚିତ୍ରଟି ଚେପକ୍ ଷ୍ଟାଡିୟମର |ମିଥ୍ୟା ଦାବି ସହିତ ଚିତ୍ରଟିକୁ ଭାଇରାଲ କରାଯାଉଛି | ଭାଇରାଲ୍ କଣ ହେଉଛି ଫେସବୁକ୍ ବ୍ୟବହାରକାରୀ ଭିଭାନ୍ କପୁର ମେ 16 ରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, “‘Breaking news : MS Dhoni has been arrested from Chepauk Stadium last night for fixing and amrapali scam” ଅନ୍ୟ ଉପଭୋକ୍ତାମାନେ ଏହି ଫଟୋକୁ ସୋସିଆଲ ମିଡିଆରେ ସମାନ ଦାବି ସହିତ ସେୟାର କରୁଛନ୍ତି | ପୋଷ୍ଟର ଆର୍କାଇଭ୍ ସଂସ୍କରଣ ଏଠାରେ ଦେଖା ଯାଇପାରିବ | ଅନୁସନ୍ଧାନ ମହେନ୍ଦ୍ର ସିଂ ଧୋନିଙ୍କ ସହ ଜଡିତ ଦାବିର ସତ୍ୟତା ଜାଣିବା ପାଇଁ ବିଶ୍ଵାସ ନ୍ୟୁଜ୍ ପ୍ରଥମେ ଗୁଗୁଲ୍ ସର୍ଚ୍ଚର ସହାୟତା ନେଇଥିଲା । ସମ୍ବନ୍ଧୀୟ କୀ ୱାର୍ଡ ଟାଇପ୍ କରିବା ପରେ ଭାଇରାଲ୍ ଦାବିକୁ ପ୍ରମାଣ କରୁଥିବାର ଆମେ କୌଣସି ଖବର ପାଇଲୁ ନାହିଁ | ଯଦି ଧୋନିଙ୍କୁ ଗିରଫ କରାଯାଇଥାନ୍ତା, ଏହା ସହ ଜଡିତ ଖବର ପ୍ରତ୍ୟେକ ମିଡିଆ ସଂଗଠନର ହେଡଲାଇନରେ ରହିଥାନ୍ତା। ଅନୁସନ୍ଧାନକୁ ଆଗକୁ ନେଇ ଆମେ ଫଟୋକୁ ଗୁଗୁଲ୍ ଲେନ୍ସ ମାଧ୍ୟମରେ ଖୋଜିଲୁ | ଏହି ସମୟରେ, ଆମେ ଅନେକ ସ୍ଥାନରେ ଅପଲୋଡ୍ ହୋଇଥିବା ଭାଇରାଲ୍ ଚିତ୍ର ସହିତ ଜଡିତ ଭିଡିଓ ରିପୋର୍ଟ ପାଇଲୁ | ଭାଇରାଲ୍ ଭିଡିଓ ସହ ମେଳ ଖାଉଥିବା ଫଟୋ ‘CricCard’ର ଭେରିଫାଏଡ ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିବାକୁ ମିଳି ପାରିବ | 15 ମଇ 2023 ରେ ଅପଲୋଡ୍ ହୋଇଥିବା ଭିଡିଓ ସହିତ ଦିଆଯାଇଥିବା ସୂଚନା ଅନୁଯାୟୀ ‘’ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଧୋନି ସମସ୍ତଙ୍କ ହୃଦୟ ଜିତିଥିଲେ। କୋଲକାତା ନାଇଟ୍ ରାଇଡର୍ସ ଦଳ ସିଏସକେ ଦଳକୁ 6 ୱିକେଟରେ ପରାସ୍ତ କରିଥିଲା , ମ୍ୟାଚ୍ ଶେଷ ହେବା ପରେ ଏମଏସ ଧୋନି ଷ୍ଟାଡିୟମରେ ଉପସ୍ଥିତ ଥିବା ସିଏସକେ ପ୍ରଶଂସକଙ୍କୁ ଟେନିସ ବଲ ଉପହାର ଦେଇଥିଲେ ଏବଂ ପରେ ଧୋନି ମଧ୍ୟ ସୁନୀଲ ଗାଭାସ୍କରଙ୍କ ସାର୍ଟରେ ତାଙ୍କ ଅଟୋଗ୍ରାଫ ଦେଇଥିଲେ। ଏହାପରେ ଚେନ୍ନାଇ ପୋଲିସ କର୍ମଚାରୀ ଯେତେବେଳେ ଗ୍ରାଉଣ୍ଡକୁ ଆସିଥିଲେ, ଏମଏସ ଧୋନି ଗୋଟିଏ ପରେ ଗୋଟିଏ ସମସ୍ତ ପୋଲିସ କର୍ମଚାରୀଙ୍କ ସହ ହାତ ମିଳାଇଥିଲେ ଏବଂ ସେମାନଙ୍କ ସହ ଫଟୋ ମଧ୍ୟ କ୍ଲିକ୍ କରିଥିଲେ।‘’ ଭାଇରାଲ୍ ଚିତ୍ର ସହ ଜଡିତ ଖବର ‘he Cricket Chaska’ ୟୁଟ୍ୟୁବ୍ ଚ୍ୟାନେଲରେ ରେ ମଧ୍ୟ ପଢା ଯାଇପାରିବ। ଏହି ଭିଡିଓଟି ଚେପକ୍ ଷ୍ଟାଡିୟମର ବୋଲି କୁହାଯାଇଛି | ଭାଇରାଲ୍ ଦାବି ସମ୍ପର୍କରେ ଆମେ ଦୈନିକ ଜାଗରଣର କ୍ରୀଡ଼ା ସାମ୍ବାଦିକ ଅଭିଷେକ ତ୍ରିପାଠୀଙ୍କ ସହ ଯୋଗାଯୋଗ କରିଥିଲୁ। ଭାଇରାଲ ଦାବି ମିଥ୍ୟା ବୋଲି ସେ କହିଛନ୍ତି। ଆମ୍ରାପାଲି କେସ୍ କଣ ଜାଗରଣ ଡଟ କମ ରେ ପ୍ରକାଶିତ ଖବରରେ କୁହାଯାଇଥିଲା, “ଫ୍ଲାଟ କ୍ରେତାଙ୍କୁ ଫ୍ଲାଟ ଠିକ୍ ସମୟରେ ନ ଦେବା, ଜାଲିଆତି ସମେତ ଅନେକ ମାମଲା ଅମ୍ରାପାଲି ଗ୍ରୁପ ବିରୋଧରେ ଚାଲିଛି। ଏକ ଅଡିଟ୍ ରିପୋର୍ଟ ଅନୁଯାୟୀ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ଅମ୍ରାପାଲି ମାହି ଡେଭଲପର୍ସ ପିଭି ଲିମିଟେଡ୍ (AMDPL)ର ନିର୍ଦ୍ଦେଶକ ଥିଲେ ଏବଂ କମ୍ପାନୀର 25 ପ୍ରତିଶତ ମାଲିକାନା ତାଙ୍କ ନାମରେ ଥିଲା। ଏପ୍ରିଲ୍ 2016 ପର୍ଯ୍ୟନ୍ତ, ମହେନ୍ଦ୍ର ସିଂ ଧୋନି ଆମ୍ରାପାଲି ଗ୍ରୁପ୍ ର ବ୍ରାଣ୍ଡ ଆମ୍ବାସାଡର ଥିଲେ | ସୁପ୍ରିମକୋର୍ଟରେ ଉପସ୍ଥାପିତ ହୋଇଥିବା ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି ଯେ ମହେନ୍ଦ୍ର ସିଂ ଧୋନିଙ୍କର ସ୍ପୋର୍ଟ୍ସ ମାର୍କେଟିଂ ଏବଂ ମ୍ୟାନେଜମେଣ୍ଟ କମ୍ପାନୀ ରିତି ସ୍ପୋର୍ଟସ ମ୍ୟାନେଜମେଣ୍ଟରେ ସେଆର ଅଛି ଏବଂ ଏହି କମ୍ପାନୀ ଅମ୍ରାପାଲି ବିବାଦରେ ଜଡିତ ଅଛି। ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି ଯେ ଅମ୍ରାପାଲି ଗ୍ରୁପ୍ 2009 ରୁ 2015 ମଧ୍ୟରେ ରିତି ସ୍ପୋର୍ଟସକୁ 42.22 କୋଟି ଟଙ୍କା ଦେଇଛି। ଅନୁସନ୍ଧାନ ଶେଷରେ, ଆମେ ମିଥ୍ୟା ଦାବି ସହିତ ପୋଷ୍ଟ ସେୟାର କରିଥିବା ୟୁଜରଙ୍କର ଯାଞ୍ଚ କରିଛୁ| ଅନୁସନ୍ଧାନରୁ ଜଣାପଡିଛି ଯେ ଫେସବୁକରେ 4 ହଜାର ଲୋକ ୟୁଜରଙ୍କୁ ଅନୁସରଣ କରୁଛନ୍ତି। ସିଦ୍ଧାନ୍ତ: ଧୋନିଙ୍କ “ଗିରଫ ହେବା” କୁ ନେଇ ଭାଇରାଲ ହେଉଥିବା ଦାବି ବିଶ୍ଵାସ ନ୍ୟୁଜ୍ ଅନୁସନ୍ଧାନରେ ମିଥ୍ୟା ବୋଲି ଜଣାପଡିଛି। ଅସଲ ଫଟୋଟି ଚେପକ୍ ଷ୍ଟାଡିୟମର, କିନ୍ତୁ ଗିରଫ ହେବାର ନୁହେଁ, ଅଟୋଗ୍ରାଫ୍ ଦେବାର | ଯାହା ବର୍ତ୍ତମାନ ଏକ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି | - Claim Review : ଫିକ୍ସିଂ ଏବଂ ଅମ୍ରାପାଲି ସ୍କାମ ଅଭିଯୋଗରେ ଏମଏସ ଧୋନିଙ୍କୁ ଗତକାଲି ରାତିରେ ଚେପକ୍ ଷ୍ଟାଡିୟମରୁ ଗିରଫ କରାଯାଇଛି। - Claimed By : ଫେସବୁକ୍ ୟୁଜର୍-ଭିଭାନ୍ କପୁର - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 2 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software