About: http://data.cimple.eu/claim-review/ccdc544bb56ec7d6e77d9652abbe8059973f04928c411a7391990c7b     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ବାଙ୍ଗଲାଦେଶର ନୁହେଁ, ଭିଡିଓଟି ପୁରୁଣା ଏବଂ ପାକିସ୍ତାନର Claim :ଭାରତ ଯୋଗୁଁ ବାଙ୍ଗଲାଦେଶରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି Fact :ଭିଡିଓ ଟି ପୁରୁଣା ଏବଂ ପାକିସ୍ତାନର ବାଙ୍ଗଲାଦେଶରେ ଭୟଙ୍କର ବନ୍ୟା, ସପ୍ତାହେ ହେଲା ହନ୍ତସନ୍ତ ହେଲେଣି ଜନସାଧାରଣ । ମିଳିଥିବା ସୂଚନା ଅନୁଯାୟୀ , ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଥିବା ୪୨ ଛୁଇଁଥିବା ବେଳେ, ଆଶ୍ରୟସ୍ଥଳୀରେ ୩ ଲକ୍ଷ ଥିବାର ଜଣାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଗତ ସପ୍ତାହରୁ ଧୀରେ ଧୀରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଥିଲା । ଯାହା ଏବେ ଅତି ସଙ୍ଗୀନ ରୂପ ନେଇଛି ଯେ ,ସପ୍ତାହକ ମଧ୍ୟରେ ବର୍ଷାଜନିତ କାରଣରୁ ୪୨ ଜଣଙ୍କର ମୃତ୍ୟୁ ଘଟିଛି । ଶହଶହ ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ଲକ୍ଷଲକ୍ଷ ଘର ଏବେ ଭଗ୍ନସ୍ତୁପ ପାଲଟିଛି । ଜାତୀୟ ରାଜପଥ ଏବଂ ରେଳ ଲାଇନ୍ ବୁଡ଼ି ଯାଇଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ୩ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ଆଶ୍ରୟସ୍ଥଳୀରେ ରହିଛନ୍ତି ଏବଂ ସାଢ଼େ ୪ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ୧୬ ସେକେଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏକ ବ୍ରିଜ୍ ତଳେ ଖୁବ ଯୋରରେ ପାଣି ଯାଉଥିବାର ଦେଖାଯାଇଛି । ସୋସିଆଲ ମିଡିଆରେ ଏହି ଭିଡିଓ କୁ ସେୟାର କରି ୟୁଜର୍ସ ଲେଖିଛନ୍ତି , "Those who call India as friends, they are enemies of Bangladesh. I repeat again they are the eternal enemy of Bangladesh. Bangladesh is facing the worst flood in history". Pray for Feni, Cumilla, Noakhali. ଯାହାକୁ ଓଡ଼ିଆରେ ଅନୁବାଦ କରିବାରୁ ଜଣାଯାଏ ଯେ , "ଯେଉଁମାନେ ଭାରତକୁ ବନ୍ଧୁ ବୋଲି କହନ୍ତି, ସେମାନେ ଆଜି ବାଙ୍ଗଲାଦେଶର ଶତ୍ରୁ । ମୁଁ ପୁନର୍ବାର ପୁନରାବୃତ୍ତି କରୁଛି ସେମାନେ ବାଙ୍ଗଲାଦେଶର ପରମ ଶତ୍ରୁ । ଇତିହାସରେ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି ବାଙ୍ଗଲାଦେଶ" । ଭାରତ ପାଣି ଛାଡିବା ଫଳରେ ବାଙ୍ଗଲାଦେଶରେ ଏଭଳି ବନ୍ୟା ପରିସ୍ଥିତି ଉପୁଜିଛି ବୋଲି ଦାବି କରି ୟୁଜର୍ସ ଉକ୍ତ ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି । ସତ୍ୟାସତ୍ୟ: ଭିଡିଓଟି ବିଗତ ଦିନରେ ବାଙ୍ଗଲାଦେଶରେ ଘଟିଥିବା ବନ୍ୟାର ଦୃଶ୍ୟ ନୁହେଁ, ଏହା ପୁରୁଣା ଏବଂ ପାକିସ୍ତାନର ଦୃଶ୍ୟ । ଭାଇରାଲ ଭିଡିଓରେ ସେଭ ଫେନି, କୁମ୍ମିଲା, ନୋଆଖାଲି ପ୍ରଭୁତ୍ତି ଅଞ୍ଚଳ ଗୁଡ଼ିକର ନାମ ଦର୍ଶାଯାଇଥିବା ବେଳେ, ଉକ୍ତ ଅଞ୍ଚଳ ଗୁଡ଼ିକରେ ବନ୍ୟା ବିପର୍ଯୟ ନେଇ ଅନୁସନ୍ଧାନ କରିଥିଲୁ । ବନ୍ୟାନେଇ କ୍ଷୟକ୍ଷତି ହୋଇଥିବା ଖବର ପ୍ରସାରିତ ହୋଇଥିବା ବେଳେ, ଉକ୍ତ ଭାଇରାଲ ଭିଡିଓର କୌଣସି ଅଂଶ କୌଣସି ଖବର ପ୍ରସାରଣ ରେ ଦେଖିବାକୁ ମିଳିନଥିଲ । ତେଣୁ ଅନ୍ତତଃ ଉକ୍ତ ଭିଡିଓ ଟି ବାଙ୍ଗଲାଦେଶର ଦାବି ହେଉଥିବା ଅଞ୍ଚଳର ନୁହେଁ ବୋଲି ପ୍ରାୟତଃ ଜଣାଯାଏ । ରିଭର୍ସ ଇମେଜ ସର୍ଚ୍ଚରେ ଅନୁସନ୍ଧାନ କରିବାକୁ ଯାଇ ଉକ୍ତ ଭାଇରାଲ ଭିଡିଓଟି ଇଂରାଜୀରେ ୮.୮.୨୦୨୪ , ତାଳଗଙ୍ଗ ଲେଖି ୟୁଟ୍ୟୁବ ସର୍ଟସ ଭାବେ ଜଣେ ୟୁଜର୍ସ ଅପଲୋଡ କରିଛନ୍ତି । ସେହିପରି ୮ ଅଗଷ୍ଟ ୨୦୨୪ ରେ " Hum News " ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଛି । ଯାହାର ଶୀର୍ଷକ ରହିଛି "ପ୍ରବଳ ବର୍ଷା ପରେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି" । ଭିଡିଓ ଟିକୁ ବର୍ତ୍ତମାନ ସୁଦ୍ଧା ୧୪୩୬ ଜଣ ଦେଖି ସାରିଥିବା ବେଳେ ଅପଲୋଡ ହୋଇଥିବା ଭିଡିଓର ସମ୍ପୂର୍ଣ୍ଣ ସୂଚନା ଦେଇ ଲେଖାଯାଇଛି "ପାକିସ୍ତାନରେ ବର୍ଷା ପରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି" । ପ୍ରବଳ ମୌସୁମୀ ବର୍ଷା ହେତୁ ଉପରମୁଣ୍ଡର ସିନ୍ଧ ପ୍ରଦେଶର ଗୁଡୁ ବ୍ୟାରେଜରେ ମଧ୍ୟମ ବନ୍ୟାସ୍ତରରେ ପହଞ୍ଚିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ସିନ୍ଧ ଜଳସେଚନ ବିଭାଗର ସୂଚନାନୁ ଅନୁଯାୟୀ, ସିନ୍ଧନଦୀ ବର୍ତ୍ତମାନ ୩୪୯,୯୧୧ କ୍ୟୁସେକ୍ ଏବଂ ଗୁଡୁ ବ୍ୟାରେଜରେ ୩୩୬,୫୩୮ କ୍ୟୁସେକ୍ ସହିତ ପ୍ରବାହିତ ହେଉଛି । We News ନାମକ ଏକ ଗଣମାଧ୍ୟମ ମଧ୍ୟ ଉକ୍ତ ଭିଡିଓ କୁ ନିଜ ଫେସବୁକରେ ଅପଲୋଡ କରି ଉଲ୍ଲେଖ କରିଛି, "ତାଳଗଙ୍ଗରେ ମୁଷଳଧାରା ବର୍ଷା ହେତୁ ଉଛୁଳିଲା ନଦୀ" । ଉକ୍ତ ଭିଡିଓ ଟି ଅନ୍ୟୁନ୍ୟ ୮ ଅଗଷ୍ଟ୨୦୨୪ ରୁ ଇନ୍ଟରନେଟ ରେ ଉପଲବ୍ଧ ରହିଛି ଯାହାକି ବିଗତଦିନରେ ହୋଇଥିବା ବାଙ୍ଗଲାଦେଶ ବିପର୍ଯ୍ୟସ୍ତରୁ ଢେର ପୂର୍ବରୁ । ଅନ୍ୟପଟେ ଯେତେବଳେ ଇଂରାଜୀରେ Talgang ଲେଖି ଅନୁସନ୍ଧାନ କଲୁ ୩ ବର୍ଷ ତଳେ ୟୁଟ୍ୟୁବରେ ଅପଲୋଡ ହୋଇଥିବାର ଭିଡିଓ ଟିଏ ଦେଖିବାକୁ ପାଇଲୁ । ଯେଉଁଥିରେ ଥିବା ପୋଲଟି ଭାଇରାଲ ଭିଡିଓ ସଦୃଶ । ଏଥିରୁ ପ୍ରମାଣିତ ହେଲା ଯେ ,ଉକ୍ତ ଭିଡିଓଟି ବାଙ୍ଗଲାଦେଶର ନୁହେଁ ପାକିସ୍ତାନର ତାଳଗଙ୍ଗ ଅଞ୍ଚଳର । ଭାଇରାଲ ପୋଷ୍ଟର କମେଣ୍ଟ ଗୁଡିକ ଅନୁଧ୍ୟାନ କରିବାରୁ ଜଣାଯାଏଯେ ଟାଇମ୍ସ ଆଲଯେବ୍ରା ନାମକ ଏକ ଖବର ପ୍ରସାରଣକାରୀ ସଂସ୍ଥା ଭାରତ ଏବଂ ବାଙ୍ଗଲାଦେଶ କୁ ନେଇ ଉପୁଜିଥିବା ଡ୍ୟାମ ବିବାଦକୁ ନେଇ ଏକ ଖବର ପ୍ରସାରଣ କରିଛି । ଉକ୍ତ ଖବରରେ ଟାଇମ୍ସ ଆଲଯେବ୍ରା ଉଲ୍ଲେଖ କରିଛି ଯେ , "ତ୍ରିପୁରାରେ ଡମ୍ବୁର ଡ୍ୟାମ ଫାଟକ ଖୋଲିବା ଦ୍ୱାରା ବାଙ୍ଗଲାଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦାବିକୁ ପ୍ରତ୍ୟାଖାନ କରିଛି ଭାରତ । ଅନେକ "ଛାତ୍ର" ବିକ୍ଷୋଭକାରୀ ଦାବି କରିଛନ୍ତି ଯେ ଭାରତୀୟ ପ୍ରକଳ୍ପ ଦକ୍ଷିଣ ବାଙ୍ଗଲାଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଭାରତ ସରକାର । ବାଙ୍ଗଲାଦେଶ ଏବଂ ତ୍ରିପୁରା ବନ୍ଧର ତଳମୁଣ୍ଡରେ ପ୍ରବଳ ବର୍ଷା ହେତୁ ଏଭଳିବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି" । ତେଣୁ ଉପରୋକ୍ତ ଖବର ପ୍ରସାରଣରୁ ଜଣାଯାଏ ଯେ, ଭାଇରାଲ ଭିଡିଓ ଟି ବିଗତ ଦିନରେ ବାଙ୍ଗଲାଦେଶରେ ଘଟିଥିବା ବନ୍ୟା ସମୟର ନୁହଁ ବରଂ ପାକିସ୍ତାନର I ନାହିଁ ଭାରତ ଡ୍ୟାମ ଖୋଲିବା ଫଳରେ ବାଙ୍ଗଲାଦେଶ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 3 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software