About: http://data.cimple.eu/claim-review/d3bd6bc1732fe126b2ce879211e8eb2bd2805f8c0fef59957820aa51     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check: ନେପାଳରେ ଭୂମିକମ୍ପ ହୋଇଥିବା ପୁରୁଣା ଭିଡିଓକୁ ବର୍ତ୍ତମାନର ଭିଡିଓ ଦାବି ସହ କରାଯାଉଛି ସେୟାର ଭାଇରାଲ ହେଉଥିବା ଭିଡିଓଟି ଲେପାଳରେ ୨୦୧୫ ମସିହାରେ ଘଟିଥିବା ଭୂମିକମ୍ପ ସମୟର । ଚଳିତ ମାସରେ ଘଟିଥିବା ଭୂମିକମ୍ପ ସହ ଉକ୍ତ ଭିଡିଓର କୌଣସି ସଂଯୋଗ ନାହିଁ । Claim :ଏକ ଭିଡିଓ ସୋସିଆଲ୍ ମିଡିଆରେ ଶେୟାର ହେଉଛି ଯାହାକୁ ବର୍ତ୍ତମାନର ନେପାଳରେ ଘଟିଥିବା ଭୂକମ୍ପର ଫୁଟେଜ୍ ବୋଲି କୁହାଯାଉଛି Fact :ଭାଇରାଲ ଭିଡିଓଟି ନେପାଳରେ ହୋଇଥିବା ୨୦୧୫ ମସିହାର ଭୂମିକମ୍ପ ସମୟର ତୀବ୍ର ଭୂକମ୍ପ ଝଟକାରେ ଥରିଲା ନେପାଳ। ନେପାଳ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୭.୧ ରେକର୍ଡ କରାଯାଇଛି। ସେପଟେ ୬.୮ ରିକ୍ଟର ସ୍କେଲରେ ଥରିଲା ଚୀନର ତିବ୍ଦତ ସହର। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ଲୋବୁଚେ ଥିବା ନେଇ ଜଣାପଡ଼ିଛି। ଦିଲ୍ଲୀ ଏନସିଆର ସମେତ, ପଶ୍ଚିମବଙ୍ଗ, ବିହାର, ଆସାମରର କିଛି ସ୍ଥାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ସକାଳ ୬.୩୫ ମିନିଟରେ ପ୍ରଥମ ଝଟକା ଅନୁଭୂତ ହୋଇଥିଲା। ପରେ ୩୦ ମିନିଟ ଭିତରେ ୫ଥର ଝଟ୍କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଝଟକା ଲାଗିବା ପରେ ଲୋକେ ଭୟରେ ଘର ଭିତରୁ ବାହାରକୁ ପଳାଇଆସିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ। ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଏକ ସିସିଟିଭି ଭିଡିଓ ପରି ଦିଶୁଥିବା ବେଳେ, ଭିଡିଓଟିକୁ ଚଳିତ ମାସରେ ନେପାଳରେ ଘଟିଥିବା ଭୂମିକମ୍ପର ଭିଡିଓ ବୋଲି ଦାବି ହୋଇଛି । ସୋସିଆଲ ମିଡିଆରେ ୟୁଜର୍ସ ଉକ୍ତ ଭିଡିଓକୁ ସେୟାର କରି ଉଲ୍ଲେଖ କରିଛନ୍ତି, A 7.1 magnitude earthquake has rocked Nepal near Lobuche. Exclusive earthquake video from Nepal. Location: 93 km NE of Lobuche. Depth: 10 km. Reports of damage are still coming in. Prayers for everyone affected." ଯାହାର ଓଡ଼ିଆ ଅନୁବାଦ ହେଉଛି, ନେପାଳ ଲୋବୁଚେ ଅଞ୍ଚଳରେ ଏକ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ଥିଲା ୭.୧ ମାଗ୍ନିଟ୍ୟୁଡ଼, ନେପାଳର ଦକ୍ଷିଣ ପୁର୍ବାଞ୍ଚଳରେ ଘଟିଥିବା ଭୂମିକମ୍ପର ଏହା ହେଉଛି ସିସିଟିଭି ଭିଜୁଆଲ । ଆଗକୁ ଆହୁରି କ୍ଷୟକ୍ଷତିର ଆଶଙ୍କା କରାଯାଇପାରେ, କ୍ଷତିଗ୍ରସ୍ତ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ପ୍ରାର୍ଥନା । ଉକ୍ତ ଭିଡିଓଟି #Earthquake, #BreakingNews, and #Nepal ହାସଟ୍ୟାଗ ସହ ସେୟାର ହୋଇଥିବାର ଦେଖିବାକୁ ମିଳିଛି । ଯାହାର ଆର୍କାଇଭ ଲିଙ୍କ ଏଠାରେ, ଏଠାରେ ଏବଂ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିଟି ବିଭ୍ରାନ୍ତିକରକ, ଭାଇରାଲ ହେଉଥିବା ଭିଡିଓଟି ନେପାଳରେ ୨୦୧୫ ମସିହାରେ ଘଟିଥିବା ଭୂକମ୍ପର ସମୟର ଅଟେ । ଯାଞ୍ଚ କରିବାକୁ ଯାଇ ଭାଇରାଲ ଭିଡିଓର କିଛି ଅଂଶକୁ ରିଭର୍ସ ଇମେଜରେ ଅନୁସନ୍ଧାନ କରିବାରୁ ଏକ ୟୁଟ୍ୟୁବ ଭିଡିଓ ହସ୍ତଗତ ହୋଇଥିଲା । ୨୦୧୫ ମସିହାରେ ଇଉରୋନ୍ୟୁଜ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଏହି ଭିଡ଼ିଓକୁ ତାଙ୍କ ଯୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରିଥିବାର ଦେଖିବାକୁ ପାଇଥିଲୁ । "Incredible CCTV: Moment 7.9 magnitude earthquake hits Nepal" ଶୀର୍ଷକ ସହ ଉକ୍ତ ଭିଡିଓ ଟି ଇଉରୋନ୍ୟୁଜ ଅପଲୋଡ଼ କରିଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୩୯.୦୬.୨୫୪ ଭିୟୁ ମିଳିପାରିଥିବା ବେଳେ ୪.୮ ହଜାର ଲାଇକ ମିଳିଛି । ବିବରଣୀରେ ଇଉରୋନ୍ୟୁଜ ଉଲ୍ଲେଖ କରିଛି । ଅପ୍ରେଲ ୩୦.୨୦୧୫ ମସିହାରେ କାଠମାଣ୍ଡୁର ଦକ୍ଷିଣ ଅଞ୍ଚଳର ଏକ ବ୍ୟସ୍ତବହୁଳ ଗୋଲାଇ ରାସ୍ତାରେ ଘଟିଥିବା ଭୂମିକମ୍ପର । ଏହି ଫୁଟେଜ୍ ତ୍ରିପୁରେଶ୍ୱର ଛକ ହୋଇଥିବା ବେଳେ, ଭୂମିକମ୍ପର ତୀବ୍ରତା ୭.୯ ମାଗ୍ନିଟ୍ୟୁଡ ରହିଥିଲା । ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲାଯେ ସେଠାରେ ଥିବା ଏକ ପୁରୁଣା ସ୍ତମ୍ଭ ଭୁଶୁଡ଼ି ପଡିଥିଲା । ଯେତେବେଳେ ଆମେ ଭାଇରାଲ ଭିଡିଓ ସହ ଇଉରୋନ୍ୟୁଜ ପ୍ରସାରିତ କରିଥିବା ଭିଡିଓ ସହ ତୁଳନା କରିଥିଲୁ, ଉଭୟ ଭିଡିଓ ସମାନ ବୋଲି ଜାଣିବାକୁ ପାଇଥିଲୁ । ୧ ମଇ ୨୦୧୫ରେ ଆଜତକ୍ ଉକ୍ତ ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରି ଏକ ଖବର ପ୍ରସାରଣ କରିଛି । ଖବର ପ୍ରସାରଣ କରି ଆଜତକ୍ ଉଲ୍ଲେଖ କରିଛି, ଉକ୍ତ ଭିଡିଓ ଟି ୨୫ ଅପ୍ରେଲର ଯେତେବେଳେ ଭୂମିକମ୍ପ ଝଟକାରେ ନେପାଳ ଦୋହଲି ଯାଇଥିଲା । ଉକ୍ତ ଭିଡିଓ ଟି ନେପାଳର ରାଜଧାନୀ କାଠମାଣ୍ଡୁରେ ଥିବା ଟ୍ରିପୁରେଶ୍ୱର ଛକର ଅଟେ । ସେହିପରି ଉକ୍ତ ଭିଡିଓକୁ ସମାନ ଶୀର୍ଷକ ସହ ୨୦୧୫ ମସିହାରେ ଏକାଧିକ ଗଣମାଧ୍ୟମ ନିଜ ସୋସିଆଲ ମିଡିଆର ଏବଂ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥିବାର ଦେଖିବାକୁ ପାଇଥିଲୁ । ଆବଶ୍ୟକିୟ କିୱାର୍ଡ ଗୁଡିକୁ ବ୍ୟବହାର କରି ଯେତେବେଳେ ଆମେ ଅନୁସନ୍ଧାନ କରିଥିଲୁ The Guardian ରେ ପ୍ରସାରିତ ଏକ ଖବର ଦେଖିବାକୁ ପାଇଥିଲୁ । ଖବର ପ୍ରସାରଣ କରି The Guardian ଉଲ୍ଲେଖ କରିଛି, ନେପାଳର ରାଜଧାନୀ କାଠମାଣ୍ଡୁ ଅଞ୍ଚଳରେ ଥିବା ଟ୍ରିପୁରେଶ୍ୱର ଛକର ଦୃଶ୍ୟ । ଭୂମିକମ୍ପରେ ଦୋହଲିଥିଲା ନେପାଳ, ତୀବ୍ରତା ଏତେ ଅଧିକ ଥିଲାଯେ ସେଠାରେ ଥିବା ଏକ କୀର୍ତ୍ତିଭୁଶୁଡ଼ି ପଡ଼ିଥିଲା । ୭,୮୭୯ ଜଣ ଆହତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା । ତେଣୁ ଏଥିରୁ ପ୍ରମାଣିତ ହେଲାଯେ, ଦାବିଟି ବିଭ୍ରାନ୍ତିକରକ । ଭାଇରାଲ ହେଉଥିବା ଭିଡିଓଟି ଲେପାଳରେ ୨୦୧୫ ମସିହାରେ ଘଟିଥିବା ଭୂମିକମ୍ପ ସମୟର । ଚଳିତ ମାସରେ ଘଟିଥିବା ଭୂମିକମ୍ପ ସହ ଉକ୍ତ ଭିଡିଓର କୌଣସି ସଂଯୋଗ ନାହିଁ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 5 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software