About: http://data.cimple.eu/claim-review/c6387b290ae730d3ce4c25913edfa3c382876072b10d4358654f3c8e     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • ତଥ୍ୟ ଯାଞ୍ଚ : ବର୍ତ୍ତମାନର ନକ୍ସଲ ଆକ୍ରମଣକୁ ପୁରୁଣା ଫଟୋସହ ପୋଷ୍ଟ କରାଯାଉଛି କାଂକେରରେ ନକ୍ସଲମାନଙ୍କ ଦ୍ବାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣରେ ତିନି ଯବାନ ଆହତ ହୋଇଛନ୍ତି । ଏଥିରେ କୌଣସି ଯାନ କ୍ଷତିଗ୍ରସ୍ତ ହୋଇନାହିଁ । ପୋଷ୍ଟ କରାଯାଇଥିବା ସମସ୍ତ ଫଟୋ ପୁରୁଣା ଏବଂ ଏହା ପୃଥକ – ପୃଥକ ଘଟଣାର ଅଟେ । - By: Sharad Prakash Asthana - Published: Feb 10, 2022 at 06:19 PM ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) । ଛତିଶଗଡ଼ର କାଂକେର ଜିଲ୍ଲା ରେ 14 ଜାନୁୟାରୀରେ ଏସ୍ ଏସ୍ ବି ଯବାନ ଆଇଇଡି ଦ୍ବାରା ହିଟ୍ ହୋଇଥିଲେ । ଆଇଇଡିକୁ ନକ୍ସଲମାନେ ଲଗାଇଥିଲେ । ଏଥିରେ ତିନିଜଣ ଯବାନ ଆହତ ହୋଇଥିଲେ । ସୋସଲିଆଲ୍ ମିଡିଆରେ ଏହି ନକ୍ସଲ ଆକ୍ରମଣ ନେଇ ପୋଷ୍ଟ ସେୟାର୍ କରାଯାଇଛି । ଏଥିରେ 9ଟି ଫଟୋକୁ ପୋଷ୍ଟ କରି ଦାବି କରାଯାଇଛି ଯେ, ଏହା ସବୁ ନକ୍ସଲ ଆକ୍ରମଣର ଫଟୋ । ବିଶ୍ବାସ ନ୍ୟୁଜ୍ ନିଜ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ, ଛତିଶଗଡ଼ର କାଂକେରରେ ନକ୍ସଲମାନଙ୍କ ଦ୍ବାରା ଆଇଇଡି ଲଗାଇବା ଦ୍ବାରା ହୋଇଥିବା ବିସ୍ଫୋରଣ ଯୋଗୁଁ ଦୁଇଟି ପୃଥକ୍ ସ୍ଥାନରେ ତିନି ଜଣ ଯବାନ ଆହତ ହୋଇଛନ୍ତି । ତେବେ, ଦାବି ସହ ପୋଷ୍ଟ କରାଯାଇଥିବା ସମସ୍ତ ଫଟୋ ପୁରୁଣା ଏବଂ ପ୍ରାୟ ସବୁ ଭିନ୍ନଭିନ୍ନ ସ୍ଥାନର ଅଟେ । ଭାଇରାଲ୍ ପୋଷ୍ଟରେ ଅଛି କଣ ଫେସବୁକ୍ ପେଜ୍ Seemaprahari ରେ 15 ଜାନୁୟାରୀରେ ଏସବୁ ଫଟୋ ପୋଷ୍ଟ କରାଯାଇ ଲେଖାଯାଇଥିଲା ଯେ, ସମସ୍ତ ଦେଶବାସୀ IED ବିସ୍ଫୋଟ୍ ନକ୍ସଲ ଆକ୍ରଣମରେ ଗମ୍ଭୀର ଭାବେ ଆହତ ତିନି SSB ଯବାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଇଶ୍ବରଙ୍କୁ ପ୍ରାର୍ଥନା କରନ୍ତୁ । 14.01.2022 ରେ ଛତିଶଗଡ଼ର କାଂକେର୍ ରେ ନକ୍ସଲ ଆକ୍ରମଣରେ 3 ଯବାନ ଆହତ, ଟାର୍ଗେଟ୍ କରି ବିସ୍ଫୋରଣ କରାଯାଇଛି 2 IED। #SSB ର ଯବାନ ପ୍ରସ୍ତାବିତ ନୂଆ ରେଳ ଟ୍ରାକ୍ ନିର୍ମାଣ ପାଇଁ ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ । ନକ୍ସଲମାନେ ଏହି ଅଞ୍ଚଳରେ ସରକାର କରୁଥିବା ବିକାଶ କାର୍ଯ୍ୟକ୍ରମକୁ ବିରୋଧ କରୁଛନ୍ତି । ଛତିଶଗଡ଼ର କାଂକେରରେ ନକ୍ସଲମାନେ ଶୁକ୍ରବାର ଦିନ 2 IED ବିସ୍ଫୋରଣ କରିଥିଲେ । ଏହି ଆକ୍ରମଣରେ 3 SSB ଯବାନ୍ ଆହତ ହୋଇଛନ୍ତି । ନକ୍ସଲମାନେ ବିଳମ୍ବିତ ରାତିରେ ସର୍ଚିଂ କାର୍ଯ୍ୟରେ ନିୟୋଜିତ ଯବାନଙ୍କୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରିଛନ୍ତି । ଏଥିରେ 2 ଜଣ ଯବାନ ଆହତ ହୋଇଛନ୍ତି । କାଂକେର୍ SP ଶଲଭ ସିହ୍ନାଙ୍କ କହିବା ଅନୁୟାୟୀ, ଶୁକ୍ରବାର ସକାଳେ ପ୍ରଥମ ବିସ୍ଫୋରଣ ହୋଇଥିଲା, ଏଥିରେ ଜଣେ ଯବାନ ଆହତ ହୋଇଥିଲେ । ଏସମୟରେ ମାଓବାଦୀମାନେ ଯବାନମାନଙ୍କ ଉପରେ ଫାୟାରିଂ ମଧ୍ୟ କରିଥିଲେ । ଯବାନମାନେ ଏହାର କଡ଼ା ମୁକାବିଲା କରିଥିଲେ ଏବଂ ପ୍ରାୟ 15 ରୁ 20 ମିନିଟ ପର୍ଯ୍ୟନ୍ତ ଗୁଳିବିନିମୟ ଚାଲିଥିଲା । ପୋଲିସର କହିବା ଅନୁଯାୟୀ, ତାଡ଼ୋକି ଥାନା ଅଞ୍ଚଳର କୋସରୁଣ୍ଡା କ୍ୟାମ୍ପର ଯବାନ ସବୁଦିନ ଭଳି ଶୁକ୍ରବାର ସର୍ଚ୍ଚିଂ ଉଦ୍ଦେଶରେ ବାହାରିଥିଲେ । ଯବାନଙ୍କ ରାସ୍ତାରେ ନକ୍ସଲମାନେ ପୂର୍ବରୁ IED ପ୍ଲାଣ୍ଟ କରି ଥିଲେ । SSB ଯବାନ ଜିପି ସୁରେନ୍ଦ୍ରଙ୍କ ପାଦ IED ଉପରେ ପଡ଼ିବା ମାତ୍ରେ ଯୋରଦାର ବିସ୍ପୋରଣ ହୋଇଥିଲା । ଏହାପରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଏ ଆକ୍ରଣଣ ସମୟରେ ଯବାନଙ୍କ ଗୋଡ଼ରେ ମଧ୍ୟ ଗମ୍ଭୀର ଆହତ ଲାଗିଥିଲା । ଅନୁସନ୍ଧାନ ଏହାର ଅନୁସନ୍ଧାନ ପାଇଁ ଆମେ ସବୁ ଫଟୋକୁ ଅଲଗା ଅଲଗା ଗୁଗଲ୍ ରିଭର୍ସ ଇମେଜ୍ ଟୁଲ୍ ରେ ସର୍ଚ୍ଚ କରିଥିଲୁ । ଦୁଇଟି ଫଟୋର ପ୍ରଥମ କୋଲାଜରେ କ୍ଷତିଗ୍ରସ୍ତ ଯାନ ଏବଂ ଆହତ ଯବାନ ଦେଖାଯାଉଛନ୍ତି । ଏହାକୁ ସର୍ଚ୍ଚ କରିବାରୁ ଆମକୁ 14 ନଭେମ୍ବର 2018ରେ ଜି ନ୍ୟୁଜ୍ ରେ ଛପାଯାଇଥିବା ଏକ ଖବରର ଲିଙ୍କ୍ ମିଳିଥିଲା । ଏଥିରେ ଏହି ଆହତ ଯବାନଙ୍କ ଫଟୋ ଅପଲୋଡ୍ କରାଯାଇଥିଲା । ଏହି ଖବର ଅନୁଯାୟୀ, ଶତିଶଗଡ଼ର ବିଜାପୁରରେ ସୁରକ୍ଷା ବଳର ଯବାନ ନକ୍ସଲମାନଙ୍କ ଦ୍ବାରା ବିଛାଯାଇଥିବା ଆଣ୍ଟି ଲ୍ୟାଣ୍ଡମାଇନ୍ ଗାଡ଼ି ଦ୍ବାରା ହିଟ୍ ହୋଇଥିଲେ । ଏହି ବିସ୍ଫୋରଣରେ ବିଏସ୍ଏଫ୍ ର ଛଅ ଜଣ ଯବାନ ଆହତ ହୋଇଥିଲେ । 15 ନଭେମ୍ବର 2018 ରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ରେ ପ୍ରକାଶିତ ଖବରରେ ଆମକୁ କୋଲାଜ୍ ର ଦ୍ବିତୀୟ ଫଟୋ ମଧ୍ୟ ମିଳିଥିଲା । ଏ ଖବର ଅନୁଯାୟୀ, ବିଜାପୁରର ମହାଦେବ ଘାଟରେ ନକ୍ସଲମାନେ ଯବାନମାନଙ୍କ ଟ୍ରକକୁ ଟାର୍ଗେଟ୍ କରିଥିଲେ । ଆଇଇଡି ବିସ୍ଫୋରଣରେ ପାଞ୍ଚ ଜଣ ଯବାନ ଏବଂ ଜଣେ ଡ୍ରାଇଭର୍ ଆହତ ହୋଇଥିଲେ । ଦ୍ବିତୀୟ କୋଲାଜରେ ଦୁଇ ଜଣ ଆହତ ଯବାନଙ୍କ ଫଟୋ ରହିଛି । ଏହାର ରିଭର୍ସ ଇମେଜ୍ ଟୁଲ୍ ଦ୍ବାରା ସର୍ଚ୍ଚ କରିବାରୁ ଆମକୁ 13 ଜାନୁୟାରୀ 2021ରେ india.com ରେ ଛପିଥିବା ଏକ ଖବର ମିଳିଥିଲା । ଏଥିରେ ଦୁଇ ଆହତ ଯବାନଙ୍କ କୋଲାଜ୍ ମିଳିଥିଲା । ଏହି ଖବର ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଥିଲା । ସେଠାରେ ବାରୁଦ ସୁଡ଼ଙ୍ଗରେ ବିସ୍ଫୋରଣ ହେବା ଯୋଗୁଁ ସୁରକ୍ଷା ବଳ ଦୁଇ ଯବାନ ଆହତ ହୋଇଥିଲେ । ପାଞ୍ଚ ନମ୍ବର ଫଟୋରେ ମଧ୍ୟ ଏକ କ୍ଷତିଗ୍ରସ୍ତ ଯାନ ଦେଖାଯାଇଥିଲା । 27 ଅଗଷ୍ଟ 2013ରେ dailymail ରେ ଛପାଯାଇଥିବା ଖବର ଏହି ଫଟୋ ମିଳିଥିଲା । ଏହି ଖବରରେ ଲେଖାଯାଇଥିଲା ଯେ, ଓଡ଼ିଶାର କୋରାପୁଟର ସୁନକି ଗାଁରେ ମଙ୍ଗଳବାର ସକାଳେ ମାଓବାଦୀମାନେ ବିସ୍ଫୋରଣ କରି ବିଏସ୍ଏଫ୍ ଯବାନଙ୍କ ଟ୍ରକ୍ ଉଡ଼େଇ ଦେଇଛନ୍ତି । ଏଥିରେ ଚାରି ଜଣ ଯବାନ ସହିଦ ହୋଇଛନ୍ତି, ଦୁଇ ଜଣ ଆହତ ହୋଇଛନ୍ତି । ଏହି ଫଟୋରେ ବିସ୍ଫୋରଣ ହେଉଥିବା ଦେଖାଯାଇଛି । ଏହାକୁ ଆମେ imgurରେ ପାଇଥିଲୁ । ଏଥିରେ ଏହାକୁ ଷ୍ଟାର୍ ୱାର୍ସ ମୁଭି ସିରିଜ୍ ର ଫଟୋ ଦେଖାଯାଇଛି । ସାତ ନମ୍ବର ଫଟୋକୁ ସର୍ଚ୍ଚ କରିବାରୁ ଆମକୁ ଏହା 7 ମାର୍ଚ୍ଚ 2016 ରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ରେ ଛପାଯାଇଥିବା ଏକ ଖବରରେ ମିଳିଥିଲା । ଏହି ଖବର ଅନୁଯାୟୀ, ସୁକମାରେ ଗତ ସପ୍ତାହରେ ନକ୍ସଲମାନଙ୍କ ସହ ହୋଇଥିବା ମୁକାବିଲାରେ ସିଆରପିଏଫ୍ ର ତିନି ଜଣ ଯବାନ ସହିଦ ହୋଇଯାଇଛନ୍ତି । ଆଠ ନମ୍ବର ଫଟୋ ରେ ମାଟିରେ ଏକ ବଡ଼ ଗାତ ହୋଇଯାଇଥିବା ଦେଖାଯାଇଛି । 21 ମାର୍ଚ୍ଚ 2018 ରେ ବିଜନେସ୍ ଷ୍ଟାଣ୍ଡାର୍ଡ ରେ ପ୍ରକାଶିତ ଖବରରେ ଏହି ଫଟୋ ବ୍ୟବହାର ହୋଇଥିଲା । ଏ ମାମଲା ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାର ଅଟେ । କେନ୍ଦ୍ରୀୟ ମନ୍ତ୍ରୀ ରାଜନାଥ ସିଂହ ଆସିବା ପୂର୍ବରୁ ନକ୍ସଲମାନେ ଏହି ଆକ୍ରମଣ କରିଥିଲେ । ଶେଷ ଫଟୋରେ ମଧ୍ୟ ଏକ କ୍ଷତିଗ୍ରସ୍ତ ଯାନ ଦେଖାଯାଇଛି । 11 ନଭେମ୍ବର 2018ରେ ଟାଇମ୍ସଅଫ୍ଇଣ୍ଡିଆ ରେ ଛପାଯାଇଥିବା ଏକ ଖବରରେ ଏହି ଫଟୋ ବ୍ୟବହାର ହୋଇଛିଥିଲା । ଏ ଖବରରେ ଲେଖାଯାଇଛି ଯେ, ଛତିଶଗଡ଼ରେ ପ୍ରଥମ ଚରଣ ମତଦାନ ପୂର୍ବରୁ କାଂକେରରେ ଏକ ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ବି ଏସ୍ ଏଫ୍ ର ଜଣେ ସବ୍ ଇନ୍ସପେକ୍ଟର୍ ଙ୍କ ମୃତ୍ୟୁ ହୋଇଛି । ଏ ପ୍ରସଙ୍ଗରେ କାଂକେରରେ ନୟିଦୁନିଆର ମୁଖ୍ୟ ରିପୋର୍ଟର୍ ବେଦ ପ୍ରକାଶ ମିଶ୍ରଙ୍କ କହିବା କଥା, ତାଡ଼ୋକି ଥାନା ଅଞ୍ଚଳରେ ସୁରକ୍ଷା ବଳର ଯବାନ ଅଞ୍ଚଳର ସର୍ଚ୍ଚିଂ ପାଇଁ ବାହାରି ଥିଲେ । ସେ ଚାଲିକରି ଯାଉଥିଲେ । ନକ୍ସଲମାନେ ଲଗାଇଥିବା ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିଲେ । ଏହାପରେ ବିଳମ୍ବିତ ସନ୍ଧ୍ୟାରେ ସର୍ଚ୍ଚିଂ ବେଳେ ଆଉ ଦୁଇ ଜଣ ଯବାନ ଆଇଇଡି ବିସ୍ଫୋରଣର ଶିକାର ହୋଇ ଆହତ ହୋଇଥିଲେ । ପୋଷ୍ଟ କରାଯାଇଥିବା ଫଟୋର ଏହି ପ୍ରସଙ୍ଗରେ କୌଣସି ସମ୍ବନ୍ଧ ନାହିଁ । ଏହି ଫଟୋ ସହ ପୋଷ୍ଟ କରିଥିବା ଫେସବୁର୍ ପେଜ୍ Seemaprahari କୁ ମଧ୍ୟ ଆମେ ସ୍କାନ୍ କରିଥିଲୁ । ଏହାକୁ 23 ଜୁନ୍ 2021ରେ ଖୋଲାଯାଇଛି । ଏହାକୁ 856 ବ୍ୟକ୍ତି ଫଲୋ କରୁଛନ୍ତି । ନିଷ୍କର୍ଷ: କାଂକେରରେ ନକ୍ସଲମାନଙ୍କ ଦ୍ବାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣରେ ତିନି ଯବାନ ଆହତ ହୋଇଛନ୍ତି । ଏଥିରେ କୌଣସି ଯାନ କ୍ଷତିଗ୍ରସ୍ତ ହୋଇନାହିଁ । ପୋଷ୍ଟ କରାଯାଇଥିବା ସମସ୍ତ ଫଟୋ ପୁରୁଣା ଏବଂ ଏହା ପୃଥକ – ପୃଥକ ଘଟଣାର ଅଟେ । निष्कर्ष: କାଂକେରରେ ନକ୍ସଲମାନଙ୍କ ଦ୍ବାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣରେ ତିନି ଯବାନ ଆହତ ହୋଇଛନ୍ତି । ଏଥିରେ କୌଣସି ଯାନ କ୍ଷତିଗ୍ରସ୍ତ ହୋଇନାହିଁ । ପୋଷ୍ଟ କରାଯାଇଥିବା ସମସ୍ତ ଫଟୋ ପୁରୁଣା ଏବଂ ଏହା ପୃଥକ – ପୃଥକ ଘଟଣାର ଅଟେ । - Claim Review : 14 ଜାନୁୟାରୀ 2022ରେ କାଂକେରରେ ନକ୍ସଲମାନଙ୍କ ଦ୍ବାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣର ଏସବୁ ଫଟୋ - Claimed By : ଏଫ୍ ବି ୟୁଜର୍ - Fact Check : False Know the truth! If you have any doubts about any information or a rumor, do let us know! Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.
schema:mentions
schema:reviewRating
schema:author
schema:datePublished
schema:inLanguage
  • English
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 5 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software