About: http://data.cimple.eu/claim-review/d5691bf325adbd8561ed33d3a1fdfeb8836fdeae2cb81426c5a70147     Goto   Sponge   NotDistinct   Permalink

An Entity of Type : schema:ClaimReview, within Data Space : data.cimple.eu associated with source document(s)

AttributesValues
rdf:type
http://data.cimple...lizedReviewRating
schema:url
schema:text
  • Fact Check : ଭାଇରାଲ ହେଉଥିବା ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ଇସ୍କନ୍ ପୁରୋହିତ ଚିନ୍ମୟ ଦାସ ଇରାଲ ଭିଡିଓରେ ଯୁବତୀଙ୍କୁ ଅସଦାଚରଣ କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଜସ୍ଥାନର ସିକରର କ୍ଷେତରପାଲ ମନ୍ଦିରର ପୁରୋହିତ ବାବା ବାଲକନାଥ । ନୁହଁନ୍ତି ଇସ୍କନ୍ ପୁରୋହିତ ଚିନ୍ମୟ ଦାସ । Claim :ଇସ୍କନ୍ ପୁରୋହିତ ଚିନ୍ମୟ ଦାସ ଏକ ଚଳନ୍ତା କାର ଭିତରେ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିଲେ Fact :ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ରାଜସ୍ଥାନର ସିକରର କ୍ଷେତରପାଲ ମନ୍ଦିରର ପୁରୋହିତ ବାବା ବାଲକନାଥ ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନେ ଗତ କିଛିମାସ ହେଲା ଆକ୍ରମଣର ଶିକାର ହେଉଛନ୍ତି । ଛାତ୍ର ଆନ୍ଦୋଳନ ସମୟରେ ହିନ୍ଦୁ ଏବଂ ସେମାନଙ୍କ ଧର୍ମସ୍ଥଳୀକୁ ଟାର୍ଗେଟ କରାଯାଇଥିଲା ଏବଂ ବାଂଲାଦେଶର ମେହେରପୁରର ଖୁଲନାରେ ଅବସ୍ଥିତ ଇସ୍କନ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ବାଂଲାଦେଶରେ ହେଉଥିବା ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସାକୁ କ୍ରମାଗତ ଭାବେ ବିରୋଧ କରି ଆସୁଥିଲେ ଇସ୍କନ ସଦସ୍ୟ ଚିନ୍ମୟ ଦାସ । ତେବେ ନିକଟରେ ସେ ଦେଶରେ ହିନ୍ଦୁଙ୍କ ସମର୍ଥନରେ ଏକ ରାଲି ମଧ୍ୟ କରିଥିଲେ । ଏହାପରେପରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁ (ଚିନ୍ମୟ ଦାସ)ଙ୍କୁ ଗିରଫ କରାଯାଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ଦେଖାଯାଇଛି । ଇତିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖାଯାଇଛି । ଭିଡିଓରେ ଜଣେ ବ୍ୟକ୍ତି ଯିଏକି ଗେରୁଆ ବସ୍ତ୍ର ଧାରଣ କରିଛନ୍ତି ଏବଂ ଏକ ଚଳନ୍ତା କାର୍ ରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ସହ ଯୌନ ଶୋଷଣ ନିମନ୍ତେ ପ୍ରବର୍ତାଉଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓ କୁ କାର୍ ସାମ୍ନା ସିଟ୍ ରେ ବସିଥିବା କେହି ସୁଟ୍ କରି ଭାଇରାଲ କରିଥିବା ଜଣାଯାଇଛି । ଉକ୍ତ ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ, ଉକ୍ତ ଭିଡିଓ ରେ ଥିବା ବ୍ୟକ୍ତି ଜଣଙ୍କ ଇସ୍କନ ଗୁରୁବୋଲି ଦାବି କରିଛନ୍ତି ଜଣେ ସୋସିଆଲ ମିଡିଆ ୟୁଜର୍ସ । ଉକ୍ତ ଭିଡିଓ କୁ ସେୟାର କରି ୟୁଜର୍ସ ଉଲ୍ଲେଖ କରିଛନ୍ତି, 'ବିଜେପି ସରକାର ଏବଂ ଭାରତୀୟ ମିଡ଼ିଆ ଏଭଳି ବ୍ୟକ୍ତିଙ୍କ ପାଇଁ କାନ୍ଧୁଥିବା ବେଳେ, ତାଙ୍କୁ ସୁରକ୍ଷିତ ପ୍ରଦାନ ପାଇଁ ଲଢ଼ିପଡିଛନ୍ତି । ଯାହାର ସ୍କ୍ରୀନସଟ୍ ତଳେ ଉପଲବ୍ଧ ଥିବା ବେଳେ ଆର୍କାଇଭ ଲିଙ୍କ ଏଠାରେ ଉପଲବ୍ଧ ରହିଛି । ସତ୍ୟାସତ୍ୟ: ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ହେଉଥିବା ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ନୁହଁନ୍ତି ଇସ୍କନ୍ ପୁରୋହିତ ଚିନ୍ମୟ ଦାସ, ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଜସ୍ଥାନର ସିକରର କ୍ଷେତରପାଲ ମନ୍ଦିରର ପୁରୋହିତ ବାବା ବାଲକନାଥ । ତଦନ୍ତ କରିବାକୁ ଯାଇ ଉକ୍ତ ଭିଡିଓର କିଛି ଅଂଶକୁ ନେଇ ରିଭର୍ସ ଇମେଜ ସର୍ଚ୍ଚ କରିବାରୁ, ଏବିପି ଲାଇଭର ୟୁଟ୍ୟୁବ ଚ୍ୟାନେଲ ରେ ଏକ ଭିଡିଓ ହସ୍ତଗତ ହୋଇଥିଲା । ୨୦ ଅକ୍ଟୋବର ୨୦୨୪ରେ ଉକ୍ତ ଭିଡିଓ ଅପଲୋଡ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୯୫ହଜାରରୁ ଉର୍ଦ୍ଧ୍ବ ଭିୟୁ ମିଳିଛି । ଭିଡିଓଟି ଅପଲୋଡ କରି ଏବିପି ଲାଇଭ ଶୀର୍ଷକରେ ଉଲ୍ଲେଖ କରିଛି, Rajasthan के Baba Balaknath ने चलती कार में स्कूली छात्रा से कुछ ऐसा किया कि वीडियो हुआ वायरल.... ଯାହାର ଓଡ଼ିଆ ଅନୁବାଦ ହେଉଛି, 'ଭିଡିଓ ହେଲା ଭାଇରାଲ, ରାଜସ୍ଥାନର ବାବା ବାଲକନାଥ ଚଳନ୍ତା କାର୍ ରେ କଲେ ଜଣେ ସ୍କୁଲ ଛାତ୍ରୀଙ୍କ ସହ କିଛି ଏଭଳି ଆଚରଣ । ଯେତେବେଳେ ଆମେ ଉକ୍ତ କିୱାର୍ଡ ବ୍ୟବହାର କରି ଏନେଇ ଗୁଗୁଲରେ ଅନୁସନ୍ଧାନ କରିଥିଲୁ, ହିନ୍ଧୁସ୍ଥାନ ଟାଇମ୍ସ ରେ ଏନେଇ ଏକ ବିସ୍ତୁତ ଖବର ପ୍ରସାରିତ ହୋଇଥିବାର ଦେଖିବାକୁ ପାଇଥିଲୁ । ହିନ୍ଧୁସ୍ଥାନ ଟାଇମ୍ସ ଖବର ପ୍ରସାରିତ କରି ଉଲ୍ଲେଖ କରିଛି, ରାଜସ୍ଥାନ ଶିଖର ଜିଲ୍ଲାରେ ଘଟିଛି ଏଭଳିଜଘନ୍ୟ କାଣ୍ଡ । ମନ୍ଦିର ପୂଜାରୀ ଜଣେ ଯୁବତୀଙ୍କ ପାରିବାରିକ ସମସ୍ୟା ଦୂର କରିବା ପ୍ରତିଶୃତି ଦେଇଥିଲେ । ଯୁବତୀଙ୍କ କହିବା ଅନୁଯାୟୀ ପ୍ରସାଦ ସ୍ୱରୂପ ଏକ ପେଡା ପୂଜାରି ତାଙ୍କୁ ଖାଇବାକୁ ଦେଇଥିଲେ, ଯାହାକୁ ଗ୍ରହଣ କରିବା ପରେ ସିଏ ଚେତାଶୂନ୍ୟ ହୋଇଯାଇଥିଲେ । ପରେପରେ ଉକ୍ତ ପୂଜାରି ତାଙ୍କୁ ଯୋୖନ ଶୋଷଣ ଦେବାସହ ଉକ୍ତ ଘଟଣାର ଭିଡିଓ ତାଙ୍କ ଚାଳକ ନିଜ ମୋବାଇଲ ରେ ସୁଟିଙ୍ଗ କରିଥିଲା । ତେବେ ଏନେଇ ବାହାରେ ମୁହଁ ଖୋଲିଲେ ତାଙ୍କୁ ଏବଂ ତାଙ୍କ ପରିବାରକୁ ମାରିଦେବାକୁ ଧମକ ଦେଇଥିଲେ । ଉକ୍ତ ଘଟଣା ନେଇ ଏନଡିଟିଭି, ଆଜ ତକ୍, ନବଭାରତ ଟାଇମ୍ସ ଏବଂ ଜି ନିୟୁଜ ଭଳି ବହୁ ଜାତୀୟ ଏବଂ ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିବାର ମଧ୍ୟ ଦେଖା ଯାଇଛି । ଅଧିକ ଅନୁସନ୍ଧାନ କରିବାକୁ ଯାଇ, ଯେତେବେଳେ ଆମେ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଏବଂ ଚିନ୍ମୟ ଦାସଙ୍କ ଫଟୋକୁ ତୁଳନା କଲୁ ଉଭୟ ଅଲଗା ଅଲଗା ବ୍ୟକ୍ତି ବୋଲି ଜାଣିବାକୁ ପାଇଲୁ । ତେଣୁ ଏଥିରୁ ପ୍ରମାଣିତ ହେଲାଯେ ଦାବିରେ ନାହିଁ କୌଣସି ସତ୍ୟତା । ଭାଇରାଲ ଭିଡିଓରେ ଯୁବତୀଙ୍କୁ ଅସଦାଚରଣ କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଜସ୍ଥାନର ସିକରର କ୍ଷେତରପାଲ ମନ୍ଦିରର ପୁରୋହିତ ବାବା ବାଲକନାଥ । ନୁହଁନ୍ତି ଇସ୍କନ୍ ପୁରୋହିତ ଚିନ୍ମୟ ଦାସ ।
schema:mentions
schema:reviewRating
schema:author
schema:datePublished
schema:inLanguage
  • Telugu
schema:itemReviewed
Faceted Search & Find service v1.16.115 as of Oct 09 2023


Alternative Linked Data Documents: ODE     Content Formats:   [cxml] [csv]     RDF   [text] [turtle] [ld+json] [rdf+json] [rdf+xml]     ODATA   [atom+xml] [odata+json]     Microdata   [microdata+json] [html]    About   
This material is Open Knowledge   W3C Semantic Web Technology [RDF Data] Valid XHTML + RDFa
OpenLink Virtuoso version 07.20.3238 as of Jul 16 2024, on Linux (x86_64-pc-linux-musl), Single-Server Edition (126 GB total memory, 11 GB memory in use)
Data on this page belongs to its respective rights holders.
Virtuoso Faceted Browser Copyright © 2009-2025 OpenLink Software