About: http://data.cimple.eu/claim-review/c6272eebf869bff93ac6f01412ab3b5b172ffb81e4f8bc2d0e96e5ec     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ପାକିସ୍ତାନର ଏହି ଭିଡିଓରେ ଦେଖାଯାଇଥିବା ପୀଡିତା ଏବଂ ଅଭିଯୁକ୍ତ ସମାନ ସମ୍ପ୍ରଦାୟର ଅଟନ୍ତି, ସାମ୍ପ୍ରଦାୟିକତାର ରଙ୍ଗ ଦେଇ ସେୟାର କରାଯାଉଛି | ମହିଳାଙ୍କ ସହ ଏହି ବର୍ବରତାର ଘଟଣା ଜାନୁଆରୀ 2022 ରେ ପାକିସ୍ତାନର ସିଆଲକୋଟରେ ଘଟିଥିଲା। ଉଭୟ ଅଭିଯୁକ୍ତ ଏବଂ ପୀଡିତା ସମାନ ସମ୍ପ୍ରଦାୟର ଥିଲେ। ସାମ୍ପ୍ରଦାୟିକତାର ରଙ୍ଗ ଦେଇ ଭିଡିଓକୁ ଭାଇରାଲ କରାଯାଉଛି। - By: Sharad Prakash Asthana - Published: Sep 10, 2022 at 04:07 PM ନୂଆଦିଲ୍ଲୀ (ବିଶ୍ଵାସ ନ୍ୟୁଜ୍ ) ଜଣେ ମହିଳାଙ୍କ ସହ ବର୍ବରତାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି 1.21 ସେକେଣ୍ଡର ଭିଡିଓ ସେୟାର କରି ୟୁଜର୍ସମାନେ ଦାବି କରୁଛନ୍ତି ଯେ ପାକିସ୍ତାନରେ ଜଣେ ହିନ୍ଦୁ ମହିଳାଙ୍କୁ ଆକ୍ରମଣ କରାଯାଇଛି। ବିଶ୍ଵାସ ନ୍ୟୁଜ୍ ଏହାର ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ ଏହି ଘଟଣା ପାକିସ୍ତାନର ସିଆଲକୋଟରୁ ଆସିଛି। ଏଥିରେ ଉଭୟ ପୀଡିତା ଏବଂ ଅଭିଯୁକ୍ତ ସମାନ ସମ୍ପ୍ରଦାୟର ଅଟନ୍ତି। ଭାଇରାଲ୍ ପୋଷ୍ଟରେ କଣ ଅଛି ଫେସବୁକ ବ୍ୟବହାରକାରୀ Hiralal Narware (ଆର୍କାଇଭ୍ ଲିଙ୍କ୍) ଅଗଷ୍ଟ 28 ରେ ଭିଡିଓ ପୋଷ୍ଟ କରି ଲେଖିଥିଲେ, ଗୋଟିଏ ପଟେ ଆଫଗାନିସ୍ତାନ ମହିଳା ମାନଙ୍କୁ ବିଦେଶରେ ପଢିବାକୁ ବାରଣ କରିଥିବାବେଳେ ଅନ୍ୟପଟେ ପାକିସ୍ତାନ ହିନ୍ଦୁ ମହିଳାଙ୍କ ସହ ବର୍ବରତାର ଆଚରଣ କରୁଛି । ଜିହାଦୀମାନଙ୍କର ମହିଳା ବିରୋଧୀ ମାନସିକତାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ !! ଅନୁସନ୍ଧାନ ଭାଇରାଲ୍ ଭିଡିଓର ସତ୍ୟତା ଯାଞ୍ଚ କରିବାକୁ, ଆମେ ଗୁଗୁଲର ଇନଭିଡ୍ ଟୁଲରୁ କିଫ୍ରାମ୍ ବାହାର କଲୁ | ଗୁଗୁଲ୍ ରିଭର୍ସ ଇମେଜ୍ ସନ୍ଧାନରେ ଟ୍ୱିଟର ବ୍ୟବହାରକାରୀ Sahibzada Jawad Nizami ଙ୍କର (ଆର୍କାଇଭ ଲିଙ୍କ) ଏକ ଟୁଇଟ୍ ମିଳିଥିଲା। ଭାଇରାଲ୍ ଭିଡିଓ 9 ଜାନୁୟାରୀ 2022 ରେ ଅପଲୋଡ୍ କରାଯାଇଥିଲା | ଏଥିରେ ଲେଖା ହୋଇଛି ଯେ ମାମଲା ସିଆଲକୋଟର ଅଟେ। ସେଠାରେ କିଛି ଦୁଷ୍କର୍ମକାରୀ ମହିଳାଙ୍କ ସହ ଅସାଦଚାରଣକରିଛନ୍ତି। ଏଥିରେ ଆମେ ପାକିସ୍ତାନର ପଞ୍ଜାବ ପୋଲିସର ଉତ୍ତର ମଧ୍ୟ ପାଇଛୁ, ଯେଉଁଥିରେ କୁହାଯାଇଛି ଯେ ସିଆଲକୋଟ ପୋଲିସ ଏହି ମାମଲାରେ ଚାରି ଜଣ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରିଛି, ବାକି ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ। ଗୁଗୁଲରେ ଏହାକୁ କୀ-ୱର୍ଡ ସହିତ ସନ୍ଧାନ କରି, ଆମେ ଜିୟୋ ଡଟ୍ ଟିଭି ଏବଂ ଜିଏନଏନଏଚଡି ଡଟ୍ ଟିଭି ରେ ମଧ୍ୟ ଏହି ଖବର ପାଇଲୁ | ସେମାନଙ୍କ କହିବାନୁସାରେ, ସିଆଲକୋଟରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ମାଡ ଦିଆଯାଇଥିଲା। ଜମି ବିବାଦକୁ ନେଇ ହୋଇଥିବା ଏହି ଘଟଣାର କେହି ଜଣେ ଭିଡିଓ କରିଥିଲେ। ଏହି ମାମଲାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଜାନୁଆରୀ 10 ରେ Dawn ରେ ପ୍ରକାଶିତ ଖବର ଅନୁଯାୟୀ, ଜମି ବିବାଦରେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ 15 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେଥିମଧ୍ୟରୁ ନଅ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମୁନାୱର କାନୱାଲ ଏବଂ ନାସିରିନ୍ ବିବି ଦୁଇଟି ଦଳର ଅଟନ୍ତି। ନାସିରିନଙ୍କ ସମ୍ପର୍କୀୟମାନେ ମୁନାୱରଙ୍କୁ ଆକ୍ରମଣ କରିଥିଲେ। ମୁନାୱାରଙ୍କ ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରି ଆରିଫ, ତିମୋର କାସୀମ, ନୁର ହୁସେନ୍, ହାୟଦାର ଅଲି, ମୁବାଶିର ଅଲି, ଜିଶାନ ଅଲି, ଆସାଦ ଅଲି, ସାଜିଦ ହୁସେନ୍ ଏବଂ ୟସ୍ମିନ୍ ବିବିଙ୍କୁ ଗିରଫ କରିଥିଲା। ଏହାକୁ ଆହୁରି ନିଶ୍ଚିତ କରିବା ପାଇଁ ଆମେ ପାକିସ୍ତାନର ନ୍ୟୁଜ୍ 92 ର ବରିଷ୍ଠ ସାମ୍ବାଦିକ ଆରିଫ ମହମୁଦଙ୍କ ସହ ଯୋଗାଯୋଗ କରି ତାଙ୍କୁ ଭାଇରାଲ ଭିଡିଓ ପଠାଇଥିଲୁ।ତାଙ୍କ କହିବା ଅନୁଯାୟୀ, ‘ଏହି ମାମଲା ଜମି ବିବାଦର ଥିଲା। ପୀଡିତାଙ୍କ ନାମ ମୁନାୱର ଏବଂ ସେ ଜଣେ ହିନ୍ଦୁ ମହିଳା ନୁହଁନ୍ତି। ଉଭୟ ସମାନ ସମ୍ପ୍ରଦାୟର ଅଟନ୍ତି | ଆମେ ଫେସବୁକ୍ ବ୍ୟବହାରକାରୀ ‘ହିରାଲାଲ୍ ନରୱାରେ’ର ପ୍ରୋଫାଇଲ୍ ସ୍କାନ୍ କରିଛୁ ଯିଏ ମିଥ୍ୟା ଦାବି ସହିତ ଭିଡିଓ ସେୟାର କରିଛନ୍ତି | ଏହି ଅନୁଯାୟୀ, ସେ ମୁମ୍ବାଇରେ ରୁହନ୍ତି ଏବଂ ନଭେମ୍ବର 2012 ଠାରୁ ଫେସବୁକରେ ସକ୍ରିୟ ଥିଲେ। निष्कर्ष: ମହିଳାଙ୍କ ସହ ଏହି ବର୍ବରତାର ଘଟଣା ଜାନୁଆରୀ 2022 ରେ ପାକିସ୍ତାନର ସିଆଲକୋଟରେ ଘଟିଥିଲା। ଉଭୟ ଅଭିଯୁକ୍ତ ଏବଂ ପୀଡିତା ସମାନ ସମ୍ପ୍ରଦାୟର ଥିଲେ। ସାମ୍ପ୍ରଦାୟିକତାର ରଙ୍ଗ ଦେଇ ଭିଡିଓକୁ ଭାଇରାଲ କରାଯାଉଛି। - Claim Review : ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଆକ୍ରମଣ କରାଯାଇଛି। - Claimed By : ଫେସବୁକ ବ୍ୟବହାରକାରୀ- Hiralal Narware - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 5 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software